ETV Bharat / entertainment

ନାଗା ଚୈତନ୍ୟ-ଶୋଭିତାଙ୍କ ପ୍ରି-ୱେଡିଂ ସେରମନି ଆରମ୍ଭ, ଖୁବଶୀଘ୍ର ପଡ଼ିବ କପଲଙ୍କ ହାତଗଣ୍ଠି

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ନାଗା ଚୈତନ୍ୟ ଓ ଶୋଭିତା ଧୂଲିପାଲା । ବର୍ତ୍ତମାନ ଏହି କପଲଙ୍କ ବିବାହ ପୂର୍ବ ରୀତିନୀତି ସେରମନି ଆରମ୍ଭ ହୋଇଛି ।

ନାଗା ଚୈତନ୍ୟ-ଶୋଭିତାଙ୍କ ପ୍ରି-ୱେଡିଂ ସେରମନି ଆରମ୍ଭ, ଖୁବଶୀଘ୍ର ପଡ଼ିବ କପଲଙ୍କ ହାତଗଣ୍ଠି
ନାଗା ଚୈତନ୍ୟ-ଶୋଭିତାଙ୍କ ପ୍ରି-ୱେଡିଂ ସେରମନି ଆରମ୍ଭ, ଖୁବଶୀଘ୍ର ପଡ଼ିବ କପଲଙ୍କ ହାତଗଣ୍ଠି (Photo: IANS)
author img

By ETV Bharat Entertainment Team

Published : 3 hours ago

ହାଇଦ୍ରାବାଦ: ସାଉଥ ତାରକା ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲା ଖୁବଶୀଘ୍ର ନିଜ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି । ବର୍ଷ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଏହି କପଲ୍ ଚଳିତ ମାସ ଅଗଷ୍ଟରେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସୂଚନା ଦେଇଥିଲେ । ବର୍ତ୍ତମାନ ଉଭୟ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହାରି ମଧ୍ୟରେ ସୋମବାର (ଅକ୍ଟୋବର 21) ରେ ଉଭୟଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶୋଭିତା ସୋସିଆଲ ମିଡିଆରେ ବିବାହ ପୂର୍ବ ରୀତିନୀତି ସେରମନିର ଫଟୋ ସେୟାର କରି ଝଲକ ଦେଖାଇଛନ୍ତି ।

ନାଗା ଚୈତନ୍ୟ-ଶୋଭିତାଙ୍କ ପ୍ରି-ୱେଡିଂ ସେରମନି ଆରମ୍ଭ

ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟଙ୍କ ବିବାହ ବିଷୟରେ ଆଲୋଚନା ହେଉଥିଲା ଯେ ଏହି କପଲ୍ ଆସନ୍ତା ବର୍ଷ ସୁଦ୍ଧା ବିବାହ କରିବେ, କିନ୍ତୁ ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ସୂଚାଇ ଦେଇଛି ଯେ ଖୁବଶୀଘ୍ର ଉଭୟଙ୍କ ହତଗଣ୍ଠି ପଡ଼ିବ । ଶୋଭିତା ଧୂଲିପାଲା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଫଟୋ ସହିତ ଶୋଭିତା କ୍ୟାପସନରେ ଲେଖିଛନ୍ତି, "ଗୋଦୁମା ରାୟ ପସୁପୁ ଦଚତମ୍ । ଏହିପରି ଆରମ୍ଭ ହୁଏ ।"

ପାରମ୍ପରିକ ଲୁକରେ ନଜର ଆସିଲେ ଶୋଭିତା

ଗୋଦୁମା ରାଇ ପସୁପୁ ଦଚତମ ଅର୍ଥ ବିବାହ ପୂର୍ବ କାର୍ଯ୍ୟଗୁଡ଼ିକ ଆରମ୍ଭ । ଏହି ରୀତିନୀତିରେ କିଛି ମହିଳା ହଳଦୀକୁ ଗ୍ରାଇଣ୍ଡ୍ କରନ୍ତି । ଯାହାକୁ ବିବାହ କାର୍ଯ୍ୟରେ ବ୍ୟବହାର କରାଯାଏ । ଶୋଭିତା ମଧ୍ୟ ତାଙ୍କ ଫଟୋରେ ସମାନ କାର୍ଯ୍ୟ କରୁଛନ୍ତି । ପ୍ରଥମ ଫଟୋରେ ଶୋଭିତା ଧୂଲିପାଲା ତାଙ୍କ ହାତରେ ହଳଦୀ ଧରିଥିବାର ନଜର ଆସିଥିବା ବେଳେ ଦ୍ୱିତୀୟ ଫଟୋରେ, ସେ ହଳଦୀ ପେସୁଥିବା ଦେଖିବାକୁ ମିଳିଛି । ଏହି ସେରମନିରେ ସେ ପାରମ୍ପରିକ ଶାଢୀ ଲୁକରେ ନଜରେ ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସରିଲା ନାଗା ଚୈତନ୍ୟ-ଶୋଭିତା ଧୂଲିପାଲାଙ୍କ ନିର୍ବନ୍ଧ, ଖୁବଶୀଘ୍ର କରିବେ ବିବାହ

ନାଗା ଚୈତନ୍ୟଙ୍କ ଏହା ଦ୍ୱିତୀୟ ବିବାହ

ନାଗା ଚୈତନ୍ୟ ପୂର୍ବରୁ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ । ସାମନ୍ଥା ଏବଂ ନାଗା ପ୍ରଥମ ଥର ପାଇଁ 2010ରେ ଗୌତମ ମେନନଙ୍କ ୟେ ମାୟା ଚେସାଭଙ୍କ ସେଟରେ ସାକ୍ଷାତ ହୋଇଥିଲେ । ଯାହାପରେ ଦୁହେଁ ପ୍ରେମରେ ପଡ଼ି ଅକ୍ଟୋବର 2017ରେ ବିବାହ କରିଥିଲେ । କିନ୍ତୁ ୪ ବର୍ଷ ପରେ ଏହି କପଲ ୨୦୨୧ରେ ଅଲଗା ହୋଇଥିଲେ । ଯାହା ଉଭୟଙ୍କ ଫ୍ୟାନ୍ସଙ୍କୁ ଚକିତ କରିଥିଲା । ସାମନ୍ଥାଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ନାଗା ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ ଡେଟିଂ କରୁଥିଲେ । ଦୀର୍ଘ ଦିନର ଡେଟ୍ ପରେ ଉଭୟ ବିବାହ କରିବାକୁ ନିଷ୍ପତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.