ETV Bharat / health

ବିଶ୍ୱ ମୁଖଗହ୍ବର ସ୍ୱାସ୍ଥ୍ୟ ଦିବସ, ସୁସ୍ଥ ମୁଖଗହ୍ବର ସୁସ୍ଥ ଶରୀର - World Oral Health Day

World Oral Health Day: ପାଟିର ଯତ୍ନ ନେବା ଦ୍ବାରା ଅନେକ ରୋଗରୁ ଏଡାଯାଇପାରିବ । ଏହି କ୍ରମରେ ପାଟିର ବା ମୁଖଗହ୍ବର ସ୍ୱାସ୍ଥ୍ୟର ଆବଶ୍ୟକତା ବିଷୟରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 20ରେ ବିଶ୍ୱ ମୁଖଗହ୍ବର ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ

ବିଶ୍ୱ ମୁଖଗହ୍ବର ସ୍ୱାସ୍ଥ୍ୟ ଦିବସ
ବିଶ୍ୱ ମୁଖଗହ୍ବର ସ୍ୱାସ୍ଥ୍ୟ ଦିବସ
author img

By ETV Bharat Odisha Team

Published : Mar 20, 2024, 6:00 AM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ ଡେଣ୍ଟାଲ ଆସୋସିଏସନ ଅନୁସାରେ, ବିଭିନ୍ନ ପ୍ରକାର ଦାନ୍ତ ସମସ୍ୟା ହେତୁ ବିଶ୍ବରେ ପ୍ରାୟ 4 ବିଲିୟନ ଲୋକେ ଗମ୍ଭୀର ସମସ୍ୟାର ସମ୍ମୁୀନ ହୋଇଥାଆନ୍ତି । ଦାନ୍ତର ସ୍ବଚ୍ଛତା ବଜାୟୀ ନରଖିବା ଦ୍ବାରା ଏହାର କୁପ୍ରଭାବ ସମଗ୍ର ସ୍ବାସ୍ଥ୍ୟ ଉପରେ ପଡିଥାଏ । ତେବେ ଅନେକ ଲୋକ ଅଛନ୍ତି ଯେଉଁମାନେ କି ପାଚନ ସ୍ବାଚ୍ଛତା ପରେ ଧ୍ୟାନ ଦିଅନ୍ତି ନାହିଁ । ଓରାଲ ହେଲ୍‌ଥ ବିଷୟରେ ଅବଗତ ନଥିବା କାରଣରୁ ସମସ୍ଯାର ସମ୍ମୁଖୀନ ହୋଇଥାଆନ୍ତି । ଅନ୍ୟପଟେ ଅନ୍ୟ କିଛି ଲୋକ ଅସାବଧାନତା ଏବଂ ଅବହେଳା କାରଣରୁ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦାନ୍ତର ସ୍ବସ୍ଥତା ସମଗ୍ର ସ୍ବାସ୍ଥ୍ୟର ସ୍ବଚ୍ଛତା ଅଟେ ।

ପାଟିର ବା ମୁଖଗହ୍ବର ସ୍ୱାସ୍ଥ୍ୟର ଆବଶ୍ୟକତା ବିଷୟରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 20 ରେ "ବିଶ୍ୱ ମୁଖଗହ୍ବର ସ୍ୱାସ୍ଥ୍ୟ ଦିବସ" ବା ୱାର୍ଲ୍ଡ ଓରାଲ୍ ହେଲ୍‌ଥ ଡେ' ପାଳନ କରାଯାଏ । ତେବେ ପ୍ରତିବର୍ଷ ଏକ ଥିମକୁ ନେଇ ଓ୍ବାର୍ଲ୍ଡ ହେଲ୍‌ଥ ଡେ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ରହିଛି ଗୋଟିଏ ସୁସ୍ଥ ମୁଖଗହ୍ବର ଖୁସି ଶରୀର ଅଟେ ।

