ଭୁବନେଶ୍ୱର: ଆଜିକାଲି ଡାଏଟ କରିବାକୁ ଅନେକ ବ୍ୟକ୍ତି ପସନ୍ଦ କରୁଛନ୍ତି । ହେଲେ ଲୋକ ପତଳା କିମ୍ୱା ନିଜ ମାଂସପେଶୀକୁ ଶକ୍ତ କରିବାକୁ ସୁସ୍ଥ ଏବଂ ପ୍ରାକୃତିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ପରିବର୍ତ୍ତେ ପ୍ରୋଟିନ ପାଉଡର ଖାଇବାକୁ ପସନ୍ଦ କରିଥାନ୍ତି ଅନେକ ଯୁବପିଢି । ଯୁବକ ଓ ଯୁବତୀମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରୋଟିନ ପାଉଡର ପଛରେ ଧାଇଁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଏହି ପାଉଡର ଆପଣଙ୍କର ସୁନ୍ଦର ସ୍ୱାସ୍ଥ୍ୟକୁ ବିଗାଡି ଦେଇପାରେ । ଜାଣନ୍ତୁ କାହିଁକି ଏବଂ ପ୍ରୋଟିନ ପାଉଡରର ପାର୍ଶ୍ୱ ପ୍ରତିକ୍ରିୟା କ'ଣ? ଏବଂ ଶରୀର ପାଇଁ କେତେ ଜରୁରୀ ପ୍ରୋଟିନ ପାଉଡର ଏନେଇ ସୂଚନା ଦେଉଛନ୍ତି ଡାଏଟିସିଆନ ଅନମୟୀ ନନ୍ଦ ।
ପ୍ରୋଟିନ ପାଉଡର କ'ଣ ?
ଡ଼ାଇଟିସିଆନ ଅନମୟୀ ନନ୍ଦଙ୍କ କହିବା ଅନୁସାରେ, ''ପ୍ରୋଟିନ ପାଉଡର ବଜାରରେ ଅନେକ ପ୍ରକାରର ପାଉଡର ମିଳୁଛି । ଜଣେ ଜାଣିବା ଆବଶ୍ୟକ ଯେ ତାକୁ କେଉଁ ପ୍ରକାରର ପ୍ରୋଟିନ ପାଉଡର ଦରକାର । ଜଣେ ବ୍ୟକ୍ତି ସ୍ୱାସ୍ଥ୍ୟ ଅବସ୍ଥା କିଭଳି ଅଛି । ପ୍ରୋଟିନ ଜାଣେ ବ୍ୟକ୍ତିର ଶରୀର ପାଇଁ ଖୁବ ଜରୁରୀ । ଯାହା ଶରୀରର ଅନେକ ସମୟରେ ଶକ୍ତ ଓ ମାଂସପେଶୀକୁ ମଜବୁତ କରି ରଖିଥାଏ । ଯାହା ଶରୀରରେ ରହିବା ସେଲକୁ ଠିକ ଭାବରେ କାମ କରାଇବା ପାଇଁ ଜରୁରୀ ହୋଇଥାଏ । ବଡି ସେଲ, ଟିସୁ ଓ ଅଙ୍ଗପ୍ରତ୍ୟେଙ୍ଗର ରେଗୁଲେସନ ପାଇଁ ପ୍ରୋଟିନ ଖୁବ ଆବଶ୍ୟକ । ଯାହା ପ୍ରୋଟିନ ନ୍ୟୁରୋ ଟ୍ରାନ୍ସମିଟର ଭଳି କାର୍ଯ୍ୟ କରିଥାଏ । ଏହା ସହ ଜଣେ ଡ଼ାଏଟିସିଆନର ପରାମର୍ଶ ନେବା ଆବଶ୍ୟକ ।

କେଉଁ କ୍ଷେତ୍ରରେ ଖାଇପାରିବେ ପ୍ରୋଟିନ ପାଉଡର ?
