ETV Bharat / health

ଚା' ଓ କଫି ମଧ୍ୟରୁ ଶରୀର ପାଇଁ କେଉଁଟା ଭଲ ? ଜାଣନ୍ତୁ କ'ଣ କୁହନ୍ତି ଏକ୍ସପର୍ଟ - which is less better Tea or Coffee

author img

By ETV Bharat Health Team

Published : Sep 5, 2024, 10:57 AM IST

Updated : Sep 5, 2024, 4:23 PM IST

Tea or Coffee ? Which is less better for health: ପ୍ରାୟ ପ୍ରତି ଭାରତୀୟଙ୍କ ଦିନଚର୍ଯ୍ୟା ଆରମ୍ଭ ହୁଏ କପେ ଚା' ଓ କଫିରୁ । ଅନେକ ଲୋକ ନିଜକୁ ଆକ୍ଟିଭ ରଖିବାକୁ ଓ ଥକ୍କାପଣ ଦୂର କରିବାକୁ ଦିନରେ ବାରମ୍ବାର ଏହାକୁ ପିଉଥିବାର ଦେଖାଯାଏ । ତେବେ ଚା' ଓ କଫି ମଧ୍ୟରୁ ଶରୀର ପାଇଁ କେଉଁଟା ଭଲ ? କାହାକୁ ପିଇବା ଉଚିତ୍ ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ଚା' ଓ କଫି ମଧ୍ୟରୁ ଶରୀର ପାଇଁ କେଉଁଟା ଭଲ ? ଜାଣନ୍ତୁ କ'ଣ କୁହନ୍ତି ଏକ୍ସପର୍ଟ
ଚା' ଓ କଫି ମଧ୍ୟରୁ ଶରୀର ପାଇଁ କେଉଁଟା ଭଲ ? ଜାଣନ୍ତୁ କ'ଣ କୁହନ୍ତି ଏକ୍ସପର୍ଟ (ETV Bharat)

ହାଇଦ୍ରାବାଦ: ସକାଳେ ଓ ସନ୍ଧ୍ୟାରେ ଚା' କିମ୍ବା କଫି ପିଇବା ପ୍ରାୟ ସମସ୍ତ ଭାରତୀୟଙ୍କ ଅଭ୍ୟାସ । ବିଶେଷକରି ଭାରତୀୟମାନେ ଚା' ଓ କଫି ସହିତ ନିଜ ଦିନଚର୍ଯ୍ୟା ଆରମ୍ଭ କରିବାକୁ ପସନ୍ଦ କରନ୍ତି । ଅନେକ ଲୋକ ସାରା ଦିନ ଆକ୍ଟିଭ ରହିବାକୁ ବାରମ୍ବାର ଚା' କଫି ପିଇଥାନ୍ତି । କିନ୍ତୁ କେବେ ଭାବିଛନ୍ତି କି ଚା' କିମ୍ବା କଫି ପିଇବା ଦ୍ବାରା ଶରୀରରେ କ'ଣ ପ୍ରଭାବ ପଡେ ? ଏହି ଦୁଇଟି ମଧ୍ୟରୁ କେଉଁଟା ଅଧିକ ଲାଭଦାୟକ ? ଚା' ଓ କଫିର ହାନି ଲାଭ ଜାଣିବାକୁ ସାରା ବିଶ୍ବରେ ଅନେକ ଅନୁସନ୍ଧାନ କରାଯାଇଛି । ଯାହାମଧ୍ୟରୁ କିଛି ଅଧ୍ୟୟନରେ ସନ୍ତୁଳିତ ମାତ୍ରାରେ ଚା' ସେବନକୁ ଲାଭଦାୟକ କୁହାଯାଇଥିବା ବେଳେ ଆଉ କିଛି ଅଧ୍ୟୟନରେ କଫିର ଫାଇଦା ଦର୍ଶାଯାଇଛି ।

