ETV Bharat / health

ଏସବୁ ଖାଦ୍ୟ ଖାଉଛନ୍ତି କି ? ବଢାଏ ମୃତ୍ୟୁ ଆଶଙ୍କା, ହୁଏ ମାରାତ୍ମକ ରୋଗ ! - Unhealthy food to avoid

author img

By ETV Bharat Odisha Team

Published : Sep 10, 2024, 3:18 PM IST

Updated : Sep 10, 2024, 3:23 PM IST

Food that increases your risk of death: କିଛି ଖାଦ୍ୟ ଅଛି ଯାହା ଆପଣଙ୍କ ମୃତ୍ୟୁ ଆଶଙ୍କା ବୃଦ୍ଧି କରେ । ସେସବୁ ଖାଦ୍ୟ ଖାଇଲେ ହୃଦରୋଗ, ଷ୍ଟ୍ରୋକ ଓ ଟାଇପ୍-2 ଡାଇବେଟିସ୍‌ ହେବାର ସମ୍ଭାବନା ଅଧିକ ଥାଏ । ଜାଣନ୍ତୁ କେଉଁ ଖାଦ୍ୟ ଖାଇବେ ? କ'ଣ ନ ଖାଇବେ ?

ଏସବୁ ଖାଦ୍ୟ ଖାଉଛନ୍ତି କି ? ବଢାଏ ମୃତ୍ୟୁ ଆଶଙ୍କା, ହୁଏ ମାରାତ୍ମକ ରୋଗ !
ଏସବୁ ଖାଦ୍ୟ ଖାଉଛନ୍ତି କି ? ବଢାଏ ମୃତ୍ୟୁ ଆଶଙ୍କା, ହୁଏ ମାରାତ୍ମକ ରୋଗ ! (ICMR ETV Bharat)

ହାଇଦ୍ରାବାଦ: ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, କିଛି ଖାଦ୍ୟ ମଣିଷର ମୃତ୍ୟୁ ଆଶଙ୍କା ବଢାଏ । ଏଥିରେ ହୃଦରୋଗ, ଷ୍ଟ୍ରୋକ ଓ ଟାଇପ୍-2 ଡାଇବେଟିସ୍‌ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ନିଜକୁ ସୁସ୍ଥ ରଖିବାକୁ ହେଲେ କେମିତି ନିଜ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ କରିବେ, ସେନେଇ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ନିଜ ଡାଏଟରେ ଫଳ, ପନିପରିବା, ଶସ୍ୟ, ଚର୍ବି ମୁକ୍ତ ଓ ଲୋ ଫ୍ୟାଟ ଥିବା ଦୁଗ୍ଧଜାତ ପଦାର୍ଥ ସାମିଲ କରନ୍ତୁ । ଏଥିସହ ପତାଳ ମାଂସ ଟୁକୁଡା (lean meats), ଚିକେନ, ମାଛ, ଅଣ୍ଡା ଓ ବାଦାମ ମଧ୍ୟ ଖାଇପାରିବେ ।

Here's how the food you eat increases your risk of death
Here's how the food you eat increases your risk of death (Getty Image)

NIH ବୈଜ୍ଞାନିକମାନେ କହିଛନ୍ତି, ଭୋଜନ ସହ ଜଡିତ 10ଟି ଉପାଦାନ ହୃଦରୋଗ, ଷ୍ଟ୍ରୋକ ଓ ଟାଇପ-2 ଡାଇବେଟିସ୍‌ ଭଳି ରୋଗ ସୃଷ୍ଟି କରିଥାଏ, ଯାହା ଆପଣଙ୍କୁ ମୃତ୍ୟୁମୁଖରେ ପକାଏ । ଏହାକୁ କାର୍ଡିଓମେଟାବୋଲିକ ରୋଗ (cardiometabolic diseases) କହନ୍ତି । ଏହି ବୈଜ୍ଞାନିକ ଟିମ୍ CDCର ଜାତୀୟ ସ୍ବାସ୍ଥ୍ୟ ଓ ପୋଷଣ ପରୀକ୍ଷା ସର୍ବେକ୍ଷଣ (NHANES) ଓ ଜାତୀୟ ମୃତ୍ୟୁଦର (national mortality) ତଥ୍ୟ ଉପରେ ଆଧାର କରି ଏହି ବିଶ୍ଲେଷଣ କରିଥିଲେ ।

ଏଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ ଯେ, ସୋଡିୟମ, ପ୍ରୋସେସଡ ମାଂସ (ସସେଜେସ୍, ହଟ ଡଗ୍, ଚିକେନ ନଗେଟ୍ସ, ମାଂସ ଭିତ୍ତିକ ସସ୍‌ ପ୍ରଭୃତି), ଶର୍କରା ଯୁକ୍ତ ପାନୀୟ ପଦାର୍ଥ (ସୋଡା, ଫ୍ରୁଟ ଡ୍ରିଙ୍କ, ଏନର୍ଜି ଡ୍ରିଙ୍କ, କଫି, ଚା) ଓ ଅନପ୍ରୋସେସଡ ଲାଲ୍ ମାଂସ (ମଟନ, ପୋର୍କ, ଲ୍ୟାମ୍ବ) ଅତ୍ୟଧିକ ଖାଇବା ଦ୍ବାରା ଡାଇବେଟିସ, ଷ୍ଟ୍ରୋକ ଓ ହୃଦରୋଗ ଆଶଙ୍କା ଅଧିକ ଥାଏ ।

ସେହିପରି ବାଦାମ ଓ ମଞ୍ଜି (କଖାରୁ, ସୂର୍ଯ୍ୟମୁଖୀ, ସିସେମ ଇତ୍ୟାଦି), ସିଫୁଡ୍‌ ଓମେଗା-3 ଫ୍ୟାଟ୍ସ, ସବୁଜ ପନିପରିବା, ଫଳ, ପଲିଅନସାଚୁରେଟଡ ଫ୍ୟାଟ (polyunsaturated fats) ଭଳି ଖାଦ୍ୟ ଯଥେଷ୍ଟ ପରିମାଣରେ ଖାଉନଥିବା ଲୋକେ ମଧ୍ୟ ଏହିସବୁ ରୋଗରେ ପୀଡିତ ହୋଇ ମୃତ୍ୟୁମୁଖରେ ପଡିବାର ସମ୍ଭାବନା ଅଧିକ ରହିଛି ।

ବିଶ୍ଲେଷଣ ଅନୁଯାୟୀ, 2012ରେ ଡାଇବେଟିସ୍, ଷ୍ଟ୍ରୋକ ଓ ହୃଦରୋଗରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ 45 ପ୍ରତିଶତ ଲୋକ ଏସବୁ ଖାଦ୍ୟ ଅଧିକ ଓ କମ୍ ଖାଇଥିଲେ ।

NIHର ହୃଦରୋଗ ଓ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡ. ଡେଭିଡ୍ ଗୋଫ କହିଛନ୍ତି, '' ଅଧ୍ୟୟନ ଅନୁସାରେ କାର୍ଡିଓମେଟାବୋଲିକ ମୃତ୍ୟୁ ଆମେରିକୀୟ ଖାଦ୍ୟ ଅଭ୍ୟାସ ସହ ଜଡିତ ହୋଇପାରେ ଏବଂ ଏଥିରେ ମୃତ୍ୟୁସଂଖ୍ୟା ଖୁବ୍ ଅଧିକ । ତେବେ ଖାଦ୍ୟପେୟରେ ସୁଧାର ପରେ ସମ୍ପ୍ରତି ଏହି ମୃତ୍ୟୁସଂଖ୍ୟା କେମିତି ହ୍ରାସ ପାଇଛି ତାହା ମଧ୍ୟ ଦର୍ଶାଯାଇଛି ।'' ହୃଦରୋଗ ବିପଦ କମାଇବାକୁ ଆହୁରି ଅନେକ କିଛି କାର୍ଯ୍ୟ କରାଯିବାର ଆବଶ୍ୟକତା ଅଛି । ହେଲେ ଆମେ ସ୍ବାସ୍ଥ୍ୟକର ଖାଦ୍ୟପେୟ ଦ୍ବାରା ନିଜକୁ ସୁସ୍ଥ ଓ ନିରୋଗ ରଖିପାରିବା ବୋଲି ସେ କହିଛନ୍ତି । Ref- https://newsinhealth.nih.gov/2017/05/how-your-eating-habits-affect-your-health

ଏହା ମଧ୍ୟ ପଢନ୍ତୁ: ଭାରତରେ ପଶିଲା ମଙ୍କିପକ୍ସ; ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ-କାହା ପାଇଁ ଅଧିକ ବିପଦ, ଏଥିରୁ କେମିତି ପାଇବେ ରକ୍ଷା ? - Health Expert On Monkeypox
ଏହା ମଧ୍ୟ ପଢନ୍ତୁ: ରୁଟି ତିଆରି ବେଳେ ଜମାରୁ ବି କରନ୍ତୁନି ଏମିତି ଭୁଲ, ହୋଇପାରେ ମାରାତ୍ମକ ରୋଗ - Roti on Direct Flame Not good

ଏହା ମଧ୍ୟ ପଢନ୍ତୁ: ବିନା ଔଷଧ ବି ଭଲ ହୋଇଯିବ ସିଆଟିକା ଯନ୍ତ୍ରଣା; ଘରେ ଏମିତି କରନ୍ତୁ ଉପଚାର - Sciatica Pain

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : Sep 10, 2024, 3:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.