ETV Bharat / health

ଏସବୁ ଚର୍ବି ଜାତୀୟ ଖାଦ୍ୟ ଡାଇବେଟିସ୍-କୋଲେଷ୍ଟ୍ରୋଲ କାରଣ, ଜାଣନ୍ତୁ କେମିତି କରିବେ କଣ୍ଟ୍ରୋଲ - Tips to Stay Healthy

author img

By ETV Bharat Health Team

Published : Sep 7, 2024, 1:45 PM IST

Are You Consuming Too Much Saturated Fat ? ଭାରତୀୟମାନେ ଖାଇବା ପିଇବାରେ ସୌଖୀନ ଅଟନ୍ତି । ଖାଦ୍ୟରେ ଅଧିକ ଘିଅ, ଲହୁଣି, ତେଲ, ମାଂସ ଆଦି ବ୍ୟବହାର କରିଥାନ୍ତି । ଏହି ସବୁ ଚର୍ବି ଜାତୀୟ ଖାଦ୍ୟ ଓଜନ ବୃଦ୍ଧି ସହ ଡାଇବେଟିସ୍, କୋଲେଷ୍ଟ୍ରୋଲ ଓ ହୃଦରୋଗ ଭଳି ସୃଷ୍ଟି କରେ । ତେବେ କେମିତି ଏହି ଖାଦ୍ୟ କମାଇ ନିଜକୁ ଫିଟ୍ ରଖିବେ, ଜାଣନ୍ତୁ

Are You Consuming Too Much Saturated Fat?
Are You Consuming Too Much Saturated Fat? (ETV Bharat)

ହାଇଦ୍ରାବାଦ: ଆମେ ଭାରତୀୟ ନିଜ ଭୋଜନରେ ଅନେକ ସନ୍ତୁଳିତ ଚର୍ବି (Saturated Fat) ଜାତୀୟ ଖାଦ୍ୟ ଖାଇଥାଉ । ଯେମିତିକି, ଘିଅ, ଲହୁଣି, ଲାଲ୍ ମାଂସ, ତେଲ ଛଣା ଖାଦ୍ୟ ଇତ୍ୟାଦି । ଆମ ପାରମ୍ପରିକ ଖାଦ୍ୟରେ ଘିଅ, ଲହୁଣି, କ୍ଷୀରର ବହୁଳ ବ୍ୟବହାର ହୁଏ । ଏହି ଚର୍ବି ଜାତୀୟ ଖାଦ୍ୟ ପାଟିକୁ ସୁଆଦିଆ ହୋଇଥିଲେ ହେଁ ଏହାକୁ ଅତ୍ୟଧିକ ଖାଇବା ଦ୍ବାରା ଶରୀର ଉପରେ ଖରାପ ପ୍ରଭାବ ପଡେ । ଏଥିରେ ଓଜନ ବଢିବା ସହ କୋଲେଷ୍ଟ୍ରୋଲ, ହୃଦରୋଗ, ଡାଇବେଟିସ୍ ଆଶଙ୍କା ବୃଦ୍ଧି ପାଇଥାଏ । ତଥାପି ସୁସ୍ବାଦ ଯୋଗୁଁ ଏହିସବୁ ଖାଦ୍ୟରୁ ଆମେ ନିଜକୁ ଦୂରେଇ ପାରିନଥାଉ । ତେଣୁ ଆଜି ଆମେ ଆପଣଙ୍କୁ କହିବୁ କେମିତି ନିଜ ଭୋଜନରେ ସାଚୁରେଟଡ ଫ୍ୟାଟ ବା ସନ୍ତୁଳିତ ଚର୍ବିକୁ ହ୍ରାସ କରି ବି ନିଜ ଖାଦ୍ୟକୁ ସୁସ୍ବାଦୁ କରିପାରିବେ ।

କିଛି ଭାରତୀୟ ଖାଦ୍ୟପେୟରେ ଅଧିକ ସନ୍ତୁଳିତ ଚର୍ବି (ସାଚୁରେଟଡ ଫ୍ୟାଟ) ରହିଥାଏ । ଯେମିତିକି:-

ଘିଅ ଓ ଲହୁଣି: ବିଭିନ୍ନ ଭାରତୀୟ ବ୍ୟଞ୍ଜନରେ ଟପିଂ ଭାବେ ବ୍ୟବହାର କରାଯାଏ ।

ତେଲ ଛଣା ଖାଦ୍ୟ: ସିଙ୍ଗଡା, ପକୁଡି, ପୁରୀ ଓ ଅନ୍ୟାନ୍ୟ ତେଲରେ ଛଣା ହୋଇଥିବା ଖାଦ୍ୟ

ଚର୍ବି ଯୁକ୍ତ ମାଂସ: ସିଖ୍ କବାବ, ଚର୍ମ ଥିବା ତନ୍ଦୁରି ଚିକେନ, କେତେକ ତରକାରୀ

ଦୁଗ୍ଧଜାତ ପଦାର୍ଥ: ପନିର, କ୍ରିମ, ଗୁଲାବଜାମୁ ଓ ଜିଲାପି ଭଳି ମିଠା

କେମିତି ଖାଦ୍ୟରୁ ଚର୍ବି କମାଇବେ ?

