ETV Bharat / health

ଉତ୍ତମ ସ୍ବାସ୍ଥ୍ୟର ସାଥୀ ନଡ଼ିଆ; ଭାରତ ନୁହେଁ, ଏହି ଦେଶରେ ହୁଏ ଅଧିକ ଉତ୍ପାଦନ - World Coconut Day - WORLD COCONUT DAY

World Coconut Day: ନଡିଆକୁ ଶ୍ରେଷ୍ଠ ଫଳ କୁହାଯାଏ । କାରଣ ଖାଦ୍ୟଠୁ ନେଇ ବ୍ୟୁଟି ପ୍ରଡକ୍ଟ ଯାଏଁ ସବୁଥିରେ ବ୍ୟବହୃତ ହୁଏ ନଡିଆ । ଏହା ରକ୍ତଚାପ ନିୟନ୍ତ୍ରଣ କରେ । ହାଡ ମଜଭୁତ କରେ । ଚେହେରାରେ ଚମକ ଆଣିବା ସହ ବିଭିନ୍ନ ରୋଗରୁ ମଧ୍ୟ ସୁରକ୍ଷା ଦିଏ । ଆଜି ବିଶ୍ବ ନଡ଼ିଆ ଦିବସ ଅବସରରେ ପଢନ୍ତୁ ନଡ଼ିଆର ସ୍ବାସ୍ଥ୍ୟ ଉପକାରିତା ବିଷୟରେ

World Coconut Day
World Coconut Day (ETV Bharat)
author img

By ETV Bharat Odisha Team

Published : Sep 2, 2024, 6:00 AM IST

ହାଇଦ୍ରାବାଦ: ବହୁ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୁର ନଡିଆ । ଖାଦ୍ୟ, ପାନୀୟଠାରୁ ନେଇ କସମେଟିକ୍ସ ପର୍ଯ୍ୟନ୍ତ ସବୁଥିରେ ନଡ଼ିଆର ବ୍ୟବହାର କରାଯାଏ । ନଡ଼ିଆ ବା ପଇଡ ପାଣି, ଏହାର ରସ, ତେଲ, କ୍ଷୀର ସବୁକିଛି ସ୍ବାସ୍ଥ୍ୟପଯୋଗୀ । ନଡ଼ିଆ ତେଲ ଏକ ପ୍ରାକୃତିକ ମଇଶ୍ଚରାଜର ଭଳି କାମ କରେ । ତ୍ବଚାରେ ଚମକ ଆଣିବା ସହ ସୁରକ୍ଷା ଦିଏ । ଏଥିରେ ଥିବା ପୋଷକତତ୍ତ୍ବ ରକ୍ତଚାପ ନିୟନ୍ତ୍ରଣ କରେ, ମେଦବହୁଳତା କମାଏ ଓ ହାଡକୁ ମଜଭୁତ କରେ । ନଡିଆ କ୍ଷୀର ବି ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ସେହିପରି ନଡିଆ କତାରୁ ଦଉଡି, ଡୋରମେଟ ଭଳି ବିଭିନ୍ନ ଘରକରଣା ତିଆରି ହୁଏ । ଏହିପରି ବ୍ୟାପକ ଓ ବିବିଧ ବ୍ୟବହାର ପାଇଁ ନଡ଼ିଆକୁ 'ଟ୍ରି ଅଫ୍ ଲାଇଫ' କୁହାଯାଏ ।

ନଡ଼ିଆର ଉପକାରିତା ଓ ଗୁରୁତ୍ବ ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 2 ତାରିଖ ଦିନ ବିଶ୍ବ ନଡ଼ିଆ ଦିବସ ପାଳନ କରାଯାଏ । ପ୍ରଥମେ 2009 ମସିହାରେ ଏହି ଦିବସ ଆରମ୍ଭ ହୋଇଥିଲା । ନଡିଆ ଅନେକ ଲୋକଙ୍କ ଜୀବନ ଜୀବିକା ସହ ଜଡ଼ିତ ।

ଉତ୍ତମ ସ୍ବାସ୍ଥ୍ୟର ସାଥୀ ନଡ଼ିଆ; ଭାରତ ନୁହେଁ, ଏହି ଦେଶରେ ହୁଏ ଅଧିକ ଉତ୍ପାଦନ
ଉତ୍ତମ ସ୍ବାସ୍ଥ୍ୟର ସାଥୀ ନଡ଼ିଆ; ଭାରତ ନୁହେଁ, ଏହି ଦେଶରେ ହୁଏ ଅଧିକ ଉତ୍ପାଦନ (Getty Image)