ଡ଼ାଏଟିସିଆନ ଅନମୟୀ ନନ୍ଦ କହିଛନ୍ତି, "ଜଣେ ମଣିଷ ଶରୀରରେ ପ୍ରୋଟିନର ଆବଶ୍ୟକତା ସର୍ବଦା ରହିଛି । ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ପ୍ରୋଟିନର ଆବଶ୍ୟକତା ରହିଛି । ତେବେ ଶରୀରକୁ ସୁସଂଗଠିତ, ମାଂସପେଶୀକୁ ମଜବୁତ କରିବାକୁ ହେଲେ ପ୍ରୋଟିନର ଆବଶ୍ୟକତା ରହିଛି । ତେବେ ପ୍ରୋଟିନ ପାଉଡର ସେହି ମାନଙ୍କୁ ଦିଆଯାଏ ଜଣେ ବ୍ୟକ୍ତି ସମସ୍ତ ପ୍ରକାରର ଖାଦ୍ୟ ଖାଇପାରୁନାହିଁ । ଯାହା ସପ୍ଲିମେଣ୍ଟେସନ କରିବାପାଇଁ ପ୍ରୋଟିନ ପାଉଡର ଦିଆଯାଇଥାଏ । ସବୁବେଳେ ପ୍ରୋଟିନ ପାଉଡର ଖାଇବା ପୂର୍ବରୁ ଡାକ୍ତର କିମ୍ବା ଡାଏଟିସିଆନର ପରାମର୍ଶ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।''

କାହା ପାଇଁ ପ୍ରୋଟିନ ପାଉଡର ଜରୁରୀ ?
ଡାଏଟିସିଆନ ଅନମୟୀ ନନ୍ଦ କହିଛନ୍ତି, "ଯଦି ଜଣେ ବ୍ୟକ୍ତିର ରକ୍ତ ପରୀକ୍ଷା ସହ ଅନ୍ୟାନ୍ୟ ପରୀକ୍ଷା କରାଯିବ ସେଥିରେ ସବୁକିଛି ଠିକ ଅଛି ତେବେ ସେହି ସମୟରେ ପ୍ରୋଟିନ ପାଉଡରର ସେବନ କରିବାର ସେହି ବ୍ୟକ୍ତିଙ୍କ ପକ୍ଷେ କୌଣସି ଆବଶ୍ୟକତା ନାହିଁ । ଯଦି ଜଣେ ବ୍ୟକ୍ତିର ରକ୍ତର ପାରାମିଟର ଅଧିକ ରହିଛି ବା ଶରୀରରେ କିଛି ସମସ୍ୟା ଅଛି ତେବେ ପ୍ରୋଟିନ ପାଉଡର ଆବଶ୍ୟକତା ରହିଛି । ଏହା ସହ ଭିଟାମିନର ମଧ୍ୟ ଆବଶ୍ୟକତା ରହିଛି । ଯାହା ରୋଗୀକୁ ଦେଖି ଦିଆଯାଇଥାଏ । ଜଣେ ବ୍ୟକ୍ତିର ଶରୀରକୁ ଯେଉଁଭଳି ପରିମାଣରେ ପ୍ରୋଟିନ ଦେବା ଆବଶ୍ୟକ ସେହି ଅନୁସାରେ ଦିଆଯାଇଥାଏ ।"
ଦୀର୍ଘ ଦିନ ଧରି ପ୍ରୋଟିନ ପାଉଡର ଖାଉଥିଲେ ରୁହନ୍ତୁ ସାବଧାନ
ଦୀର୍ଘ ଦିନ ଧରି ଯଦି ଜଣେ ବ୍ୟକ୍ତି ବିନା ଡ଼ାଏଟିସିଆନ ବା ଡାକ୍ତରଙ୍କ ପରାମର୍ଶରେ ପ୍ରୋଟିନ ପାଉଡର ଖାଉଛନ୍ତି ତେବେ ଏହା ଶରୀରର ଉପରେ ବହୁ ମାତ୍ରାରେ ପ୍ରଭାବ ପଡ଼ିଥାଏ । ଯଦି ଯେତିକି ପ୍ରୋଟିନ ସେବନ କରିବା ଆବଶ୍ୟକ ତାହାଠାରୁ ଆଧିନ ପ୍ରୋଟିନ ସେବନ କରୁଥିଲେ ବିଶେଷ ଭାବରେ କିଡନୀ ଉପରେ ପ୍ରଥମେ ପ୍ରଭାବ ପଡ଼ିବ । ଏହା ସହ କ୍ୟାନ୍ସର ଓ ଲିଭର, ହୃଦଘାତ ଭଳି ସମସ୍ୟା ହେବାର ମଧ୍ୟ ସମ୍ଭାବନା ଅଧିକ ରହିଛି । ଯେଉଁ ମାନେ ବ୍ୟାୟାମ କରୁଛନ୍ତି ସେମାନଙ୍କୁ ବିଭିନ୍ନ ପ୍ରୋଟିନ ପାଉଡର ଦିଆଯାଉଛି । ସେଗୁଡିକ ହଠାତ୍ ନ ସେବନ କରି ଡାକ୍ତର କିମ୍ବା ଡ଼ାଏଟିସିଆନର ପରାମର୍ଶରେ ନେବା ଆବଶ୍ୟକ ।"
ଯୁବପିଢିଙ୍କୁ ମେସେଜ

"ଇଣ୍ଟରନେଟ ମାଧ୍ୟମରେ ଅନେକ ଡାଏଟ ଚାଟ ଆସୁଛି । ତାହା ସଠିକ ଅଛି କି ନାହିଁ ଜାଣିବା କଷ୍ଟକର । ସାଙ୍ଗ ସାଥି କିମ୍ବା ଅନ୍ୟ କେଉଁ ମାନେ ଯଦି ପ୍ରୋଟିନ ପାଉଡର ଖାଇବାକୁ କୁହେ ତେବେ ପ୍ରୋଟିନ ପାଉଡର ଖାଇବା ପାଇଁ ଡ଼ାଏଟିସିଆନ କିମ୍ବା ଡାକ୍ତରଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଶରୀର ପାଇଁ ଯେତିକି ମାତ୍ରାରେ ଆବଶ୍ୟକ ପ୍ରୋଟିନ ଖାଇବା ଆବଶ୍ୟକ" ବୋଲି କହିଛନ୍ତି ଡ଼ାଏଟିସିଆନ ଅନମୟୀ ନନ୍ଦ ।
ବିନା ପ୍ରୋଟିନ ସୁସ୍ଥ ରହିବା ପାଇଁ କ'ଣ କରିବା ?

