ETV Bharat / health

କେଶ ଝଡିବାରୁ ଚିନ୍ତିତ କି ? ଏହି ଛୋଟ ଉପାୟ ଆଣିବ ପରିବର୍ତ୍ତନ - How To Stop Hairfall

How To Stop Hairfall: କେଶ ଝଡିବା ସମସ୍ୟା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିରୁ ମୁକ୍ତି ପାଇବାକୁ କେଉଁ ଉପାୟ ଅବଲମ୍ବନ ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ଜାଣନ୍ତୁ

author img

By ETV Bharat Odisha Team

Published : Jul 8, 2024, 10:57 PM IST

Stop Hairfall
Stop Hairfall (ETV Bharat)

ହାଇଦ୍ରାବାଦ: କମ୍ ବୟସରେ କେଶ ଝଡିବା ସମସ୍ୟା ଏବେ ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଉ କେଶ ଝଡିଯିବା ପରେ ସେହି ସ୍ଥାନରେ ପୁନର୍ବାର କିପରି ନୂଆ କେଶ ଆସିବ ସେଥିପାଇଁ ସମସ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ହେଲେ କ'ଣ ଆପଣ ଜାଣନ୍ତି କି କାହିଁକି କେଶ ଝଡିବା ଭଳି ସମସ୍ୟା ଦେଖାଯାଏ ? ଏହାର ସମାଧାନ କ'ଣ ? ଏନେଇ ଆୟୁର୍ବେଦ ଡାକ୍ତର ଅଙ୍କିତ ନାମବେଦ କ'ଣ ପରାମର୍ଶ ଦେଇଛନ୍ତି ଆସନ୍ତୁ ଜାଣିବା ।

ପୂର୍ବରୁ ବୟସ ବଢିଲେ ଲୋକେ କେଶ ଝଡିବା ସମସ୍ୟାକୁ ନେଇ ଚିନ୍ତାରେ ରହୁଥିଲେ । ହେଲେ ବର୍ତ୍ତମାନ ସମୟରେ କମ୍ ବୟସରୁ ଆରମ୍ଭ କରି ଯୁବବର୍ଗ ଓ ବୃଦ୍ଧ ବୃଦ୍ଧା ସମସ୍ତଙ୍କ କ୍ଷେତ୍ରରେ ଏହା ଏକ ପ୍ରମୁଖ ସମସ୍ୟା ପାଲଟିଛି । ଏପରି କିଛି ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଡ଼ ବଡ଼ ଟ୍ରିଟମେଣ୍ଟ କରାଉଛନ୍ତି । ଅନ୍ୟପଟେ ଆଉ କେତେକ ବ୍ୟକ୍ତିବିଶେଷ କିପରି ପୁନର୍ବାର ନୂତନ କେଶ ଆସିବ ସେହି ଚିନ୍ତାରେ ରହିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, କେତେକ ଛୋଟ ଛୋଟ ଉପାୟ ଅବଲମ୍ବନ କଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଆୟୁର୍ବେଦ ଡାକ୍ତର ଅଙ୍କିତ ନାମବେଦ କହିଛନ୍ତି," କେଶ ଝଡିବା ଏପରି ଏକ ସମସ୍ୟା ଯାହା ଏକ କ୍ଷେତ୍ର ପ୍ରସ୍ତୁତ କରିଥାଏ । ଧୀରେ ଧୀରେ ସବୁ କେଶ ଝଡିବାରେ ଲାଗିଥାଏ । ଏହାକୁ 'ଟ୍ରେକିୟୋଲୋଜି' କୁହାଯାଏ । ଏପରି ସମସ୍ୟା ଥିଲେ ପୂରା କେଶ ବିଷୟରେ ଅନୁଧ୍ୟାନ କରାଯିବା ପରେ ଚିକିତ୍ସା ଆରମ୍ଭ ହୁଏ । ସାଧାରଣତଃ କମ୍ ବୟସରେ କେଶ ଝଡିବାର ପ୍ରମୁଖ କାରଣ ହେଉଛି ହରମୋନ ଇମବାଲାନ୍ସ । ଆଉ ଏକ କାରଣ ହେଉଛି ମାଇକ୍ରୋନ୍ୟୁଟ୍ରିଏଣ୍ଟସର ଅଭାବ । ଏହାସହ କ୍ଷତିକାରକ କେମିକାଲ ଯୁକ୍ତ ସ୍ୟାମ୍ପୋ ବ୍ୟବହାର ଦ୍ବାରା ମଧ୍ୟ କେଶ ଝଡିବା ଭଳି ସମସ୍ୟା ଦେଖାଦିଏ ।"

ଡାକ୍ତର ଅଙ୍କିତ ନାମବେଦ ଆହୁରି କହିଛନ୍ତି, "କେଶର ଯତ୍ନ ନେବା ନିହାତି ଆବଶ୍ୟକ । କେଶକୁ କିପରି ଆବଶ୍ୟକୀୟ ପୋଷଣ ମିଳିପାରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ । କୌଣସି ସ୍ୟାମ୍ପୋ ବା ତେଲ ବ୍ୟବହାର କରିବା ଦ୍ବାରା ଏହି ସମସ୍ୟାର ସମାଧାନ ହେବ ନାହିଁ । ବରଂ ଏଥିପାଇଁ ଆମକୁ ଏକ ରୁଟିନ ସ୍ଥିର କରିବାକୁ ପଡିବ । ବାଲାନ୍ସ ଡାଏଟ କରିବା ଦ୍ବାରା ଶରୀରକୁ ଉଚିତ ପରିମାଣର ପୋଷକତତ୍ତ୍ବ ମିଳିଥାଏ । ଫଳରେ ଶରୀରରେ ଥିବା ଦୁର୍ବଳତା ହ୍ରାସ ପାଏ, ଏପରି ହେଲେ କେଶ ଝଡିବା ମଧ୍ୟ କମିଥାଏ । ସେହିପରି କେମିକାଲଯୁକ୍ତ ସ୍ୟାମ୍ପୋ ଓ ତେଲ ଯଥା ସମ୍ଭବ କମ୍ ପରିମାଣରେ ବ୍ୟବହାର କରିବା ପାଇଁ ଚେଷ୍ଟା କରିବା । କେଶକୁ ତେଲଯୁକ୍ତ ବା ମଇସଚରାଇଜ ରଖିବା ନିହାତି ଜରୁରୀ । ଏଥିପାଇଁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ତେଲ ବ୍ୟବହାର କରିବେ । ସମସ୍ୟାର ସମାଧାନ ନହେଲେ ବିଶେଷଜ୍ଞଙ୍କ ପରାମର୍ଶ ନିଆନ୍ତୁ ।"

(ଏହା ଡାକ୍ତରଙ୍କ ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.