ETV Bharat / health

ମୃତ୍ୟୁମୁଖରୁ ଟାଣି ଦିଅନ୍ତି ନୂଆ ଜୀବନ, ଡାକ୍ତରଙ୍କ ପାଇଁ ଉତ୍ସର୍ଗ ଆଜିର ଦିନ - NATIONAL DOCTORS DAY 2024

author img

By ETV Bharat Odisha Team

Published : Jul 1, 2024, 10:40 AM IST

National Doctor Day: ଆଜି ଜାତୀୟ ଡାକ୍ତର ଦିବସ । ରୋଗୀମାନଙ୍କୁ ରୋଗରୁ ମୁକ୍ତ କରିବାରେ ଏବଂ ଲୋକଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରୁଥିବା ଡାକ୍ତରମାନଙ୍କୁ କୃତଜ୍ଞତା ଏବଂ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୧ ତାରିଖ ଅର୍ଥାତ ଆଜିର ଦିନରେ ଭାରତରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ । ତେବେ ଏହି ଅବସରରେ ଜାଣନ୍ତୁ, ଏହି ଦିବସ ପାଳନ ପଛର ଇତିହାସ କ'ଣ ଏବଂ ଚଳିତ ବର୍ଷର ଥିମ କ'ଣ?

ମୃତ୍ୟୁମୁଖରୁ ଟାଣି ଦିଅନ୍ତି ନୂଆ ଜୀବନ, ଡାକ୍ତରଙ୍କ ପାଇଁ ଉତ୍ସର୍ଗ ଆଜିର ଦିନ
ମୃତ୍ୟୁମୁଖରୁ ଟାଣି ଦିଅନ୍ତି ନୂଆ ଜୀବନ, ଡାକ୍ତରଙ୍କ ପାଇଁ ଉତ୍ସର୍ଗ ଆଜିର ଦିନ (Getty)

ହାଇଦ୍ରାବାଦ: ସୁସ୍ଥ ଜୀବନ ସମସ୍ତଙ୍କ ପ୍ରାଥମିକତା ତାଲିକାରେ ଅଛି । ଏହା ମଧ୍ୟ କୁହାଯାଇଛି ଯେ, 'ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ ଧନ'। କେବଳ ଜଣେ ସୁସ୍ଥ ବ୍ୟକ୍ତି ଜୀବନକୁ ସଠିକ୍ ଭାବରେ ଉପଭୋଗ କରିପାରିବେ ଏବଂ ଏଥିପାଇଁ ଆମ ଜୀବନରେ ଡାକ୍ତରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରିକି ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି ମଧ୍ୟ ବିବେଚନା କରାଯାଏ । କାରଣ ଡାକ୍ତରଙ୍କ ସାହାଯ୍ୟରେ ଜଣେ ରୋଗୀ ଏକ ନୂଆ ଜୀବନ ପାଇଥାଏ । ବଡ଼ ଏବଂ ଛୋଟ ସମସ୍ତ ପ୍ରକାରର ରୋଗ ଡାକ୍ତରଙ୍କ ସାହାଯ୍ୟରେ ଭଲ ହୋଇପାରିବ। ଏପରିକି ଜଣେ ରୋଗୀ ଯେତେବେଳେ ନିଜ ରୋଗ ସହ ଲଢୁଥାଏ ସେତେବେଳେ ମୃତ୍ୟୁମୁଖରୁ ଆଣିବା ପଛରେ ଡାକ୍ତରଙ୍କ ଗୁରୁତ୍ୱ ଅଧିକ ରହିଥାଏ । ତେବେ ଡାକ୍ତରମାନଙ୍କ ଏହି ମହାନ ଅବଦାନ, ଉତ୍ସଗୀକୃତ ପାଇଁ ସେମାନଙ୍କୁ କୃତଜ୍ଞତା ଏବଂ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୧ ଅର୍ଥାତ ଆଜିର ଦିନରେ ଭାରତରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ ।

ଡାକ୍ତର ଦିବସ ପାଳନ ପଛର ଇତିହାସ କ'ଣ?

1991 ମସିହାରେ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ଦ୍ୱାରା ପ୍ରଥମେ ଜାତୀୟ ଡାକ୍ତର ଦିବସ ପାଳନ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହାନ ଚିକିତ୍ସକ ତଥା ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନ ଚନ୍ଦ୍ର ରୟଙ୍କ ଜନ୍ମ ବାର୍ଷିକୀ ତଥା ମୃତ୍ୟୁ ବାର୍ଷିକୀକୁ ସମ୍ମାନିତ କରିବା । ଡା. ବିଧାନ ରୟ ଜଣେ ମହାନ ଡାକ୍ତର, ସ୍ୱାଧୀନତା ସଂଗ୍ରାମୀ ଏବଂ ସାମାଜିକ କର୍ମୀ ଥିଲେ । ଚିକିତ୍ସା କ୍ଷେତ୍ରରେ ଡକ୍ଟର ବିଧାନ ଚନ୍ଦ୍ର ରୟଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ତାଙ୍କୁ ୧୯୬୧ ମସିହାରେ ତାଙ୍କୁ ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଥିଲା । ବିଧାନ ଚନ୍ଦ୍ର ରୟ ୧ ଜୁଲାଇ ୧୮୮୨ ରେ ଜନ୍ମଗ୍ରହଣ କରିଥିବା ବେଳେ ୧ ଜୁଲାଇ ୧୯୬୨ରେ ମୃତ୍ୟୁବରଣ କରିଥିଲେ । ଡକ୍ଟର ବିଧାନ ଚନ୍ଦ୍ର ରୟଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଚଳିତ ବର୍ଷର ଥିମ୍

