ETV Bharat / health

ବିଶ୍ୱ ଟିକାକରଣ ସପ୍ତାହ, ସଠିକ ସମୟରେ ଟୀକା ନେଲେ ସୁସ୍ଥ ରହିବ ଶରୀର - World Immunization Week

World Immunization Week: ପ୍ରତ୍ୟେକ ମଣିଷ ଏବଂ ପ୍ରତ୍ୟେକ ବୟସ ବର୍ଗର ଲୋକଙ୍କ ଜୀବନ ମୂଲ୍ୟବାନ ଅଟେ । ସମସ୍ତଙ୍କୁ ସମସ୍ତ ରୋଗରୁ ରକ୍ଷା କରିବା ସମ୍ଭବ ନୁହେଁ । କିନ୍ତୁ ସେହି ରୋଗଗୁଡିକରୁ ସୁରକ୍ଷା ଯୋଗାଇ ଦିଆଯାଇପାରେ । ଏଥିପାଇଁ ଟୀକାକରଣର ଆବଶ୍ୟକତା ରହିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 24, 2024, 6:59 AM IST

World Immunization Week
World Immunization Week

ହାଇଦ୍ରାବାଦ: ସୁସ୍ଥ ରହିବା ପାଇଁ ଟୀକାକରଣ ଜରୁରୀ ଅଟେ । ଅନେକ ରୋଗ ଏବଂ ସଂକ୍ରମଣରୁ ରକ୍ଷା କରିଥାଏ ଟୀକା । ତେବେ ପ୍ରତିବର୍ଷ ଏପ୍ରିଲ ଶେଷ ସପ୍ତାହକୁ ବିଶ୍ବ ଟୀକାକରଣ ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରୀପ୍ରେକ୍ଷୀରେ ଆଜିଠାରୁ ଏପ୍ରିଲ 30 ଯାଏଁ ବିଶ୍ୱ ଟିକାକରଣ ସପ୍ତାହ ପାଳନ କରାଯିବ । ବିଭିନ୍ନ ବୟସର ଲୋକଙ୍କୁ ମାରାତ୍ମକ ରୋଗରୁ ରକ୍ଷା କରିବାରେ ଟୀକାକରଣର ମହତ୍ତ୍ବ ବିଷୟରେ ଅବଗତ କରାଇ ଲୋକଙ୍କୁ ଟିକା ନେବାକୁ ସାମୂହିକ ଭାବରେ ଉତ୍ସାହିତ କରିବା ଏହି ସପ୍ତାହ ପାଳନ କରିବାର ମୂଳ ଉଦ୍ଦେଶ୍ୟ ଅଟେ ।

ବିଶ୍ୱ ଟିକାକରଣ ସପ୍ତାହ
ବିଶ୍ୱ ଟିକାକରଣ ସପ୍ତାହ

1974 ରେ ଏକ୍ସପେଣ୍ଡେଡ ପ୍ରୋଗ୍ରାମ ଅଫ ଇମ୍ୟୁନାଇଜେସନ(EPI) ଆରମ୍ଭ ହୋଇଥିଲା । ଛୁଆଙ୍କୁ ଛୋଟ ବେଳୁ ରୋଗରୁ ରକ୍ଷା କରିବା ପାଇଁ ଧ୍ୟାନ ଦିଆଯାଇଥିଲା । ତେବେ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ନବଜାତ ଶିଶୁଙ୍କ ମଧ୍ୟରେ ଟୀକାକରଣର ଆବଶ୍ୟକତା ବିଷୟରେ ସଚେତନତା ବୃଦ୍ଧି ପାଉଛି । ଏଥିସହ ଭାରତ ସରକାର ମଧ୍ୟ ୟୁନିଭର୍ସାଲ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ତେବେ ଚଳିତ ବର୍ଷ ବିଶ୍ବ ଟୀକାକରଣ ସପ୍ତାହକୁ 50 ବର୍ଷ ପୁରା ହେବାକୁ ଯାଉଛି । ପ୍ରତିବର୍ଷ ଏକ ଥିମକୁ ଆଧାର କରି ବିଶ୍ବ ଟୀକାକରଣ ସପ୍ତାହ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ୍ ରହିଛି Humanly Possible । ଡାକ୍ତରଙ୍କ କହିବାନୁସାରେ ମଧ୍ୟ ସଠିକ୍ ସମୟରେ ଟୀକାକରଣ କରିବା ଦ୍ୱାରା କେବଳ ଶିଶୁମାନଙ୍କଠାରେ ନୁହଁ ବରଂ ବୟସ୍କଙ୍କ ମଧ୍ୟରେ ରୋଗ ଏବଂ ମୃତ୍ୟୁହାର କମିଥାଏ । ଏଥିସହ ସେମାନଙ୍କର ଜୀବନଶୈଳୀରେ ମଧ୍ୟ ଉନ୍ନତି ଆସିଥାଏ । ଯଦି ତଥ୍ୟ ଦେଖିବା ତାହେଲେ କୋଭିଡ ମହାମାରୀ ପରେ ବିଶ୍ବରେ ଟୀକାକର ପ୍ରଭାବିତ ହୋଇଛି । ଅନେକ ଛୋଟ ଛୁଆ ବାଦ ପଡିଥିବା ବେଳେ ଅନେକ ଲୋକଙ୍କ ଜୀବନ ବିପଦରେ ରହିଛି । ଫଳରେ ସାରା ବିଶ୍ବରେ ଡିପଥେରିଆ ଏବଂ ମିଳିମିଳା ସଂଖ୍ୟା ଅଧିକ ଦେଖାଯାଉଛି ।

