ETV Bharat / health

ଆଜି ବିଶ୍ୱ ଅଙ୍ଗଦାନ ଦିବସ; କିଏ ଓ କେଉଁ ଅଙ୍ଗ କରିପାରିବେ ଦାନ, କ'ଣ ରହିଛି ପ୍ରକ୍ରିୟା ? ଜାଣନ୍ତୁ, - World Organ Donation Day 2024

author img

By ETV Bharat Odisha Team

Published : Aug 13, 2024, 3:20 PM IST

World Organ Donation Day 2024: ଆଜି ବିଶ୍ବ ଅଙ୍ଗଦାନ ଦିବସ । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଅଙ୍ଗ ଦାନର ଆବଶ୍ୟକତା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା । ତେବେ ଏହି ମହାନ ଦିବସରେ କିଏ ଏବଂ କେଉଁ ଅଙ୍ଗ ଦାନ କରିପାରିବେ ? ଅଙ୍ଗଦାନ କରିବାର ପ୍ରକ୍ରିୟା କ'ଣ ରହିଛି ? ଜାଣନ୍ତୁ,

ଆଜି ବିଶ୍ୱ ଅଙ୍ଗଦାନ ଦିବସ; କିଏ ଓ କେଉଁ ଅଙ୍ଗ କରିପାରିବେ ଦାନ, କ'ଣ ରହିଛି ପ୍ରକ୍ରିୟା ? ଜାଣନ୍ତୁ,
ଆଜି ବିଶ୍ୱ ଅଙ୍ଗଦାନ ଦିବସ; କିଏ ଓ କେଉଁ ଅଙ୍ଗ କରିପାରିବେ ଦାନ, କ'ଣ ରହିଛି ପ୍ରକ୍ରିୟା ? ଜାଣନ୍ତୁ, (Getty)

ଭୁବନେଶ୍ୱର: ରକ୍ତ ଦାନ ପରେ ଅଙ୍ଗ ଦାନ ସବୁଠାରୁ ବଡ଼ ଦାନ ଭାବରେ ବିବେଚନା କରାଯାଏ । ଅଙ୍ଗ ଦାନ କରି ଆପଣ ଅନେକ ଲୋକଙ୍କ ଜୀବନ ରକ୍ଷା କରିପାରିବେ । ଲୋକଙ୍କ ମଧ୍ୟରେ ଏହି ବିଷୟରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ସହ ପ୍ରତିବର୍ଷ ୧୩ ଅଗଷ୍ଟ ଅର୍ଥାତ୍ ଆଜି ବିଶ୍ବ ଅଙ୍ଗଦାନ ଦିବସ ପାଳନ କରାଯାଇଥାଏ । ବାସ୍ତବରେ, ଅଙ୍ଗ ଦାନ ହେଉଛି ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ଏପରି ଏକ ଉପହାର ଯାହାକି ଟର୍ମିନାଲ ଅସୁସ୍ଥ ଏବଂ ପ୍ରତିରୋପଣ ଆବଶ୍ୟକ କରେ । ଏପରି ପରିସ୍ଥିତିରେ, ଯିଏ ନିଜ ଅଙ୍ଗ ଦାନ କରେ ତାଙ୍କୁ 'ଅଙ୍ଗଦାତା' କୁହାଯାଉଥିବାବେଳେ ଅଙ୍ଗ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ 'ଗ୍ରହୀତା' କୁହାଯାଏ । ଅଙ୍ଗ ଦାନ ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଦ୍ୱାରା ଜୀବନ ସାର୍ଥକ ହୋଇଥାଏ । ଦାନ କରାଯାଇଥିବା ଅଙ୍ଗ କାହାର ଜୀବନ ମଧ୍ୟ ପରିବର୍ତ୍ତନ କରିପାରେ ତାହା ଜାଣିବା କିଡ଼ନୀ ବିଶେଷଜ୍ଞ ମାନସ ରଞ୍ଜନ ପ୍ରଧାନ । ଅଙ୍ଗ ଦାନ କାହିଁକି ଗୁରୁତ୍ୱପୂର୍ଣ୍ଣ ଏବଂ କିଏ ଏହା କରିପାରିବ ? ଏହାର ପ୍ରକ୍ରିୟା କ’ଣ, ସେନେଇ କିଡ଼ନୀ ରୋଗ ବିଶେଷଜ୍ଞ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

