ETV Bharat / entertainment

ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଏକାଠି ନାଚିଲେ ତିନି ଖାନ ସଲମାନ-ଶାହାରୁଖ-ଆମୀର

SRK-Aamir-Salman Performance: ଜାମନଗରରେ ଧୁମଧାମରେ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂଙ୍କ ସମାରୋହ ସେଲିବ୍ରିସନ କରାଯାଉଛି । ଏହି ସମୟରେ ବଲିଉଡର ତିନି ଖାନ ଆମୀର ଖାନ, ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହି ୩ ଷ୍ଟାର ଏକାଠି ନିଜ ହିଟ୍ ଫିଲ୍ମର ଲୋକପ୍ରିୟ ଗୀତଗୁଡ଼ିକର ହୁକ୍ ଷ୍ଟେପ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦେଖନ୍ତୁ ଭିଡିଓ

author img

By ETV Bharat Odisha Team

Published : Mar 3, 2024, 10:00 AM IST

ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଏକାଠି ଠୁମକା ଲଗାଇଲେ ତିନି ଖାନ ସଲମାନ-ଶାହାରୁଖ-ଆମୀର

ହାଇଦ୍ରାବାଦ: ଗୁଜୁରାଟର ଜାମନଗରରେ ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ଧୁମଧାମରେ ସେଲିବ୍ରିସନ କରାଯାଉଛି । ଆଜି ଏହି ବିବାହ ଉତ୍ସବର ଶେଷ ଦିନ ରହିଥିବା ବେଳେ ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଜମିଥିଲା ମାହୋଲ । ଏହି ବିବାହ ଉତ୍ସବରେ ତିନି ଖାନ ଆମୀର ଖାନ, ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକାଠି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏହି ୩ ଷ୍ଟାରଙ୍କୁ ଫ୍ୟାନ୍ସ ଏକାଠି ଦେଖିବାକୁ ଉତ୍ସାର ସହ ଅପେକ୍ଷା କରିଥିବା ବେଳେ ଏହି ୩ ଷ୍ଟାର ଅନନ୍ତଙ୍କ ବିବାହ ଉତ୍ସବରେ ଏକାଠି ନଜର ଆସି ସମସ୍ତଙ୍କ ମନ ଜିତିଛନ୍ତି । କେବଳ ଏତିକି ନୁହଁ ଶାହାରୁଖ, ସଲମାନ ଏବଂ ଆମୀର ଖାନ ଦମଦାର ପ୍ରଦର୍ଶନ କରି ମଞ୍ଚରେ ନିଆଁ ଲଗାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ଦୀର୍ଘ ବର୍ଷ ପରେ ଆମୀର ଖାନ, ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କୁ ଏକାଠି ଗୋଟିଏ ମଞ୍ଚରେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମରେ ଶାହରୁଖ ଖାନଙ୍କ ଫ୍ୟାନ୍ କ୍ଲବ ପକ୍ଷରୁ ଏହି ୩ ଷ୍ଟାରଙ୍କ ଭିଡ଼ିଓ ସେୟାର କରାଯାଇଛି । ଯେଉଁଥିରେ ଏହି ୩ ଷ୍ଟାର ଓସ୍କାର ପୁରସ୍କାର ବିଜେତା ରାମ ଚରଣ ଏବଂ ଏନଟିଆରଙ୍କ ଅଭିନୀତ 'ଆରଆରଆର' ଗୀତ 'ନାଟୁ ନାଟୁ' ହୁକ୍ ଷ୍ଟେପ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ପରେ ଏହି ଗୀତରେ ହିଁ ଶାହାରୁଖ, ସଲମାନ ଏବଂ ଆମୀର ଏକାଠି ନିଜ ହିଟ୍ ଫିଲ୍ମର ଲୋକପ୍ରିୟ ଗୀତ ଗୁଡ଼ିକର ହୁକ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଛି । ଶାହାରୁଖ, ସଲମାନ ଏବଂ ଆମୀର ନିଜ ପ୍ରଦର୍ଶନରେ ଚାର ଚାନ୍ଦ ଲଗାଇଛନ୍ତି ।

ଏହି ସମୟରେ ୩ ଷ୍ଟାର କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି । ଶାହାରୁଖ, ସଲମାନ ଏବଂ ଆମୀର ଖାନ ନିଜ ହିଟ୍ ଫିଲ୍ମ ମୁଝସେ ଶାଦି କରୋଗୀର 'ଜିନେ କେ ହେ ଚାର ଦିନ', 'ଛୟାଁ ଛୟାଁ', ରଙ୍ଗ ଦେ ବସନ୍ତୀର ଗୀତ 'ମସ୍ତି କି ପାଠଶାଳା', ପଠାନର 'ଝୁମେ ଜୋ ପଠାନ'ର ହୁକ୍ ଷ୍ଟେପ୍ ପ୍ରଦର୍ଶନ କରି ଏହି ବିବାହ ଉତ୍ସବର ସେଲିବ୍ରେସନକୁ ଦ୍ୱିଗୁଣିତ କରିଛନ୍ତି । ଏହି ଭିଡ଼ିଓ ଭାଇରାଲ ହେବା ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଜାହ୍ନବୀଙ୍କ ସହ ଠୁମକା ଲଗାଇଲେ ରିହାନା, କହିଲେ ପୁଣି ଭାରତ ଆସିବି

ସୂଚନା ଥାଉ କି, ଏହି କାର୍ଯ୍ୟକ୍ରମରେ ଶାହାରୁଖ, ସଲମାନ ଏବଂ ଆମୀରଙ୍କ ବ୍ୟତୀତ ଅନ୍ୟ ଅନେକ ବଲିଉଡ ତାରକାଙ୍କୁ ଦେଖିବାକୁ ମିଳିଛି । ଏଥିମଧ୍ୟରେ ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ, ସୈଫ ଅଲି ଖାନ, କରୀନା କପୁର ଖାନ, ବରୁଣ ଧୱନ, ଅନୀଲ କପୁର, ସାରା ଅଲି ଖାନ, ଇବ୍ରାହିମ ଅଲି ଖାନ, ଅନନ୍ୟା ପାଣ୍ଡେ, ରାନୀ ମୁଖାର୍ଜୀ, ଦୀପିକା ପାଦୁକୋନ୍, ରଣଭୀର ସିଂ, ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଆଦିତ୍ୟ ରୟ କପୁର ସାମିଲ ଅଛନ୍ତି । ଏଥିସହ ଏମଏସ ଧୋନି, ରୋହିତ ଶର୍ମା ଏବଂ ସଚିନ ତେନ୍ଦୁଲକରଙ୍କ ଭଳି ଜଣାଶୁଣା କ୍ରୀଡ଼ା ବ୍ୟକ୍ତିତ୍ୱ ମଧ୍ୟ ଯୋଗ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.