ETV Bharat / entertainment

ମହିଳା ପ୍ରିମିୟର ଲିଗ 2024: ସିଗ୍ନେଚର ପୋଜ ଦେଲେ କିଙ୍ଗ ଖାନ, ପରଫର୍ମରେ ଚାର୍ ଚାନ୍ଦ୍ ଲଗାଇଲେ ସେଲିବ୍ରିଟି

Wpl 2024: ମହିଳା ପ୍ରିମିୟର ଲିଗ୍ ୨୦୨୪ ଆୟୋଜିତ ହୋଇଯାଇଛି । ଗତ ଫେବୃଆରୀ ୨୩ରୁ ଆରମ୍ଭ ହୋଇଛି ଏହି ମ୍ୟାଚ । ତେବେ ମ୍ୟାଚର ଓପନିଂ ସେରମନିରେ ବଲିଉଡର ଲୋକପ୍ରିୟ ସେଲିବ୍ରିଟି ଶାହାରୁଖ ଖାନଙ୍କ ଠାରୁ ଆରମ୍ଭ କରି ବରୁଣ ଧୱନ ଯାଏଁ ନିଜ ପରଫର୍ମରେ ଚାର୍ ଚାନ୍ଦ୍ ଲଗାଇଥିଲେ।

author img

By ETV Bharat Odisha Team

Published : Feb 25, 2024, 10:24 AM IST

ମହିଳା ପ୍ରିମିୟର ଲିଗ୍ ୨୦୨୪: କ୍ୟାପଟେନଙ୍କ ସହ ସିଗ୍ନେଚର ପୋଜ ଦେଲେ କିଙ୍ଗ ଖାନ, ପରଫର୍ମରେ ଚାର୍ ଚାନ୍ଦ୍ ଲଗାଇଲେ ଏହି ସେଲିବ୍ରିଟି

ହାଇଦ୍ରାବାଦ: ଫେବୃଆରୀ ୨୩ରୁ ଆରମ୍ଭ ହୋଇଯାଇଛି ମହିଳା ପ୍ରିମିୟର ଲିଗ୍‌ ୨୦୨୪ । ଏହା ମହିଳା ପ୍ରିମିୟର ଲିଗ୍‌ର ଦ୍ବିତୀୟ ସଂସ୍କରଣ ଅଟେ । ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ମ୍ୟାଚ । ତେବେ ଏଥର ଏହି ମ୍ୟାଚର ଉଦଘାଟନୀ ସମାରୋହରେ ନିଜ ଦମଦାର ଫରଫର୍ମର ତଡକା ଲଗାଇଥିଲେ ବଲିଉଡର ଲୋକପ୍ରିୟ ସେଲିବ୍ରିଟି । ଶାହାରୁଖ ଖାନ, ସାହିଦ କପୁର, କାର୍ତ୍ତିକ ଆର୍ଯ୍ୟନ, ଟାଇଗର ଶ୍ରଫ ଏବଂ ବରୁଣ ଧୱନ ନିଜ ଡ୍ୟାନ୍ସ ଫରଫର୍ମରେ ଫ୍ୟାନ୍ସଙ୍କ ମନ ଜିତିଛନ୍ତି ।

ଏହି ମ୍ୟାଚର ଉଦଘାଟନୀ ଅବସରର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ ଶାହରୁଖ ଖାନ ନୂଆ ଲୁକ୍ ଦେଖିବାକୁ ମିଳିଛି । ଶାହାରୁଖ ଖାନ ବ୍ଲାକ ରଙ୍ଗର ପ୍ୟାଣ୍ଟ, ସାର୍ଟ ସହ ନୂଆ ହେଆର ଷ୍ଟାଇଲରେ ନଜର ଆସିଛନ୍ତି । ଶାହାରୁଖଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ତାଙ୍କ ପ୍ରଦର୍ଶନ ପୂର୍ବରୁ କିଙ୍ଗ ଖାନ ମହିଳା କ୍ରିକେଟରଙ୍କ ପାଇଁ ସଶକ୍ତିକରଣର ଏକ ବିଶେଷ ବାର୍ତ୍ତା ମଧ୍ୟ ଦେଇଥିଲେ । ଏଥିସହ ଏହି ଅବସରରେ ସମସ୍ତ କ୍ୟାପଟେନଙ୍କ ସହ ମଧ୍ୟ କିଙ୍ଗ ଖାନ ନିଜ ସିଗ୍ନେଚର ପୋଜ ମଧ୍ୟ ଦେଇଥିଲେ ।

