ETV Bharat / health

ଗ୍ୟାସ ସମସ୍ୟାରେ ପୀଡିତ କି ? ଖାଦ୍ୟରୁ ବାଦ ଦିଅନ୍ତୁ ଏସବୁ ଜିନିଷ, ଚୁଟକିରେ ଛୁ ମନ୍ତର ହେବ ସମସ୍ୟା - gastric problem

author img

By ETV Bharat Health Team

Published : Aug 23, 2024, 3:33 PM IST

Gastric problem: ଆଜିକାଲି ସମସ୍ତେ ଗ୍ୟାସ ସମସ୍ୟାରେ ପୀଡିତ । କେବଳ ଜଙ୍କଫୁଡ ନୁହେଁ, ବେଳେବେଳେ ଅନେକ ପୁଷ୍ଟକର ଖାଦ୍ୟ ମଧ୍ୟ ପେଟରେ ଗ୍ୟାସ ସୃଷ୍ଟି କରିଥାଏ । ଯଦି ଆପଣ ବି ଗ୍ୟାସ ସମସ୍ୟା ଭୋଗୁଛନ୍ତି, ତାହେଲେ ନିଜ ଖାଦ୍ୟରୁ ଏସବୁ ଜିନିଷକୁ ବାଦ ଦିଅନ୍ତୁ ।

ଗ୍ୟାସ ସମସ୍ୟାରେ ପୀଡିତ କି ? ଖାଦ୍ୟରୁ କାଢନ୍ତୁ ଏହିସବୁ ଜିନିଷ
ଗ୍ୟାସ ସମସ୍ୟାରେ ପୀଡିତ କି ? ଖାଦ୍ୟରୁ କାଢନ୍ତୁ ଏହିସବୁ ଜିନିଷ (ETV Bharat Odisha)

ହାଇଦ୍ରାବାଦ: ସମ୍ପ୍ରତ୍ତି ଆଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ପ୍ରାୟ ସମସ୍ତଙ୍କ ଠାରେ ଗ୍ୟାସ ସମସ୍ୟା ଦେଖାଯାଉଛି । ଛୋଟ ଠାରୁ ବୁଢା ପର୍ଯ୍ୟନ୍ତ ପେଟ ଜନିତ ସମସ୍ୟା ବା ଗ୍ୟାସ ସମସ୍ୟା ଭୋଗୁଛନ୍ତି । ଅନେକ ଲୋକେ ଗ୍ୟାସରୁ ମୁକ୍ତି ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି ଏବଂ ମେଡିସିନ ଖାଇଥାନ୍ତି । ହେଲେ କିଛି ଦିନ ପରେ ପୁଣିଥରେ ଗ୍ୟାସ ସମସ୍ୟା ଦେଖାଯାଇଥାଏ । ଜାଣନ୍ତି କି, ବେଳେବେଳେ ବିଭିନ୍ନ ପନିପରିବା ଓ ଫଳମୂଳ ଭଳି ପୁଷ୍ଟିକର ଖାଦ୍ୟ ମଧ୍ୟ ପେଟରେ ଗ୍ୟାସ ସୃଷ୍ଟି କରିଥାଏ । ଯେଉଁଥିପାଇଁ ପେଟରେ ଯନ୍ତ୍ରଣା, ବାନ୍ତି ଲାଗିବା, ମୁଣ୍ଡବିନ୍ଧା, ଭୋକ ନ ଲାଗିବା, ଥକ୍କା ଲାଗିବା ଆଦି ସମସ୍ୟା ଦେଖାଯାଏ । ଏନେଇ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ, ଆପଣ ଆପଣଙ୍କର ଖାଦ୍ୟପେୟ ଅଭ୍ୟାସକୁ ବଦଳାଇ ଏହି ଗ୍ୟାସ ସମସ୍ୟା ଦୂରେଇ ପାରିବେ ।

ଖାଦ୍ୟାଭାସରେ ପରିବର୍ତ୍ତନ:

ଡାକ୍ତର ଓ ଡାଇଟେସିଆନ ଆପଣଙ୍କୁ ଗ୍ୟାସ୍ ସମସ୍ୟା କମ କରିବାକୁ ନିଜ ଖାଦ୍ୟପେୟ ଅଭ୍ୟାସ ବଦଳାଇବାକୁ ପରାମର୍ଶ ଦେଇପାରନ୍ତି । ଯେମିତିକି-

