ETV Bharat / health

ଆପଣଙ୍କ କିଚେନ ସିଙ୍କରେ ଜମୁଛି କି ପାଣି, ହେଉଛି କି ଦୁର୍ଗନ୍ଧ ? ଆପଣାନ୍ତୁ ଏହି ଟିପ୍ସ - KITCHEN CLEANING TIPS - KITCHEN CLEANING TIPS

Kitchen Sink Clog Prevention Tips: ଅନେକ ଥର, ବାସନକୁସନ ସଫା କରିବା ସମୟରେ ଖାଦ୍ୟ ଜମା ହୋଇଯାଏ । ଯେଉଁ କାରଣରୁ କିଚେନ ସିଙ୍କରେ ଦୁର୍ଗନ୍ଧ ହେବା ସହ ମଇଳା ଜମା ହୋଇଥାଏ । ଫଳରେ କିଚେନ ସିଙ୍କ ଖରାପ ହେବା ଦ୍ୱାରା ଡାଇରିଆ ଏବଂ ଫୁଡ ପଇଜନିଂ ଭଳି ରୋଗର ସମସ୍ୟା ବଢିଥାଏ । ତେବେ ଆପଣ କିଚେନ ସିଙ୍କ ସମସ୍ୟା ନେଇ ଚିନ୍ତିତ କି ? ତେବେ ଏହି ସରଳ ଟିପ୍ସ ଆପଣାଇ ଆପଣଙ୍କ କିଚେନ ସିଙ୍କ ଶୀଘ୍ର ସଫା କରନ୍ତୁ । ଜାଣନ୍ତୁ ତାହା କ'ଣ ?

କିଚେନ ସିଙ୍କରେ ପାଣି ଜମୁଥିଲେ କ'ଣ କରିବେ?
କିଚେନ ସିଙ୍କରେ ପାଣି ଜମୁଥିଲେ କ'ଣ କରିବେ? (ETV Bharat Odisha)
author img

By ETV Bharat Odisha Team

Published : Jul 24, 2024, 5:45 PM IST

ହାଇଦ୍ରାବାଦ: କିଚେନ ସିଙ୍କ ହେଉଛି ସେହି ସ୍ଥାନ ଯେଉଁଠାରେ ଅଧିକାଂଶ ଜୀବାଣୁ ମିଳିଥାଏ । ବାସନକୁସନ ସଫା କରିବାବେଳେ, ବେଳେବେଳେ କିଚେନ ସିଙ୍କ କିମ୍ବା ପାଇପରେ ଖାଦ୍ୟ ଅଟକିଯାଏ କିମ୍ବା ଜମା ହୋଇଯାଏ । ଯେଉଁଥିପାଇଁ, କିଛି ସମୟ ପରେ ଏହା ଦୁର୍ଗନ୍ଧ ହେବାରେ ଲାଗେ ଏବଂ ସିଙ୍କରେ ପାଣି ନିଷ୍କାସନ କରିବାରେ ଅସୁବିଧା ମଧ୍ୟ ହୋଇଥାଏ । କେବଳ ଏତିକି ନୁହେଁ କିଚନ ସିଙ୍କ ଖାଦ୍ୟ ବା ପାଣି ଜମା ଦ୍ୱାରା ଡାଇରିଆ ଏବଂ ଫୁଡ ପଇଜନିଂ ଭଳି ରୋଗର ସମସ୍ୟା ବଢିଥାଏ । ଏଥିସହ କିଚେନ ସିଙ୍କରେ ମଇଳା ସହ ଦାଗ ହୋଇଯାଏ । ଏପରି ସ୍ଥିତିରେ ଯଦି ଆପଣଙ୍କ କିଚେନ ସିଙ୍କ୍ ପାଇପ୍ ବନ୍ଦ ହୋଇଯାଇଛି କିମ୍ବା କିଚନ ସିଙ୍କ ସମସ୍ୟା ନେଇ ଚିନ୍ତିତ । ତେବେ କିଛି ଟିପ୍ସ ଆପଣାଇ ଆପଣଙ୍କ କିଚେନ ସିଙ୍କ ସଫା କରିପାରିବେ ।

ଲେମ୍ବୁ ଏବଂ ଇନୋ:

ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ମିଶ୍ରଣ ସିଙ୍କ ସଫା କରିବାରେ ଫଳପ୍ରଦ ହୋଇଥାଏ । ଏଥିପାଇଁ ଏକ ପାତ୍ରରେ କିଛି ଇନୋ ପାଉଡର ନେଇ ସେଥିରେ ଲେମ୍ବୁ ରସ ମିଶାନ୍ତୁ । ତା’ପରେ ମିଶ୍ରଣକୁ ସିଙ୍କରେ ଢାଳନ୍ତୁ ଏବଂ ସ୍କ୍ରବର୍ ସାହାଯ୍ୟରେ ସ୍କ୍ରବ୍ କରନ୍ତୁ । ଏହା କରିବା ଦ୍ୱାରା ସିଙ୍କରୁ ସମସ୍ତ ଧୂଳି ଏବଂ ତେଲିଆ ଦାଗ ବାହାରିବା ସହ ଏହାକୁ ନୂତନ ପରି ଚମକାଇଥାଏ । ଏଥିସହ ଖରାପ ଗନ୍ଧ ଦୂର କରିଥାଏ ।

