ETV Bharat / health

ହିନା ଖାନଙ୍କୁ ଷ୍ଟେଜ-3 ବ୍ରେଷ୍ଟ କ୍ୟାନ୍ସର; କଣ ଏହି ରୋଗ ଓ କିପରି ବର୍ତ୍ତିବେ ? - Know About Breast Cancer

author img

By ETV Bharat Odisha Team

Published : Jun 29, 2024, 7:53 AM IST

Breast Cancer: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ରୋଗରେ ପୀଡ଼ିତ । ତେବେ କଣ ଏହି ରୋଗ ଓ କିପରି ଏଥିରୁ ବର୍ତ୍ତିବେ ଜାଣି ନିଅନ୍ତୁ ।

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ହିନା ଖାନ ମାରାତ୍ମକ ସ୍ତନ କର୍କଟ ରୋଗରେ ପୀଡ଼ିତ । ସେ ଷ୍ଟେଜ 3 ସ୍ତନ କର୍କଟ ରୋଗରେ ପୀଡିତ ଥିବା ନେଇ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ରଶଂସକଙ୍କୁ ହୃଦୟ ବିଦାରକ ସୂଚନା ଦେଇଛନ୍ତି । କର୍କଟ ରୋଗ ନାଁ ଶୁଣିଲେ ହିଁ ଲୋକଙ୍କ ମନରେ ଛନକା ପଶେ । କିନ୍ତୁ ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନିଲେ ଓ ଏଥିପ୍ରତି ସତର୍କ ରହିଲେ ଜଣେ ରୋଗୀ ଏଥିରୁ ସୁସ୍ଥ ହୋଇପାରିବେ । ତେବେ କାହିଁକି ହୋଇଥାଏ ସ୍ତନ କର୍କଟ, କଣ ଏହାର ଲକ୍ଷଣ, ଜଣକୁ ସ୍ତନ କର୍କଟ ହୋଇଛି ବୋଲି କିପରି ଜଣାପଡ଼େ ଓ ଏହି ମାରାତ୍ମକ ରୋଗରେ ପୀଡ଼ିତ ହେଲେ କଣ କରିବାକୁ ପଡ଼େ ସେ ସମ୍ପର୍କରେ ଜାଣି ରଖନ୍ତୁ ।

ସ୍ତନ କର୍କଟ କ'ଣ ?

ସ୍ତନ କର୍କଟ ହେଉଛି ଏକ ପ୍ରକାର କର୍କଟ ରୋଗ ଯାହା ସ୍ତନରେ କୋଷର ବୃଦ୍ଧିରୁ ଆରମ୍ଭ ହୁଏ । ଏହା ସର୍ବଭାରତୀୟ ସ୍ତରରେ ମହିଳାଙ୍କୁ ପ୍ରଭାବିତ କରୁଥିବା ସବୁଠାରୁ ସାଧାରଣ ରୋଗ, ଯଦିଓ ଏହା ପୁରୁଷମାନଙ୍କଠାରେ ମଧ୍ୟ ଦେଖାଦିଏ । ସ୍ତନ କର୍କଟ ସଚେତନତା, ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ସମୟରେ ସକରାତ୍ମକ ରହିବାର ଦ୍ବାରା ଏଥିରୁ ବର୍ତ୍ତିପାରିବେ ଜଣେ ମହିଳା ।

କେଉଁଠୁ ସ୍ତନ କର୍କଟ ରୋଗ ଆରମ୍ଭ ହୁଏ ?

ସ୍ତନ କର୍କଟ ସ୍ତନର ବିଭିନ୍ନ ଅଂଶରୁ ଆରମ୍ଭ ହୋଇପାରେ । ସ୍ତନ ହେଉଛି ଏକ ଅଙ୍ଗ ଯାହା ଛାତି ମାଂସପେଶୀ ଉପରେ ରହିଥାଏ । ମନୁଷ୍ୟ ଶରୀରରେ ବାମ ଏବଂ ଡାହାଣ ପାର୍ଶ୍ବରେ ସ୍ତନ ରହିଥାଏ । ପ୍ରତ୍ୟେକଟିରେ ମୁଖ୍ୟତଃ ଗ୍ରନ୍ଥି, ନଳୀ ଏବଂ ଫ୍ୟାଟି କୋଷ ରହିଥାଏ । ମହିଳାମାନଙ୍କଠାରେ ସ୍ତନ ନବଜାତ ଶିଶୁଙ୍କୁ ଖାଦ୍ୟ ଦେବା ପାଇଁ କ୍ଷୀର ତିଆରି ହୋଇଥାଏ । ପ୍ରତ୍ୟେକ ସ୍ତନର ଆକାର ସ୍ତନରେ ଫ୍ୟାଟି ଟିସୁର ପରିମାଣ ଉପରେ ନିର୍ଣ୍ଣୟ କରେ ।

