ETV Bharat / health

ଅଧିକ ଏନର୍ଜି ଡ୍ରିଙ୍କ୍ ପିଉଥିଲେ ସାବଧାନ! ହୋଇପାରେ ଏହି ସମସ୍ୟା

Energy Drink Side Effects: ଅଧିକ ଏନର୍ଜି ଡ୍ରିଙ୍କ୍ ପିଉଥିଲେ ସାବଧାନ ! ନିୟମିତ ପିଇବା ଦ୍ବାରା ହୋଇପାରେ ନିଦ୍ରାହୀନତା । ଅଧିକ ପଢନ୍ତୁ

Energy Drink
Energy Drink
author img

By ETV Bharat Odisha Team

Published : Jan 30, 2024, 5:17 PM IST

ହାଇଦ୍ରାବାଦ: ଅନେକ ଲୋକଙ୍କୁ ଏନର୍ଜି ଡ୍ରିଙ୍କ ପିଇବା ପସନ୍ଦ ହୋଇଥାଏ । କିଛି ବ୍ୟକ୍ତି ଏହାକୁ ପ୍ରତିଦିନ ପିଇ ଥାଆନ୍ତି । ଅନେକ ଲୋକ ଭାବନ୍ତି ଏହା ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳିବ । କିନ୍ତୁ ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଏହାକୁ ଭୁଲ ପ୍ରମାଣିତ କରିଛି । ଏନର୍ଜି ଡ୍ରିଙ୍ଗ ନିଦ୍ରାହୀନତାର କାରଣ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ଏନର୍ଜି ଡ୍ରିଙ୍କରେ ଅଧିକ ମାତ୍ରାରେ କେଫିନ ରହିଥାଏ, ତେଣୁ ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ ବୋଲି ସମସ୍ତେ ଭାବନ୍ତି, କିନ୍ତୁ ଏହାକୁ ଭୁଲ ବୋଲି ଦର୍ଶାଇଛନ୍ତି ବୈଜ୍ଞାନିକ । ଏହି ରିସର୍ଚ୍ଚ ଓପନ ଏକ୍ସେସ ଜର୍ନାଲରେ ପ୍ରକାଶିତ ହୋଇଛି ।

ଅନୁସନ୍ଧାନକାରୀମାନେ 18 ରୁ 35 ବର୍ଷ ବୟସର 53ହଜାର 266 ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଅନୁଧ୍ୟାନ କରିଥିଲେ । ସେମାନେ କେତେ ପରିମାଣର ଏନର୍ଜି ଡ୍ରିଙ୍କ ପିଉଥିଲେ ଏବଂ କେତେ ମାତ୍ରାରେ ନିଦ୍ରା ପ୍ରଭାବିତ ହୋଇଥିଲା ସେନେଇ ଏକ ତଥ୍ୟ ହାସଲ କରାଯାଇଥିଲା । ତେବେ ଅନୁସନ୍ଧାନର ଫଳାଫଳ ଆଶ୍ଚର୍ଯ୍ୟଜନକ ରହିଥିଲା । ଯେଉଁ ଛାତ୍ରଛାତ୍ରୀମାନେ ପ୍ରତିଦିନ ଏନର୍ଜି ଡ୍ରିଙ୍କ ପିଉଥିଲେ ସେମାନଙ୍କଠାରେ ଶୋଇବାରେ ଅନିୟମିତତା, କମ୍ ସମୟ ଶୋଇବା ଭଳି ସମସ୍ୟା ଦେଖାଯାଉଥିଲା । ଯେତେ ଅଧିକ ଏନର୍ଜି ଡ୍ରିଙ୍କ ପିଉଥିଲେ, ସେତେ ଅଧିକ ପରିମାଣରେ ନିଦ୍ରାହୀନତା ସମସ୍ୟା ଦେଖା ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଚା' କିମ୍ବା କଫି ପିଇବା ପୂର୍ବରୁ ପାଣି ପିଉଛନ୍ତି କି ? ଜାଣନ୍ତୁ ଶରୀର ଉପରେ ପ୍ରଭାବ

ଅନୁସନ୍ଧାନକାରୀମାନେ ବିଶ୍ବାସ କରନ୍ତି ଯେ, ଏନର୍ଜି ଡ୍ରିଙ୍କରେ ଥିବା କ୍ୟାଫେନ୍ ଏବଂ ଅନ୍ୟାନ୍ୟ ଉତ୍ତେଜକ ନିଦ୍ରାରେ ବାଧା ଦେଇଥାଏ । ଏହା ମସ୍ତିଷ୍କରେ ଏଡିନୋସିନର ପ୍ରଭାବକୁ ଅବରୋଧ କରିଥାଏ । ଯାହାର ପ୍ରଭାବ ନିଦ ଉପରେ ପଡିଥାଏ । ତେଣୁ ଯେଉଁମାନେ ଏନର୍ଜି ଡ୍ରିଙ୍କ ପିଉଛନ୍ତି ସାମାନଙ୍କୁ ନିଦ୍ରାରେ ସମସ୍ୟା ହୋଇଥାଏ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।

ଏହି ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଯେଉଁ ଛାତ୍ରଛାତ୍ରୀମାନେ ଏନର୍ଜି ଡ୍ରିଙ୍କ ପିଉଛନ୍ତି, ସେମାନଙ୍କୁ ନିଦ୍ରାହୀନତା ହେବାର ସମ୍ଭାବନା ଅଧିକ ରହିଥାଏ । ଅନିଦ୍ରା ଏକ ଗୁରୁତର ନିଦ୍ରା ବ୍ୟାଧି ଯାହା ଧ୍ୟାନ, ସ୍ମୃତି, ମନୋବଳ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବାର ସମ୍ଭାବନା ଅଧିକ ରହିଥାଏ । ଏହି ଅଧ୍ୟୟନର ଫଳାଫଳ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଚେତାବନୀ ବୋଲି କୁହାଯାଇପାରେ । ଏନର୍ଜି ଡ୍ରିଙ୍କ ପିଇବା ଦ୍ବାରା ଅସ୍ଥାୟୀ ଭାବେ ଶରୀରକୁ ଶକ୍ତି ଯୋଗଇ ଥାଏ। କିନ୍ତୁ ଦୀର୍ଘ ସମୟ ଧରି ପିଇବା ଦ୍ବାରା ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ ବୋଲି ରିସର୍ଚ୍ଚରେ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.