ETV Bharat / health

ବ୍ରେନ ଷ୍ଟ୍ରୋକ ପୂର୍ବରୁ ଦେଖାଯାଏ ଏସବୁ ଲକ୍ଷଣ

ବ୍ରେନ ଷ୍ଟ୍ରୋକରେ ପୂର୍ବରୁ ଦେଖାଯାଇଥାଏ କେତେକ ଲକ୍ଷଣ । ଏହାକୁ ଚିହ୍ନି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଲେ ଷ୍ଟ୍ରୋକରୁ ରକ୍ଷା ପାଇପାରିବେ ।

author img

By ETV Bharat Health Team

Published : Oct 15, 2024, 4:03 PM IST

Updated : Oct 15, 2024, 4:42 PM IST

ବ୍ରେନ ଷ୍ଟ୍ରୋକ ପୂର୍ବରୁ ଦେଖାଯାଏ ଏସବୁ ଲକ୍ଷଣ
ବ୍ରେନ ଷ୍ଟ୍ରୋକ ପୂର୍ବରୁ ଦେଖାଯାଏ ଏସବୁ ଲକ୍ଷଣ (ETV Bharat)

Brain stroke cause& Symptoms: ବ୍ରେନ ଷ୍ଟ୍ରୋକ ଏମିତି ଏକ ମାରାତ୍ମକ ରୋଗ, ଯେଉଁଥିରେ ରୋଗୀର ବଞ୍ଚିବା ଆଶା ଖୁବ୍ କମ୍ । ଅସ୍ବାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଆଜିକାଲି ଷ୍ଟ୍ରୋକ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମସ୍ତିଷ୍କର କୌଣସି ଅଂଶରେ ରକ୍ତ ପ୍ରବାହ କମ୍ ହେଲେ କିମ୍ବା ରକ୍ତ ଜମାଟ ବାନ୍ଧିଲେ ଷ୍ଟ୍ରୋକ ହୋଇଥାଏ । ଏଥିରେ ମସ୍ତିଷ୍କ ଟିସୁରେ ଅକ୍ସିଜେନ ଓ ଓ ଅନ୍ୟ ପୋଷକ ତତ୍ତ୍ବ ପହଞ୍ଚିପାରି ନଥାଏ । ଏହାଫଳରେ ମସ୍ତିଷ୍କରେ ଥିବା କୋଷିକାଗୁଡିକୁ ନଷ୍ଟ ହେବାର ଲାଗିଥାଏ । ଯଦିଓ ଯେକୌଣସି ବୟସରେ ବ୍ରେନ ଷ୍ଟ୍ରୋକ ହୋଇପାରେ, ହେଲେ ସାଧାରଣତଃ ବୟସ ବଢିବା ସହ ଷ୍ଟ୍ରୋକ ଆଶଙ୍କା ଅଧିକ ବୃଦ୍ଧି ପାଏ । 55 ବର୍ଷ ପରେ ଏହି ଆଶଙ୍କା ଦୁଇଗୁଣା ହୋଇଯାଏ । ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ଡାଇବେଟିସ, ହୃଦରୋଗ, ମେଦବହୁଳତା, ଧୂମ୍ରପାନ ଇତ୍ୟାଦି ଷ୍ଟ୍ରୋକର ପ୍ରମୁଖ କାରଣ ।

କିଛି ଅଧ୍ୟୟନରୁ କୁହାଯାଇଛି, ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ଅଧିକ ଷ୍ଟ୍ରୋକ ହୋଇଥାଏ । ମେଦବହୁଳତା, ହାଇ ବ୍ଲଡପ୍ରେସର, ହାଇ କୋଲେଷ୍ଟ୍ରଲ, ଡାଇବେଟିସ, ହୃଦରୋଗ, ଅତ୍ୟଧିକ ଧୂମ୍ରପାନ ମଦ୍ୟପାନ କରୁଥିବା ଲୋକଙ୍କୁ ଷ୍ଟ୍ରୋକ ହେବାର ବିପଦ ଅଧିକ ଥାଏ । ଷ୍ଟ୍ରୋକ ସାଧାରଣତଃ ଦୁଇ ପ୍ରକାରର । ଗୋଟିଏ ହେଲା ଇସେମିକ ଷ୍ଟ୍ରୋକ, ଯାହା ମସ୍ତିଷ୍କରେ ରକ୍ତ ପ୍ରବାହ ନହୋଇପାରିଲେ ହୁଏ । ଅନ୍ୟଟି- ହେମରଜିକ ଷ୍ଟ୍ରୋକ । ଯଦି କୌଣସି କାରଣରୁ ମସ୍ତିଷ୍କର ଶିରା ଫାଟି ରକ୍ତସ୍ରାବ ହୁଏ ଏହାକୁ ହେମରଜିକ ଷ୍ଟ୍ରୋକ କୁହାଯାଏ ।