ବିଶ୍ବ ଅଙ୍ଗଦାନ ଦିବସ 2024ର ଥିମ୍:- ଚଳିତ ବର୍ଷର ଥିମ୍ ହେଉଛି, Be the Reason for Someone's Smile Today! ଏହାର ଅର୍ଥ ହେଉଛି ''ଆଜି କାହାର ହସର କାରଣ ହୁଅ ।''

ଅଙ୍ଗଦାନ କରିବାର ପ୍ରକାର ଭେଦ:-

ଏନେଇ ଡାକ୍ତର ମାନସ ରଞ୍ଜନ ପ୍ରଧାନ କହିଛନ୍ତି, "ଅଙ୍ଗଦାନ କରିବା ଦୁଇ ପ୍ରକାର । ଗୋଟିଏ ଅଙ୍ଗଦାନ ଏବଂ ଦ୍ଵିତୀୟରେ ଟିସୁ ଦାନ କରାଯାଉଛି । ତେବେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ହିଁ ଅଙ୍ଗଦାନ କରାଯାଇଥାଏ । କିନ୍ତୁ କିଛି ଅଙ୍ଗଦାନ ଏବଂ ଟିସୁଦାନ ଜୀବିତ ରହି ମଧ୍ୟ କରାଯାଇଥାଏ ।"

କେଉଁ ଅଙ୍ଗ କରାଯାଏ ଦାନ ?

"ବିଶେଷ ଭାବରେ ଯକୃତ, ଅଗ୍ନାଶୟ, ହୃତପିଣ୍ଡ ଏବଂ ଫୁସଫୁସ ଭଳି ଆଦି ଅଙ୍ଗ ଦାନ କରାଯାଇଥାଏ । ସେହିଭଳି ଟିସୁ ମଧ୍ୟରେ ରହିଛି, ଆଖି, ତ୍ୱଚା ହାଡ, ମସ୍ତିଷ୍କ, କାନ ପରଦା, କାନ ହାଡ, ରକ୍ତ ଇତ୍ୟାଦି ଦାନ କରିପାରିବେ" ବୋଲି କହିଛନ୍ତି ଡାକ୍ତର ପ୍ରଧାନ ।

ଅଙ୍ଗଦାନ କରିବାର ପ୍ରକ୍ରିୟା:-

ଅଙ୍ଗଦାନ କରିବାର ପ୍ରକ୍ରିୟା ନେଇ ଡାକ୍ତର ମାନସ ରଞ୍ଜନ ପ୍ରଧାନ କହିଛନ୍ତି, "କୌଣସି ବ୍ୟକ୍ତିଙ୍କ ବ୍ରେନ ଡେଡ ହେବା ପରେ ଡାକ୍ତର ତାଙ୍କ ପରିବାର ବର୍ଗଙ୍କ ଇଚ୍ଛା ମୁତାବକ ଶରୀରରୁ ଆବଶ୍ୟକୀୟ ଅନୁଯାୟୀ ଅଙ୍ଗ କାଢିଥାନ୍ତି । ଏହା ପୂର୍ବରୁ ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଥାଏ । ଏହି ପ୍ରକ୍ରିୟାକୁ ଅଧିକ ସମୟ ନନେଇ ଏକ ନିଶ୍ଚିତ ସମୟରେ ମଧ୍ୟରେ ଶେଷ କରାଯାଏ । ଅଧିକ ସମୟ ରହିଲେ ଅଙ୍ଗ ଗୁଡିକ ଖରାପ ହେବାକୁ ଲାଗିଥାଏ । ତାହା ଆଉ ଅନ୍ୟ ଶରୀରରେ କାମରେ ଆସିନଥାଏ । ତେଣୁ ନିର୍ଦ୍ଦିଷ୍ଟ କେଇ ସମୟ ମଧ୍ୟରେ ଅଙ୍ଗ ଗୁଡିକ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ଲଗାଯାଇଥାଏ ।"

କେତେ ସମୟ ମଧ୍ୟରେ କରିପାରିବେ ଅଙ୍ଗଦାନ ?