ସ୍ତନ କର୍କଟର ପ୍ରକାରଭେଦ:- ସ୍ତନ କର୍କଟ ଅନେକ ପ୍ରକାରର ହୋଇଥାଏ । ସ୍ତନ ଭିତରେ କିଛି କୋଷ ଏହି ରୋଗ ଦ୍ବାରା ଆକ୍ରାନ୍ତ ହୋଇଥାଏ । ସବୁଠୁ ଅଧିକ ହେଉଥିବା ସ୍ତନ କର୍କଟ ହେଉଛି ଡକ୍ଟାଲ କାର୍ସିନୋମା ଇନସିଟୁ (DCIS) । ଏଥିରେ ଶିଶୁଙ୍କ ପାଇଁ କ୍ଷୀର ତିଆରି ହେଉଥିବା ଗ୍ରନ୍ଥି ଆକ୍ରାନ୍ତ ହୋଇଥାଏ । ପ୍ରତ୍ୟେକ ସ୍ତନରେ ରକ୍ତବାହୀ ଏବଂ ଲିମ୍ଫ ସେଲ୍‌ ରହିଥାଏ । ଆଞ୍ଜିଓସାରକୋମା ହେଉଛି ଏକ ସାଧାରଣ ସ୍ତନ କର୍କଟ ଯାହା ଏହି ଭେସେଲରୁ ଆରମ୍ଭ ହୋଇପାରେ ।

ସ୍ତନ କର୍କଟର ଲକ୍ଷଣଗୁଡ଼ିକ କଣ ?

  • କାଖ ତଳେ ବା ସ୍ତନରେ ଛୋଟ ବଲ୍‌ ବା ବଥ ପରି ଉଠିବା
  • ସ୍ତନର କିଛି ଅଂଶ ଫୁଲିବା ବା ହାତକୁ ମୋଟା ଲାଗିବା
  • ସ୍ତନର ଉପରି ଭାଗ କୁଣ୍ଡାଇ ହେବା
  • ସ୍ତନ ବା ନିପଲରେ ନାଲି ଦାଗ ପଡ଼ିବା
  • ନିପଲ୍‌ ଦରଜ ହେବା
  • ବ୍ରେଷ୍ଟ ମିଲ୍କ ବ୍ୟତୀତ ଧଳା ରଙ୍ଗର ପାଣି ଓ ରକ୍ତ ବାହାରିବା
  • ସ୍ତନର ଆକାରରେ ପରିବର୍ତ୍ତନ ହେବା
  • ସ୍ତନର ଯେକୌଣସି ଭାଗରେ ପୀଡ଼ା ହେବା

ସ୍ତନ କର୍କଟର ଚିକିତ୍ସା:- ଏହି ରୋଗର ଚିକିତ୍ସା ଏହାର ପର୍ଯ୍ୟାୟ ଉପରେ ନିର୍ଭର କରେ । ଡାକ୍ତର କର୍କଟର ଷ୍ଟେଜ ଅନୁଯାୟୀ ଚିକିତ୍ସା ଆରମ୍ଭ କରିଥାନ୍ତି । ଅଧିକାଂଶ ମହିଳା ଷ୍ଟେଜ 1, 2 ଓ 3ରେ ଅସ୍ତ୍ରୋପଚାର ଦ୍ବାରା ଆରୋଗ୍ୟ ହୋଇଥାନ୍ତି । ଏହାବାଦ ରେଡିଏସନ ଥେରାପିର ମଧ୍ୟ ବ୍ୟବହାର ହୋଇଥାଏ । କିଛି ମହିଳାଙ୍କୁ ଔଷଧ ଦ୍ବାରା ଚିକିତ୍ସା କରିଥାନ୍ତି ଡାକ୍ତର ।