ପ୍ରତିବର୍ଷ ଏହି ବିଶେଷ ଦିନ ପାଳନ କରିବାକୁ ଡାକ୍ତରଙ୍କ ସମ୍ମାନାର୍ଥେ ଏକ ଥିମ୍ ରଖାଯାଏ । ଏହି ବର୍ଷର ଥିମ୍ କିଛି ଭିନ୍ନ ଅଟେ । ଚଳିତ ବର୍ଷର ଥିମର (National doctors day theme 2024 is Healing Hands, Caring Hearts) ଏହାର ଅର୍ଥ ଡାକ୍ତରଙ୍କ ଆରୋଗ୍ୟକାରୀ ହାତ, ଯତ୍ନଶୀଳ ହୃଦୟ । ସୂଚନା ଥାଉ କି, ଗତବର୍ଷ (୨୦୨୩) ମସିହାରେ, ଏହି ଦିନ (National doctors day theme is Resilience and Healing Hands) ଏହାର ଅର୍ଥ ''ସ୍ଥିରତା ଏବଂ ଆରୋଗ୍ୟକାରୀ ହାତ'' ଥିମ୍ ସହ ପାଳନ କରାଯାଇଥିଲା ।

ଆଜି ଜାତୀୟ ଡାକ୍ତର ଦିବସ
ଆଜି ଜାତୀୟ ଡାକ୍ତର ଦିବସ (Getty)

ଗୁରୁତ୍ୱ ଏବଂ ଉଦ୍ଦେଶ୍ୟ

ସମସ୍ତେ ଜାଣନ୍ତି ଯେ ଆମର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଡାକ୍ତରମାନେ ଦିନରାତି କାମ କରନ୍ତି । ଏହି କାର୍ଯ୍ୟରେ ସେମାନଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଥାଏ । ଯେପରିକି ଦୀର୍ଘ କାର୍ଯ୍ୟ ସମୟ, ମାନସିକ ଏବଂ ଶାରୀରିକ ଚାପ, ଏବଂ ଏମରଜେନ୍ସି ଭଳି ଅନେକ ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି ଡାକ୍ତରମାନେ । ତଥାପି ସୋମାନେ ନିଜ କର୍ତ୍ତବ୍ୟକୁ କେବେହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ ଏପରି ସ୍ଥିତିରେ ଆମ ସମାଜର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ସେମାନଙ୍କର ଭୂମିକାକୁ ପ୍ରଶଂସା କରିବା ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଜି ଜାତୀୟ ଡାକ୍ତର ଦିବସ
ଆଜି ଜାତୀୟ ଡାକ୍ତର ଦିବସ (Getty)

ଜାତୀୟ ଡାକ୍ତର ଦିବସ କେବଳ ଡାକ୍ତରମାନଙ୍କୁ ସେମାନଙ୍କ ବୃତ୍ତି ସହ ଜଡିତ ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରେରଣା ଦେଇନଥାଏ, ବରଂ ଏହି ଅବସରରେ ଡାକ୍ତରଙ୍କ କଠିନ ପରିଶ୍ରମ ଏବଂ ସମାଜ ପ୍ରତି ସେମାନଙ୍କର ଅବଦାନକୁ ଚିହ୍ନିବା, ସ୍ୱୀକାର କରିବା ଏବଂ ସମ୍ମାନିତ କରିବାର ସୁଯୋଗ ମଧ୍ୟ ଦେଇଥାଏ । ଏହି ଅବସରରେ ଦେଶର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସ୍ୱାସ୍ଥ୍ୟ ଏବଂ ଔଷଧର ମହତ୍ତ୍ୱ ବୁଝାଇବା ପାଇଁ ମଧ୍ୟ ପ୍ରୟାସ କରାଯାଇଛି । ଯାହାଦ୍ୱାରା ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚର ଆବଶ୍ୟକତା ବିଷୟରେ ଅବଗତ ହୁଅନ୍ତି ।

ଆଜି ଜାତୀୟ ଡାକ୍ତର ଦିବସ
ଆଜି ଜାତୀୟ ଡାକ୍ତର ଦିବସ (Getty)

ଏହା ମଧ୍ୟ ପଢନ୍ତୁ: ଦୂଷିତ ଖାଦ୍ୟକୁ ବାଏ ବାଏ କରନ୍ତୁ, ହସ ଖୁସିରେ ଜୀବନ ବଞ୍ଚନ୍ତୁ

ଏହା ବ୍ୟତୀତ, ଜାତୀୟ ଡାକ୍ତର ଦିବସ ଅବସରରେ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯେଉଁଠାରେ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥାଏ । ସେମିନାର, କର୍ମଶାଳା, ସ୍ୱାସ୍ଥ୍ୟ ଶିବିର ଏବଂ ଅନ୍ୟାନ୍ୟ ପ୍ରକାରର କାର୍ଯ୍ୟ ତଥା କାର୍ଯ୍ୟକଳାପ ଦେଶର ମେଡିକାଲ ପ୍ରତିଷ୍ଠାନ ଏବଂ ଡାକ୍ତରଖାନାଗୁଡ଼ିକରେ ଆୟୋଜିତ ହୋଇଥାଏ । ଆଜିକାଲି ଏହି ଦିନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆରେ ବିଭିନ୍ନ ଅଭିଯାନ ମଧ୍ୟ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.