କିଚେନ ସିଙ୍କରେ ପାଣି ଜମୁଥିଲେ କ'ଣ କରିବେ?
କିଚେନ ସିଙ୍କରେ ପାଣି ଜମୁଥିଲେ କ'ଣ କରିବେ? (Getty)

ଗରମ ପାଣି:

ବିଶେଷଜ୍ଞମାନେ କହିଛନ୍ତି ଯେ ସିଙ୍କ ପାଇପ୍‌ରେ ଲାଗିଥିବା ସମସ୍ତ ବର୍ଜ୍ୟବସ୍ତୁକୁ ଗରମ ପାଣିରେ ସହଜରେ ସଫା କରାଯାଇପାରିବ । ଏଥିପାଇଁ ଏକ ବଡ ପାତ୍ରରେ ପାଣି ଗରମ କରନ୍ତୁ । ତା’ପରେ ସାବଧାନତାର ସହ କିଛି ପାଣି ନେଇ ସିଙ୍କରେ ଢାଳନ୍ତୁ । ଏହାକୁ ତିନିରୁ ଚାରିଥର କରିବା ଦ୍ୱାରା ସିଙ୍କ ପାଇପରେ ଜମା ହୋଇଥିବା ସମସ୍ତ ବର୍ଜ୍ୟବସ୍ତୁ ବାହାରିଯିବ ଏବଂ ସିଙ୍କ ସଫା ରହିବ ।

ଲେମ୍ବୁ ଓ ଲୁଣ:

ଯେତେବେଳେ ଜଳ ନିଷ୍କାସନ ନ ହୋଇ ସିଙ୍କରେ ପାଣି ଜମିଯାଏ । ଏହା ଗନ୍ଧ ହେବାକୁ ଲାଗେ । ବିଶେଷଜ୍ଞମାନେ କହିଛନ୍ତି ଯେ ଲୁଣ ଏବଂ ଲେମ୍ବୁ ରସର ମିଶ୍ରଣ ଏପରି ସମୟରେ ବହୁତ ସାହାଯ୍ୟ କରିଥାଏ । ଏଥିପାଇଁ ସର୍ବପ୍ରଥମେ ଏକ ଛୋଟ ପାତ୍ରରେ କିଛି ଲୁଣ ପକାଇ ସେଥିରେ ଲେମ୍ବୁ ରସ ମିଶାନ୍ତୁ । ତା’ପରେ ଏହାକୁ ସିଙ୍କରେ ଢାଳନ୍ତୁ ଏବଂ ଏହାକୁ ରାତିସାରା ଛାଡ଼ି ଦିଅନ୍ତୁ । ଯଦି ଆବଶ୍ୟକ ହୁଏ, ତେବେ ଆପଣ ଏଥିରେ ଟିକେ ବେକିଂ ସୋଡା ମଧ୍ୟ ମିଶାଇ ପାରିବେ । ପରଦିନ ସକାଳେ, ଏହାକୁ ପାଣିରେ ସଫା କରନ୍ତୁ । ସିଙ୍କ ନୂଆ ପରି ଉଜ୍ଜ୍ୱଳ ହେବ ଏବଂ ଖରାପ ଦୁର୍ଗନ୍ଧ ଦୂର କରିବ ଏବଂ ଜୀବାଣୁ ମଧ୍ୟ ମରିଯିବ ।

ଏହା ମଧ୍ୟ ପଢନ୍ତୁ: ଅସରପା ଆତଙ୍କ ନେଇ ଚିନ୍ତିତ କି ? ରୋଷେଇ ଘରେ ଅଛି ମୁକ୍ତି ପାଇବାର ବାଟ, ଜାଣି ନିଅନ୍ତୁ ଗୃହିଣୀ

ବେକିଂ ସୋଡା, ଭିନେଗାର:

ସେହିପରି ବେକିଂ ସୋଡା, ଭିନେଗାର ପ୍ରୟୋଗ କରି ମଧ୍ୟ ଆପଣ ସିଙ୍କକୁ ସହଜରେ ସଫା କରିପାରିବେ । ସର୍ବପ୍ରଥମେ, ଏକ କପ୍ ପାଣିରେ ଅଧା କପ୍ ବେକିଂ ସୋଡା ଏବଂ ଅଧା କପ୍ ଭିନେଗାର ମିଶାନ୍ତୁ । ଏହା ପରେ ଏହାକୁ ସିଙ୍କରେ ଢାଳି ଦିଅନ୍ତୁ । ଏହା ପରେ ସିଙ୍କରେ ଗରମ ପାଣି ଢାଳନ୍ତୁ । ଏପରି କରିବା ଦ୍ୱାରା ସିଙ୍କ ପାଇପରେ ଜମା ହୋଇଥିବା ସମସ୍ତ ବର୍ଜ୍ୟବସ୍ତୁ ହଟିଯିବ । ସିଙ୍କ ଖରାପ ଦୁର୍ଗନ୍ଧ ଦୂର ହେବା ସହ ନୂଆ ପରି ଚମକିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.