  1. ଷ୍ଟେଜ-1:- ସ୍ତନ କର୍କଟର ପ୍ରଥମ ପର୍ଯ୍ୟାୟରେ ସର୍ଜରୀ ଏକ ମୁଖ୍ୟ ଚିକିତ୍ସା । ଯେଉଁ କୋଷଟି ଆକ୍ରାନ୍ତ ହୋଇଛି, ତାର ପାଖ କୋଷଗୁଡ଼ିକ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଏ ।
  2. ଷ୍ଟେଜ-2:- ଦ୍ବିତୀୟ ପର୍ଯ୍ୟାୟ ସ୍ତନ କର୍କଟ ପ୍ରଥମ ପର୍ଯ୍ୟାୟ କର୍କଟଠାରୁ ବଡ଼ କିମ୍ବା କିଛି ନିକଟସ୍ଥ ଗ୍ରନ୍ଥିରେ ବିସ୍ତାର ହୋଇଥାଏ । ଦ୍ବିତୀୟ ପର୍ଯ୍ୟାୟ କର୍କଟଗୁଡିକ ସ୍ତନ ସଂରକ୍ଷଣ ଅସ୍ତ୍ରୋପଚାର କିମ୍ବା ମାଷ୍ଟେକ୍ଟୋମି ସହିତ ଚିକିତ୍ସା କରାଯାଏ ।
  3. ଷ୍ଟେଜ-3:- ସ୍ତନ କର୍କଟରେ ଏକ କୋଷ ଅସାଧାରଣ ଭାବେ ନିରନ୍ତର ଭାବେ ବୃଦ୍ଧି ପାଏ । ଷ୍ଟେଜ 3 ଡାଏଗ୍ନୋସିସରେ ଟ୍ୟୁମରଟି 5 ସେଣ୍ଟିମିଟରରୁ ବଡ଼ ହୋଇଥାଏ, ଯାହାକି ଏକ ଛୋଟ ଲେମ୍ବୁ ଭଳି । ଏହି ସମୟରେ ସ୍ତନ ରଙ୍ଗରେ ପରିବର୍ତ୍ତନ, ଛାତିରେ ଯନ୍ତ୍ରଣା ଓ ନିପଲ୍‌ରୁ କିଛି ତରଳ ପଦାର୍ଥ ବାହାରିବା ଭଳି ଲକ୍ଷଣ ଦେଖିବାକୁ ମିଳେ । ଷ୍ଟେଜ-3 ସ୍ତନ କର୍କଟକୁ ମଧ୍ୟ ତିନି ଭାଗ (3A, 3B ଓ 3C)ରେ ବିଭକ୍ତ କରାଯାଇଛି ।

କାହିଁକି ହୁଏ ସ୍ତନ କର୍କଟ ?

  • ଶରୀରର ଓଜନ ବୃଦ୍ଧି
  • ନିଶାଦ୍ରବ୍ୟ ପାନ କରିବା
  • ଶାରୀରିକ ଭାବେ ଆକ୍ଟିଭ ନ ରହିବା
  • ସନ୍ତାନ ଜନ୍ମ ନ କରିବା କିମ୍ବା 30ବର୍ଷ ପରେ ପ୍ରଥମ ସନ୍ତାନକୁ ଜନ୍ମ ଦେବା
  • ବ୍ରେଷ୍ଟଫିଡିଂଠାରୁ ଦୂରେଇ ରହୁଥିବା ମହିଳା
  • ପୁଷ୍ଟିକର ଖାଦ୍ୟ ନ ଖାଇବା
  • ଶରୀରରେ ଭିଟାମିନ Dର ପରିମାଣ କମ ରହିବା

ସ୍ତନ କର୍କଟରୁ କିପରି ବର୍ତ୍ତିବେ ?

ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରିବା ସ୍ତନ କର୍କଟକୁ ରୋକିବାର ସର୍ବୋତ୍ତମ ଉପାୟ । ଲୋକେ ଅଧିକରୁ ଅଧିକ ସଚେତନ ହେଲେ ଏହି ରୋଗକୁ ଉଚିତ ସମୟରେ ଚିହ୍ନଟ କରିବା ସହିତ ଡାକ୍ତରଙ୍କ ପରାମର୍ଶ ନେବା । ସ୍ତନ କର୍କଟ ସହିତ ଅଧିକାଂଶ କର୍କଟ ଆମ ଜୀବନଶୈଳୀରେ ପରିବର୍ତ୍ତନ, ସୁସ୍ଥ ଅଭ୍ୟାସ ଗ୍ରହଣ କରିବା ସହ ପୁରା ଶରୀରର ପ୍ରତିରୋଧକ ଶକ୍ତି ଯାଞ୍ଚ କରିବା ଦ୍ବାରା ରୋକାଯାଇପାରିବ । ଏହି ସାମାନ୍ୟ ପରିବର୍ତ୍ତନଗୁଡିକ ଏହି ମାରାତ୍ମକ ରୋଗରୁ ରକ୍ଷା ଦେବ । ଏହାବାଦ ସଚେତନତା ଦ୍ବାରା ରୋଗର ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିବା ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ । ସମୟେ ସମୟେ କ୍ୟାନ୍ସର ସ୍କ୍ରିନିଂ ଟେଷ୍ଟ କରିନେବା ଉଚିତ ।

ଏହା ବି ପଢନ୍ତୁୃ- ବଲିଉଡ୍ ଷ୍ଟାର୍ ହିନା ଖାନଙ୍କୁ ବ୍ରେଷ୍ଟ କ୍ୟାନ୍ସର, ଆରୋଗ୍ୟ କାମନା କଲେ ସେଲିବ୍ରିଟି-ଫ୍ୟାନ୍ସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.