ETV Bharat / entertainment

ମାର୍ଚ୍ଚରେ ବୟପ୍ରେଣ୍ଡଙ୍କୁ ଜୀବନସାଥୀ କରିବେ କି ତାପସୀ, ଏମିତି କହିଲେ ଅଭିନେତ୍ରୀ

author img

By ETV Bharat Odisha Team

Published : Mar 10, 2024, 7:22 PM IST

Taapsee Pannu Opens Up On Her Wedding: ଚଳିତ ମାସରେ ଅଭିନେତ୍ରୀ ତାପସୀ ପନ୍ନୁ ଖୁବଶୀଘ୍ର ପ୍ରେମିକ ମାଥିଆସ ବୋଙ୍କୁ ବିବାହ କରିବାକୁ ଯାଉଥିବା ଖବର ସାମ୍ନାକୁ ଆସିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଏହି ଖବର ଉପରେ ନିଜର ପ୍ରତିକ୍ରିୟା ଦେଇ ଏହାକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ । ସେ ବିବାହକୁ ନେଇ କଣ କହିଛନ୍ତି ? ଜାଣନ୍ତୁ

ମାର୍ଚ୍ଚରେ ବୟପ୍ରେଣ୍ଡ ମାଥିଆସ ବୋଙ୍କ ବିବାହ କରିବେ କି ତାପସୀ? ଏମିତି କହିଲେ ଅଭିନେତ୍ରୀ

ହାଇଦ୍ରାବାଦ: ନିକଟରେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବିଷୟରେ ଖବର ଆସିଥିଲା ​​ଯେ ସେ ମାର୍ଚ୍ଚରେ ନିଜର ଦୀର୍ଘ ଦିନର ପ୍ରେମିକ ତଥା ବ୍ୟାଡମିଣ୍ଟନ ଖେଳାଳି ମାଥିଆସ ବୋଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହି କପଲ ଦୀର୍ଘ ୧୦ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିବା ବେଳେ ବର୍ତ୍ତମାନ ସାତଜନ୍ମର ସାଥୀ ହେବାକୁ ମନସ୍ଥ କରିଛନ୍ତି । ତେବେ ବର୍ତ୍ତମାନ ଏହି ବିବାହ ଖବର ନେଇ ମୁହଁ ଖୋଲିଛନ୍ତି ତାପସୀ । କେବଳ ଏତିକି ନୁହେଁ, ସେ ମାଥିଆସ ବୋଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ ଖୋଲାଖୋଲି ଭାବେ କଥା ହୋଇଛନ୍ତି ।

ବୟଫ୍ରେଣ୍ଡ ମାଥିଆସଙ୍କୁ ଡେଟିଂ କରିବା ନେଇ ଏହା କହିଲେ ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ଏକ ସାକ୍ଷାତକାରରେ ମାଥିଆସ୍ ବୋଙ୍କ ସହ ଥିବା ସମ୍ପର୍କ ବିଷୟରେ କହିଥିବାବେଳେ କହିଛନ୍ତି, "ସତ କହିବାକୁ ଗଲେ ମୋର ଡେଟିଂ ଜୀବନ ଗ୍ଲାମରସ୍ ହୋଇନାହିଁ । ଅନ୍ୟ କେତେକ ଲୋକଙ୍କ ଭଳି ମୋତେ ବି ମୋ ଜୀବନ ସାଥୀ ବାଛିବାରେ ଅନେକ ସମୟ ଲାଗିଥିଲା । ତାଙ୍କୁ ଭେଟିବା ପୂର୍ବରୁ, ମୁଁ ଭାବୁଥିଲି ଯେ, ମୋତେ ଜଣେ ଏମିତି ବ୍ୟକ୍ତି ଦରକାର ଯିଏ ମୋତେ ବୁଝିପାରୁଥିବ । ତେବେ ଶେଷରେ ମୁଁ ସେହିଭଳି ମଣିଷ ମୋ ଜୀବନରେ ପାଇଛି । ସେ କେବଳ ମୋତେ ନୁହେଁ, ମୋ ପରିବାର ଏବଂ ମୋର ଦୈନନ୍ଦିନ କାର୍ଯ୍ୟ ଜୀବନକୁ ମଧ୍ୟ ପ୍ରଭାବିତ କରିଛନ୍ତି । ତେଣୁ, ମୁଁ ନିଶ୍ଚିତ ଯେ ମୁଁ ତାଙ୍କୁ ପାଇ ଖୁସି ଏବଂ ତାଙ୍କ ସହ ସାରା ଜୀବନ ବିତାଇବାକୁ ମଧ୍ୟ ଚାହୁଁଛି ।''

ମାର୍ଚ୍ଚରେ ତାପସୀ ବିବାହ କରୁଛନ୍ତି କି?

