ETV Bharat / health

କମ୍‌ ଶୋଉଥିଲେ ମାଡି ବସିବ ବଡ ରୋଗ, ଜାଣନ୍ତୁ କେଉଁ ବୟସରେ କେତେ ସମୟ ଶୋଇବା ଜରୁରୀ... - Sleep According to Age

author img

By ETV Bharat Odisha Team

Published : Jul 18, 2024, 2:29 PM IST

Sleep According to Age: ସ୍ବାସ୍ଥ୍ୟ ପାଇଁ ନିଦ୍ରା ନିହାତି ଜରୁରୀ । ଆପଣ ଜାଣନ୍ତିକି କେଉଁ ବୟସରେ କେତେ ସମୟ ଶୋଇବା ଆବଶ୍ୟକ ? ଜାଣିବା ପାଇଁ ପଢନ୍ତୁ ପୁରା ଖବର

Etv Bharat
Etv Bharat (Getty Images)

ହାଇଦ୍ରାବାଦ: ଶୋଇବା ସ୍ବାସ୍ଥ୍ୟ ପକ୍ଷେ ଜରୁରୀ । ସୁସ୍ଥ ଜୀବନ ପାଇଁ ନିଦ୍ରା ନିହାତି ଆବଶ୍ୟକ । ସମସ୍ତେ ଏ ବିଷୟରେ ଅବଗତ ଥିଲେ ମଧ୍ୟ ବ୍ୟସ୍ତବହୁଳ ଜୀବନରେ ଯେତିକି ସମୟ ଶୋଇବା ଜରୁରୀ ତାହା ମଧ୍ୟ ହୋଇପାରୁ ନାହିଁ । ଯାହା ଫଳରେ ମନୁଷ୍ୟ ନାନା ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଡାକ୍ତରଙ୍କ କହିବାନୁସାରେ, ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ 6ରୁ7 ଘଣ୍ଟା ଶୋଇବା ଉଚିତ୍, ଯାହା ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଯଦି ଦିନ ରାତି 24 ଘଣ୍ଟା ସୁଅନ୍ତି ତେବେ ମନୁଷ୍ୟ ଅଳସୁଆ ମଧ୍ୟ ହୋଇୟାଇଥାଏ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ମାନେ ଶୋଇବାର କିଛି ସମୟ ଅଛି । କେଉଁ ବୟସରେ କେତେ ସମୟ ଶୋଇବା ଜରୁରୀ ପଢନ୍ତୁ ...

Sleep According to Age
Sleep According to Age (Getty Images)

କେଉଁ ବୟସରେ କେତେ ଘଣ୍ଟା ଶୋଇବେ ?: ନ୍ୟାସନାଲ ସ୍ଲିପି ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, 65 ବର୍ଷରୁ ଅଧିକ ବୟସ୍କ ମାନେ ପ୍ରାୟ 7-8 ଘଣ୍ଟା ଶୋଇବା ଉଚିତ୍ । ସେମାନେ 5 ରୁ 6 ଘଣ୍ଟା ମଧ୍ୟ ଶୋଇପାରିବେ । ଦୁଇଟି ପର୍ଯ୍ୟାୟରେ ଅର୍ଥାତ ଦିନ ଓ ରାତି ସମୟ ଭାଗ ଭାଗ କରି ଶୋଇବା ସମ୍ପୂର୍ଣ୍ଣ କରିପାରିବେ । ଦିନରେ 2 ଘଣ୍ଟା ଓ ରାତିରେ 4ରୁ 5 ଘଣ୍ଟା ଶୋଇପାରିବେ । ସେହିପରି 18ରୁ 65 ବର୍ଷ ବୟସ୍କ ମାନେ ପ୍ରାୟ 7ରୁ 8 ଘଣ୍ଟା ଶୋଇବା ଜରୁରୀ ।

Sleep According to Age
Sleep According to Age (Getty Images)

ଏହା ମଧ୍ୟ ପଢନ୍ତୁ-ବିଶ୍ବ ନିଦ୍ରା ଦିବସ, ସୁସ୍ଥତା ପାଇଁ ଜରୁରୀ ନିଦ

ଛୋଟ ପିଲା ମାନେ କେତେ ସମୟ ଶୋଇବେ ? : ଏକ ତିନି ମାସର ଶିଶୁ 14ରୁ 17 ଘଣ୍ଟା ଶୋଇବା ଆବଶ୍ୟକ । 11ଘଣ୍ଟାରୁ କମ କିମ୍ବା 19 ଘଣ୍ଟାରୁ ଅଦିକ ଶୋଇବା ଅନାବଶ୍ୟକ । ସେହିପରି 4ରୁ 11 ମାସରକୁ ଶିଶୁ 12ରୁ 15 ଘଣ୍ଟା ଶୋଇବା ଜୁରୁରୀ । ଏକ ବର୍ଷରୁ 2 ବର୍ଷର ଶିଶୁ 11ରୁ 14 ଘଣ୍ଟା ଶୋଇବା ଆବଶ୍ୟକ । 3ରୁ 5 ବର୍ଷର ଶିଶୁ 10ରୁ 13 ଘଣ୍ଟା, 6ରୁ 13 ବର୍ଷର ପିଲା 9ରୁ 11 ଘଣ୍ଟା, 14ରୁ 17 ବର୍ଷର ପିଲା ମାନେ 8ରୁ 10 ଘଣ୍ଟା ଶୋଇବା ଜୁରୁରୀ ।

Sleep According to Age
Sleep According to AgeSleep According to Age (Getty Images)

ଯୁବାବସ୍ଥାରେ କେତେ ସମୟ ଶୋଇବେ ? : 18 ବର୍ଷରୁ 25 ବର୍ଷ ବୟସ୍କା ମାନେ 7ରୁ 9 ଘଣ୍ଟା ଶୋଇବା ଆବଶ୍ୟକ । 26ରୁ 64 ବୟସ୍କ 7ରୁ 9 ଘଣ୍ଟା ଶୋଇବା ଆବଶ୍ୟକ ।

Sleep According to Age
Sleep According to Age (Getty Images)

ପର୍ଯ୍ୟାପ୍ତ ନଶୋଇଲେ ରୋଗରେ ପଡିବେ : ଯଦି ଆପଣ ଆବଶ୍ୟକ ସମୟ ଅନୁଯାୟୀ ଶୋଉ ନାହାନ୍ତି ତେବେ ରୋଗରେ ପୀଡିତ ହୋଇପାରନ୍ତି । ଡାକ୍ତରଙ୍କ କହିବାନୁସାରେ, ଯଦି ଜଣେ ବ୍ୟକ୍ତି ଯଥେଷ୍ଟ ନସୁଏ ତେବେ ସେ ମଧୁମେହ ରୋଗରେ ପୀଡ଼ିତ ହୋଇପାରନ୍ତି । ଏହା ବ୍ୟତୀତ ମହିଳା ମାନେ ସ୍ତନ କର୍କଟ ଭଳି ଗୁରୁତର ରୋଗର ଶିକାର ହୋଇପନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.