ଏନେଇ ଡାକ୍ତର ମାନସ ରଞ୍ଜନ ପ୍ରଧାନ କହିଛନ୍ତି, ''ଯେତେ ଶୀଘ୍ର ଅଙ୍ଗ ପ୍ରତ୍ୟାରୋପଣ ହେବ ସେହି ଅଙ୍ଗ କାର୍ଯ୍ୟକ୍ଷମ କରିବାର ସମ୍ଭାବନା ସେତିକି ଅଧିକ ରହିବ ।''

  • କୌଣସି ଅଙ୍ଗକୁ ଦାନ କରିବା ପରେ ୬ରୁ ୧୨ଘଣ୍ଟା ମଧ୍ୟରେ ପ୍ରତ୍ୟାରୋପଣ କରାଯାଇଥାଏ ।
  • ଯକୃତ ୬ ଘଣ୍ଟା ଏବଂ ବୃକକ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରାଯିବା ଆବଶ୍ୟକ ।
  • ସେହିଭଳି ଆଖି ୩ଦିନ ମଧ୍ୟରେ ପ୍ରତ୍ୟାରୋପଣ ହୋଇଯିବା ଆବଶ୍ୟକ ।

କେଉଁମାନେ କରିପାରିବେ ଅଙ୍ଗଦାନ ?

"ଅଙ୍ଗଦାନ କରିବା ପାଇଁ କୌଣସି ବୟସ ସୀମା ନଥାଏ । ୧୮ ବର୍ଷ ବୟସରୁ ଅଧିକ ବ୍ୟକ୍ତିମାନେ ଅଙ୍ଗଦାନ କରିପାରିବେ । ଏହା ସହ ୧୮ ବର୍ଷରୁ କମ୍‌ ବ୍ୟକ୍ତିମାନେ ଅଙ୍ଗଦାନ ପାଇଁ ନିଜ ମାତାପିତାଙ୍କ ଠାରୁ ଅନୁମତି ଆଣିବା ନିତାନ୍ତ ଜରୁରୀ" ବୋଲି କହିଛନ୍ତି ଡାକ୍ତର ପ୍ରଧାନ । ଗୋଟିଏ ଲୋକର ଶରୀରରୁ ଅତି କମରେ 8ରୁ 10 ଜଣ ଲୋକଙ୍କୁ ଜୀବନ ଦାନ ଦେଇପାରିବେ । ହାର୍ଟ, ଲିଭର, ଫୁସଫୁସ, ଦୁଇଟି କିଡନୀ, ଆଖି ଦାନ କରିପାରିବେ । ଯାହା ଫଳରେ ସେହି ଲୋକଙ୍କ ଭିତର ଦେଇ ବର୍ଷ ବର୍ଷ ପର୍ଯ୍ୟନ୍ତ ଜୀବନ୍ତ ରହିପାରିବେ ।

କିଏ ଅଙ୍ଗଦାନ କରିପାରିବ ନାହିଁ ?

ଚିକିତ୍ସା କ୍ଷେତ୍ରରେ କିଛି ଲୋକଙ୍କୁ ଅଙ୍ଗ ଦାନ କରିବାକୁ ବାରଣ କରାଯାଇଛି । ଏଥିମଧ୍ୟରେ ସେହି ବ୍ୟକ୍ତିମାନେ ଅଛନ୍ତି ଯେଉଁମାନେ କିଛି ଗୁରୁତର ରୋଗରେ ପୀଡିତ । ଏହି ରୋଗରେ କର୍କଟ, ଏଚ୍.ଆଇ.ଭି, ସଂକ୍ରମଣ (IV) ଏବଂ ଆସ୍ଥମା ଅନ୍ତର୍ଭୁକ୍ତ ।

କିପରି କରିବେ ଅଙ୍ଗଦାନ ?