  • ଖାଦ୍ୟକୁ ଡିପ୍ ଫ୍ରାଏ ବା ପ୍ୟାନ ଫ୍ରାଏ କରିବା ବଦଳରେ ଏହାକୁ ସିଝାଇ, ଗ୍ରୀଲ କିମ୍ବା ସେକି ଖାଇପାରିବେ । ଉଦାହରଣ ସୂରୁପ, ସିଙ୍ଗଡା ଓ ପକୁଡିକୁ ତେଲରେ ଛାଣିବା ବଦଳରେ ଓଭେନରେ ସେକି ଖାଇପାରିବେ ।
  • ଖାଦ୍ୟରେ ତେଲ ନିୟନ୍ତ୍ରଣ କରିବାକୁ ହେଲେ ତେଲ ପକାଇବା ବେଳେ ଚାମଚରେ ମାପି ପକାନ୍ତୁ । ଆପଣ ସ୍ପ୍ରେ ବି ବ୍ୟବହାର କରିପାରିବେ । ଅଲିଭ୍ ଅଏଲ ଓ ସନଫ୍ଲାୱାର ତେଲ ବ୍ୟବହାର କରନ୍ତୁ ।
  • ମାଂସ ରାନ୍ଧିବା ବେଳେ ଏହାର ଦେଖାଯାଉଥିବା ଚର୍ବି ଓ ସ୍କିନ୍ ବାହାର କରନ୍ତୁ । ଚିକେନ ବ୍ରେଷ୍ଟ ପିସ୍ ଭଳି ମାଂସରେ କମ୍ ଚର୍ବି ଥାଏ ।
  • ଲୋ ଫ୍ୟାଟ କ୍ଷୀର, ଦହି ସେବନ କରନ୍ତୁ । ତରକାରୀକୁ ସୁଆଦିଆ କରିବା ପାଇଁ କ୍ରିମ୍ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ । ସେହିପରି କମ୍ ଫ୍ୟାଟ ଥିବା ପନିର ଖାଆନ୍ତୁ ।
  • ବିରିୟାନି, ପୁଲାଓ ଭଳି ଖାଦ୍ୟ ରାନ୍ଧୁଥିଲେ ଯଥାସମ୍ଭବ କମ୍ ତେଲ ବ୍ୟବହାର କରନ୍ତୁ ଏବଂ ଫାଇବର ମାତ୍ରା ବଢାଇବାକୁ ଅଧିକ ପନିପରିବା ପକାନ୍ତୁ ।
  • ତରକାରୀରେ କମ୍ ଫ୍ୟାଟ ଥିବା ଦୁଗ୍ଧଜାତ ପଦାର୍ଥ ବ୍ୟବହାର କରନ୍ତୁ ଏବଂ ମସାଲାଦାର ସସ୍ ବଦଳରେ ଟମାଟୋ ଥିବା ସସ୍ ପକାନ୍ତୁ । ସେହିପରି କୋକାନଟ ମିଲ୍କ କମ୍ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।
  • କ୍ଷୀରି ଓ ଲଡୁ ଭଳି ପାରମ୍ପରିକ ମିଠାଇ କମ୍ ଖାଆନ୍ତୁ । ଏହାକୁ ନିଜ ଘରେ କମ୍ ଘିଅରେ ବନାନ୍ତୁ ।
  • ସେହିପରି ସ୍ନାକ୍ସରେ ଛଣା ସେଓ, ବିସ୍କୁଟ ନ ଖାଇ ରୋଷ୍ଟେଡ ଚଣା ଖାଆନ୍ତୁ ।

ବାହାରେ ଖାଉଥିଲେ ଧ୍ୟାନ ଦିଅନ୍ତୁ:

ଯଦି ଆପଣ ବାହାରେ କୌଣସି ରେସ୍ତୋରାଁରେ ଖାଉଛନ୍ତି, ତାହେଲେ କ୍ରିମି ତରକାରୀ ବଦଳରେ ଲୋୟର ଫ୍ୟାଟ ଥିବା ତନ୍ଦୁରୀ ଆଇଟମ୍ ଖାଆନ୍ତୁ । ବଟର ନାନ୍ ଓ ପୁଲାଓ ଭାତ ବଦଳରେ ସାଧା ଭାତ ଓ ରୁଟି ଖାଆନ୍ତୁ ।

ଅଧିକ ଫ୍ୟାଟ ଥିବା ସ୍ନାକ୍ସ ବଦଳରେ ଫଳମୂଳ, ଲୋ ଫ୍ୟାଟ ୟୋଗର୍ଟ ବା ଦହି ଖାଇପାରିବେ ।

ଏହାବ୍ୟତୀତ ନିଜ ଖାଦ୍ୟରେ ପୋଷଣ ସ୍ତରକୁ ଧ୍ୟାନରେ ରଖନ୍ତୁ । ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଯେଉଁଥିରେ ବିଭିନ୍ନ ପ୍ରକାର ପନିପରିବା, ଫଳ ସାମିଲ କରନ୍ତୁ । ଯାହାଫଳରେ ଚର୍ବି ଜାତୀୟ ଖାଦ୍ୟ କମ୍ କରିପାରବେ । Ref- https://www.nhs.uk/live-well/eat-well/how-to-eat-a-balanced-diet/eat-less-saturated-fat/

ଏହା ମଧ୍ୟ ପଢନ୍ତୁ: ଇୟରବଡ୍ସ ବ୍ୟବହାର କଲେ ହୁଏ ଏହି ମାରାତ୍ମକ ରୋଗ; ଚେତାଇଲେ ବିଶେଷଜ୍ଞ, ଜାଣନ୍ତୁ କେତେ ସମୟ କରିବେ ୟୁଜ - Earbuds use impact on health

ଏହା ମଧ୍ୟ ପଢନ୍ତୁ: ବର୍ଷା ଦିନେ ଆଲର୍ଜିକୁ ନେଇ ଚିନ୍ତିତ କି ? କରନ୍ତୁ ଏହି ଘରୋଇ ଉପଚାର, ଦରକାର ପଡିବନି ମେଡିସିନ - Allergy Treatment In Ayurveda

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.