ETV Bharat / international

3 ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ; ପ୍ରତିଷ୍ଠାନର ଗଠନ, ଦେଶର ସମୃଦ୍ଧିରେ ପ୍ରଭାବ ଉପରେ କରିଥିଲେ ଅଧ୍ୟୟନ

କୌଣସି ଦେଶର ସମୃଦ୍ଧିରେ ଦେଶର ପ୍ରତିଟି ପ୍ରତିଷ୍ଠାନର ଭୂମିକା ଉପରେ ଅଧ୍ୟୟନ ପାଇଁ 3 ଆମେରିକୀୟ ଅର୍ଥନୈତିଜ୍ଞଙ୍କୁ ନୋବେଲ ପୁରସ୍କାର ।

author img

By ETV Bharat Odisha Team

Published : 2 hours ago

Updated : 2 hours ago

Nobel Prize in Economics
Nobel Prize in Economics (@NobelPrize)

ହାଇଦ୍ରାବାଦ: ଅର୍ଥନୀତିରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । 3 ଅର୍ଥଶାସ୍ତ୍ରୀ ଡାରୋନ ଏସମୋଗ୍ଲୁ, ସିମନ୍ ଜନସନ୍, ଜେମ୍ସ ଏ. ରବିନସନଙ୍କୁ ଚଳିତ ବର୍ଷ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିବା ନେଇ ଘୋଷଣା କରିଛି ରୟାଲ ସ୍ବଡେନ ଏକାଡେମୀ । ଅନୁଷ୍ଠାନଗୁଡିକ (ବ୍ୟାଙ୍କିଂ ବ୍ୟବସ୍ଥା) କିପରି ଗଠନ ହୁଏ ଏବଂ ସମୃଦ୍ଧିକୁ ପ୍ରଭାବିତ କରେ ତା ଉପରେ ଅଧ୍ୟୟନ କରିଥିଲେ 3 ଅର୍ଥଶାସ୍ତ୍ରୀ ।

ଏହା ବି ପଢନ୍ତୁ- ପଦାର୍ଥ ବିଜ୍ଞାନରେ ୨ ବୈଜ୍ଞାନିକଙ୍କୁ ନୋବେଲ

ଏହା ବି ପଢନ୍ତୁ- ମେଡିସିନରେ ନୋବେଲ: ଭିକ୍ଟର ଆମ୍ବ୍ରୋସ-ଗ୍ୟାରୀ ରୁଭ୍‌କୁନଙ୍କୁ ମିଳିବ ପୁରସ୍କାର - NOBEL PRIZE MEDICINE

Nobel Prize in Economics
Nobel Prize in Economics (@NobelPrize)

ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି । ଗତ ସୋମବାର ମେଡିସିନରେ ନୋବେଲ ପାଇଁ ଦୁଇ ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଥିଲା । ମଙ୍ଗଳବାର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା । ବୁଧବାର ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହୋଇଥିଲା । ଏହା ବ୍ୟତୀତ ଗତ ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଥିଲା ଏବଂ ଅର୍ଥନୀତି କ୍ଷେତ୍ରରେ ଏହି ପୁରସ୍କାର ବିଜେତା ଅକ୍ଟୋବର ୧୪ (ଆଜି) ଘୋଷଣା ହୋଇଛି ।

