ETV Bharat / entertainment

ଖୁବଶୀଘ୍ର ସୋନାକ୍ଷୀ-ଜାହିରଙ୍କ ପଡିବ ହାତଗଣ୍ଠି, ବିବାହ ପୂର୍ବରୁ ବ୍ୟାଚଲର ପାର୍ଟି ସେଲିବ୍ରେଟ କଲେ କପଲ୍ ! - Sonakshi Sinha Bachelorette Party

author img

By ETV Bharat Odisha Team

Published : Jun 18, 2024, 10:54 AM IST

Sonakshi Sinha-Zaheer Iqbal Weeding: ସୋନାକ୍ଷୀ ସିହ୍ନା ବୟଫ୍ରେଣ୍ଡ ଜାହିର ଇକବାଲଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ବିବାହର 5ଦିନ ପୂର୍ବରୁ ସୋନାକ୍ଷୀ ଏବଂ ଜାହିର ନିଜ ସାଙ୍ଗମାନଙ୍କ ସହ ବ୍ୟାଚଲର ପାର୍ଟି ସେଲିବ୍ରେଟ କରିଛନ୍ତି । ଉଭୟ ନିଜ ସୋସିଆଲ ମିଡିଆରେ ସେୟାର କରି ଏହି ସେଲିବ୍ରେସନର ଝଲକ ଦେଖାଇଛନ୍ତି । ଅଧିକ ପଢନ୍ତୁ

ଖୁବଶୀଘ୍ର ସୋନାକ୍ଷୀ-ଜାହିରଙ୍କ ପଡିବ ହାତଗଣ୍ଠି, ବିବାହ ପୂର୍ବରୁ ବ୍ୟାଚଲର ପାର୍ଟି ସେଲିବ୍ରେଟ କଲେ କପଲ୍
ଖୁବଶୀଘ୍ର ସୋନାକ୍ଷୀ-ଜାହିରଙ୍କ ପଡିବ ହାତଗଣ୍ଠି, ବିବାହ ପୂର୍ବରୁ ବ୍ୟାଚଲର ପାର୍ଟି ସେଲିବ୍ରେଟ କଲେ କପଲ୍ (@iamzahero,@aslisona, instagram)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଅଭିନେତା ଜାହିର ଇକବାଲ ଦୀର୍ଘଦିନର ଡେଟିଂ ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟଙ୍କର ଚଳିତ ଜୁନ ୨୩ରେ ହାତଗଣ୍ଠି ପଡିବ ବୋଲି ଜଣାପଡିଛି । ଉଭୟ ଏନେଇ ଅଫିସିଆଲି ଘୋଷଣା କରିନାହାନ୍ତି କିନ୍ତୁ ରାପର ତଥା ଗାୟକ ହନ୍ନି ସିଂ ଉଭୟଙ୍କ ବିବାହକୁ କନଫର୍ମ କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ବିବାହର ୫ଦିନ ପୂର୍ବରୁ ସୋନାକ୍ଷୀ ଏବଂ ଜାହିର ନିଜ ସାଙ୍ଗମାନଙ୍କ ସହିତ ପାର୍ଟି କରୁଥିବା ଦେଖିବାକୁ ମିଳିଛି । ଉଭୟ ନିଜ ସୋସିଆଲ ମିଡିଆରେ ଏହାର ଝଲକ ମଧ୍ୟ ଦେଖାଇଛନ୍ତି ।

ଜାହିର ଇକବାଲଙ୍କ ପୋଷ୍ଟ
ଜାହିର ଇକବାଲଙ୍କ ପୋଷ୍ଟ (@iamzahero, instagram)

