ହାଇଦ୍ରାବାଦ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ବଲିଉଡ ଅଭିନେତ୍ରୀ ୟମୀ ଗୌତମ । ମାଆ ହେଲେ ଅଭିନେତ୍ରୀ । ଆଜି ଅଭିନେତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଅଭିନେତ୍ରୀ ଖୁସି ଖବର ଦେଇଥିବା ବେଳେ ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି । ସେ ତାଙ୍କ ପୁଅର ନାଁ 'ବେଦବିଦ' ରଖିଛନ୍ତି । ଏହି ଖବର ଶୁଣିବା ପରେ ଅଭିନେତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
ପୁଅ ଜନ୍ମର ୧୦ ଦିନ ପରେ ଖୁସି ଖବର ଦେଲେ ୟାମୀ
ୟାମୀ ଗୌତମ ଏବଂ ତାଙ୍କ ସ୍ୱାମୀ ଆଦିତ୍ୟ ଧର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ତାଙ୍କର ପ୍ରଥମ ସନ୍ତାନ କେବେ ହୋଇଥିଲା ଏବଂ ଏହାର ନାମ କ’ଣ ଏବଂ ପୁଅର ନାମର ଅର୍ଥ କ’ଣ ? ସେ କହିଛନ୍ତି, ''ଅକ୍ଷୟ ତୃତୀୟା ଦିନ ଅର୍ଥାତ୍ ମେ ୧୦ରେ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହି ଅଭିନେତ୍ରୀ ଜଣାଇଛନ୍ତି ଯେ ତାଙ୍କ ପୁଅର ନାମ ବେଦବିଦ, ଯାହାର ଅର୍ଥ ହେଉଛି ଯିଏ ବେଦକୁ ଭଲଭାବେ ଜାଣନ୍ତି । ତେବେ ଆପଣ ମୋ ପୁଅ ଉପରେ ଆଶୀର୍ବାଦ କରନ୍ତୁ ।''
ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି ଓ ଫ୍ୟାନ୍ସ
ଅଭିନେତ୍ରୀ ଆଜକୁ ୧୦ ଦିନ ପୂର୍ବରୁ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେବେ ଏହି ଖୁସି ଖବର ସେୟାର ହେବା ମାତ୍ରେ ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ରଣଭୀର ସିଂ, ନେହା ଧୁପିଆ, ଆୟୁଷ୍ମାନ ଖୁରାନା, ରାଶି ଖନ୍ନା ଏବଂ ମୃଣାଳ ଠାକୁର ଭଳି ତାରକା ଏବଂ ଫ୍ୟାନ୍ସ ୟାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
୩ ବର୍ଷ ପରେ ପିତାମାତା ହେଲେ ୟାମୀ-ଆଦିତ୍ୟ
କହିରଖୁଛୁ କି, ୟାମୀ ଗୌତମ ଜୁନ ୪, ୨୦୨୧ରେ 'ଉରି' ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ । ଉଭୟଙ୍କ ଲଭଷ୍ଟୋରୀ 'ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ' ସେଟରୁ ଆରମ୍ଭ ହୋଇଥିଲା । ପ୍ରାୟ ଦୁଇ ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ତିନି ବର୍ଷ ପରେ ଉଭୟ ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି । ୟାମୀ ତାଙ୍କ ଫିଲ୍ମ 'ଆର୍ଟିକିଲ ୩୭୦'ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ମା ହେବା ଖୁସି ଖବର ଦେଇଥିଲେ । ତେବେ ବର୍ତ୍ତମାନ କୁନି ଅତିଥି ଉଭୟଙ୍କ ଘରକୁ ଆସିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ମା' ହେବେ ୟାମୀ ଗୌତମ, 'ଆର୍ଟିକିଲ ୩୭୦' ଟ୍ରେଲର ଲଞ୍ଚ ଇଭେଣ୍ଟରେ ଦେଲେ ଖୁସି ଖବର
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