ETV Bharat / health

ପୁରୁଷଙ୍କ ପାଇଁ ବରଦାନ ଖଜୁରୀ; ବଢାଏ ଶୁକ୍ରାଣୁ, ଦୂରେ କରେ ଥକ୍କାପଣ, ଜାଣନ୍ତୁ ଖାଇବେ କି ନାହିଁ ଡାଇବେଟିସ୍ ରୋଗୀ ? - Can Sugar Patients Eat Dates

author img

By ETV Bharat Odisha Team

Published : Aug 31, 2024, 12:56 PM IST

Can Sugar Patients Eat Dates: ଖଜୁରୀର ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣ ରହିଛି । ଖାସ୍ କରି ପୁରୁଷଙ୍କ ପାଇଁ ଏହା ବେଶ୍ ଲାଭଦାୟକ । ନିୟମିତ ଖଜୁରୀ ଖାଇବା ଦ୍ବାରା ପୁରୁଷଙ୍କ ମଧ୍ୟରେ ଶୁକ୍ରାଣୁ ବୃଦ୍ଧି ପାଇଥାଏ ଓ ଯୌନଇଚ୍ଛା ବଢାଏ । ଥକ୍କାପଣ ଦୂର କରିବା ସହ ବ୍ଲଡପ୍ରେସର ମଧ୍ୟ ନିୟନ୍ତ୍ରଣ କରେ । ପଢନ୍ତୁ ପୁରା ଖବର

ପୁରୁଷଙ୍କ ପାଇଁ ବରଦାନ ଖଜୁରୀ; ବଢାଏ ଶୁକ୍ରାଣୁ, ଦୂରେ କରେ ଥକ୍କାପଣ
ପୁରୁଷଙ୍କ ପାଇଁ ବରଦାନ ଖଜୁରୀ; ବଢାଏ ଶୁକ୍ରାଣୁ, ଦୂରେ କରେ ଥକ୍କାପଣ (ETV Bharat)

ହାଇଦ୍ରାବାଦ: ଖଜୁରୀ ଖାଇବାକୁ ସମସ୍ତେ ଭଲ ପାଆନ୍ତି । ଏହା କେବଳ ସ୍ବାଦିଷ୍ଟ ନୁହେଁ, ଖୁବ୍ ସ୍ବାସ୍ଥ୍ୟ ଉପକାରୀ ମଧ୍ୟ । ଏଥିରେ ଥିବା ପୋଷକ ତତ୍ତ୍ବ ଓ ମିନେରାଲ ଥକ୍କାପଣ ଦୂର କରିବା ସହ ବିଭିନ୍ନ ଶାରିରୀକ ସମସ୍ୟାରୁ ମୁକ୍ତି ଦିଏ । ଖଜୁରୀରେ କାର୍ବୋହାଇଡ୍ରେଟ, ଆଇରନ, ହେଲ୍‌ଦି ଫ୍ୟାଟ, ଡାଏଟାରୀ ଫାଇବର ଓ ଫ୍ୟାଟି ଏସିଡ୍ ଥାଏ, ଯାହାକି ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଖାସ୍ କରି ପୁରୁଷଙ୍କ ପାଇଁ ଏହା ଅଧିକ ଲାଭଦାୟକ । ଏହାକୁ ନିୟମିତ ଖାଇବା ଦ୍ବାରା ପୁରୁଷଙ୍କର ପ୍ରଜନନ କ୍ଷମତା ବୃଦ୍ଧି ପାଏ । ହେଲେ ଅନେକ ଲୋକ ଖଜୁରୀ ଖାଆନ୍ତି ନାହିଁ । ଖାସ୍ କରି ଡାଇବେଟିସ ରୋଗୀ ଏହା ମିଠା ହୋଇଥିବାରୁ ଖାଇବାକୁ ସଙ୍କୋଚ କରନ୍ତି । ଏଥିରେ ଥିବା ସୁଗାର ଯୋଗୁଁ ରକ୍ତରେ ଗ୍ଲୁକୋଜ ସ୍ତର ବଢିଯାଏ ବୋଲି ଭାବନ୍ତି ।

ଏନେଇ ବିଶେଷଜ୍ଞଙ୍କ କହିବା କଥା, ସୁଗାର ରୋଗୀ ମଧ୍ୟ ଖଜୁରୀ ଖାଇପାରିବେ । ଅନ୍ୟ ଖାଦ୍ୟପଦାର୍ଥ ତୁଳନାରେ ଖଜୁରୀର ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ଓ ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥାଏ । ଏହା ରକ୍ତରେ ଗ୍ଲୁକୋଜର ଅବଶୋଷଣକୁ ଧୀମା କରେ ଓ ରକ୍ତଶର୍କରା ସ୍ତର ବୃଦ୍ଧିକୁ ରୋକିଥାଏ । ଏଥିରେ ଏମିତି ଅନେକ ଗୁଣ ଅଛି ଯାହା ଅନ୍ତଃନଳୀରୁ ଗ୍ଲୁକୋଜ ଅବଶୋଷଣ କମ୍ କରିବାରେ ସାହାଯ୍ୟ କରେ । ଡାଇବେଟିସ୍ ହେବାର ଆଶଙ୍କା ମଧ୍ୟ କମାଏ ।

ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସନ ରିପୋର୍ଟରେ ଏହା କୁହାଯାଇଛି ଯେ, ସୁଗାର ବା ଡାଇବେଟିସ ରୋଗୀ ଏହାକୁ ସୀମିତ ମାତ୍ରାରେ ଖାଇପାରିବେ । ଜର୍ନାଲ ଅଫ୍ ଆୟୁର୍ବେଦ ଆଣ୍ଡ ଇଣ୍ଟିଗ୍ରେଟିବ ମେଡିସିନରେ ପ୍ରକାଶିତ 2018ର ଏକ ଅଧ୍ୟୟନ ଜଣାପଡିଛି ଯେ, 12 ସପ୍ତାହ ଯାଏଁ ଖଜୁରୀ ଖାଇବା ଦ୍ବାରା ଟାଇପ୍-2 ଡାଇବେଟିସ ରୋଗୀଙ୍କ ସୁଗାର ସ୍ତର ଓ HbA1c ସ୍ତର କମ୍ ହୋଇଥାଏ ।

ଖଜୁରୀ ଖାଇବାର ଅନେକ ଫାଇଦା ରହିଛି, ଯେମିତିକି-

  • ଏଥିରେ ଥିବା ଗ୍ଲୁକୋଜ, ଫ୍ରୁକ୍ଟୋଜ ଓ ସୁକ୍ରୋଜ କାର୍ବୋହାଇଡ୍ରେଟ ତିଆରି କରନ୍ତି । ବିଶେଷଜ୍ଞଙ୍କ କହିବା କଥା, ଖଜୁରୀରୁ ଶରୀରକୁ ଶକ୍ତି ମିଳେ । ଆପଣ କଠିନ ପରିଶ୍ରମ କମ୍ବା ୱାର୍କଆଉଟ କରିବା ପରେ ଏହାକୁ ଖାଇଲେ ତୁରନ୍ତ ଶକ୍ତି ମିଳେ । ଖଜୁରୀ ଥକ୍କାପଣ ଦୂର କରିଥାଏ ।
  • ଖଜୁରୀରେ କ୍ୟାଲେସିୟମ, ମ୍ୟାଗ୍ନେସିୟମ, କପର୍ ଭଳି ମିନେରାଲ ହାଡ ଓ ଦାନ୍ତକୁ ମଜଭୁତ କରେ । ଓଜନ ନିୟନ୍ତ୍ରଣ ରଖେ । ଅଧିକ ପତାଳା ଲୋକ ମଧ୍ୟ ଖଜୁରୀ ଖାଇବା ଭଲ, ଏହା ଶରୀରରେ ଓଜନ ବୃଦ୍ଧି କରିଥାଏ ।
  • ଖଜୁରୀ ଫାଇବରରେ ଭରପୂର ଅଟେ । ବିଶେଷଜ୍ଞଙ୍କ କହିବା କଥା, ଏହା କୋଷ୍ଠକାଠିନ୍ୟ, ଏସିଡିଟି ଭଳି ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର କରେ । କୋଷ୍ଠକାଠିନ୍ୟ ପୀଡିତ ଲୋକେ ରାତିରେ ଖଜୁରୀକୁ ପାଣିରେ ଭିଜାଇ ସକାଳେ ଖାଇବାକୁ ପରାମର୍ଶ ଦିଆଯାଏ ।
  • ବିଟା, କେରାଟିନ, ଲ୍ୟୁଟିନ, ଜିକ୍ସାନଥିନ ଭଳି ଆଣ୍ଟିଅକ୍ସିଡେଣ୍ଟ ସ୍ତନକର୍କଟ, ଫୁସଫୁସ ଓ ଅଗ୍ନାଶୟ କର୍କଟରୁ କିଛି ପରିମାଣରେ ରକ୍ଷା କରେ ।
  • ଖଜୁରୀରେ ଥିବା ପୋଟାସିୟମ ପେଟ, ହୃଦୟ, ରକ୍ତଚାପ ଭଳି ରୋଗ ପାଇଁ ଲାଭଦାୟକ । ସୁସ୍ଥ ହୃଦୟ ପାଇଁ ପ୍ରତିଦିନ ଖଜୁରୀ ଖାଇବା ଉଚିତ୍ ।
  • କିଡନୀ ଷ୍ଟୋନ ହଟାଇବା ପାଇଁ ନିୟମିତ ଖଜୁରୀ ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦିଅନ୍ତି । ଏଥିସହ ମୂତ୍ରାଶୟ ସଂକ୍ରମଣ ମଧ୍ୟ ରୋକେ ।
  • ଖଜୁରୀ ପୁରୁଷଙ୍କର ପ୍ରଜନନ କ୍ଷମତା ବଢାଏ । ଏଥିରେ ବହୁ ଭିଟାମିନ ଓ ମିନେରାଲ ରହିଛି, ଯାହା ପୁରୁଷଙ୍କ ମଧ୍ୟରେ ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରିବା ସହ ଯୌନଇଚ୍ଛା ବଢାଇବାରେ ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ: ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି ? ଫଲୋ କରନ୍ତୁ ଏହି ଟିପ୍ସ, ରହିବେ ପୁରା ଫିଟ୍, ଜମାରୁ ବଢିବନି ଓଜନ - Weight Management

(Disclaimer- ଏହି ୱେବସାଇଟରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ମେଡିକାଲ ଟିପ୍ସ କେବଳ ଆପଣଙ୍କ ଜାଣିବା ପାଇଁ । ଏହି ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାରିତ । ହେଲେ ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.