ETV Bharat / health

ଓଭାରିଆନ କ୍ୟାନସରରେ ଆଖିବୁଜିଲେ ଇନଷ୍ଟା ଇନଫ୍ଲୁଏନସର ସୁରଭୀ ଜୈନ, ଜାଣନ୍ତୁ ଏହି ରୋଗର ଲକ୍ଷଣ - Ovarian Cancer - OVARIAN CANCER

Ovarian Cancer: ଜାଣନ୍ତୁ ଓଭାରିଆନ କ୍ୟାନସର କଣ ଓ ଏହାର ଲକ୍ଷଣ ବିଷୟରେ । ଭାରତୀୟ ମହିଳାମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ ଓ ସର୍ଭାଇକାଲ କ୍ୟାନସର ପରେ ଏହି କ୍ୟାନସର ଅଧିକ ହୋଇଥାଏ । ଅଧିକ ପଢନ୍ତୁ

Ovarian Cancer
Ovarian Cancer
author img

By ETV Bharat Odisha Team

Published : Apr 22, 2024, 9:37 AM IST

Ovarian Cancer
Ovarian Cancer

ହାଇଦ୍ରାବାଦ: ଫେମସ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ସୁରଭୀ ଜୈନଙ୍କ ପରଲୋକ ଘଟିଛି । ଓଭାରିଆନ କ୍ୟାନସର ରୋଗରେ ପୀଡିତ ହୋଇ ମାତ୍ର 30 ବର୍ଷ ବୟସରେ ଆଖି ବୁଜିଛନ୍ତି ସୁରଭି । ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଥିବା ପରିବାର ଲୋକେ ଜଣାଇଛନ୍ତି ।

ଦୀର୍ଘ ଦିନ ଧରି ସେ ଓଭାରିଆନ କ୍ୟାନସର ରୋଗରେ ପୀଡିତ ହୋଇ ରୋଗ ଲଢେଇ କରୁଥିଲେ । ଦୀର୍ଘ ଦିନ ହେଲା ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ସୁରଭୀ ଜୈନ ନିଜର ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟରେ ହସ୍ପିଟାଲରେ ଥିବା ବେଳର ନିଜର ଏକ ଫଟୋ ସେୟାର କରିଥିଲେ । ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ ଶେଷ ମେସେଜରେ ସେ ଲେଖିଛନ୍ତି, "ମୁଁ ଜାଣିଛି ଯେ, ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆପଣଙ୍କୁ ସବୁ କଥା ଅପଡେଟ କରିନାହିଁ । ପ୍ରତିଦିନ ଏତେ ସାରା ମେସେଜ ଦେଖି ମୋତେ କଷ୍ଟ ଲାଗୁଛି । କିନ୍ତୁ ବହୁତ କିଛି ଭଲ ଚାଲୁନାହିଁ । ଯେଇଥିପାଇଁ ସେୟାର କରିବା ପାଇଁ ମୋ ପାଖରେ ବହୁତ କିଛି ନାହିଁ । ଗତ 2 ମାସ ହେଲା ହସ୍ପିଟାଲରେ ମୋର ଅଧିକ ସମୟ ବିତୁଛି । ମାସେ ହେଲାଣି ମୁଁ ଖାଦ୍ୟ ଖାଇ ପାରୁନାହିଁ । ମୋ ନାକରେ ଏକ ନଳୀ ପୁରାଯାଇଛି । ମୁଁ ଆଇଭି ରେ ରହିଛି । ମୋର ଚିକିତ୍ସା ଚାଲିଛି । ଏହା ବହୁତ କଷ୍ଟସାଧ୍ୟ ଓ ମୁଁ ଚାହୁଁଛି ଏହା ଖୁବ ଶୀଘ୍ର ଶେଷ ହେଉ ।"

ଏହାମଧ୍ୟ ପଢନ୍ତୁ.. ଲକ୍ଷଣ ଓ ଚିକିତ୍ସାକୁ ଅଣଦେଖା କରୁଛନ୍ତି କି ? ଗୁରୁତର ହୋଇପାରେ ଯକୃତ ସମସ୍ୟା - World Liver Day 2024

ସୁରଭି ଥରେ ନୁହେଁ ଦୁଇ ଥର କ୍ୟାନସର ରୋଗରେ ପୀଡିତ ହୋଇଛନ୍ତି । ତେବେ ଗୁରୁବାର ଦିନ ତାଙ୍କ ମୃତ୍ୟୁ ହୋଇଥିବା ବେଳେ 19 ଏପ୍ରିଲ ତାରିଖରେ ଗାଜିଆବାଦଠାରେ ତାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି ।

ଜାଣନ୍ତୁ ଓଭାରିୟନ କ୍ୟାନସର କଣ: ଓଭାରିୟାନ କ୍ୟାନସର ସାଧାରଣତଃ ମହିଳାମାନଙ୍କ ଓଭାରୀରେ ହୋଇଥାଏ । ଏହି ରୋଗରେ ଓଭାରୀରେ ଟ୍ୟୁମର ହୋଇଥାଏ ଯାହା ସୁସ୍ଥ ଟ୍ୟିସୁକୁ ନଷ୍ଟ କରିଦେଇଥାଏ । ଭାରତୀୟ ମହିଳାମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନସର (ସ୍ତନ କର୍କଟ) ଓ ସର୍ଭାଇକାଲ କ୍ୟାନସର ପରେ ଏହି କ୍ୟାନସର ଅଧିକ ଦେଖାଯାଇଥାଏ ।

ଏହାର ଲକ୍ଷଣ ସହଜରେ ଜଣାପଡିନଥାଏ । ଯେଉଁଥିପାଇଁ ଏହି ରୋଗ ବିଷୟରେ ପ୍ରଥମରୁ ଜଣାପଡିବା ମୁସ୍କିଲ ଅଟେ । ଯେପର୍ଯ୍ୟନ୍ତ ଏହି ରୋଗ ବିଷୟରେ ଜଣାପଡେ ସେପର୍ଯ୍ୟନ୍ତ ଏହା ଓଭାରୀର ଆଗକୁ ବଢିଯାଇଥାଏ । ଯେଉଁଥିପାଇଁ ଅଧିକାଂଶ ସମୟରେ ଏହି ରୋଗରୁ ଉପଶମ ମିଳିବା କଷ୍ଟକର ହୋଇପଡେ ।

ଓଭାରିଆନ କ୍ୟାନସର(ଓଭାରୀ କର୍କଟ)ର ଲକ୍ଷଣ:

  • ପେଟ ଫୁଲିବା
  • ଓଜନ ହ୍ରାସ ଘଟିବା
  • ପିଠି ଯନ୍ତ୍ରଣା (ବ୍ୟାକ ପେନ୍)
  • ଥକ୍କା ପଣ
  • ବାରମ୍ବାର ପରିସ୍ରା ଯିବା
  • କୋଷ୍ଠକାଠିନ୍ୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.