ଜାଣନ୍ତି କି, ଉଭୟ ଚା' ଓ କଫିରେ କାଫିନ ରହିଥାଏ । ଏହା ଶରୀର ଓ ମସ୍ତିଷ୍କକୁ ଆକ୍ଟିଭ ରଖିବାରେ ସାହାଯ୍ୟ କରିଥାଏ । ହେଲେ ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିପାରେ । ଏହାବ୍ୟତୀତ ଏହି ଦୁଇ ପାନୀୟରେ ଆଉ କିଛି କ୍ଷତିକାରକ ତତ୍ତ୍ବ ରହିଥାଏ, ଯାହା ଆମ ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ । ନୂଆଦିଲ୍ଲୀର ଖାଦ୍ୟ ଓ ନ୍ୟୁଟ୍ରିସନ ବିଶେଷଜ୍ଞ ଦିବ୍ୟା ଶର୍ମା କହିଛନ୍ତି, ଉଭୟ ଚା' ଓ କଫିର ନିଜ ନିଜର ଫାଇଦା ଓ ହାନି ରହିଛି । ଗ୍ରୀନ ଟି ଓ ହର୍ବାଲ ଟି ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ଓ ଏଥିରେ କମ୍ ପରିମାଣର କାଫିନ ରହିଥାଏ । ସେହିପରି ଯଦି ଆପଣ ଆକ୍ଟିଭ ରହିବା ସହ ମେଟାବୋଲିଜିମ୍ ବୃଦ୍ଧି କରିବା ଚାହାନ୍ତି ତେବେ କଫି ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଉଭୟ ପାନୀୟରେ ଆଣ୍ଟିଅକ୍ସିଡାଣ୍ଟ ଓ ପଲିଫେନୋଲ ରହିଛି, ଯାହା କାର୍ଡିଓାସ୍କୁଲାର ହେଲ୍ଥ ପାଇଁ ଉପଯୋଗୀ ।

ଚା' ଓ କଫି ମଧ୍ୟରୁ ଶରୀର ପାଇଁ କେଉଁଟା ଭଲ ?
ଚା' ଓ କଫି ମଧ୍ୟରୁ ଶରୀର ପାଇଁ କେଉଁଟା ଭଲ ? (ETV Bharat)

ଚା'ର ଫାଇଦା:

ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର: ଚା'ରେ କାଟେଚିନ୍ସ ଓ ଫ୍ଲାଭୋନଏଡ୍ସ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ଶରୀରରେ ହାନିକାରକ ଫ୍ରି ରାଡିକଲ୍ସକୁ କମ୍ କରିବାରେ ସାହାଯ୍ୟ କରେ । ଏଥିରେ କ୍ୟାନ୍ସର ଓ ହୃଦରୋଗ ଆଶଙ୍କା କମିଥାଏ ।

କମ୍ କାଫିନ: ଚା'ରେ କଫି ତୁଳନାରେ କମ୍ କାଫିନ ରହିଥାଏ, ଯାହା ଶରୀରରେ ହାଲୁକା ପ୍ରଭାବ ପକାଏ । ନିଦକୁ ପ୍ରଭାବିତ କରିବା ବିନା ତାଜା ଅନୁଭୂତ କରାଏ ।

ଓଜନ ହ୍ରାସ କରେ: ଗ୍ରୀନ ଟି ଭଳି ଚା ମେଟାବୋଲିଜିମ ବୃଦ୍ଧିରେ ସହାୟକ ହୁଏ । ଯେଉଁଥିରେ ଓଜନ ହ୍ରାସ କରିବାରେ ସହାୟତା ମିଳେ ।

ମସ୍ତିଷ୍କକୁ ଆରାମ ଦିଏ: ଚା'ରେ ଏଲ-ଥିଆନିନ ନାମକ ଅମିନୋ ଏସିଡ୍ ରହିଛି, ଯାହା ମସ୍ତିଷ୍କକୁ ଶାନ୍ତ କରେ ଓ ଚାପରୁ ମୁକ୍ତ ଦିଏ ।

  • ଚା'ର ସ୍ବାସ୍ଥ୍ୟ ଅପକାରିତା

ଏସିଡିଟି ସମସ୍ୟା: ଅତ୍ୟଧିକ ଚା' ପିଇବା ଦ୍ବାରା ପେଟରେ ଏସିଡିଟି ଓ ଗ୍ୟାସ ଭଳି ସମସ୍ୟା ହୁଏ ।

ଦାନ୍ତରେ ଦାଗ: ଲଗାତାର ଚା' ପିଇବା ଦ୍ବାରା ଦାନ୍ତରେ ହଳଦିଆ ଦାଗ ହୋଇପାରେ ।

କଫିର ଫାଇଦା:

ଶକ୍ତି ବଢାଏ: କଫିରେ କାଫିନ ମାତ୍ରା ଅଧିକ ରହିଥାଏ । ଏହା ମସ୍ତିଷ୍କକୁ ଆକ୍ଟିଭ ରହିବା ଓ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏହା ଶରୀରରେ ଆଳସ୍ୟ ଦୂର କରି କାମରେ ଧ୍ୟାନ ଦେବାରେ ସାହାଯ୍ୟ କରେ ।