ଅଙ୍ଗଦାନ ଆପଣ ଦୁଇଟି ଉପାୟରେ କରିପାରିବେ । କେତେକ ଏନଜିଓ ଏବଂ ହସ୍ପିଟାଲ ଯାଇ ଅଙ୍ଗଦାନ କରିବା ପାଇଁ ଫର୍ମ ପୂରଣ କରି ମରିବା ପରେ ଆପଣ ଅଙ୍ଗଦାନ କରିପାରିବେ । ଯେଉଁ ଅଙ୍ଗ ଆପଣ ଦାନ କରିବାକୁ ଚାହୁଁଛନ୍ତି, ସେହି ଅଙ୍ଗକୁ ଆପଣ ଦାନ କରିପାରିବେ । ଅଙ୍ଗ ଦାନ କରୁଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ଆବଶ୍ୟକ ।

'ଭାରତରେ ବର୍ଷକୁ 2ଲକ୍ଷରୁ ଅଧିକ କିଡ଼ନୀ ରୋଗରେ ପଡିଥାନ୍ତି'

ଏନେଇ ଡାକ୍ତର ମାନସ ରଞ୍ଜନ ପ୍ରଧାନ କହିଛନ୍ତି, "ଆମ ଦେଶରେ ବର୍ଷକୁ ପାଖାପାଖି ୧୨ ହଜାର କିଡନି ପ୍ରତିରୋପଣ ହୋଇଥାଏ । କିନ୍ତୁ ବର୍ଷକୁ ଦୁଇରୁ ଅଢେଇ ଲକ୍ଷ ପର୍ଯ୍ୟନ୍ତ ଲୋକଙ୍କର କିଡ଼ନୀ ଆବଶ୍ୟକ ପଡେ । ପାଖାପାଖି ୧ ଲକ୍ଷ ୮୦ ଲୋକ ବିନା କିଡ଼ନୀ ପ୍ରତିରୋପଣ କରି ନପାରିବାରୁ ମୃତ୍ୟୁବରଣ କରୁଛନ୍ତି ।"

ନୂଆ ପଦ୍ଧତିରେ କିଡ଼ନୀ ପ୍ରତିରୋପଣ:-

ଏବେ କିଡ଼ନୀ ପ୍ରତିରୋପଣ ପାଇଁ ନୂଆ ପଦ୍ଧତି ଆସିଛି । ଯାହା ଅବିଓ ଇନକମ୍ପକ୍ଟବୁଲ ପଦ୍ଧତିରେ ପ୍ରତିରୋପଣ କରାଯାଉଛି । ଓଡ଼ିଶାରେ ବହୁତ୍ କମ ସ୍ଥାନରେ ଏହି ପଦ୍ଧତି ଦ୍ଵାରା କିଡନି ପ୍ରତିରୋପଣ କରାଯାଉଛି । ଏଥିରେ ଯେ କୌଣସି ବ୍ଲଡ ଗ୍ରୁପର ବ୍ୟକ୍ତି କିଡ଼ନୀ ପ୍ରତିରୋପଣ କରିପାରିବେ । ଆଗରୁ ଯାହା ବଡ଼ ବାଧକ ରହିଥିଲା । ତାହା ଆଜିକା ଦିନରେ ଏହା ଦୂର ହୋଇପାରିଛି । ଏବେ ଯେ କୌଣସି ବ୍ଲଡ ଗ୍ରୁପର ଲୋକ ଯେକୌଣସି ବ୍ୟକ୍ତିଙ୍କୁ ଅଙ୍ଗ ଦାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଡାକ୍ତର ମାନସ ରଞ୍ଜନ ପ୍ରଧାନ ।

