ହାଇଦ୍ରାବାଦ: କୁହାଯାଏ ବିବାହ ସ୍ବର୍ଗରେ ସ୍ଥିର ହୁଏ ଏବଂ ଧରିତ୍ରୀ ଉପରେ ସମ୍ପାଦନ ହୋଇଥାଏ । ଅଗ୍ନିକୁ ସାକ୍ଷୀ ରଖି ପତ୍ନୀଙ୍କୁ ସାତ ଜନ୍ମର ସାଥୀ କରେ ପତି । ସ୍ବାମୀ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ସୁଖ ସ୍ବାଚ୍ଛନ୍ଦ୍ୟରେ ଭରି ରହିବାକୁ ଆଶୀର୍ବାଦ କରିଥାନ୍ତି ଉପସ୍ଥିତ ଗୁରୁଜନଗଣ । ହେଲେ ଆଜିକାଲିର ବାହାଘର କଥା ନକହିଲେ ଭଲ । ବାହାଘର ପରେ ସ୍ବାମୀ ସ୍ତ୍ରୀ ଅଲଗା ହେବା ଗୋଟିଏ ସାଧାରଣ କଥା ହୋଇଗଲାଣି । ଯୁଗ ଯୁଗର ସମ୍ପର୍କ ବଦଳରେ ପରସ୍ପରର ଗୋହି ଖୋଳାଖୋଳି ହୋଇ କଥା ଛାଡପତ୍ରକୁ ଯାଉଛି । ପରେ କୋର୍ଟ କଚେରୀ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ଦମ୍ପତ୍ତି ।
ଲଭ୍ ମ୍ୟାପ ବନାନ୍ତୁ-
ଆପଣଙ୍କ ପାର୍ଟନରଙ୍କୁ ପ୍ରଥମେ ବୁଝନ୍ତୁ । ଆପଣଙ୍କ ସାତ ଜନ୍ମର ସାଥୀଙ୍କ ପସନ୍ଦ ନା ପସନ୍ଦଙ୍କୁ ଜାଣନ୍ତୁ । ତାଙ୍କୁ ସବୁବେଳେ ଗୁରୁତ୍ବ ଦେବା ସହିତ ସମ୍ନାନ କରନ୍ତୁ ଏବଂ ତାଙ୍କ କଥାର ମୂଲ୍ୟ ବୁଝନ୍ତୁ । ଉଭୟଙ୍କ ପାରସ୍ପାରିକ ବୁଝାମଣା, ଆଗକୁ ସମ୍ପର୍କ ସୁଦୃଢ କରିବାରେ ସହାୟକ ହେବ ।
ସ୍ବାମୀ-ସ୍ତ୍ରୀ ଦୁହେଁ ଭଲ ବନ୍ଧୁ ବନନ୍ତୁ
ଆପଣଙ୍କ ସାଥୀଙ୍କ ତୃଟି ସର୍ବଦା ବାଛନ୍ତୁ ନାହିଁ । ସାଥୀଙ୍କ ସକରାତ୍ମକ ଦିଗକୁ ଚିହ୍ନନ୍ତୁ ଏବଂ ତାଙ୍କୁ ଏଥିପାଇଁ ପ୍ରଶଂସା କରନ୍ତୁ । ଦୁହେଁ ଦୁହିଁଙ୍କ କାମକୁ ପ୍ରଶଂସା କରିବା ଦ୍ବାରା ବନ୍ଧୁତ୍ବ ଦୃଢ ହୋଇଥାଏ । ଫଳରେ ଦୁହିଁଙ୍କ ମଧ୍ୟରେ କଳହ ପ୍ରବେଶ କରିନଥାଏ ଏବଂ ସମ୍ପର୍କ ସୁଦୃଢ ହୋଇଥାଏ ।
ଉଭୟ ଉଭୟଙ୍କୁ ସମୟ ଦିଅନ୍ତୁ-