ଏହା ମଧ୍ୟ ପଢନ୍ତୁ: World Immunization Week 2023: ଆଜିଠାରୁ ଏପ୍ରିଲ 30 ଯାଏଁ ବିଶ୍ୱ ଟିକାକରଣ ସପ୍ତାହ ପାଳନ

ଭାରତରେ ଟୀକାକରଣ ଅଭିଯାନ: 1978 ରେ ଭାରତରେ ବିସ୍ତାରିତ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହାପରେ 1985 ମସିହାରେ ଏହାର ନାମ ପରିବର୍ତ୍ତନ କରାଯାଇ ୟୁନିଭର୍ସାଲ୍ ଇମ୍ୟୁନାଇଜେସନ ପ୍ରୋଗ୍ରାମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମରୁ ସହର ଯାଏଁ ବିସ୍ତାରିତ କରାଯାଇଥିଲା । ଏହାପରେ ପୁଣିଥରେ 1992 ମସିହାରେ ଏହାର ନାମ ପରିବର୍ତ୍ତନ କରାଯାଇ ଚାଇଲ୍ଡ ସର୍ଭିକାଲ ଆଣ୍ଡ ସେଫ ମଦରହୁଡ ପ୍ରୋଗ୍ରାମ କରାଯାଇଥିଲା । ପରେ 1997 ମସିହାରେ ଏହି କାର୍ଯ୍ୟକ୍ରମକୁ ଜାତୀୟ ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନକୁ ଅଣାଯାଇଥିଲା ।

2005 ମସିହାରେ କେନ୍ଦ୍ର ସରକାରଙ୍କ ଅଧିନକୁ ଆସିଥିଲା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ । ଟୀକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ୟୁପିଆଇ ନାମରେ ମଧ୍ୟ ଜଣାଶୁଣା । ପ୍ରତିବର୍ଷ 2.67 କୋଟି ନବଜାତ ଶିଶୁ ଏବଂ 2.9 କୋଟି ଗର୍ଭବତୀ ମହିଳା UIP ର ଲାଭ ପାଉଛନ୍ତି । ଏହି କାର୍ଯ୍ୟକ୍ରମ ଅଧିନରେ 12ଟି ରୋଗ ପ୍ରତିରୋଧକ ଟୀକାକୁ ମାଗଣାରେ ଦିଆଯାଇଥାଏ । ଜାତୀୟ ସ୍ତରରେ ରୋଗକୁ ରୋକିବା ଏହାର ମୂଳ ଲକ୍ଷ୍ୟ ଅଟେ । ଡିଫଥେରିଆ, ଟିଟାନସ୍, ପେର୍ଟୁସିସ୍, ସ୍ୱାଇନ୍ ଫ୍ଲୁ ଏବଂ ମିଳିମିଳା ଭଳି ଅନ୍ୟାନ୍ୟ ସଂକ୍ରାମକ ରୋଗରୁ ବଞ୍ଚିତ କରିଥାଏ ଟିକା । ଭାରତ ସରକାର ମଧ୍ୟ ୟୁନିଭର୍ସାଲ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଟୀକାକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଇଣ୍ଟେନ୍ସିଭ୍ ମିଶନ୍ ଇନ୍ଦ୍ରଧନୁଷ । (IMI) 3.0 ସ୍କିମ୍ ଏବଂ ପ୍ଲସ୍ ପଲିସ୍ କାର୍ଯ୍ୟକ୍ରମ ସହ ଅନେକ ଅଭିଯାନ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.