ETV Bharat / entertainment

ଏହି ଦିନ ଆରମ୍ଭ ହେବ 'ବର୍ଡର ୨' ସୁଟିଂ, ସନ୍ନି ଦେଓଲଙ୍କ ସହ ଆୟୁଷ୍ମାନ ବି ଆସିବେ ନଜର - Border 2 Shooting

author img

By ETV Bharat Odisha Team

Published : May 21, 2024, 5:48 PM IST

Border 2 Shooting: ଆଜି ବି ଲୋକେ ୯୦ଦଶକର ହିଟ୍ ଫିଲ୍ମ 'ବର୍ଡର' ଦେଖିବାକୁ ପସନ୍ଦ କରନ୍ତି । ସନ୍ନି ଦେଓଲଙ୍କ କ୍ୟାରିଅରରେ ଏହା ଏକ ହିଟ୍ ଫିଲ୍ମ । ତେବେ ବର୍ତ୍ତମାନ ଅଭିନେତା ଏହା ସିକ୍ୱେଲ ସହ ଫେରୁଛନ୍ତି । ଅଧିକ ପଢନ୍ତୁ

ଏହି ଦିନ ଆରମ୍ଭ ହେବ 'ବର୍ଡର ୨' ସୁଟିଂ, ସନ୍ନି ଦେଓଲଙ୍କ ସହ ଆୟୁଷ୍ମାନ ବି ଆସିବେ ନଜର
ଏହି ଦିନ ଆରମ୍ଭ ହେବ 'ବର୍ଡର ୨' ସୁଟିଂ, ସନ୍ନି ଦେଓଲଙ୍କ ସହ ଆୟୁଷ୍ମାନ ବି ଆସିବେ ନଜର (Instagram/sunny deol/Ayushman Khurrana)

ହାଇଦ୍ରାବାଦ: ବଲିଉଡ ଅଭିନେତା ସନ୍ନି ଦେଓଲ 'ଗଦର' ଏବଂ 'ବର୍ଡର' ଭଳି ଫିଲ୍ମ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଗତ ବର୍ଷ (୨୦୨୩)ରେ 'ଗଦର ୨' ସହ ବକ୍ସ ଅଫିସରେ ଦମଦାର କମବ୍ୟାକ କରିଥିଲେ । ଏହି ଚଳଚ୍ଚିତ୍ର ଭଲ ରୋଜଗାର କରିବା ସହ ରେକର୍ଡ ସୃଷ୍ଟି କରିଥିଲା । ଏହା ପରେ ଏବେ ସନ୍ନି 'ବର୍ଡର'ର ସିକ୍ୱେଲ ସହ ପୁଣି ଫେରିବେ ବୋଲି ଜଣାପଡିଛି । ଏହି ଚଳଚ୍ଚିତ୍ରରେ କିଛି ପୁରୁଣା ତଥା ନୂଆ ଷ୍ଟାର୍ କାଷ୍ଟ ନଜର ଆସିବେ ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ, ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ।

ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ? : ଖବର ଅନୁଯାୟୀ ଅକ୍ଟୋବର ୨୦୨୪ରେ ଫିଲ୍ମ ବର୍ଡର 2 ପାଇଁ ସୁଟିଂ ଆରମ୍ଭ ହେବ । ଏଥିରେ ସନ୍ନି ଦେଓଲ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଏବଂ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ସହ ସ୍କ୍ରିନ୍ ସେୟାର କରିବେ ବୋଲି ଜଣାପଡିଛି । ସନ୍ନି ଦେଓଲଙ୍କ ଏହି ବ୍ଲକବଷ୍ଟର ଚଳଚ୍ଚିତ୍ରକୁ ସ୍ୱତନ୍ତ୍ର ଏବଂ ଅନନ୍ୟ କରିବା ପାଇଁ ନିର୍ମାତାମାନେ କଠିନ ପରିଶ୍ରମ କରୁଛନ୍ତି । ସେ ଚାହୁଁଛନ୍ତି ଯେ ଲୋକଙ୍କ ସାମ୍ନାରେ ଏପରି ଏକ ଚଳଚ୍ଚିତ୍ର ରହିବା ଉଚିତ, ଯାହା ଦେଶଭକ୍ତି ​​ସହିତ ସେମାନଙ୍କୁ ମନୋରଞ୍ଜନ କରିବ । ତେବେ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଆୟୁଷ୍ମନ ଏବଂ ସନ୍ନି ଏକାଠି ନଜର ଆସିବେ ।

ଏହି ଦିନ 'ବର୍ଡର ୨' ମୁକ୍ତିଲାଭ କରିବ:- ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଚଳଚ୍ଚିତ୍ର ୨୦୨୬ ମସିହାରେ ଗଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି । ଏହି ସିନେମାରେ ମେଜର କୁଲଦୀପ ସିଂ ଚୌଧୁରୀ ଭୂମିକାରେ ସନ୍ନି ଦେଓଲ ଅଭିନୟ କରିବେ । ଆୟୁଷ୍ମାନ ଖୁରାନା ଭାରତୀୟ ସଶସ୍ତ୍ର ବାହିନୀର ଏକ ଅଂଶ ହେବେ, ଯିଏ ଏହି ଚଳଚ୍ଚିତ୍ରରେ ଏକ ବଳିଷ୍ଠ ଚରିତ୍ର ପ୍ଲେ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ଭୂଷଣ କୁମାର, ଜେପି ଦତ୍ତା ଏବଂ ନିଧି ଦତ୍ତଙ୍କ ପ୍ରଡକ୍ସନରେ ନିର୍ମିତ ହେବ ।

ଏହା ମଧ୍ୟ ପଢନ୍ତୁ: 3 ଶହ କୋଟି କ୍ଲବରେ ଗଦର-2: ବର୍ଡର-୨ ନିର୍ମାଣ ନେଇ ଏହା କହିଲେ ସନ୍ନି, ଜାଣନ୍ତୁ

ସୂଚନା ଥାଉ କି, ୧୯୯୭ ମସିହାରେ ରିଲିଜ ହୋଇଥିବା 'ବର୍ଡର' ବକ୍ସ ଅଫିସର ଧମାଲ କରିଥିଲା । ଏହି ଫିଲ୍ମରେ ସନ୍ନି ଦେଓଲ ଭାରତୀୟ ସେନା ବାହିନୀର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ ଖୁବ ସୁନ୍ଦର ଅଭିନୟ କରିଥିଲେ । ଫିଲ୍ମରେ ସନ୍ନିଙ୍କ ସହିତ ସୁନୀଲ ସେଟ୍ଟୀ ଓ ଜ୍ୟାକି ଶ୍ରଫ, ପୁନୀତ ଇସର ଓ ଅକ୍ଷୟ ଖନ୍ନାଙ୍କ ସମେତ ବହୁ ନାମିଦାମି ଷ୍ଟାର ଅଭିନୟ କରିଥିଲେ । ଏହି ହିନ୍ଦୀ ଭାଷୀ ଫିଲ୍ମଟି ବଲିଉଡ ଜଗତରେ ଏକ ଐତିହାସିକ ଫିଲ୍ମ ହୋଇ ରହିଛି । ଦର୍ଶକ ଏହି କାହାଣୀ ଓ ଫିଲ୍ମରେ ଦର୍ଶାଯାଇଥିବା ଭାରତୀୟ ସେନାଙ୍କ ସଂଘର୍ଷର କାହାଣୀ ଦେଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.