"ସଠିକ ଭାବରେ ଖାଦ୍ୟ ଖାଇବା ଆବଶ୍ୟକ । ଯଦି ସଠିକ ସମୟରେ ଖାଦ୍ୟ ଖାଉନାହାନ୍ତି ତେବେ ଠିକ୍ ସମୟରେ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଯାହା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେହିପରି ଭାବରେ ସଠିକ ସମୟରେ ଠିକ ସମୟ ପର୍ଯ୍ୟନ୍ତ ବିଶ୍ରାମ ନେବା ଆବଶ୍ୟକ । ଠିକ ସମୟରେ ଠିକ ସମୟ ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ । ସେହିଭଳି ଭାବରେ ଜୀବନ ଶୈଳୀରେ ପରିବର୍ତ୍ତନର ମଧ୍ୟ ଆବଶ୍ୟକତା ରହିଛି । ପ୍ରତ୍ୟେକ ଦିନ ବ୍ୟାୟାମ ସହ ଖାଉଥିବା ଖାଦ୍ୟ ସବୁବେଳେ ବାଲାନ୍ସ ଡାଏଟ ହେବା ଆବଶ୍ୟକ । ଏହା ସହ ଯେଉଁ ମାନେ ବ୍ୟାୟାମ କରୁଛନ୍ତି ସେମାନେ ଛେନା ଖାଇବା ଆବଶ୍ୟକ, ଅଣ୍ଡାର ଧଳା ଅଂଶ(କେଶରକୁ ବାଦ ଦେଇ) ଖାଇବା ଆବଶ୍ୟକ ଓ ଗଜା ମୁଗ ଭଳି ଅନେକ ପ୍ରୋଟିନ ଯୁକ୍ତ ଖାଇବା ଆବଶ୍ୟକ" ବୋଲି କହିଛନ୍ତି ଡ଼ାଏଟିସିଆନ ଅନମୟୀ ନନ୍ଦ।
ଏହା ମଧ୍ୟ ପଢନ୍ତୁ: ହାର୍ନିଆକୁ ସାବଧାନ ! ଏହାର ଲକ୍ଷଣ କ'ଣ ? କେମିତି କରିବେ ଚିକିତ୍ସା, ଶୁଣନ୍ତୁ ଡାକ୍ତରଙ୍କ ମୁହଁରୁ
ପ୍ରୋଟିନ ତିନି ପ୍ରକାର:-
୧. କମ୍ପ୍ଲିଟ ପ୍ରୋଟିନ: ମାଛ, ମାଂସ, ଡାଏରୀ ପ୍ରଡକ୍ଟ ଓ ଅଣ୍ଡାରୁ ମିଳିଥାଏ ।
୨. ଇନ କମ୍ପ୍ଲିଟ ପ୍ରୋଟିନ: ଚଣା ଜାତୀୟ ଖାଦ୍ୟ, ବିନ୍ସ, ମଟର ଇତ୍ୟାଦିରୁ ମିଳିଥାଏ l
୩. କମ୍ପ୍ଲିମେଣ୍ଟାରୀ ପ୍ରୋଟିନ: ଭାତ, ପିନଟ, ବଟର ଇତ୍ୟାଦିରୁ ଏହି ପ୍ରୋଟିନ ମିଳିଥାଏ ।
ଇଟିଭି ଭାରତ, ଭୁବନେଶ୍ବର