ETV Bharat / health

ଆଜି ବିଶ୍ବ ପର୍ଯ୍ୟଟନ ଦିବସ; ବୁଲିଯାଆନ୍ତୁ ଭାରତର ଏହି 7 ପର୍ଯ୍ୟଟନସ୍ଥଳୀ, ଥରେ ଗଲେ ବାରମ୍ବାର ମନ ହୁଏ - World Tourism Day 2024

author img

By ETV Bharat Odisha Team

Published : 2 hours ago

World Tourism Day 2024: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ବିଶ୍ବ ସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେଇ ଏହାର ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ମୂଲ୍ୟବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଖ୍ୟ ଉଦ୍ଦେଶ୍ୟ । ପର୍ଯ୍ୟଟନ ଦିବସ ଅବସରରେ ବୁଲିଯାଆନ୍ତୁ ଭାରତର ଏହି 7 ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ...

ଆଜି ବିଶ୍ବ ପର୍ଯ୍ୟଟନ ଦିବସ; ବୁଲିଯାଆନ୍ତୁ ଭାରତର ଏହି 7 ପର୍ଯ୍ୟଟନସ୍ଥଳୀ
ଆଜି ବିଶ୍ବ ପର୍ଯ୍ୟଟନ ଦିବସ; ବୁଲିଯାଆନ୍ତୁ ଭାରତର ଏହି 7 ପର୍ଯ୍ୟଟନସ୍ଥଳୀ (ETV Bharat)

ହାଇଦ୍ରାବାଦ: ପ୍ରତିବର୍ଷ ସେପ୍ଟେମ୍ବର ମାସ 27 ତାରିଖରେ ସାରା ବିଶ୍ବରେ ପାଳିତ ହୁଏ 'ବିଶ୍ବ ପର୍ଯ୍ୟଟନ ଦିବସ', ଯାହା ସମଗ୍ର ବିଶ୍ବରେ ପର୍ଯ୍ୟଟନର ମହତ୍ତ୍ବକୁ ଆଲୋକପାତ କରିଥାଏ । ଏହି ଦିବସର ମୂଖ୍ୟ ଉଦ୍ଦେଶ୍ୟ ହେଲା ବିଶ୍ବ ସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେଇ ପର୍ଯ୍ୟଟନ ମାଧ୍ୟମରେ ଦେଶର ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ସମୃଦ୍ଧିରେ ଭାଗିଦାରୀ ହେବା ଏବଂ ଏନେଇ ଜନସଚେତନତା ସୃଷ୍ଟି କରିବା । ପର୍ଯ୍ୟଟନ ପ୍ରତ୍ୟେକ ଦେଶର ସବୁଠୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର, ଯାହାକି ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ଦେବା ସହିତ ଲକ୍ଷ ଲକ୍ଷ ନିଯୁକ୍ତ ସୁଯୋଗ ସୃଷ୍ଟି କରୁଛି ।

1970 ମସିହା ସେପ୍ଟେମ୍ବର 27ରେ ମିଳିତ ଜାତିସଂଘ ବିଶ୍ବ ପର୍ଯ୍ୟଟନ ସଂଗଠନରେ ଆଇନକୁ ଆଇନଗତ ମାନ୍ୟତା ଦେଇଥିଲା, ଯାହା ବିଶ୍ବ ପର୍ଯ୍ୟଟନର ଏକ ମାଇଲଖୁଣ୍ଟ ସଦୃଶ । ଏହି ଦିବସକୁ ସ୍ମରଣୀୟ କରିବା ଲାଗି 1980 ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର 27 ତାରିଖକୁ ବିଶ୍ବ ପର୍ଯ୍ୟଟନ ଦିବସ ଭାବରେ ପାଳନ କରାଯାଇଆସୁଛି । ବିଶ୍ବବ୍ୟାପୀ ପର୍ଯ୍ୟଟନର ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ମୂଲ୍ୟବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ । ଆଜି ଏହି ପର୍ଯ୍ୟଟନ ଦିବସରେ ଆମେ ଭାରତରେ ଶ୍ରେଷ୍ଠ 7ଟି ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ କହିବୁ, ଯେଉଁଠି ବୁଲିଗଲେ ଆପଣ ନିଜର ସବୁ ଚିନ୍ତା, ଚାପ ଭୁଲି ଯାଇ ରୋମାଞ୍ଚକର ଅନୁଭୂତି ଲାଭ କରିବେ ।

କାଶ୍ମୀର:

ପର୍ଯ୍ୟଟନ ସ୍ଥଳୀ କଥା ପଡିଲେ ପ୍ରଥମେ ମନକୁ ଆସେ କାଶ୍ମରୀ । କାଶ୍ମୀରକୁ ଭାରତର ଭୂସ୍ବର୍ଗ କୁହାଯାଏ । ନୈସର୍ଗିକ ସୌନ୍ଦର୍ଯ୍ୟର ଭରା ଏହି ଉପତ୍ୟାକା । କାଶ୍ମୀର ଘାଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ବରଫ ଆଚ୍ଛାଦିତ ସୁଉଚ୍ଚ ପାହାଡ, ଗଛଲତା, ଗୁଲମାର୍ଗର ସୌନ୍ଦର୍ଯ୍ୟ, ଟୁଲିପ୍ ଗାର୍ଡେନ ଓ ଡାଲ ହ୍ରଦରେ ନୌକାବିହାର ଉପଭୋଗ ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ହୁଏ । କାର୍ଯ୍ୟବ୍ୟସ୍ତତା ମଧ୍ୟରୁ ବାହାରି ପ୍ରକୃତି କୋଳରେ ସମୟ ବିତାଇବାକୁ ଚାହୁଁଥିଲେ ଜମ୍ମୁ-କାଶ୍ମୀର ଭ୍ରମଣ ପାଇଁ ପ୍ଲାନ କରିପାରିବେ । ମୁଖ୍ୟତଃ ନବବିବାହିତ ଦମ୍ପତିଙ୍କ ହନିମୁନ ପାଇଁ ପ୍ରଥମ ପସନ୍ଦ କାଶ୍ମୀର । ଏଠାରେ ଶ୍ରୀନଗର, ଲେହ ଲଦାଖ, ଗୁଲମାର୍ଗ, ପହଲଗାମ, ବୈଷ୍ଣଦେବୀ ମନ୍ଦିର ପ୍ରଭୃତି ଦର୍ଶନୀୟ ସ୍ଥାନ ରହିଛି, ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ଏବଂ ଥରେ ଆସିଲେ ବାରମ୍ବାର ଆସିବାକୁ ମନେ ଚାହେଁ ।

ଗୋଆ:

ଆକର୍ଷଣୀୟ ବେଳାଭୂମି ପାଇଁ ଗୋଆ ବେଶ୍ ଲୋକପ୍ରିୟ । ଆପଣ ଯେକୌଣସି ଋତୁରେ ଏଠାକୁ ଆସିପାରିବେ ଓ ବ୍ୟସ୍ତବହୁଳ ଜୀବନରୁ ବିରତି ନେଇପାରିବେ । ଏଠି ଜଳକ୍ରୀଡା ସହ ସୁନେଲୀ ସକାଳ ଆରମ୍ଭ କରି ସନ୍ଧ୍ୟାରେ ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ ଓ ରାତିରେ କ୍ଲବରେ ନାଚଗୀତ ସହ ନିଜ ପୁରା ଦିନ କାଟିପାରିବେ । ସମୁଦ୍ର ତଟ ସହିତ ବେଳାଭୂମିରେ ନାଇଟ୍ ଲାଇଭ, ସ୍ବାଦିଷ୍ଟ ସି-ଫୁଡ୍ ପାଇଁ ଗୋଆ ଖୁବ୍ ପ୍ରସିଦ୍ଧ । ୱାର୍ଟର ସ୍ପୋର୍ଟସ୍ ଏଠାକାର ମୁଖ୍ୟ ଆକର୍ଷଣ । ଗୋଆରେ ବିଭିନ୍ନ ମନୋରମ ବିଚ୍, ଦୁଧ୍ ସାଗର ୱାଟରଫଲ, ତାମ୍ବଡି ସୁରଲା ଶିବ ମନ୍ଦିର ପରି ଅନେକ ଆକର୍ଷଣୀୟ ସ୍ଥାନ ରହିଛି । ଏହିସବୁ ସ୍ଥାନ ପର୍ଯ୍ୟଟକଙ୍କୁ ନିଆରା ଓ ରୋମାଞ୍ଚକର ଅନୁଭୂତି ଦେଇଥାଏ । ତେବେ ସେପ୍ଟେମ୍ବର ଓ ଅକ୍ଟୋବରରେ ଗୋଆ ବୁଲିଯିବା ସବୁଠୁ ଭଲ ସମୟ ।