ଦେଶର ପ୍ରଗତିରେ ଅନୁଷ୍ଠାନର ଭୂମିକା-

ଏକ ଦେଶର ସମୃଦ୍ଧତା ପାଇଁ ସାମାଜିକ ଅନୁଷ୍ଠାନଗୁଡ଼ିକର ଗୁରୁତ୍ବକୁ 3 ଆର୍ଥଶାସ୍ତ୍ରୀ ଦର୍ଶାଇଛନ୍ତି । ଡାରୋନ ଏସମୋଗ୍ଲୁ, ସିମନ୍ ଜନସନ୍, ଜେମ୍ସ ଏ. ରବିନସନ ଦର୍ଶାଇଛନ୍ତି କି, ଯେଉଁ ଦେଶର ସାମାଜିକ ବିଧି ବ୍ୟବସ୍ଥାରେ ଢିଲା ଆଇନ ଶୃଙ୍ଖଳା ବ୍ୟବସ୍ଥା ରହିଛି ଏବଂ ସେହି ଦେଶର ଅନୁଷ୍ଠାନ ଗୁଡିକ ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି, ସେ ଦେଶର ସମୃଦ୍ଧି ହୁଏ ନାହିଁ କି ଦେଶର ଆର୍ଥିକ ଭାଗ୍ୟରେ ପରିବର୍ତ୍ତନ ଆସେ ନାହିଁ ।

ଏହା ବି ପଢନ୍ତୁ- Nobel Prize in Economic Sciences: କ୍ଲାଉଡିଆ ଗୋଲ୍ଡିନ ପାଇବେ ନୋବେଲ ପୁରସ୍କାର

ଏହା ବି ପଢନ୍ତୁ- 3 ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ କରିଥିଲେ ଅଧ୍ୟୟନ

ପଦାର୍ଥ ବିଜ୍ଞାନରେ ୨ ବୈଜ୍ଞାନିକଙ୍କୁ ନୋବେଲ-

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର (Nobel Prize 2024) ଘୋଷଣା । ନୋବେଲ ତାଲିକାରେ ଅଛନ୍ତି ୨ ଜଣ ପଦାର୍ଥ ବିଜ୍ଞାନୀ । ଜନ ଜେ. ହୋପଫିଲ୍ଡ (John J. Hopfield), ଜିଓଫ୍ରେ ଇ. ହିଣ୍ଟନ (Geoffrey E. Hinton)ଙ୍କୁ ମିଳିବ ନୋବେଲ । ସ୍ୱିଡେନର ଷ୍ଟକହୋମ ସ୍ଥିତ କାରୋଲିନସ୍କା ପ୍ରତିଷ୍ଠାନରେ ମଙ୍ଗଳବାର ପଦାର୍ଥ ବିଜ୍ଞାନୀ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା ।

ଜାପାନର ସ୍ୱେଚ୍ଛାସେବୀ ସଗଠନକୁ ନୋବେଲ ଶାନ୍ତି ପୁରସ୍କାର-

ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା । ନିହୋନ ହିଡାନକ୍ୟୋକୁ ମିଳିବ ଏହି ପୁରସ୍କାର । ହିରୋସୀମା ନାଗାସାକିରେ ଲୋକଙ୍କ ପାଇଁ କାର୍ଯ୍ୟ କରୁଛି ଏହି ସଂଗଠନ । ଜାପାନର ‘ନିହୋନ ହିଡାନକ୍ୟୋ’ ସଂଗଠନକୁ ନୋବେଲ । ବିଶ୍ବକୁ ଆଣବିକ ଅସ୍ତ୍ରରୁ ମୁକ୍ତ ଉଦ୍ୟମ ପାଇଁ ନୋବେଲ । ହିରୋସୀମା ଓ ନାଗାସାକିରେ କାର୍ଯ୍ୟ କରୁଛି ସଂଗଠନ । ଭବିଷ୍ୟତରେ ଯେପରି ଆଣବିକ ଅସ୍ତ୍ର ବ୍ୟବହାର ନହୁଏ ସେଥିପାଇଁ ଉଦ୍ୟମ ଚଳାଇଛି ସଂଗଠନ ।

ବର୍ଷ 2024 ପାଇଁ ଘୋଷଣା ହୋଇଛି ନୋବେଲ ଶାନ୍ତି ପୁରସ୍କାର (Nobel Peace Prize 2024) । ଜାପାନର ସ୍ବଚ୍ଛାସେବୀ ସଂଗଠନକୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଜାପାନର ଏନଜିଓ ସଂଗଠନ ନିହୋନ ହିଡାନକ୍ୟୋକୁ ବିଶ୍ବର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.