ETV Bharat / health

ଏସବୁ ଖାଦ୍ୟ ଫ୍ରିଜରେ ରଖିଲେ କ୍ଷତିକାରକ, ଜମାରୁ କରନ୍ତୁନି ଏମିତି ଭୁଲ୍ - Food you should never refrigerate - FOOD YOU SHOULD NEVER REFRIGERATE

Foods you should never refrigerate: ଖାଦ୍ୟ ତଥା ପନିପରିବା ଶୀଘ୍ର ନଷ୍ଟ ନହେବା ପାଇଁ ଆମେ ଫ୍ରିଜରେ ରଖିଥାଉ । ହେଲେ ଏମିତି କିଛି ଖାଦ୍ୟ ଅଛି, ଯାହାକୁ ଫ୍ରିଜରେ ରଖିବା ଫଳରେ ଏହା କ୍ଷତିକାରକ ହୋଇଥାଏ । ଜାଣନ୍ତୁ କେଉଁ ସବୁ ଖାଦ୍ୟରେ ଫ୍ରିଜରେ ରଖିବେ ନାହିଁ...

ଏସବୁ ଖାଦ୍ୟ ଫ୍ରିଜରେ ରଖୁଛନ୍ତି କି ? ଜମାରୁ କରନ୍ତୁନି ଏମିତି ଭୁଲ୍
ଏସବୁ ଖାଦ୍ୟ ଫ୍ରିଜରେ ରଖୁଛନ୍ତି କି ? ଜମାରୁ କରନ୍ତୁନି ଏମିତି ଭୁଲ୍ (Getty Image)
author img

By ETV Bharat Health Team

Published : Sep 26, 2024, 7:39 PM IST

Updated : Sep 27, 2024, 11:31 AM IST

Food you should stop storing in fridge: ସାଧାରଣତଃ ଘରେ କୌଣସି ଖାଦ୍ୟ ବଳିଗଲେ, ଆମେ ଫ୍ରିଜରେ ରଖିଥାଉ । ପନିପରିବା ଓ ଫଳମୂଳ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ରହିବା ଓ ନଷ୍ଟ ନ ହେବା ପାଇଁ ଫ୍ରିଜରେ ରଖୁ । କିନ୍ତୁ ଏପରି କିଛି ଖାଦ୍ୟ ଅଛି, ଯାହାକୁ ଆଦୌ ଫ୍ରିଜରେ ରଖିବା ଠିକ୍ ନୁହେଁ । ନଚେତ୍ ଏହାକୁ ଖାଇଲେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ସ୍ବାଦ ମଧ୍ୟ ବଦଳିଯାଏ । ଆଜି ଆମେ ଆପଣଙ୍କୁ ସେତିକି କିଛି ଖାଦ୍ୟ ଓ ପନିପରିବା ବିଷୟରେ କହିବୁ ଯାହାକୁ ଫ୍ରିଜରେ ରଖିବା ଅନୁଚିତ୍...

ଆଳୁ: ଫ୍ରିଜରେ ରଖିବା ଦ୍ବାରା ଆଳୁରେ ଥିବା ଷ୍ଟାର୍ଚ ସୁଗାରରେ ପରିଣତ ହୋଇଯାଏ । ଆଉ ସୁଗାର ଆମ ସ୍ବାସ୍ଥ୍ୟ ପାଇଁ ଖରାପ । ଏହାର ସ୍ବାଦ ଓ ଟେକ୍ସଚର ମଧ୍ୟ ପ୍ରଭାବିତ ହୁଏ । ତେଣୁ ଆଳୁକୁ ଫ୍ରିଜରେ ରଖିବା ବଦଳରେ ଏକ ଥଣ୍ଡା ଓ ଅନ୍ଧାରିଆ ସ୍ଥାନରେ ରଖନ୍ତୁ । ଅନେକ ଦିନ ପର୍ଯ୍ୟନ୍ତ ଭଲ ରହିବ ।

ଏସବୁ ଖାଦ୍ୟ ଫ୍ରିଜରେ ରଖୁଛନ୍ତି କି ? ଜମାରୁ କରନ୍ତୁନି ଏମିତି ଭୁଲ୍
ଏସବୁ ଖାଦ୍ୟ ଫ୍ରିଜରେ ରଖୁଛନ୍ତି କି ? ଜମାରୁ କରନ୍ତୁନି ଏମିତି ଭୁଲ୍ (ETV Bharat)

