ETV Bharat / health

ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

Drink Water Immediately After Eating: ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ଉପରେ ଗୁରୁତର ପ୍ରଭାବ ପକାଇପାରେ । ତେବେ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଠିକ୍ କି ନୁହେଁ ଏବଂ ଏହା କ'ଣ ପ୍ରଭାବ ପକାଇଥାଏ ? ଜାଣନ୍ତୁ

author img

By ETV Bharat Odisha Team

Published : Feb 21, 2024, 1:53 PM IST

ଖାଦ୍ୟ ଗ୍ରହଣର ତୁରନ୍ତ ପରେ ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ହାଇଦ୍ରାବାଦ: ସ୍ୱାସ୍ଥ୍ୟ ପାଇଁ ଉଭୟ ଖାଦ୍ୟ ଏବଂ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ୩ରୁ ୪ ଲିଟର ପାଣି ପିଉଛନ୍ତି, ତେବେ ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ । ଏପରି ପରିସ୍ଥିତିରେ କିନ୍ତୁ ଆବଶ୍ୟକତା ଅନୁସାରେ ପାଣି ପିଇବାର ପ୍ରକୃତ ସମୟ ବିଷୟରେ ଜାଣିବା ଆବଶ୍ୟକ ବୋଲି କୁହାଯାଇଛି । କାରଣ ଭୁଲ ସମୟରେ ପାଣି ପିଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଅଧିକାଂଶ ଲୋକ ଖାଇବା ସମୟରେ କିମ୍ବା ଖାଇବା ପରେ ତୁରନ୍ତ ପାଣି ପିଇଥାନ୍ତି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଖାଇବାର ତୁରନ୍ତ ପରେ ପାଣି ନ ପିଇବାକୁ ପରାମର୍ଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡିଥାଏ । ଖାଇବାର ତୁରନ୍ତ ପରେ ପାଣି ପିଇବା ଦ୍ୱାରା ଏସିଡିଟି ଏବଂ ପେଟ ଫୁଲିବା ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ତେବେ ଖାଦ୍ୟ ଖାଇବାର କେତେ ସମୟ ପରେ ପାଣି ପିଇବା ଉଚିତ, ଜାଣନ୍ତୁ

ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ହୁଏ ଏହି ଅସୁବିଧା?

  • ମେଦବହୁଳତା ବଢିପାରେ
  • ହଜମ ପ୍ରକ୍ରିୟାରେ ସମସ୍ୟା ହୋଇପାରେ
  • ପେଟରେ ଗ୍ୟାସ ସମସ୍ୟା
  • ରକ୍ତରେ ଶର୍କରା ସ୍ତର ଶୀଘ୍ର ବୃଦ୍ଧି ହୋଇପାରେ

ଖାଦ୍ୟ ଖାଇବା ପରେ ଆପଣ କେତେବେଳେ ପାଣି ପିଇବା ଉଚିତ୍?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଖାଦ୍ୟ ଶରୀରକୁ ଯାଏ, ଏହାକୁ ହଜମ କରିବାକୁ ଅତି କମରେ ଦୁଇ ଘଣ୍ଟା ଲାଗେ । ଯଦି ଆପଣ ଏହି ସମୟ ମଧ୍ୟରେ ପାଣି ପିଅନ୍ତି, ତେବେ ଏହା ହଜମ ଉପରେ ପ୍ରଭାବ ପକାଇଥାଏ । ତେଣୁ ଖାଦ୍ୟ ଖାଇବା ପରେ ଅତି କମରେ ୪୫ରୁ ୬୦ମିନିଟ ପରେ ପାଣି ପିଇବା ଉଚିତ । ନଚେତ୍ ଆପଣ ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ ପାଣି ପିଇବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ଅଧିକ ପାଣି ପିଇଲେ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୁଏ କି ? ହାର୍ଟ ପାଇଁ ପାଣି କେତେ ଜରୁରୀ ଜାଣନ୍ତୁ

ଖାଇବା ପରେ ସଠିକ୍ ସମୟରେ ପାଣି ପିଇବାର ୫ଟି ଫାଇଦା:-

  • ଖାଦ୍ୟ ଖାଇବାର ପ୍ରାୟ ଏକ ଘଣ୍ଟା ପରେ ଯଦି ଆପଣ ପାଣି ପିଅନ୍ତି, ତେବେ ଆପଣଙ୍କର ଓଜନ ନିୟନ୍ତ୍ରଣରେ ରହିବ ଏବଂ ଆପଣ କଦାପି ମେଦବହୁଳତାର ଶିକାର ହେବେ ନାହିଁ
  • ଖାଇବା ପରେ ସଠିକ୍ ସମୟରେ ପାଣି ପିଇବା ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ହଜମ ପ୍ରକ୍ରିୟା ଅଧିକ ଶକ୍ତିଶାଳୀ ହୁଏ ।
  • ଯଦି ଆପଣ ଖାଇବା ପରେ ସଠିକ୍ ସମୟରେ ପାଣି ପିଅନ୍ତି, ତେବେ ପେଟରେ ଗ୍ୟାସ୍ ଏବଂ ଏସିଡିଟି ଭଳି କୌଣସି ଅସୁବିଧା ହେବ ନାହିଁ |
  • ଖାଇବା ପରେ ବିଳମ୍ବରେ ଜଳ ଶରୀରରେ ପହଞ୍ଚିବା ପରେ ଶରୀର ଖାଦ୍ୟର ପୋଷକ ତତ୍ତ୍ୱକୁ ଭଲ ଭାବରେ ଗ୍ରହଣ କରିପାରିବ ।
  • ଖାଇବାର ଏକ ଘଣ୍ଟା ପରେ ପାଣି ପିଇବା ଦ୍ୱାରା ନିଦ ଭଲ ହୋଇଥାଏ ଏବଂ ଅନେକ ସମସ୍ୟାର ସମାଧାନ ହୋଇପାରେ ।

(ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ । ଏକା ଏକ ରିପୋର୍ଟ ଆଧାରିତ ଖବର ଅଟେ । ଯଦି କୌଣସି ଆଶଙ୍କା ରହିଛି ତାହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.