ETV Bharat / health

ଚର୍ମକୁ ବିଗାଡ଼ିପାରେ ରାସାୟନିକ ରଙ୍ଗ, ଜାଣନ୍ତୁ କିପରି ରହିବେ ସତର୍କ

Holi Preparation: ଆସୁଛି ହୋଲି । ବଜାରରେ ମିଳୁଥିବା କେମିକାଲ ମିଶା ରଙ୍ଗ ଚର୍ମ ପ୍ରତି କ୍ଷତିକାରକ । ହୋଲି ଖେଳିବାବେଳେ କିପରି ସାବଧାନତା ଅବଲମ୍ବନ କରିବେ ଜାଣନ୍ତୁ

Holi Preparation
Holi Preparation
author img

By ETV Bharat Odisha Team

Published : Mar 16, 2024, 10:52 PM IST

ହାଇଦ୍ରାବାଦ: ଆସୁଛି ରଙ୍ଗର ପର୍ବ ହୋଲି । ଏଥିପାଇଁ ଘରେ ଘରେ ଆରମ୍ଭ ହେଲାଣି ପ୍ରସ୍ତୁତି । ଏହି ପର୍ବକୁ ଉପଭୋଗ କରିବାକୁ ଆବାଳ ବୃଦ୍ଧ ବନିତା ସମସ୍ତେ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି । ସବୁଠୁ ଅଧିକ ଖୁସି ଦେଖିବାକୁ ମିଳିଥାଏ ଛୋଟ ପିଲାଙ୍କ କ୍ଷେତ୍ରରେ । ରଙ୍ଗ ବଜାରରେ ପ୍ରବଳ ଭିଡ଼ ଜମେ । ରଙ୍ଗ କିଣି ପରସ୍ପର ଦେହରେ ରଙ୍ଗ ବୋଳି ସମସ୍ତେ ଏହି ପର୍ବର ମଜା ନେଇଥାନ୍ତି । କିନ୍ତୁ ବର୍ତ୍ତମାନ ବଜାରରେ ମିଳୁଥିବା କେମିକାଲ ମିଶା ରଙ୍ଗ ଚର୍ମ ପ୍ରତି କ୍ଷତିକାରକ । ସେହିପରି ଛୋଟ ପିଲାମାନଙ୍କ ଚର୍ମ କୋମଳ ହୋଇଥିବାରୁ ସେମାନଙ୍କ ଚର୍ମ ପ୍ରତି ଏହା ଅଧିକ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ।

ରଙ୍ଗ ଖେଳିବା ପୂର୍ବରୁ କ'ଣ କରିବେ?

ଚର୍ମରୋଗ ଜନିତ ସମସ୍ୟାରୁ ବଞ୍ଚିବା ପାଇଁ ହୋଲି ଖେଳିବା ପୂର୍ବରୁ ତ୍ବଚାରେ ସନ ସ୍କ୍ରିନ ଲଗାଇବା ଆବଶ୍ୟକ । କାରଣ ରଙ୍ଗ ଲାଗିବା ପରେ ଯେତେବେଳେ ବ୍ୟକ୍ତି ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସନ୍ତି ତେବେ ଆଲର୍ଜି, ଚର୍ମ ଶୁଖିଲା ପଡ଼ିଯିବା, କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦିଏ । କିଛି ଲୋକଙ୍କ କ୍ଷେତ୍ରରେ ସମ୍ପୃକ୍ତ ସ୍ଥାନ ଲାଲ ପଡ଼ିଯିବା ଭଳି ଲକ୍ଷଣମାନ ଦେଖାଯାଏ । ହେଲେ ସନସ୍କ୍ରିନ ଲୋସନ ଲଗାଇବା ଦ୍ବାରା ତ୍ବଚାରେ ରଙ୍ଗର ପ୍ରଭାବ କମ୍ ରହିଥାଏ ବୋଲି କହିଛନ୍ତି ଡାକ୍ତର । ସେହିପରି ସନସ୍କ୍ରିନ ପରିବର୍ତ୍ତେ ପ୍ରାକୃତିକ ଉପାୟରେ ଆପଣ ନଡିଆ ତେଲ କିମ୍ବା ସୋରିସ ତେଲର ଉପଯୋଗ ମଧ୍ୟ କରିପାରିବେ ।

ପରିସ୍କାର ପାଣିରେ ମୁହଁ ଧୁଅନ୍ତୁ:

ଯଦି ଆପଣଙ୍କ ମୁହଁରେ କେମିକାଲ ଯୁକ୍ତ ରଙ୍ଗ ଲଗାଯାଇଛି ତେବେ ପ୍ରଥମେ ପରିସ୍କାର ପାଣିରେ ମୁହଁ ଧୋଇନେବା ଆବଶ୍ୟକ । ଏହାପରେ ବି ଯଦି ତ୍ବଚାରେ ପୀଡ଼ା ଅନୁଭୂତ ହୁଏ ବା ଲାଲ ପଡ଼ିବା କିମ୍ବା କୁଣ୍ଡାଇ ହେବା ଭଳି ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଏହି ବ୍ୟକ୍ତି ହୋଲି ଖେଳିବା ଅନୁଚିତ:

ଯଦି କୌଣସି ବ୍ୟକ୍ତିବିଶେଷଙ୍କର ରଙ୍ଗ ପ୍ରତି ଆଲର୍ଜି ରହିଥାଏ ତେବେ ସେ ହୋଲି ଖେଳିବା ଉଚିତ ନୁହେଁ । କାରଣ କେମିକାଲ ମିଶା ରଙ୍ଗ ଯୋଗୁ ସ୍ଥିତି ଜଟିଳ ହୋଇପଡେ । ବିଗତ ବର୍ଷମାନଙ୍କରେ ଏଭଳି ଅନେକ ଘଟଣାର ନଜିର ରହିଛି ।

ଘରୋଇ ଉପଚାର:

ହୋଲି ଖେଳିବା ପରେ ଯଦି ଆପଣଙ୍କ ଚର୍ମରେ ଜଳିବା ଭଳି ଅନୁଭୂତ ହେଉଛି ତେବେ ହଳଦୀ ଓ ବେସନର ପେଷ୍ଟ ପ୍ରସ୍ତୁତ କରି ଘରୋଇ ଉପଚାର ଦ୍ବାରା ଉପଶମ ପାଇପାରିବେ । ହଳଦୀରେ ଥିବା ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ଚ୍ବଚାକୁ ଉପଶମ ପ୍ରଦାନ କରେ । ଆଉ ହୋଲି ଖେଳିବା ପରେ ଚର୍ମ ଅଧିକ ମାତ୍ରାରେ ଶୁଖିଲା ଅନୁଭୂତ ହେଉଥିଲେ ଆଲୋବେରାରେ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଲଗାନ୍ତୁ । ଏପରି କଲେ ବିଭିନ୍ନ ପ୍ରକାର ଚର୍ମ ସମସ୍ୟାରୁ ଉପଶମ ମିଳିବା ନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ଏହା ମଧ୍ୟ ପଢନ୍ତୁ...ରହିବନି ସର୍ଜରୀ ପରେ ଦାଗ, ଚର୍ମ କର୍କଟରୁ ମୁକ୍ତି ଦେବ ମୋସ୍

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.