ଆପଣ ସବୁବେଳେ ଆପଣଙ୍କ ସାଥୀଙ୍କୁ କ୍ବାଲିଟି ଟାଇମ୍ ଦିଅନ୍ତୁ । ଯେତେ ବ୍ୟସ୍ତ ଥିଲେ ମଧ୍ୟ ସାଥୀଙ୍କ ପାଇଁ ସମୟ କାଢନ୍ତୁ । ଏହା ଉଭୟଙ୍କ ମଧ୍ୟରେ କନେକସନକୁ ବଢାଇଥାଏ । ଏହାସହିତ ଦୁହଁଙ୍କୁ ନିକଟତରତା ବଢିଥାଏ । ଏପରି କଲେ ସମ୍ପର୍କ ମଜବୁତ ହୋଇଥାଏ ।
ସମ୍ନାନ ଏବଂ ପ୍ରଶଂସା
ଉଭୟ ଉଭୟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାନ୍ତୁ ଏବଂ ଉଭୟଙ୍କ କାମକୁ ପ୍ରଶଂସା କରନ୍ତୁ । ଏହି ପାରସ୍ପାରିକ ପ୍ରଶଂସା ଉଭୟଙ୍କ ମଧ୍ୟରେ ଆତ୍ମସମ୍ମାନ ବୃଦ୍ଧି କରିବା ସହିତ ସକରାତ୍ମକ ପରିବେଶ ସୃଷ୍ଟି କରିଥାଏ ।
କୃତଜ୍ଞତା ଏବଂ କ୍ଷମା-
କେବେ ବି ଆପଣଙ୍କ ସାଥୀଙ୍କୁ ଧନ୍ୟବାଦ ଦେବା କି କ୍ଷମା ପ୍ରାର୍ଥନା କରିବାରେ ପଛାନ୍ତୁ ନାହିଁ । ଏହି ଛୋଟିଆ ଛୋଟିଆ ଅଭ୍ୟାସ ବଡ ସମସ୍ୟା ଉପୁଜିବାକୁ ଦିଅ ନାହିଁ । ଫଳରେ ଉଭୟଙ୍କ ମଧ୍ୟରେ ସମନ୍ବୟ ବଢିଥାଏ ।
ଅହଙ୍କାରକୁ ଆସିବାକୁ ଦିଅନ୍ତୁ ନାହିଁ-
ନିଜର କୌଣସି କାମ ପାଇଁ ଗର୍ବ କରନ୍ତୁ ନାହିଁ ସାଥୀଙ୍କ କୌଣସି ତୃଟି ପାଇଁ ରାଗନ୍ତୁ ନାହିଁ । ଏହା ହେଲେ ସମ୍ପର୍କରେ ଫାଟ ଆସିଥାଏ । ସବୁବେଳେ ଉଭୟ ଉଭୟଙ୍କ ମଧ୍ୟରେ ସମସ୍ତ ସୁବିଧା ଅସୁବିଧା ଠିକ୍ ଭୁଲ ନେଇ ଆଲୋଚନା ଏବଂ ବାର୍ତ୍ତାଳାପ କରନ୍ତୁ । ଫଳରେ କୌଣସି ସମସ୍ୟାକୁ କଥାବାର୍ତ୍ତାରେ ସମାଧାନ କରିଦେଲେ ଏହା ବଢି ନଥାଏ ।
ଦାୟିତ୍ବକୁ ସମାନ ଭାବେ ବାଣ୍ଟନ୍ତୁ-
ଘର କାମ ଏବଂ ପିତାମାତା’ ଦାୟିତ୍ବକୁ ଉଭୟ ଉଭୟଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟନ୍ତୁ । ଏହା ହେଲେ ଜଣେ ଚାପ ଗ୍ରସ୍ତ ହୋଇନଥାଏ । କିନ୍ତୁ ସଭବାଗିତା ବଢିଥାଏ । ଫଳରେ ସମ୍ପର୍କ ଯୁଗ ଯୁଗ ପାଇଁ ଚାଲିଥାଏ । ଏବଂ ଉଭୟ ଖୁସିରେ ଦିନ ଅତିବାହିତ କରିଥାନ୍ତି ।
ଏହା ମଧ୍ୟ ପଢନ୍ତୁ:ଅର୍ଥ ସମସ୍ୟା ଦୂର କରିବ ଚାଉଳ; ରାତାରାତି ବଦଳିଯିବ ଭାଗ୍ୟ, ଆପଣାନ୍ତୁ ଏହି ଉପାୟ