ଅଙ୍ଗଦାନ କରିବାର ମହତ୍ୱପୂର୍ଣ୍ଣ ମେସେଜ

"ଜଣେ ସୁସ୍ଥ ଲୋକଙ୍କୁ ଅଙ୍ଗଦାନ କରିବାକୁ ସଚେତନତା କରାଯିବା ଆବଶ୍ୟକ । ଏହାଛଡ଼ା ଯଦି କେହି ବି ଆତ୍ମୀୟସ୍ୱଜନମାନଙ୍କର ଦୁର୍ଘଟଣା ବା କିଛି ରୋଗରେ ପଡ଼ିରହିଛନ୍ତି । ମେଡିକାଲରେ ତାଙ୍କର ଜୀବନ ବଞ୍ଚିବା ଆଉ କମ ସମୟ ରହିଛି । ତେବେ ସେହି ସମୟରେ ଅଙ୍ଗଦାନ କରିବାକୁ ପରିବାର ଲୋକଙ୍କୁ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା ଆବଶ୍ୟକ ରହୁଛି । ଅଙ୍ଗଦାନ କରିବାରେ କୌଣସି ବୟସ ସୀମା ନଥାଏ । କୌଣସି ବ୍ୟକ୍ତି, ଜାତି, ଧର୍ମ, ସମୁଦାୟ ହେଉ, ସମସ୍ତେ ଅଙ୍ଗଦାନ କରିପାରିବେ । କ୍ୟାନସର, ଏଚଆଇଭି, ମଧୁମେହ ରୋଗରେ ପୀଡ଼ିତ ଲୋକ ସେମାନଙ୍କ ହୃତପିଣ୍ଡ ଦାନ ନକରିବା ଉଚିତ । ୧୮ ବର୍ଷରୁ କମ୍‌ ହୋଇଥିବା ବ୍ୟକ୍ତି ଅଙ୍ଗଦାନ କରିବା ପାଇଁ ନିଜର ମାତାପିତାଙ୍କଠାରୁ ଅନୁମତି ଆଣିବା ନିତାନ୍ତ ଆବଶ୍ୟକ । ପ୍ରାକୃତିକ ମୃତ୍ୟୁରେ ହୃତପିଣ୍ଡ, ତ୍ୱଚା ଏବଂ ହାଡ ଭଳି ଟିସୁ ମୃତକ ଦାନ କରିପାରିବେ କିନ୍ତୁ ମସ୍ତିଷ୍କ ମୃତ୍ୟୁ ହୋଇଯିବା ପରେ କେବଳ ଯକୃତ, ଫୁସଫୁସ ଏବଂ ଅଗ୍ନାଶୟ ଦାନ କରିପାରିବେ ।"

କିଡ଼ନୀ କେତେ ସମୟ ରହିପାରିବ ?

"କିଡ଼ନୀ ପ୍ରତିରୋପଣ ସାଧାରଣ ଭାବରେ ସ୍ୱତନ୍ତ୍ର ଭାବରେ ଏକ ବରଫ ମଧ୍ୟରେ ବୁଡ଼ାଇ ରଖି ଅତି କମରେ 6ରୁ 8 ଘଣ୍ଟା ପର୍ଯ୍ୟନ୍ତ ରଖାଯାଇପାରିବ । ଏଥିରେ କୌଣସି ଅସୁବିଧା ହେବ ନାହିଁ" ବୋଲି କହିଛନ୍ତି ଡାକ୍ତର ମାନସ ରଞ୍ଜନ ପ୍ରଧାନ ।

ଏହା ମଧ୍ୟ ପଢନ୍ତୁ: କିଡ଼ନୀ ପାଇଁ ବିପଦ ଅତ୍ୟଧିକ ପାଣି ପିଇବା; କରନ୍ତୁ ଏହି କାମ, ଜୀବନସାରା ପାଇବେ କିଡନୀ ରୋଗରୁ ମୁକ୍ତି

ଅଙ୍ଗଦାନ କଲେ ଦିଆଯାଉଛି ରାଷ୍ଟ୍ରୀୟ ମର୍ଯ୍ୟାଦା

ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯାଉଛି । ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟପକ ସଚେତନତା ଆସିବ ଓ ସମାଜକୁ ପ୍ରେରଣା ମିଳିବ ବୋଲି ପୂର୍ବ ନବୀନ ସରକାର ଆରମ୍ଭ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.