ହାଇଦ୍ରାବାଦ: ରାମ ନାଗରୀ ଅଯୋଧ୍ୟାରେ ଭଗବାନ ରାମଙ୍କୁ ସ୍ବାଗତ କରିବାକୁ ସାରା ଦେଶ ପ୍ରସ୍ତୁତ। ରାତି ପାହିଲେ ଭାରତ ଇତିହାସରେ ଯୋଡି ହେବ ନୂଆ ଫର୍ଦ୍ଦ । ଦୀର୍ଘ ବର୍ଷର ଅପେକ୍ଷା ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା କରାଯିବ । ଏହି ସମାରୋହ ପାଇଁ ସମସ୍ତେ ବେଶ ଉତ୍ସାହିତ ଥିବା ବେଳେ ଏଥିରେ ଅନେକ ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି, ବହୁ ବରିଷ୍ଠ ବ୍ୟକ୍ତି ଯୋଗଦେବେ । ଏହି ସମୟରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ସେ ଏଥିରେ ଯୋଗ ଦେଇପାରିବେ ନାହିଁ । ଏହି ସମାରୋହରେ ସାମିଲ ନହେବା ନେଇ ଦୁଃଖ ପ୍ରକାଶ କରିଛନ୍ତି ବିବେକ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହାର କାରଣ ଜଣାଇଛନ୍ତି ।
-
I was pleasantly surprised to receive many follow up calls from the office of CM @myogiadityanath Ji. The lady asked me travel details in an extremely warm but professional manner. Mighty impressed with the way technology is used to ensure a comfortable and safe visit for all.… pic.twitter.com/WJtrJ05rhM
— Vivek Ranjan Agnihotri (@vivekagnihotri) January 20, 2024 " class="align-text-top noRightClick twitterSection" data="
">I was pleasantly surprised to receive many follow up calls from the office of CM @myogiadityanath Ji. The lady asked me travel details in an extremely warm but professional manner. Mighty impressed with the way technology is used to ensure a comfortable and safe visit for all.… pic.twitter.com/WJtrJ05rhM
— Vivek Ranjan Agnihotri (@vivekagnihotri) January 20, 2024I was pleasantly surprised to receive many follow up calls from the office of CM @myogiadityanath Ji. The lady asked me travel details in an extremely warm but professional manner. Mighty impressed with the way technology is used to ensure a comfortable and safe visit for all.… pic.twitter.com/WJtrJ05rhM
— Vivek Ranjan Agnihotri (@vivekagnihotri) January 20, 2024
ବିବେକ ଅଗ୍ନିହୋତ୍ରୀ ଆମନ୍ତ୍ରଣର ଫଟୋ ଏକ୍ସରେ ସେୟାର କରି ଲେଖିଛନ୍ତି, 'ସିଏମ୍ ଯୋଗୀ ଆଦିତ୍ୟନାଥ ଜୀଙ୍କ କାର୍ଯ୍ୟାଳୟରୁ ଅନେକ ଫଲୋଅପ୍ କଲ ଆସିଥିଲା, ଯାହା ମୋତେ ବହୁତ ଖୁସି କରିଥିଲା । ହେଲେ ବର୍ତ୍ତମାନ ସାମିଲ ହୋଇପାରିବିନାହିଁ । ସେ ଲେଖିଛନ୍ତି, 'ମୋ ପାଇଁ ଦୁର୍ଭାଗ୍ୟଜନକ କଥା ଯେ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହୋଇପାରିବି ନାହିଁ । ମୁଁ କିଛି ଜରୁରୀ କାରଣରୁ ୨୨ ଜାନୁଆରୀରେ ଭାରତରେ ନ ଥିବାରୁ ଏହି ସମାରୋହରେ ଯୋଗ ଦେଇପାରିବି ନାହିଁ । କେବଳ ରାମ ଜୀ ଜାଣନ୍ତି ଯେ ମୁଁ କେତେ ଦୁଃଖିତ ।'
କହିରଖୁଛୁ କି, ବଲିଉଡରୁ ସାଉଥ ସେଲିବ୍ରିଟି ରାମ ମନ୍ଦିରର ପ୍ରତିଷ୍ଠାରେ ସାମିଲ ହୋଇପାରନ୍ତି । ଅମିତାଭ ବଚ୍ଚନ, ଅନୁପମ ଖେର, ରଜନୀକାନ୍ତ, ଚିରଞ୍ଜୀବୀ, ରାମଚରଣ, ଅକ୍ଷୟ କୁମାର, କେଜିଏଫ ତାରକା ୟଶ, ଧନୁଷ, ପ୍ରଭାସ, ମାଧୁରୀ ଦୀକ୍ଷିତ, କଙ୍ଗନା ରାଣାୱତ, ଅଜୟ ଦେବଗନ, ସନ୍ନି ଦେଓଲ, ଅନୁପମ ଖେର, ରଣବୀର କପୁର, ଆଲିଆ ଭଟ୍ଟ, ରଣଦୀପ ହୁଡା, ଟାଇଗର ଶ୍ରଫ, ଆୟୁଷ୍ମାନ ଖୁରାନା ସମେତ ସଂଜୟ ଲୀଲା ଭଂଶାଲୀଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ମାତ୍ର ୧୦୦ ଟଙ୍କାରେ ବଡ ପରଦାରେ ଦେଖିପାରିବେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଇଭ, ଫ୍ରିରେ ମିଳିବ ଏସବୁ
ସୂଚନା ଥାଉ କି, ରାମଲାଲାଙ୍କ ପ୍ରତିମା ବୁଧବାର ଦିନ ଅଯୋଧ୍ୟାରେ ପହଞ୍ଚିଥିଲା ଏବଂ ଏହା ଗତ ଶୁକ୍ରବାର (ଜାନୁଆରୀ 19)ରେ ଗର୍ଭଗୃହରେ ସ୍ଥାପିତ କରାଯାଇଥିଲା । ଏଥିସହିତ ରାମଲାଲାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲାଲାଙ୍କ କଳା ରଙ୍ଗର ପ୍ରତିମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ଏବଂ ପ୍ରସ୍ଥ ୩ ଫୁଟ । ଏଥିରେ ୧୦ଟି ଭଗବାନଙ୍କ ପ୍ରତିଛବି ଖୋଦିତ ହୋଇଛି । ଏହାକୁ ଅରୁଣ ଯୋଗୀରାଜ ପ୍ରସ୍ତୁତ କରିଛନ୍ତି ।