କଣ କହେ ରେକର୍ଡ: 2022 ମସିହାରେ ପ୍ରକାଶିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ(ଗ୍ଲୋବାଲ ହେଲ୍‌ଥ ଷ୍ଟାଟସ ରିପୋର୍ଟ) ଅନୁସାରେ, ବିଶ୍ବରେ ମୁଖଗହ୍ବର ରୋଗରେ ପ୍ରାୟ 3.5 ବିଲିୟନରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେବେ 1990ରୁ 2019 ମସିହାରେ ଆନୁମାନିକ ଭାବେ ଏହି ସଂଖ୍ୟା ଏକ ବିଲିୟନରୁ ଅଧିକ ବୃଦ୍ଧି ଘଟିଛି । ଏକ ରିପୋର୍ଟ ଅନୁସାରେ 2019 ମସିହାରେ ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ରରେ ପିରିୟଡେଣ୍ଡାଲ ଏବଂ ଏଡେଣ୍ଟୁଲିଜିମ୍ ଯୋଗୁଁ ପ୍ରାୟ 900 ମିଲିୟନ ମାମଲା ସାମ୍ନାକୁ ଆସିଥିଲା । ତେବେ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବରେ ଏହି ଅଞ୍ଚଳରେ ହିଁ ସର୍ବାଧିକ ମୁଖ କର୍କଟ ରୋଗୀଙ୍କ ସମେତ ମୃତ୍ୟୁହାର ରହିଛି ।

ଏହା ମଧ୍ୟ ପଢନ୍ତୁ: World Oral Health Day: କାହିଁକି ପାଟିରୁ ଆସେ ଦୁର୍ଗନ୍ଧ, ଜାଣନ୍ତୁ

ଚିକିତ୍ସକଙ୍କ ମତ: ବେଙ୍ଗାଲୁରୁର ଜଣେ ଦନ୍ତ ଚିକିତ୍ସକ ଡାକ୍ତର ଅପୂର୍ବି ଯୋଶୀ କହିଛନ୍ତି, ଦାନ୍ତର ସ୍ବଚ୍ଛତା ପ୍ରତି ଧ୍ୟାନ ନଦେବା ଦ୍ବାରା ଦନ୍ତ କ୍ଷୟ, ଦାନ୍ତରେ ଦାଗ, ହଳଦିଆ, ଦାନ୍ତ ଦୁର୍ବଳ ଏବଂ ଶୀଘ୍ର ଭାଙ୍ଗିଯିବା ଭଳି ସମସ୍ୟା ଦେଖାଯାଇଥାଏ । ତେବେ ଦନ୍ତକ୍ଷୟର ସମସ୍ୟା ଠିକ ଭାବେ ନକରିବା କାରଣରୁ ପାଟି କିମ୍ବା ଗଳାରେ ସଂକ୍ରମଣ, ଡିମେନ୍ସିଆ, ହୃଦ୍ ରୋଗ, ଏଣ୍ଡୋକାର୍ଡାଇଟିସ୍, ମଧୁମେହ, କିଡନୀ ରୋଗ ଭଳି ସମସ୍ୟା ଦେଖାଯାଇଥାଏ ।

ବିଶ୍ୱ ମୁଖଗହ୍ବର ସ୍ୱାସ୍ଥ୍ୟ ଦିବସର ଇତିହାସ ଏବଂ ମହତ୍ତ୍ବ: 2007 ମସିହାରେ ପ୍ରଥମ ଥର ପାଇଁ ବିଶ୍ୱ ଡେଣ୍ଟାଲ ଫେଡେରେଶନ(ଏଫଡିଆଇ) ଦ୍ବାରା ଆରମ୍ଭ ହୋଇଥିଲା । ଏଫଡିଆଇର ପ୍ରତିଷ୍ଠାତା ଡକ୍ଟର ଚାର୍ଲ୍ସ ଗୋଡନଙ୍କ ସ୍ମୃତିରେ ପାଳନ କରାଯାଇଥିଲା । ତେବେ ପ୍ରକତିବର୍ଷ ଏକ ନୂଆ ଥିମ୍ ସହିତ ଏହି ଦିବସ ଆୟୋଜିତ ହୋଇଥାଏ । ତେବେ ଆଜିର ଦିନରେ ବିଭିନ୍ନ ସଂଗଠନ ଏବଂ ଦନ୍ତ ଚିକିତ୍ସକ ବିଦ୍ୟାଳୟ, ଡାକ୍ତରଖାନା, ଚେକ୍‌ଅପ୍ କ୍ୟାମ୍ପ ଏବଂ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ଆୟୋଜିତ କରିଥାଆନ୍ତି । ସମସ୍ତ ବୟସର ଲୋକ ଯେଉଁଭଳି ଭାବେ ମୁଖଗହ୍ବର ବିଷୟରେ ସଠିକ ସୂଚନା ପାଇବେ ତାହାହିଁ ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.