ତାପସୀ ପନ୍ନୁ ମାଥିଆସ୍ ବୋଙ୍କ ସହ ତାଙ୍କ ବିବାହ ଗୁଜବ ବିବାହ ବିଷୟରେ କହିଛନ୍ତି, "ମୁଁ ଦିନେ ବିବାହ କରିବାକୁ ଚାହେଁ । ହେଲେ ଯେତେବେଳେ ମୁଁ କରିବି, ସମସ୍ତେ ଜାଣିବେ । ଏନେଇ ଗୁଜବ ଆରମ୍ଭ କରିବା ଅର୍ଥହୀନ । ଯଦି ଆପଣ କଳ୍ପନା କରିବାକୁ ଚାହୁଁଛନ୍ତି, ତେବେ ଆପଣ ଦଶ ବର୍ଷ ପୂର୍ବେ ଏହା ଅନୁମାନ କରିବାର ଥିଲା । କାରଣ ଯେତେବେଳେ ମୁଁ ଏହି ବ୍ୟକ୍ତିଙ୍କୁ ଡେଟ୍ କରିବା ଆରମ୍ଭ କଲି, ମୁଁ ସେତେବେଳେ ହିଁ ଜାଣିଥିଲି ଯେ ମୁଁ ତାଙ୍କୁ ହିଁ ବିବାହ କରିବି ।

ସେ ଆହୁରି କହିଛନ୍ତି, ''ମୁଁ କାହିଁକି ବୁଝିପାରୁ ନାହିଁ କାହିଁକି ଲୋକେ ଏତେ ଉତ୍ସାହିତ । ଆପଣମାନେ ସମସ୍ତେ ମୋ କାମ ପାଇଁ ମୋତେ ଭଲ ପାଆନ୍ତୁ । ମୋ ବ୍ୟକ୍ତିଗତ ଜୀବନ ବିଷୟକୁ ନୁହଁ । ମୁଁ ମୋର ବ୍ୟକ୍ତିଗତ ଜୀବନ ବିଷୟରେ ସ୍ପଷ୍ଟୀକରଣ ଦେବାକୁ ଚାହେଁ ନାହିଁ । ମୁଁ ମୋର ସମ୍ପର୍କ ବିଷୟରେ ବହୁତ ସଚ୍ଚୋଟ, ମୁଁ କିଛି ଲୁଚାଇ ନାହିଁ । ତେଣୁ, ଯେତେବେଳେ ଏହା ଘଟିବ ଆପଣ ସମସ୍ତେ ଜାଣିବେ। ''

ଏହା ମଧ୍ୟ ପଢନ୍ତୁ: ବଲିଉଡରେ ବିବାହ ସିଜନ: ବୟଫ୍ରେଣ୍ଡଙ୍କୁ ସାତ ଜନ୍ମର ସାଥି କରିବେ ତାପସୀ, ଏଇଠି ପଡିବ ହାତଗଣ୍ଠି

କହିରଖୁଛୁ କି, ୨୦୨୦ ମସିହାରେ ତାପସୀ ଏବଂ ତାଙ୍କ ପ୍ରେମିକ ମାଥିଆସଙ୍କ ଡେଟିଂ ଖବର ସାମ୍ନାକୁ ଆସିଥିଲା । ମାଳଦ୍ୱୀପ ଭ୍ୟାକେସନରୁ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଦିନଠାରୁ ଉଭୟଙ୍କ ଡେଟିଂକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଉଭୟ ପରସ୍ପର ସହ ଅନେକ ସମୟରେ ଏକାଠି ନଜର ଆସିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.