ତେବେ କିଛି ସାବଧାନତା ପାଳନ କରି ଆପଣ ଷ୍ଟ୍ରୋକ ଆଶଙ୍କା କମ୍ କରିପାରିବେ । ଯେମିତିକି-

  • ଉଚ୍ଚ ରକ୍ତଚାପ କମାଇବା ଏବଂ ନିୟମିତ ଯାଞ୍ଚ କରିବା
  • ମଦ୍ୟପାନ, ଧୂମ୍ରପାନରୁ ଦୂରେଇ ରହିବା
  • କୋଲେଷ୍ଟ୍ରଲ କମାଇବା
  • ଡାଇବେଟିସ୍ କଣ୍ଟ୍ରୋଲ କରିବା
  • ସୁସ୍ଥ ଓଜନ ବଜାୟ ରଖିବା
  • ନିୟମିତ ବ୍ୟାୟାମ କରିବା
  • ସ୍ବାସ୍ଥ୍ୟକର ଖାଦ୍ୟ ଗ୍ରହଣ

ବ୍ରେନ ଷ୍ଟ୍ରୋକର ଲକ୍ଷଣ:-

ଯେକୌଣସି ବ୍ୟକ୍ତିଙ୍କ ବ୍ରେନ ଷ୍ଟ୍ରୋକ ହେବା ପୂର୍ବରୁ ଶରୀରରେ କିଛି ଲକ୍ଷଣ ପ୍ରକାଶ ପାଇଥାଏ । ଯଦି ଆପଣ ଏହାକୁ ଚିହ୍ନି ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତି ତାହେଲେ ବଡ ବିପଦରୁ ବର୍ତ୍ତିପାରିବେ ।

  • ହଠାତ୍ ହାତଗୋଡ ଦୁର୍ବଳ ଲାଗିବା । ଶରୀରର ଗୋଟିଏ ପାର୍ଶ୍ବ ଆକାମୀ ହେବା ପରି ଲାଗିବା । ଅଧିକ ହାଲିଆ ଅନୁଭବ ହେବା ।
  • କଥା କହିବା ବେଳେ ପାଟି ଖନି ମାରିବା, ଭ୍ରମ ହେବା କିମ୍ବା କୌଣସି କଥା ବୁଝିନପାରିବା ।
  • ଗୋଟିଏ କିମ୍ବା ଉଭୟ ଆଖିରେ ଦୃଷ୍ଟିଶକ୍ତି କମିଯିବା । ହଠାତ୍ ଦେଖିବାରେ ସମସ୍ୟା ହେବା ବା ସବୁକିଛି ଝାପ୍‌ସା ଦେଖାଯିବା ।
  • ହଠାତ୍ ମୁଣ୍ଡ ବୁଲାଇଦେବା, ନିଜ ଉପରେ ନିୟନ୍ତ୍ରଣ ନ ରହିବା । ଚାଲିବାରେ ସମସ୍ୟା ହେବା କିମ୍ବା ସନ୍ତୁଳନ ନ ରଖିପାରିବା ।
  • ବିନା କାରଣରେ ହଠାତ୍ ଜୋରରେ ମୁଣ୍ଡ ବିନ୍ଧାହେବା ।

ଏସବୁ ଲକ୍ଷଣ ଦେଖାଗଲେ ଆଦୌ ଅବହେଳା ନ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

Ref- https://www.nhlbi.nih.gov/health/stroke

https://www.apollohospitals.com/hindi/patient-care/health-and-lifestyle/diseases-and-conditions/stroke/

ଏହା ମଧ୍ୟ ପଢନ୍ତୁ: ଲୁହା ପରି ମଜଭୁତ ହେବ ଶରୀର, ଟେନସନରୁ ମିଳିବ ମୁକ୍ତି; କରନ୍ତୁ ଏହି ଏକ୍ସରସାଇଜ

ଏହା ମଧ୍ୟ ପଢନ୍ତୁ: ଏସବୁ ଖାଦ୍ୟ ବଢାଏ ହୃଦରୋଗ ଆଶଙ୍କା; ଜାଣନ୍ତୁ କ'ଣ ଖାଇବେ ଓ କ'ଣ ନୁହେଁ

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : Oct 15, 2024, 4:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.