ସୋନାକ୍ଷୀ ଗତ ସୋମବାର ରାତିରେ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ହୁମା କ୍ୟୁରେଶୀଙ୍କ ସହ ବ୍ୟାଚଲର ପାର୍ଟି କରିଥିଲେ । ସୋନାକ୍ଷୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପାର୍ଟିର ଫଟୋ ସେୟାର କରିଛନ୍ତି । ସୋନାକ୍ଷୀ ତାଙ୍କ ଗାର୍ଲ୍ସ ଟିମ ସହିତ ବ୍ୟାଚେଲେଟ ପାର୍ଟିକୁ ପୁରା ଉପଭୋଗ କରିଥିବାର ନଜର ଆସିଛନ୍ତି । ଏହି ସମୟରେ ସମସ୍ତେ ବ୍ଲାକ ରଙ୍ଗର ଆଉଟଫିଟରେ ନଜର ଆସିଛନ୍ତି । ପ୍ରଥମ ଫଟୋରେ ସେ ନିଜ ସେଲଫି ନେଉଥିବାର ନଜର ଆସିଥିବା ବେଳେ ଅନ୍ୟ ଫଟୋରେ ସେ ନିଜ ସାଙ୍ଗ ମାନଙ୍କ ସହ ପୋଜ ଦେଉଥିବାର ଦେଖିବାକୁ ମିଳିଛି ।

ସେହିପରି ସୋନାକ୍ଷୀଙ୍କ ଦୁଲହା ଜାହିର ଇକବାଲ ମଧ୍ୟ ତାଙ୍କ ବନ୍ଧୁଙ୍କ ସହ ବ୍ୟାଚଲର ପାର୍ଟି କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗ୍ରୁପ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଜାହିରଙ୍କୁ ତାଙ୍କ ଗ୍ୟାଙ୍ଗ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଛି । ଏହା ସେୟାର କରି ସେ ଲେଖିଛନ୍ତି, "ଚାଲ ଯିବା !" ଅନ୍ୟ ଏକ ଫଟୋରେ ଜାହିରଙ୍କୁ ଫିଲ୍ମ ସମ୍ପାଦକ ମହୀର ଜାଭେରୀଙ୍କ ଗାଲରେ କିସ କରୁଥିବାର ନଜର ଆସିଛନ୍ତି । ମାହିର ନିଜ ଇନଷ୍ଟାଗ୍ରାମ ଷ୍ଚୋରୀରେ ଏହି ଫଟୋ ସେୟାର କରି ଲେଖିଛନ୍ତି, "ବେବିର ବିବାହ ହେବାକୁ ଯାଉଛି ।"

ସୋନାକ୍ଷୀ ସିହ୍ନାଙ୍କ ପୋଷ୍ଟ
ସୋନାକ୍ଷୀ ସିହ୍ନାଙ୍କ ପୋଷ୍ଟ (@aslisona, instagram)

ଏହା ମଧ୍ୟ ପଢନ୍ତୁ: ସୋନାକ୍ଷୀଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ଶତ୍ରୁଘ୍ନ ସିହ୍ନା, କହିଲେ- ଆଜିକାଲିର ପିଲା...

ସୂଚନା ଥାଉ କି, ଜାହିର ଇକବାଲ ଜଣେ ବ୍ୟବସାୟୀ ପରିବାରର ଅଟନ୍ତି । ତାଙ୍କ ପିତା ଇକବାଲ ରତନସୀ ଜଣେ ଜଣାଶୁଣା ବ୍ୟବସାୟୀ । ସଲମାନ ଖାନଙ୍କ ପରିବାର ସହ ତାଙ୍କର ମଧ୍ୟ ଘନିଷ୍ଠ ବନ୍ଧୁତା ରହିଛି । ସଲମାନ ଖାନ ଫିଲ୍ମ 'ନୋଟବୁକ୍' ସହ ୨୦୧୯ରେ ଜାହିରଙ୍କୁ ଲଞ୍ଚ କରିଥିଲେ । ଜାହିର ଏବଂ ସୋନାକ୍ଷୀ ସଲମାନ ଖାନଙ୍କ ଏକ ପାର୍ଟିରେ ଭେଟିଥିଲେ । ପ୍ରଥମେ ସେମାନେ ବନ୍ଧୁ ହେଲେ ଏବଂ ପରେ ସେମାନେ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ । ତା' ପରେ ସୋନାକ୍ଷୀ ପ୍ରଥମ ଥର ପାଇଁ ଫିଲ୍ମ 'ଡବଲ୍ ଆକ୍ସେଲ'ରେ ଜାହିରଙ୍କ ସହ କାମ କରିଥିଲେ । ଏହାପରେ ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳିଛି । ବର୍ତ୍ତମାନ ଉଭୟ ବିବାହ କରିବାକୁ ମନସ୍ଥ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.