କନ୍ୟାକୁମାରୀ, ତାମିଲନାଡୁ

ଦକ୍ଷିଣ ଭାରତର ତାମିଲନାଡୁ ରାଜ୍ୟରେ ଅବସ୍ଥିତ କନ୍ୟାକୁମାରୀ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ ପାଇଁ ବେଶ୍ ଲୋକପ୍ରିୟ । କନ୍ୟାକୁମାରୀଠାରେ ବଙ୍ଗୋପସାଗର, ଭାରତ ମହାସାଗର, ଓ ଆରବ ସାଗର ଏକତ୍ର ହୋଇଛି । ଏଠାରେ ସୂର୍ଯ୍ୟାସ୍ତ ସମୟର ଅପୂର୍ବ ଦୃଶ୍ୟ ଶବ୍ଦରେ ବୟାନ କରାଯାଇପାରେନା । ସମୁଦ୍ରକୂଳରେ ଥିବା କୁମାରୀ ଅମାନ୍ ମନ୍ଦିର କନ୍ୟାକୁମାରୀର ସବୁଠୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ । ସେହିପରି ବିବେକାନନ୍ଦ ରକ୍ ମେମୋରିଆଲ, ଥିରୁଭାଲୁଭାର ଷ୍ଚାଚ୍ୟୁ, ପଦ୍ମନାଭପୁରମ ପ୍ରାସାଦ, ଥିରୁପାରାସ୍‌ପୁ, କୋଟାଲମ୍ ଆଦି ଜଳପ୍ରପାତ, ସୁବ୍ରମଣ୍ୟମ ମନ୍ଦିର, ଭାଟ୍ଟାକୋଟାଇ ଦୁର୍ଗ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । କନ୍ୟାକୁମାରୀ ବୁଲିଯିବା ପାଇଁ ପ୍ଲାନିଂ କରୁଥିଲେ ଅକ୍ଟୋବରରୁ ଫେବୃଆରୀ ମଧ୍ୟରେ ଯାଇପାରିବେ ।

ଦାର୍ଜିଲିଂ, ପଶ୍ଚିମବଙ୍ଗ

ଭାରତର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଦାର୍ଜିଲିଂ ଅନ୍ୟତମ, ଯାହାକୁ 'ପାହାଡର ରାଣୀ' କୁହାଯାଏ । ପଶ୍ଚିମବଙ୍ଗ ରାଜ୍ୟରେ ଏହା ଅବସ୍ଥିତ । ଗୋଟିଏ ପଟେ ମନ ମୋହିଲା ଭଳି ପାହାଡ ଓ ଆର ପଟେ ସବୁଜ ସୁନ୍ଦର ଚା' ବଗିଚା, ଯେକୌଣସି ହୃଦୟକୁ ବିମୋହିତ କରିପାରେ । ଦାର୍ଜିଲିଂରେ ଅନ୍ୟ ଆକର୍ଷଣୀୟ ସ୍ଥାନ ମଧ୍ୟରେ ଟାଇଗର ହିଲ୍, ଟୟ ଟ୍ରେନ, ପଦ୍ମଜା ନାଇଡୁ ହିମାଳୟନ ଜୁଲୋଜିକାଲ ପାର୍କ, ଜାପାନିଜ ଶାନ୍ତି ପାଗୋଡା, ରକ ଗାର୍ଡେନ ରହିଛି । ଏସବୁ ସ୍ଥାନ ରୋମାଞ୍ଚକର ଅନୁଭୂତି ଦିଏ । ବର୍ଷ ତମାମ୍ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମେ । ଟାଇଗର ହିଲ୍ ଦାର୍ଜିଲିଂର ସବୁଠୁ ସୁଉଚ୍ଚ ପର୍ବତମାଳା ଅଟେ । ଏହା ପାଖରେ ବରଫରେ ଢାଙ୍କି ହୋଇଥିବା କାଞ୍ଚନଜଙ୍ଗା ପାହାଡ ପଛରେ ସୂର୍ଯ୍ୟୋଦୟର ଆକର୍ଷକ ନଜାରା ଦେଖିବାକୁ ମିଳେ । ଏହିଠାରୁ ଆପଣଙ୍କୁ ବିଶ୍ବର ସବୁଠୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ ଶିଖର ଦେଖିବାକୁ ମିଳିବ । ଫେବୃଆରୀରୁ ମାର୍ଚ୍ଚ ଓ ସେପ୍ଟେମ୍ବରରୁ ଡିସେମ୍ବର ଦାର୍ଜିଲିଂ ବୁଲିବାର ଉପଯୁକ୍ତ ସମୟ ।

କୋଣାର୍କ, ଓଡ଼ିଶା:

କଳା, ଭାସ୍କର୍ଯ୍ୟ ଓ ସଂସ୍କୃତି ସମୃଦ୍ଧ ରାଜ୍ୟ ଓଡ଼ିଶା । ସମୁଦ୍ର ତଟରେ ଅବସ୍ଥିତ କୋଣାର୍କ ସୂର୍ଯ୍ୟ ମନ୍ଦିର ବିଶ୍ବର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ, ଯାହା କଳିଙ୍ଗ ସ୍ଥାପତ୍ୟ କଳା ଶୈଳୀରେ ନିର୍ମାଣ କରାଯାଇଥିଲା । ସୂର୍ଯ୍ୟ ମନ୍ଦିରର ଅଦ୍ଭୁତ କାରୁକାର୍ଯ୍ୟ ସହ ରମଣୀୟ ଚନ୍ଦ୍ରଭାଗା ବେଳାଭୂମି ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଦେଶ ବିଦେଶରୁ ବହୁସଂଖ୍ୟକ ପର୍ଯ୍ୟଟକ କୋଣାର୍କ ବୁଲିବାକୁ ଆସନ୍ତି । କୋଣାର୍କ ମନ୍ଦିର ବ୍ଲାକ ପୋଗାଡୋ ନାମରେ ବିଶ୍ବ ବିଖ୍ୟାତ । ଏହି ୃଠାରୁ 32 କିଲୋମିଟର ଦୂର ପୁରୀ ସହରରେ ରହିଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଧାମ ।