ସେପଟେ ଷ୍ଟାଡିୟମ ଭିତରୁ ଏକ ଫଟୋ ମଧ୍ୟ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଫ୍ୟାନ ଏକ ପୋଷ୍ଟର ଧରିଛନ୍ତି ଏବଂ ସେଥିରେ ଲେଖାଅଛି, 'ଆମେ ମ୍ୟାଚ ଦେଖିବାକୁ ନୁହଁ ବରଂ ଶାହାରୁଖଙ୍କୁ ଦେଖିବାକୁ ଆସିଛୁ ।' ଶାହାରରୁଖଙ୍କ ନିଜ ଫିଲ୍ମ 'ପଠାନ'ର 'ଝୁମେ ଜୋ ପଠାନ' ଏବଂ 'ଜବାନ'ର 'ରମୟା ଭସ୍ତା ବୟାଁ' ଗୀତରେ ଡ୍ୟାନ୍ସ ପରଫର୍ମ କରି ମଧ୍ୟ ଫ୍ୟାନ୍ସ ଦିୱାନା କରିଥିଲେ ।

ସେହିପରି ସାହିଦ କପୁର ମଧ୍ୟ ବାଇକରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ଏବଂ 'ସାମ ସାନଦାର' ଗୀତରେ ଫରପର୍ମ କରି ଫ୍ୟାନ୍ସଙ୍କ ମନ ଜିତିଛନ୍ତି । କାର୍ତ୍ତିକ ଆର୍ଯ୍ୟନ୍ 'ଭୁଲ ଭୁଲେୟା' ଗୀତରେ, ସିଦ୍ଧାର୍ଥ ମଲହୋତ୍ରା 'ଶେରଶାହା' ଗୀତରେ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରି ଷ୍ଟାଡିୟମରେ ଚାରଚାନ୍ଦ ଲଗାଇଛନ୍ତି । ଅନ୍ୟପଟେ ଟାଇଗର ଶ୍ରଫ ଏବଂ ବରୁଣ ଧୱନ ମଧ୍ୟ ତାଙ୍କର ଚମତ୍କାର ପ୍ରଦର୍ଶନ ସହ ଅନେକ ପ୍ରଶଂସା ସାଉଁଟିଛନ୍ତି । କାର୍ତ୍ତିକ ଆର୍ଯ୍ୟନ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କାର୍ତ୍ତିକ ଗୁଜୁରାଟ ଜଏଣ୍ଟସ୍ ପ୍ରତିନିଧିତ୍ୱ କରିଥିଲେ । ସାହିଦ କପୁର ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତିନିଧିତ୍ୱ କରିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଟାଇଗର ଶ୍ରଫ ପ୍ରତିନିଧିତ୍ୱ କରିଥିବାବେଳେ ସିଦ୍ଧାର୍ଥ ମଲହୋତ୍ରା ଦିଲ୍ଲୀର କ୍ୟାପିଟାଲ ପ୍ରତିନିଧିତ୍ୱ କରିଥିଲେ ।

କହିରଖୁଛୁ କି, ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ବେଙ୍ଗାଲୁରୁ ଓ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବାବେଳେ ୧୭ ମାର୍ଚ୍ଚରେ ଏହାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଏହି ରୋମାଞ୍ଚକର ମହିଳା କ୍ରିକେଟ୍‌ ଲିଗ୍‌ରେ ମୋଟ ୫ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ୨୦ ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଏବଂ ଦୁଇଟି ପ୍ଲେ ଅଫ୍‌ ମ୍ୟାଚ୍‌ ଖେଳାଯିବ । ଫେବୃଆରୀ ୨୩ରୁ ଆରମ୍ଭ ହୋଇଥିବା ପ୍ରଥମ ୧୧ଟି ମ୍ୟାଚ ବେଙ୍ଗାଲୁରୁରେ ଏବଂ ଅବଶିଷ୍ଟ ଲିଗ୍‌ ମ୍ୟାଚ୍‌ ୫ ରୁ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ: ମହିଳା ପ୍ରିମିୟର ଲିଗ୍‌ ୨୦୨୪: ଓପନିଂ ସେରିମନିରେ ପରଫର୍ମ କରିବେ ଶାହାରୁଖ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.