ETV Bharat / entertainment

ଗୋଧ୍ରା ଟିଜର ରିଲିଜ, ୨୨ବର୍ଷ ପରେ ପରଦାରେ ଗୁଜୁରାଟ ଦଙ୍ଗା କାହାଣୀ

Godhra Teaser: 'ଆକ୍ସିଡେଣ୍ଟ ନା କନ୍ସିପିରେସି: ଗୋଧ୍ରା'ର ଟିଜର ଆଜି ମୁକ୍ତିଲାଭ କରିଛି । ୨୦୦୨ରେ ଗୁଜୁରାଟରେ ଘଟିଥିବା ଦଙ୍ଗା କାହାଣୀକୁ ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ୨୨ ବର୍ଷ ପରେ ପରଦାରେ ଦେଖିବେ ଲୋକେ । ଫିଲ୍ମର ଟିଜର ଦେଖନ୍ତୁ ...

author img

By ETV Bharat Odisha Team

Published : Feb 2, 2024, 8:45 PM IST

ଗୋଧ୍ରା ଟିଜର ରିଲିଜ, ୨୨ ବର୍ଷ ପରେ ଗୁଜୁରାଟର ଦଙ୍ଗା କାହାଣୀ ପରଦାରେ ଦେଖିବେ ଲୋକେ

ହାଇଦ୍ରାବାଦ: ବଲିଉଡ ଅଭିନେତା ରଣଭୀର ଶୋରେ ଏବଂ ମନୋଜ ଯୋଶୀଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'ଆକ୍ସିଡେଣ୍ଟ ନା କନ୍ସିପିରେସି: ଗୋଧ୍ରା' ନିର୍ମାତା ଶୁକ୍ରବାର ଦିନ ଫିଲ୍ମର ପ୍ରଥମ ଟିଜର ରିଲିଜ କରିଛନ୍ତି । ୨୦୦୨ ମସିହାରେ, ଗୁଜରାଟରେ ଗୋଧ୍ରା ଘଟଣା ସମଗ୍ର ଦେଶକୁ ଚକିତ କରିଦେଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର ପୃଷ୍ଠଭୂମି ଉପରେ 'ଚାନ୍ଦ ବୁଜ ଗୟା', 'ପରଜାନିଆ', 'ଫିରାକ' ଭଳି ଚଳଚ୍ଚିତ୍ର ଏବଂ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାଣ ହୋଇସାରିଛି । ଏହି ଘଟଣାକୁ ଆଧାର ଏକ ଫିଲ୍ମ 'ଆକ୍ସିଡେଣ୍ଟ ନା କନ୍ସିପିରେସି: ଗୋଧ୍ରା' ନିର୍ମିତ ହୋଇଥିବା ବେଳେ ୨୨ବର୍ଷ ପରେ ଲୋକେ ଏହାକୁ ପରଦାରେ ଦେଖିବେ ।

  • " class="align-text-top noRightClick twitterSection" data="">

ରଣଭୀର ଶୋରେ ନିଜ ସୋସିଆଲ ମିଡିଆରେ 'ଆକ୍ସିଡେଣ୍ଟ ନା କନ୍ସିପିରେସି: ଗୋଦ୍ରା'ର ଟିଜରର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, 'ଗୋଧ୍ରା ଘଟଣା ଦୁର୍ଘଟଣା କି ଷଡଯନ୍ତ୍ର ଥିଲା, ଦୟାକରି ଆମକୁ ମନ୍ତବ୍ୟରେ କୁହନ୍ତୁ । ଗୋଦ୍ରା ଟିଜର ବର୍ତ୍ତମାନ ରିଲିଜ୍ ହୋଇଛି । ମାର୍ଚ୍ଚ ୧, ୨୦୨୪ରେ ଗୋଦ୍ରା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଜଳୁଥିବା ଟ୍ରେନ୍ ସାବରମତି ଏକ୍ସପ୍ରେସର ଏକ ଫଟୋରୁ ଟିଜର ଆରମ୍ଭ ହୋଇଥିବା ବେଳେ ୨୨ ବର୍ଷ ପୂର୍ବେ ଘଟିଥିବା ଭୟଙ୍କର ଘଟଣାଗୁଡ଼ିକର ଝଲକ ଏଥିରକେ ଦେଖିବାକୁ ମିଳିଛି ।

ଆଜି ବି ଦର୍ଶକମାନେ ୨୦୦୨ବର୍ଷକୁ ବହୁତ ଭଲ ଭାବରେ ମନେ ରଖିଛନ୍ତି । ଗୁଜୁରାଟରେ ହୋଇଥିବା ଏହି ଦୁଃଖଦ ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପ୍ରକୃତ କାହାଣୀ ଉପରେ ଆଧାରିତ । 'ଆକ୍ସିଡେଣ୍ଟ ନା କନ୍ସିପିରେସି: ଗୋଧ୍ରା' ପୀଡିତାଙ୍କ ନ୍ୟାୟ ପାଇଁ ସଂଗ୍ରାମର ଯାତ୍ରା ଦର୍ଶାଯାଇଛି । ଓମ୍ ତ୍ରିନେତ୍ରା ଫିଲ୍ମ ଦ୍ବାରା ନିର୍ମିତ ଏହି ଚଳଚ୍ଚିତ୍ରରେ ରଣବୀର ଶୋରେ, ପଙ୍କଜ ଯୋଶୀଙ୍କ ଭଳି ବଲିଉଡ ଦକ୍ଷ ଅଭିନେତା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଅନ୍ୟାନ୍ୟ ତାରକା ଭାବେ ହିତୁ କନୋଡିଆ, ଡେନିସା ଘୁମ୍ରା, ଗଣେଶ ଯାଦବ, ମାକ୍ରାନ୍ ଶୁକ୍ଲା ଏବଂ ରାଜୀବ ସୁରତି ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ହୀରାମଣ୍ଡି' କାଷ୍ଟଙ୍କ ପ୍ରଥମ ଲୁକ ଆଉଟ୍, ଖୁବଶୀଘ୍ର ଏହି ଫ୍ଲାଟଫର୍ମରେ ହେବ ଷ୍ଟ୍ରିମିଂ

କହିରଖୁଛୁ କି, ଫେବୃଆରୀ ୨୭, ୨୦୦୨ରେ, ଗୋଦ୍ରାଠାରୁ ଅହମ୍ମଦାବାଦ ଯାଉଥିବା ସାବରମତି ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡରେ ୫୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଯନ୍ତ୍ରଣାଦାୟକ ଘଟଣାକୁ ଗୁଜୁରାଟ ଦଙ୍ଗା ବୋଲି ମଧ୍ୟ କୁହାଯାଏ । ତେବେ ସତ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଚଳିତ ବର୍ଷ ମାର୍ଚ୍ଚ ୧ ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.