କେରଳ:

ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟମୟ ସହର ମଧ୍ୟରୁ ଅନ୍ୟତମ କେରଳ । ଏହାକୁ ଈଶ୍ବରଙ୍କ ନିଜ ଦେଶ ବୋଲି କୁହାଯାଏ । କେରଳ ନିଜର ନୈସର୍ଗିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧିଲାଭ କରେ । ବିସ୍ତୀର୍ଣ୍ଣ ବେଳାଭୂମି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ସବୁବେଳେ ପର୍ଯ୍ୟଟକ ପସନ୍ଦର ସ୍ଥାନ ଭାବେ ରହିଛି । ଆକର୍ଷଣୀୟ ସମୁଦ୍ର ତଟ, ନଡିଆ ଓ ଖଜୁରୀ ଗଛ ମଧ୍ୟରେ ନୌକାବିହାର, ଚତୁଃପାର୍ଶ୍ବରେ ସବୁଜିମା ଭରା ସୁନ୍ଦର ଦୃଶ୍ୟ କେରଳର ପ୍ରକୃତ ପରିଚୟ । ଏଠାରେ ଇରାଭିକୁଲା ଜାତୀୟ ପାର୍କ, ଭାରକାଲା ବେଳାଭୂମି, ସାଇଲେଣ୍ଟ ଭ୍ୟାଲି ଜାତୀୟ ପାର୍କ, ୱାୟନାଡ ୱାଇଲ୍ଡଲାଇଭ ସେଞ୍ଚୁରୀ, ଟି ମ୍ୟୁଜିୟମ ଭଳି ଖୁବ୍ ସୁନ୍ଦର ବେଳାଭୂମି ଓ ହ୍ରଦ ଅଛି । ଏଠାକାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଲା ହ୍ରଦ ଓ ନଦୀରେ ସଜା ବାଉଁଶ ବୋଟ୍ ।

ତାଜମହଲ, ଆଗ୍ରା:

ଭାରତର ଦର୍ଶନୀୟ ସ୍ଥାନ ମଧ୍ୟରେ ଆଗ୍ରାର ତାଜାମହଲ ସର୍ବାଗ୍ରେ ରହେ । ଏହାର କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ବେଗମ୍ ମମତାଜଙ୍କ ସ୍ମୃତିରେ ମୋଗଲ ସମ୍ରାଟ ଶାହାଜାହନ ନିର୍ମାଣ କରିଥିବା ଏହି ତାଜମହଲକୁ ପ୍ରେମର ପ୍ରତୀକ କୁହାଯାଏ । ଏହା ପଛ ପଟେ ଯମୁନା ନଦୀ ପ୍ରବାହିତ । ତାଜମହଲର ସୌନ୍ଦର୍ଯ୍ୟ ସହ ଆଗ୍ରାର ପେଠା ବେଶ୍ ପ୍ରସିଦ୍ଧ । ଏଥିସହ ଆଗ୍ରାରେ ଆଗ୍ରା କିଲ୍ଲା, ଇତିମାଦ- ଉଦ୍-ଦୌଲା ମକବରା, ମେହତାବ ବାଗ, କାଚ ମହଲ, ଫତେହପୁର ସିକରୀ ପ୍ରଭୃତି ଦର୍ଶନୀୟ ସ୍ଥାନ ରହିଛି । ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଆଗ୍ରା ବୁଲିବାକୁ ଯିବା ଭଲ ସମୟ ।

ଏହା ମଧ୍ୟ ପଢନ୍ତୁ: ଜୀବନସାଥି ସହ ରୋମାଣ୍ଟିକ ଟ୍ରିପ୍ ପ୍ଲାନ କରୁଛନ୍ତି ? କମ୍ ବଜେଟରେ ବୁଲନ୍ତୁ ଏସବୁ ଜାଗା - Romantic Destinations for Couples

ଏହା ମଧ୍ୟ ପଢନ୍ତୁ: ଏସବୁ ଖାଦ୍ୟ ଫ୍ରିଜରେ ରଖିଲେ କ୍ଷତିକାରକ, ଜମାରୁ କରନ୍ତୁନି ଏମିତି ଭୁଲ୍ - Food you should never refrigerate

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.