ଭଲ ମେଟାବୋଲିଜିମ୍: କଫି ମେଟାବୋଲିଜିମ୍ ତୀବ୍ର କରିବାରେ ସାହାଯ୍ୟ କରେ । ଯାହା ଓଜନ କମ୍ କରିବାରେ ସହାୟକ ହୁଏ ।

ଡାଇବେଟିସ୍ ଆଶଙ୍କା କମାଏ: ନିୟମିତ ରୂପେ ନିୟନ୍ତ୍ରିତ ମାତ୍ରାରେ କଫି ପିଇବା ଦ୍ବାରା ଟାଇପ-2 ଡାଇବେଟିସ ବିପଦ କମ୍ ହୋଇଥାଏ ।

ପାର୍କିନସନ୍ସ ରୋଗ: କିଛି ଅଧ୍ୟୟନରୁ ଜଣାପଡିଛି ଯେ, କଫି ପିଇବା ଦ୍ବାରା ପାର୍କିନସନ୍ସ ରୋଗ ଆଶଙ୍କା କମିଥାଏ ।

  • କଫିର ଅପକାରିତା

ନିଦ ସମସ୍ୟା: କଫିର ଅଧିକ କାଫିନ ରହିଥାଏ, ଏହା ଆମ ନିଦକୁ ପ୍ରଭାବିତ କରେ ଓ ନିଦ୍ରାହୀନତାର କାରଣ ହୋଇପାରେ ।

ଅଧିକ ସେବନ ଦ୍ବାରା ବଢେ ଚିନ୍ତା: ଅଧିକ କଫି ପିଇଲେ ହୃଦୟର ଗତି ବଢେ, ଏହା ଚିନ୍ତା ଓ ଆଶଙ୍କା କାରଣ ହୋଇପାରେ ।

ଏସିଡିଟି ସମସ୍ୟା: କଫିର ଅଧିକ ସେବନ ପେଟରେ ଏସିଡିଟି ଓ ହାର୍ଟବର୍ନ ସମସ୍ୟା ବଢାଇପାରେ ।

ସନ୍ତୁଳିତ ମାତ୍ରାରେ କରନ୍ତୁ ସେବନ:

ଡ. ଦିବ୍ୟା ଶର୍ମା କହିଛନ୍ତି, ଚା' ହେଉ କି କଫି, ଉଭୟର ଭିନ୍ନ ଭିନ୍ନ ଲାଭ ଓ କ୍ଷତି ରହିଛି । ଆପଣ କ'ଣ ପିଇବାକୁ ଚାହାନ୍ତି ନିଜ ପସନ୍ଦ ଅନୁସାରେ ଚୟନ କରିପାରିବେ । ହେଲେ ଚା' ଓ କଫିର ସେବନ ସନ୍ତୁଳିତ ମାତ୍ରାରେ କରିବା ଜରୁରୀ । ଯେକୌଣସି ଜିନିଷର ଅତ୍ୟଧିକ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ । ଯଦି ଦିନରେ ଦୁଇରୁ ଅଧିକ ଥର ଚା' କଫି ପିଇବାର ଅଭ୍ୟାସ ଲାଗିଯାଉଛି, ତାହା ଶରୀର ପାଇଁ ଅସ୍ବାସ୍ଥ୍ୟକର ହୋଇପାରେ । ଯେଉଁ ଲୋକ ଅଧିକ ମାତ୍ରାରେ ଚା' କଫି ପିଅନ୍ତି, ସେମାନେ ଲଗାତାର ଏସିଡିଟି, ମୁଣ୍ଡବିନ୍ଧା ଓ ଅନ୍ୟ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଅନୁଭବ କରୁଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

Disclaimer- ଏଠାରେ ପ୍ରଦତ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ଏହା ମଧ୍ୟ ପଢନ୍ତୁ: ପ୍ରତିଦିନ ଚା'ରେ ଲୁଣ ପକାଉଛନ୍ତି କି ? ଶରୀରରେ କେମିତି କରେ କାମ, ପଢନ୍ତୁ ନିଶ୍ଚୟ - Salt In Tea Benefits

ଏହା ମଧ୍ୟ ପଢନ୍ତୁ: ବୟସ ବଢିଲେ ବି କମିବନି ଦୃଷ୍ଟିଶକ୍ତି; ବାସ୍ ଏମିତି ନିଅନ୍ତୁ ଆଖିର ଯତ୍ନ - Eye Health Tips

Last Updated : Sep 5, 2024, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.