ନଡି଼ଆର ସ୍ବାସ୍ଥ୍ୟ ଉପକାରିତା:

ମୋଟାପଣ କମାଏ: ନଡି଼ଆ ତେଲ ମେଦବହୁଳତା କମ୍ କରିବାରେ ପ୍ରଭାବଶାଳୀ ବିଚାର କରାଯାଏ । ଏହା ପାଚନ କ୍ରିୟା ଉନ୍ନତ କରେ ।

ଚେହେରାରେ ଗ୍ଲୋ ଆଣେ: ନଡିଆରେ ଥିବା ପୋଷକତତ୍ତ୍ବ ଚେହେରାର ଚମକ ବଢାଏ । ନଡ଼ିଆ ତେଲରୁ ଅନେକ ପ୍ରକାର ବ୍ୟୁଟି ପ୍ରଡକ୍ଟ ବା କସେମେଟିକ୍ସ ତିଆରି ହୁଏ, ଯାହା ତ୍ବଚା ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ଆପଣ ନିଜ ସ୍କିନକେୟାରରେ ନଡିଆ ତେଲକୁ ସାମିଲ୍ କରି ଅନେକ ଫାଇଦା ଦେଖିପାରିବେ । ଏହା ଏକ ପ୍ରାକୃତିକ ମଇଶ୍ଚରାଇଜର ଭଳି କାମ କରେ । ଆଖି ତଳେ ଥିବା କଳା ଦାଗ, କୁଞ୍ଚନ, ରେଖା କମ୍ କରିବା ସହ ସ୍କିନ ଇନଫେକ୍ସନରୁ ସୁରକ୍ଷା ଦିଏ ।

ଲିପ୍ ବାମ: ନଡିଆ ତେଲ ସବୁଠୁ ଭଲ ଲିପ୍ ବାମ ଭାବେ କାମ କରେ । ଏହା ଓଠ ଫଟା ଭଲ କରେ । ଛୋଟ ଡବାରେ ନଡ଼ିଆ ତେଲ ରଖି ଏହାକୁ ଦିନରେ ଏକାଧିକ ଥର ନିଜ ଓଠର ଲଗାନ୍ତୁ, ଦେଖିବେ ଓଠ କେମିତି ନରମ ରହିବା ସହ ଫାଟିବା ମଧ୍ୟ ଭଲ ହୁଏ ।

ନଡି଼ଆ ତେଲ ମେକଅପ୍ ରିମୁଭର: ଚେହେରାରୁ ମେକଅପ୍ ହଟାଇବା ପାଇଁ ଏକ ଚାମଚ ନଡିଆ ତେଲ ନିଅନ୍ତୁ । ଏହାକୁ ସାମାନ୍ୟ ଉଷୁମ କରି ନିଜ ଚେହେରାରେ ମାଲିସ କରନ୍ତୁ । ଦେଖିବେ ସବୁ ମେକଅପ୍ ଭଲ ଭାବେ ଛାଡିଯିବ । ଏହାପରେ ଉଷୁମ ପାଣିରେ ନିଜର ଚେହେରା ଧୋଇ ଦିଅନ୍ତୁ । ଚେହେରାରୁ ମେକଅପ୍ ସଫା କରିବା ପାଇଁ ଏକ ଚାମଚ ନଡିଆ ତେଲ ବ୍ୟବହାର କରିପାରିବେ । ଏହା ସବୁଠୁ ଭଲ ମେକଅପ୍ ରିମୁଭର ଭାବେ କାମ କରେ ।

ଘନ କେଶ ପାଇଁ ନଡ଼ିଆ ତେଲ: ସୁସ୍ଥ ଓ ଘନ କେଶ ପାଇଁ ନଡିଆ ତେଲ ସବୁଠୁ ଭଲ ପ୍ରଡକ୍ଟ । ଏହା କେଶକୁ କଣ୍ଡିସନ କରିବା ସହ, ଦୋମୁହଁ କେଶ ଓ ରୂପ ସମସ୍ୟା ରୋକିଥାଏ । ଏଥିରେ ଥିବା ଭିଟାମିନ-କେ ଓ ଆଇରନ କେଶକୁ ସାଇନ ଓ ସିଲ୍କ କରେ ।

