ETV Bharat / entertainment

ଇଡି ସ୍କାନରରେ ଏଲଭିଶ ଯାଦବ: ମନି ଲଣ୍ଡ୍ରିଙ୍ଗ ମାମଲା ରୁଜ୍ଜୁ, ଖୁବ ଶୀଘ୍ର ପଚରାଉଚରା ! - Elvish snake venom smuggling - ELVISH SNAKE VENOM SMUGGLING

ED Files case Against youtuber Elvish Yadav: ଫେମସ ୟୁଟ୍ୟୁବର ତଥା ବିଗ୍ ବସ ବିଜେତା ଏଲଭିଶ ଯାଦବଙ୍କ ନାଁରେ ମାମଲା ରୁଜ୍ଜୁ କଲା ଇଡି । ସାପ ବିଷ ଚାଲଣ ଘଟଣାରେ ମନି ଲଣ୍ଡ୍ରିଙ୍ଗ ମାମଲାରେ ଏତଲା । ଖୁବଶୀଘ୍ର ହୋଇପାରେ ପଚରାଉଚରା ।

Elvish Yadav
Elvish Yadav (Etv Bharat Odisha)
author img

By ETV Bharat Odisha Team

Published : May 4, 2024, 2:14 PM IST

ହାଇଦ୍ରାବାଦ: ପୁଣି ଅଡୁଆରେ ଫେମସ ୟୁଟ୍ୟୁବର ତଥା ବିଗ୍ ବସ ବିଜେତା ଏଲଭିଶ ଯାଦବ । ରେଭ ପାର୍ଟିରେ ସାପ ବିଷ ସପ୍ଲାଇ ମାମଲାରେ ଉତ୍ତର ପ୍ରଦେଶ ପୋଲିସ ପରେ ଏବେ ଇଡି ସ୍କାନରରେ ଏଲଭିଶ । ସାପ ବିଷ ଚାଲଣ ଘଟଣାରେ ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ଏଲଭିଶଙ୍କ ଉପରେ ମାମଲା ଦାୟର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଖୁବଶୀଘ୍ର ତାଙ୍କୁ ପଚରାଉଚରା ପାଇଁ ଡକାଯାଇପାରେ । ଇଡି ମୁଖ୍ୟାଳୟରୁ ଏନେଇ ନିର୍ଦ୍ଦେଶ ମିଳିବା ପରେ ଲକ୍ଷ୍ମୌ ଜୋନାଲ ଟିମ ସକ୍ରିୟ ହୋଇଉଠିଛି । ମାମଲାରେ ଇଡି ହୋଟେଲ, ରିଜୋର୍ଟ ଓ ଫାର୍ମ ହାଉସ ମାଲିକଙ୍କୁ ମଧ୍ୟ ପଚରାଉଚରା କରିବା ନେଇ ସୂଚନା ରହିଛି ।

ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ସଂସ୍ଥା ପିପୁଲ୍ସ ଫର ଆନିମଲ୍ସ (PFA) ସଂସ୍ଥାର ପଶୁ କଲ୍ୟାଣ ଅଧିକାରୀ ଗୌରବ ଗୁପ୍ତା ଗତବର୍ଷ ନଭେମ୍ବର ମାସରେ ନୋଏଡାର ସେକ୍ଟର 49 ଥାନାରେ ଏଲଭିଶଙ୍କ ନାଁରେ ମାମଲା ଦାୟର କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, ନୋଏଡା ଏବଂ ଏନସିଆରର ଫାର୍ମ ହାଉସରେ ତାଙ୍କ ଗ୍ୟାଙ୍ଗ ସହିତ ସାପକୁ ନେଇ ଭିଡିଓ ଏବଂ ବେଆଇନ ରେଭ ପାର୍ଟି କରୁଥିଲେ । ଏହି ପାର୍ଟିରେ ସାପ ବିଷ ଏବଂ ଜୀବନ୍ତ ସାପ ମଧ୍ୟ ବ୍ୟବହାର କରାଯାଉଥିବା ନେଇ ସେ ଅଭିଯୋଗରେ ଦର୍ଶାଇଥିଲେ । ଏହା ବ୍ୟତୀତ ବିଦେଶୀ ଯୁବତୀମାନଙ୍କୁ ଆଣି ସାପ ବିଷ ଏବଂ ଅନ୍ୟାନ୍ୟ ନିଶା ପଦାର୍ଥ ଦେଉଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ ଗୌରବ ଗୁପ୍ତା ।

ଏହାମଧ୍ୟ ପଢନ୍ତୁ.. Snake Venom Case: ଥାନାରେ ହାଜର ହେଲେ ଏଲଭିସ ଯାଦବ, ୩ଘଣ୍ଟା ଯାଏଁ ନୋଏଡା ପୋଲିସର ପଚରାଉଚରା

ଗୌରବ ଗୁପ୍ତାଙ୍କ ଅଭିଯୋଗ ଆଧାରରେ ଏଲଭିଶ ଯାଦବଙ୍କ ସମେତ ୫ ଜଣଙ୍କ ଉପରେ ବନ୍ୟଜୀବ ସୁରକ୍ଷା ଆଇନ ଆଧାରରେ ମାମଲା ଦାୟର କରାଯାଇ ଉତ୍ତରପ୍ରଦେଶ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଏଲଭିଶ ଯାଦବଙ୍କୁ ରେଡ ହ୍ୟାଣ୍ଡରେ ଧରିବା ପାଇଁ ଷ୍ଟିଙ୍ଗ ଅପରେସନ କରିଥିଲା । ୧୭ ମାର୍ଚ୍ଚରେ ନୋଏଡା ପୋଲିସ ଏଲବିଶଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା । ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖି ପଚରାଉଚରା କରିଥିଲା ପୋଲିସ । ବର୍ତ୍ତମାନ ଏଲଭିଶ ଜାମିନରେ ଜେଲ ବାହାରେ ଅଛନ୍ତି । ଜେଲରୁ ବାହାରକୁ ଆସିବା ପରେ ନିଜକୁ ନିର୍ଦ୍ଦୋଶ କହିବା ସହ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇଥିବା କହିଥିଲେ ଏଲଭିଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.