କଦଳୀ: ଫ୍ରିଜରେ କଦଳୀ ରଖିଲେ ଏହାର ଚୋପା ବ୍ରାଉନ (ବାଦାମୀ ରଙ୍ଗ) ହୋଇଯାଇପାରେ । ଯଦିଓ ଏହାର ଭିତର ଅଂଶ ଖାଇବା ଯୋଗ୍ୟ ରହିଥାଏ, କିନ୍ତୁ ସତେଜତା ଓ ସ୍ବାଦ କମିଯାଏ । ସବୁବେଳେ କଦଳୀକୁ ରୁମ୍ ତାପମାତ୍ରାରେ ରଖିବା ଉଚିତ୍ । କାରଣ ତାପମାତ୍ରା ଭଲ ଭାବେ ପାଚିବାରେ ସାହାଯ୍ୟ କରେ ଏବଂ ଆଲୋକ ଓ ବାୟୁ ଏହାକୁ ଶୀଘ୍ର ନଷ୍ଟ ହେବାରୁ ରୋକିଥାଏ ।

ଟମାଟୋ: ଥଣ୍ଡା ତାପମାତ୍ରା ଟମାଟୋ ସ୍ବାଦ ଖରାପ କରିପାରେ ଓ ଏହାକୁ ନରମ କରିଥାଏ । ତେଣୁ ଏହାକୁ ସବୁବେଳେ ରୁମ୍ ତାପମାତ୍ରାରେ ରଖିବା ଓ ବଜାରରୁ ଆଣିବାର କିଛି ଦିନ ମଧ୍ୟରେ ବ୍ୟବହାର କରିବା ଉଚିତ୍ । ତେଣୁ କେବି ବି ଟମୋଟୋ ରେଫ୍ରିଜରେଟରରେ ରଖିବା ଉଚିତ୍ ନୁହେଁ ।

ପିଆଜ: ଫ୍ରିଜରେ ପିଆଜ ମଧ୍ୟ ରଖିବା ଅନୁଚିତ୍ । ଏହାକୁ ସବୁବେଳେ କମ୍ ଥଣ୍ଡା ଓ ଶୁଖିଲା ଜାଗାରେ ରଖିବା ଆବଶ୍ୟକ, ଯେଉଁଠି ଠିକ୍ ଭାବେ ବାୟୁ ଚଳାଚଳ ହେଉଥିବ । ଫଳରେ ପିଆଜ ଅନେକ ଦିନ ଯାଏ ନଷ୍ଟ ହୋଇନଥାଏ ।

ରସୁଣ: ପିଆଜ ଭଳି ରସୁଣ ମଧ୍ୟ ଫ୍ରିଜରେ ରଖନ୍ତୁ ନାହିଁ । ହେଲେ ଅନେକ ଲୋକ ଚୋପା ଛଡାଇ ରସୁଣ ଫ୍ରିଜରେ ରଖିଦିଅନ୍ତି । ଏମିତି କଲେ ଏହା ନରମ ହୋଇ ଅଙ୍କୁରିତ ହେବାରେ ଲାଗେ । ଏହାର ସ୍ବାଦ ବଦଳିଯାଏ ଏବଂ ଏଥିରେ ଥିବା ଲାଭକାରୀ ଗୁଣ ନଷ୍ଟ ହୋଇଯାଏ ।

ମହୁ: ତେଲ ପରି ମହୁ ଅନେକ ଦିନ ଯାଏଁ ନଷ୍ଟ ହୁଏ ନାହିଁ ଓ କୋଠରୀର ତାପମାତ୍ରାରେ ଖରାପ ହୁଏନି । ହେଲେ ମହୁ ଫ୍ରିଜରେ ରଖିଲେ ଏହା କ୍ରିଷ୍ଟାଲାଇଜ ହୋଇ କଠିନ ହୋଇଯାଇପାରେ । ଏହାର ନ୍ୟାଚୁରାଲ ଗୁଣ ମଧ୍ୟ ନଷ୍ଟ ହେବାରେ ଲାଗେ । ତେଣୁ ସବୁବେଳେ ମହୁ ରୁମ୍‌ ତାପମାତ୍ରାରେ ଶୁଖିଲା ଜାଗାରେ ରଖିବା ଭଲ । ଯାହାଦ୍ବାରା ଏହାକୁ ଅନେକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ ।