ହାଇଡ୍ରେଟ ରଖେ, ରକ୍ତଚାପ ନିୟମନ୍ତ୍ରଣ କରେ: ଶରୀରରେ ଜଳର ଅଭାବ ପୁରା କରିବାରେ ଉପଯୋଗୀ । ଶରୀରରୁ ସବୁବେଳେ ହାଇଡ୍ରେଟ ରଖିଥାଏ । ନଡ଼ିଆରେ ଥିବା ଭିଟାମିନ-ସି, ମ୍ୟାଗ୍ନେସିୟମ ଓ ପୋଟାସିୟମ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ହାଡ ମଜବୁତ କରେ: ନଡିଆ ତେଲ ଶରୀରର ହାଡ ମଜଭୁତ କରେ । ଏହା ହାଡକୁ ଅଧିକ ଫ୍ଲେକ୍ସିବୁଲ ବା ନମନୀୟ କରିଥାଏ ଓ ହାଡ ଚାରିପାଖରେ ଥିବା ଟିସୁ ଓ ମାଂସପେଶୀକୁ ସୁଦୃଢ କରିଥାଏ । କୋକାନଟ ମିଲ୍କ ବା ନଡ଼ିଆ କ୍ଷୀର ମଧ୍ୟ ଖୁବ୍ ସ୍ବାସ୍ଥ୍ୟପୋଯୋଗୀ ।

ଇମ୍ୟୁନିଟି ବଢାଏ: ନଡିଆରେ ଥିବା ପୋଷକତତ୍ତ୍ବ ଇମ୍ୟୁନିଟି ସିଷ୍ଟମ ବହୁତ ଭଲ । କାରଣ ଏହା ଆଣ୍ଟିଭାଇରାଲ, ଆଣ୍ଟି-ଫଙ୍ଗଲ, ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟି-ପାରାସିଟିକ ଅଟେ । ନିୟମିତ ନଡିଆ ତେଲ ଖାଇବା ଦ୍ବାରା ଶରୀରରେ ରୋଗ ସୃଷ୍ଟିକାରୀ ଉଭୟ ଭାଇରସ ଓ ବ୍ୟାକ୍ଟେରିଆକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ ।

ବିଶ୍ବର 80ଟି ଦେଶରେ ପ୍ରାୟ 150 ପ୍ରଜାତିର ନଡିଆ ଦେଖିବାକୁ ମିଳେ । ଇଣ୍ଡୋନେସିଆର ସର୍ବାଧିକ ନଡିଆ ଉତ୍ପାଦନ ହୁଏ । ଏଥିରେ ଭାରତର ସ୍ଥାନ ତୃତୀୟ । ତେବେ ଟପ୍ 5 ନଡ଼ିଆ ଉତ୍ପାଦନକାରୀ ଦେଶଗୁଡିକ ହେଲେ-

  • ଇଣ୍ଡୋନେସିଆ
  • ଫିଲିପାଇନ୍ସ
  • ଭାରତ
  • ଶ୍ରୀଲଙ୍କା
  • ବ୍ରାଜିଲ

ଭାରତର ଟପ୍ 5 ନଡ଼ିଆ ଉତ୍ପାଦନକାରୀ ରାଜ୍ୟ:

ବିଶ୍ବର ପ୍ରମୁଖ ନଡ଼ିଆ ଉତ୍ପାଦନକାରୀ ଦେଶ ମଧ୍ୟରେ ଭାରତ ଅନ୍ୟତମ । ଦେଶର ବିଭିନ୍ନ ରାଜ୍ୟରେ ବହୁଳ ପରିମାଣରେ ନଡ଼ିଆ ଉତ୍ପାଦନ ହୁଏ । ଏହା ଅନେକ ଚାଷୀଙ୍କ ଜୀବନଜୀବିକା ସହିତ ଜଡିତ ଥିବା ସହ ଦେଶର ଅର୍ଥନୀତିରେ ମଧ୍ୟ ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରେ । ଭାରତରେ ସବୁଠୁ ଅଧିକ କର୍ଣ୍ଣାଟକ ରାଜ୍ୟରେ ନଡିଆ ଉତ୍ପାଦନ ହେଉଥିବାବେଳେ ଦ୍ବିତୀୟରେ ତାମିଲନାଡୁ, ତୃତୀୟରେ କେରଳ, ଚତୁର୍ଥରେ ଆନ୍ଧ୍ରପ୍ରଦେଶ ଓ ପଞ୍ଚମରେ ପଶ୍ଚିମବଙ୍ଗ ରହିଛି ।

ଏହା ମଧ୍ୟ ପଢନ୍ତୁ: Sleep Tips: ବିଛଣାରେ ଶୋଇବା ମାତ୍ରେ ହୋଇଯିବ ନିଦ; ଖାଆନ୍ତୁ ଏହି ସବୁ ଖାଦ୍ୟ, ବଦଳାନ୍ତୁ ଅଭ୍ୟାସ - Foods For Better Sleep

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.