ETV Bharat / health

ପ୍ରତିଦିନ କରନ୍ତୁ ଏହି କାମ, ବଢାଇବ ଆୟୁଷ ! - How To Increase Lifespan

How To Increase Lifespan: ଆମର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦ୍ବାରା ଏହା ଆୟୁଷ ବୃଦ୍ଧି ହେବାରେ ସହାୟକ ହୋଇଥାଏ । ଏମିତି କିଛି ତଥ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି, ଯାହା କରିବା ପରେ ଏହା ଆପଣଙ୍କ ଜୀବନ ଅବଦ୍ଧି ବୃଦ୍ଧି କରିପାରେ । ଜାଣନ୍ତୁ

Sunlight Benefits
Sunlight Benefits (Getty Images)
author img

By ETV Bharat Odisha Team

Published : Jul 29, 2024, 10:43 PM IST

ହାଇଦ୍ରାବାଦ: ଶୀତ ଦିନେ ଖରାରେ ବସିବାକୁ ସମସ୍ତେ ଭଲପାଆନ୍ତି । ଏପରିକି ସକାଳର ସୂର୍ଯ୍ୟକିରଣରେ ଭିଟାମିନ-D ଥିବା କଥା ଆମେ ଜାଣିଛୁ । ହେଲେ ଏହି ସୂର୍ଯ୍ୟକିରଣ ସଂସ୍ପର୍ଶରେ ମାତ୍ର କିଛି ସମୟ ଆସିବା ଦ୍ବାରା ଆପଣଙ୍କ ଆୟୁ ବି ବଢିପାରେ ।

Sunlight Benefits
Sunlight Benefits (Getty Images)

ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁନଥିବା ବ୍ୟକ୍ତିଙ୍କ ଆୟୁଷ କମ୍:

ଏକ ଅଧ୍ୟୟନ ଅନୁସାରେ, ଯେଉଁ ବ୍ୟକ୍ତି ଧୂମ୍ରପାନ କରନ୍ତି ନାହିଁ କି ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସନ୍ତି ନାହିଁ, ସେମାନଙ୍କ ଆୟୁଷ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ସହ ସମାନ ହୋଇଥାଏ । ଏହି ରିପୋର୍ଟ ଅନୁସାରେ, ସୂର୍ଯ୍ୟଙ୍କ କିରଣରୁ ନିଜ ଉପରେ ପଡିବାକୁ ନଦେବା ଅର୍ଥ ଧୂମ୍ରପାନ କରିବା ସହ ସମାନ । ସୂର୍ଯ୍ୟକିରଣକୁ ଆସୁନଥିବା ବ୍ୟକ୍ତିଙ୍କ ଜୀବନ ଅବଧି ନିୟମିତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ଜୀବନ ଅବଧି ତୁଳନାରେ ପାଖାପାଖି ୬ ମାସରୁ ୨.୧ବର୍ଷ କମ୍ ରହିଥାଏ । ଏପରି ତଥ୍ୟ ଏକ ଅଧ୍ୟୟନରେ ଜଣାପଡ଼ିଛି ।

ସୂର୍ଯ୍ୟକିରଣରୁ କେଉଁ ସବୁ ଲାଭ ମିଳିଥାଏ:

ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଆପଣ ପ୍ରତିଦିନ କିଛି ସମୟ ସୂର୍ଯ୍ୟକିରଣରେ ରହୁଛନ୍ତି ତାହାଲେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଫଳପ୍ରଦ । ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ମଧୁମେହ ଓ ହୃଦରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଲାଭଦାୟକ । ସେହିପରି ସଂକ୍ରମିତ ରୋଗରୁ ମଧ୍ୟ ବ୍ୟକ୍ତିଙ୍କୁ ରକ୍ଷା କରିଥାଏ ସୂର୍ଯ୍ୟକିରଣ । ଯଦି କେଉଁ ରୋଗର ସଂକ୍ରମଣ ନେଇ ଭୟ ରହୁଛି, ତେବେ ପ୍ରତିଦିନ ସକାଳେ ୫ ମିନିଟ୍ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ବାରା ଏସବୁ ସଂକ୍ରାମକ ରୋଗ ହେବାର ସମ୍ଭାବନା କମ୍ ରହିଥାଏ ।

ଏହା ବି ପଢନ୍ତୁ...ଆପଣାନ୍ତୁ ଏହି ଘରୋଇ ଟିପ୍ସ, ଆଖି ପିଛୁଳାକେ ମିଳେଇ ଯିବ କିଡନୀ ଷ୍ଟୋନ! - Home Remedies For Kidney Stone

ଏହା ବି ପଢନ୍ତୁ...ଖାଆନ୍ତୁ ପାନ: ଗଳାରୁ ସଫା ହୋଇଯିବ କଫ, ଏସବୁ ରୋଗ ପାଇଁ ରାମବାଣ - Benefits of Betel leaf

ସୂର୍ଯ୍ୟକିରଣରୁ ମିଳେ ଭିଟାମିନ D:

ସୂର୍ଯ୍ୟକିରଣରେ ଭିଟାମିନ-D ଥିବା କଥା ସମସ୍ତେ ଜାଣନ୍ତି । ଏହା ମଣିଷକୁ ଦୀର୍ଘାୟୁ କରିବାରେ ସହାୟକ ହୋଇଥାଏ । ବିଶେଷ କରି ସକାଳର ସୂର୍ଯ୍ୟକିରଣ ସ୍ବାସ୍ଥ୍ୟ ପ୍ରତି ବେଶ ଲାଭବାନ ବୋଲି ବହୁ ଅଧ୍ୟୟନରୁ ଜଣାପଡ଼ିଛି । ତେଣୁ ପ୍ରତିଦିନ କିଛି ସମୟ ସୂର୍ଯ୍ୟକିରଣରେ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଏହ ବି ପଢନ୍ତୁ...ଠିକ୍ ସମୟରେ ଚିକିତ୍ସା ହେପାଟାଇଟିସକୁ ଦେଇପାରେ ମାତ୍, ଏହି ଲକ୍ଷଣ ଦେଖାଗଲେ କରନ୍ତୁନି ଅଣଦେଖା

(Disclaimer-ଏହି ତଥ୍ୟ କେବଳ ଆପଣଙ୍କ ସୂଚନା ପାଇଁ । କୌଣସି ରୋଗର ପ୍ରତିକାର ପାଇଁ ଆପଣ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.