  • ଜଲ୍‌ଦି ଜଲ୍‌ଦି ଖାଇବା ବଦଳରେ ଧୀରେ ଧୀରେ ଖାଆନ୍ତୁ । ବସିକି ହିଁ ଖାଦ୍ୟ ଗ୍ରହଣ କରନ୍ତୁ ।
  • ଚୁଇଁଗମ୍, ହାର୍ଡ କ୍ୟାଣ୍ଡି, ଥଣ୍ଡା ପାନୀୟ ପଦାର୍ଥରୁ ଦୂରେଇ ରୁହନ୍ତୁ ବା କମ୍ ଗ୍ରହଣ କରନ୍ତୁ । ଷ୍ଟ୍ର ବ୍ୟବହାର କରନ୍ତୁ ନାହିଁ ।
  • ଏକାଥରେ ପେଟପୁରା ଖାଇବା ବଦଳରେ, କମ୍ ମାତ୍ରାରେ ଅଧିକ ଥର ଭୋଜନ କରନ୍ତୁ ।
  • ଖାଇବା-ପିଇବା ସମୟରେ କଥାବାର୍ତ୍ତା ନ କରନ୍ତୁ ।

ଏହି ଖାଦ୍ୟ ଖାଆନ୍ତୁ ନାହିଁ:

କିଛି ଲୋକଙ୍କ ମଧ୍ୟରେ ସେତେବେଳେ ଅଧିକ ଗ୍ୟାସ ସମସ୍ୟା ଦେଖାଯାଏ, ଯେତେବେଳେ ସେମାନେ କିଛି କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଖାଇଥାନ୍ତି । ଏହି ଖାଦ୍ୟ ପେଟ ଓ କ୍ଷୁଦ୍ର ଅନ୍ତଃନଳୀରେ ଭଲ ଭାବେ ହଜମ ହୋଇପାରେନାହିଁ । ଯେତେବେଳେ ଏହି କାର୍ବୋହାଇଡ୍ରେଟ ବଡ ଅନ୍ତଃନଳୀରେ ପହଞ୍ଚେ, ବାକ୍ଟେରିଆ ଏହି ଖାଦ୍ୟକୁ ଭାଙ୍ଗି ଦିଅନ୍ତି ଓ ଏହି ପ୍ରକ୍ରିୟାରେ ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ । କେବଳ ଜଙ୍କଫୁଡ ନୁହେଁ, ବିଭିନ୍ନ ପୁଷ୍ଟିକର ଖାଦ୍ୟ, ଫଳମୂଳ ଓ ପନିପରିବା ମଧ୍ୟ ଗ୍ୟାସ ସୃଷ୍ଟି କରିଥାଏ । ନିମ୍ନଲିଖିତ ଖାଦ୍ୟଗୁଡିକ ଅତ୍ୟଧିକ ଗ୍ୟାସ୍‌ର କାରଣ ହୋଇପାରେ...

  • କେତେକ ଫଳ ଯେମିତିକି- ସେଓ, ନାଶପାତି, ପିଚ୍ ଓ ଫଳରସ
  • ଫୁଲକୋବି, ବ୍ରୋକଲି, କୋବି ପତ୍ର, ମଟର, ବିନ୍ସ ଓ ଲେଣ୍ଟିଲ୍‌ ବା ଡାଲି ଥିବା ଖାଦ୍ୟ ସମୂହ
  • କ୍ଷୀର, ଆଇସିକ୍ରିମ, ୟୋଗର୍ଟ ଭଳି ଦୁଗ୍ଧଜାତ ଖାଦ୍ୟ
  • ପାନୀୟ ପଦାର୍ଥ ଯେଉଁଥିରେ ଫ୍ରୁଟ ସୁଗାର ବା ହାଇ ଫ୍ରୁକ୍ଟୋଜ କର୍ନ ସିରପ ଥିବ, ଯେମିତି- ଫଳରସ, ମୃଦୁପାନୀୟ, ସ୍ପୋର୍ଟ୍ସ ଡ୍ରିଙ୍କସ, ଏନର୍ଜି ଡ୍ରିଙ୍କସ
  • କ୍ୟାଣ୍ଡି, ଗମ୍ କିମ୍ବା ଅନ୍ୟ ପ୍ରଡକ୍ଟ ଯେଉଁଥିରେ ସୁଇଟ୍‌ନେସ୍ ଥାଏ ଓ ଯାହାର ନାମରେ 'ଓଲ' 'ol' ରହିଥାଏ ଯେମିତି ସୋର୍ବିଟୋଲ, ମାନିଟୋଲ, ଏରିଥ୍ରିଟୋଲ ଓ ମାଲଟିଟୋଲ

ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଉଥିବା ଲୋକଙ୍କଠାରେ ଗମ୍ଭୀର ଗ୍ୟାସ ସମସ୍ୟା ଦେଖାଯାଏ । ଏହାବ୍ୟତୀତ ହାଇ-ଫ୍ୟାଟ୍ ଫୁଡ ମଧ୍ୟ ଗ୍ୟାସର କାରଣ ହୋଇପାରେ ଓ ପେଟ ଫୁଲିଥାଏ । ଗ୍ୟାସ ସମସ୍ୟା ଭୋଗୁଥିବା ଲୋକେ ନିଜର ଖାଦ୍ୟପେୟକୁ ନେଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଆପଣ କ'ଣ ସବୁ ଖାଦ୍ୟ ଖାଉଛନ୍ତି ଏବଂ କ'ଣ ସବୁ ଗ୍ୟାସର ଲକ୍ଷଣ ରହିଛି, ତାହା ଲେଖି ରଖନ୍ତୁ ଓ ନିଜ ଡାକ୍ତର ବା ଡାଏଟେସିଆନଙ୍କୁ ଜଣାନ୍ତୁ । ଫଳରେ କେଉଁ ସବୁ ଖାଦ୍ୟ ଗ୍ୟାସ୍ ସମସ୍ୟା ସୃଷ୍ଟି କରୁଛି, ସେମାନେ ସହଜରେ ଜାଣିପାରିବେ ଏବଂ ପରାମର୍ଶ ଦେଇପାରିବେ ।

ଏହା ମଧ୍ୟ ପଢନ୍ତୁ: ପିଜୁଳି କି ଡ୍ରାଗନ୍ ଫ୍ରୁଟ, କେଉଁଥିରେ ଅଧିକ ରହିଛି ଭିଟାମିନ ? ଜାଣନ୍ତୁ - Guava Vs Dragon Fruit

ଯଦି ଗ୍ୟାସ ଯୋଗୁଁ ଆପଣଙ୍କ ଶରୀରରେ ଅନ୍ୟ କିଛି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି, ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏଥିପାଇଁ ଆପଣଙ୍କୁ ଡାକ୍ତର ବା ଡାଏଟେସିଆନ ଏକ ସ୍ପେଶାଲ ଡାଏଟ ଅନୁସରଣ ପାଇଁ ପରାମର୍ଶ ଦେଇପାରନ୍ତି, ଉଦାହରଣସୂରୁପ-

  • ସିଲିଏକ ରୋଗରୁ (ପାଚନ ସମସ୍ୟା) ଉପଶମ ପାଇଁ ଗ୍ଲୁଟେନ ମୁକ୍ତ ଖାଦ୍ୟ ଗ୍ରହଣ
  • ଖାଦ୍ୟରେ ଲାକ୍ଟୋଜ ମାତ୍ରା କମ୍ ହ୍ରାସ କରିବା
  • ଫ୍ରୁକ୍ଟୋଜ ବିଶେଷକରି ହାଇ ଫ୍ରୁକ୍ଟୋଜ କର୍ନ ସିରପ୍ ପରିମାଣ କମାଇବା
  • ସ୍ବାସ୍ଥ୍ୟକର ଖାଦ୍ୟ ପ୍ଲାନ ସମ୍ପର୍କରେ ଡାଏଟେସିଆନ ସହ କଥା ହୁଅନ୍ତୁ, ଯଦ୍ବାରା ଗ୍ୟାସ ସମସ୍ୟା ଉପଚାରରେ ସହାୟତା ମିଳିପାରିବ ।

Ref- https://www.niddk.nih.gov/health-information/digestive-diseases/gas-digestive-tract/eating-diet-nutrition

Disclaimer- ଏହି ୱେବସାଇଟରେ ଦିଆଯାଇଥିବା ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସା ଓ ଡାକ୍ତର ପରାମର୍ଶ ଉପରେ ଆଧାରିତ । ତେବେ ଏହାକୁ ଅନୁସରଣ କରିବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନେବା ଭଲ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.