ରନ୍ଧା ଚିକେନ: ଫ୍ରିଜରେ 2ରୁ 3 ଦିନ ଯାଏଁ ରନ୍ଧା ଚିକେନ ରଖିବା ଦ୍ବାରା ଏହା ନଷ୍ଟ ହୋଇଯାଏ । ଚିକେନ ସ୍ବାଦ ବଦଳିଯିବା ସହ ଥଣ୍ଡା ତାପମାତ୍ରା ଏହାର ଟେକ୍ସଚର ଓ ଫ୍ଲେବର ବିଗାଡିଦିଏ । ଏମିତିକି ରେଫ୍ରିଜରେଟେଡ ଚିକେନ ଖାଇବା ଫଳରେ ଫୁଡ୍ ପଏଜନିଂ ଓ ଅନ୍ୟାନ୍ୟ ପାଚନ ସମସ୍ୟା ହୋଇପାରେ ।

ଆଭୋକାଡୋ: ରେଫ୍ରିଜରେସନ ଦ୍ବାରା ଆଭୋକାଡୋ ପାଚିବା ପ୍ରକ୍ରିୟା ଧୀମା ହୋଇଯାଏ । ଯଦି ଏହା କଞ୍ଚା ଥାଏ, ତାହେଲେ ନରମ ହେବା ଯାଏଁ ଏହାକୁ ରୁମ୍ ତାପମାତ୍ରାରେ ରଖନ୍ତୁ । ଏହା ପାଚିଯିବା ପରେ କିଛି ଦିନ ଯାଏଁ ଫ୍ରିଜରେ ରଖିପାରିବେ ।

ଏସବୁ ଖାଦ୍ୟ ଫ୍ରିଜରେ ରଖିଲେ କ୍ଷତିକାରକ ? ଜମାରୁ କରନ୍ତୁନି ଏମିତି ଭୁଲ୍
ଏସବୁ ଖାଦ୍ୟ ଫ୍ରିଜରେ ରଖିଲେ କ୍ଷତିକାରକ ? ଜମାରୁ କରନ୍ତୁନି ଏମିତି ଭୁଲ୍ (Getty Image)

ବ୍ରେଡ: ଫ୍ରିଜରେ ବ୍ରେଡ ରଖିଲେ ଏହା ଶୀଘ୍ର ଶୁଖିଯାଏ ଓ ବାସି ହୋଇଯାଏ । ଏଥିରେ ଫଙ୍ଗସ୍ ହୋଇଯାଏ । ତେଣୁ ବ୍ରେଡ ସବୁବେଳେ ରୁମ୍‌ର ତାପମାତ୍ରାରେ ସିଲ୍‌ଡ ବ୍ୟାଗ ଓ ବ୍ରେଡ ବକ୍ସରେ ରଖିବା ଉଚିତ୍ । ସାମାନ୍ୟ ତାପମାତ୍ରାରେ ରହିଲେ ବ୍ରେଡ ଅଧିକ ଦିନ ଯାଏଁ ଭଲ ରହେ ।

ଏହା ମଧ୍ୟ ପଢନ୍ତୁ: ଡାଇବେଟିସ୍ ରୋଗୀ ପାନ ଖାଇବା ଠିକ୍ କି ? ଏମିତି କହିଲେ ବିଶେଷଜ୍ଞ - Can diabetes patients eat paan

ଏହା ମଧ୍ୟ ପଢନ୍ତୁ: ଗାଡିରେ ଯାତ୍ରା କଲେ ବାନ୍ତି ହେଉଛି କି ? ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଘରୋଇ ଟିପ୍ସ - Motion sickness prevention

ଏହା ମଧ୍ୟ ପଢନ୍ତୁ: ଆସୁଛି ପାର୍ବଣ, ଘରେ ଏମିତି ସହଜରେ ବନାନ୍ତୁ ସୁଆଦିଆ ଛେନାପୋଡ - Chhena Poda Recipe

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।

Last Updated : Sep 27, 2024, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.