ETV Bharat / entertainment

ଆଜି ଜାତୀୟ କ୍ରୀଡା ଦିବସ; ଏମିତି ସେଲିବ୍ରେଟ କଲେ ବି-ଟାଉନ ସେଲିବ୍ରିଟି, ଫ୍ୟାନ୍ସଙ୍କୁ ଖେଳ ପ୍ରତି କଲେ ଉତ୍ସାହିତ - Celebs On National Sports Day 2024

Celebs On National Sports Day 2024: ଆଜି 29 ଅଗଷ୍ଟରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି । ଏହି ଅବସରରେ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ଏହାକୁ ବିଶେଷ ଢଙ୍ଗରେ ପାଳନ କରିଥିବା ବେଳେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଝଲକ ଦେଖାଇଛନ୍ତି ।

ଆଜି ଜାତୀୟ କ୍ରୀଡା ଦିବସ; ଏମିତି ସେଲିବ୍ରିଟ କଲେ ବି-ଟାଉନ ସେଲିବ୍ରିଟି, ଫ୍ୟାନ୍ସଙ୍କୁ ଖେଳ ପ୍ରତି କଲେ ଉତ୍ସାହିତ
ଆଜି ଜାତୀୟ କ୍ରୀଡା ଦିବସ; ଏମିତି ସେଲିବ୍ରିଟ କଲେ ବି-ଟାଉନ ସେଲିବ୍ରିଟି, ଫ୍ୟାନ୍ସଙ୍କୁ ଖେଳ ପ୍ରତି କଲେ ଉତ୍ସାହିତ (ANI)
author img

By ETV Bharat Odisha Team

Published : Aug 29, 2024, 4:46 PM IST

ହାଇଦ୍ରାବାଦ: ମହାନ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ସମ୍ମନାର୍ଥେ ଆଜି ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ । ଏହି ଅବସରରେ, ପିଲାଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ବାହାରକୁ ଯାଇ ଖେଳକୁ ଉପଭୋଗ କରୁଛନ୍ତି । ବଲିଉଡର ତମାମ ସେଲିବ୍ରିଟି ମଧ୍ୟ ବିଶେଷ ଢଙ୍ଗରେ ଜାତୀୟ କ୍ରୀଡା ଦିବସ ପାଳନ କରିଛନ୍ତି । ବଲିଉଡ ତାରକା ଶିଳ୍ପା ଶେଟ୍ଟୀ ଏବଂ ଜ୍ୟାକି ଶ୍ରଫ ଭାରତୀୟ ଆଥଲେଟମାନଙ୍କୁ ନେଇ ପ୍ରେରଣାଦାୟକ ବାର୍ତ୍ତା ସହ ଭାରତୀୟ ଆଥଲେଟଙ୍କୁ ସମର୍ପିଛନ୍ତି । ସେହିପରି ରକୁଲ ପ୍ରୀତ ସିଂ ଏବଂ ସିଦ୍ଧାର୍ଥ ମଲହୋତ୍ରା ନିଜେ କ୍ରୀଡା ଉପରେ ରୁଚି ଦେଖାଇଛନ୍ତି ।

ସିଦ୍ଧାର୍ଥ ମଲହୋତ୍ରାଙ୍କ ପୋଷ୍ଟ

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଚଳଚ୍ଚିତ୍ର 'କପୁର ଆଣ୍ଡ ସନ୍ସ'ରୁ କିଛି ସ୍ମରଣୀୟ ମୁହୂର୍ତ୍ତ ସେୟାର କରିଛନ୍ତି, ଯେଉଁଥିରେ ସେ କ୍ରିକେଟ୍ ଖେଳୁଥିବାର ନଜର ଆସିଛନ୍ତି । ଥ୍ରୋବ୍ୟାକ୍ ଭିଡିଓ ଏବଂ ସେଟରେ କ୍ରିକେଟ୍ ଉପଭୋଗ କରୁଥିବା ତାଙ୍କର ପୋଷ୍ଟଗୁଡିକ ଏହି ଖେଳ ପ୍ରତି ତାଙ୍କର ଭଲପାଇବାକୁ ଦର୍ଶାଇଛି । ଏହା ସେୟାର କରି ସେ ଲେଖିଛନ୍ତି, ଦିଲ୍ଲୀର ରାସ୍ତାରୁ ଫିଲ୍ମ ସେଟ୍ ପର୍ଯ୍ୟନ୍ତ କ୍ରିକେଟ୍ ପ୍ରତି ମୋର ଭଲପାଇବା ସବୁଦିନ ରହିଆସିଛି ।

ଶିଳ୍ପା ଶେଟ୍ଟୀଙ୍କ ପୋଷ୍ଟ
ଶିଳ୍ପା ଶେଟ୍ଟୀଙ୍କ ପୋଷ୍ଟ (Instagram)

ଶିଳ୍ପା ଶେଟ୍ଟୀଙ୍କ ପୋଷ୍ଟ

ସେହିପରି ଶିଳ୍ପା ଶେଟ୍ଟୀ ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପ୍ରେରଣାଦାୟକ ବାର୍ତ୍ତା ଦେଇ ଏହି ଦିନ ପାଳନ କରିଛନ୍ତି । ତାଙ୍କ ପୋଷ୍ଟରେ ଲେଖାଅଛି, "ଶୁଭ ଜାତୀୟ କ୍ରୀଡା ଦିବସ । କ୍ରୀଡା କେବଳ ଜିତିବା ନୁହେଁ; ଏହା ଆମ ଶରୀର, ଆମ ମନ ଏବଂ ଆତ୍ମାକୁ ପାଳନ କରିବା ବିଷୟରେ, ଏହି କ୍ରୀଡା ଦିବସରେ ଆସନ୍ତୁ ପରସ୍ପରକୁ ପ୍ରେରଣା ଦେବା । ନୂତନ ଉଚ୍ଚତା ଏବଂ ଆମର ଲକ୍ଷ୍ୟ ହାସଲ କରିବା ।"

ଜ୍ୟାକି ଶ୍ରଫଙ୍କ ପୋଷ୍ଟ
ଜ୍ୟାକି ଶ୍ରଫଙ୍କ ପୋଷ୍ଟ (Instagram)

ଜ୍ୟାକି ଶ୍ରଫଙ୍କ ପୋଷ୍ଟ

ପ୍ୟାରି ଅଲିମ୍ପିକ୍ସ 2024 ରେ ଭାରତୀୟ ଆଥଲେଟମାନଙ୍କ ସଫଳତାକୁ ନେଇ ଜ୍ୟାକି ଶ୍ରଫ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଏୟାର ପିସ୍ତଲରେ ମନୁ ଭାକରଙ୍କ ଐତିହାସିକ ବ୍ରୋଞ୍ଜ ଏବଂ ପୁରୁଷ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ରୌପ୍ୟ ସମେତ ଭାରତର 6ଟି ପଦକ ଦେଖାଯାଇଛି । ଶ୍ରଫ ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି, ''ଏହି କ୍ରୀଡା ଦିବସରେ ଅଲିମ୍ପିକ୍ସ ବିଜେତା ଭାରତୀୟ ଆଥଲେଟମାନଙ୍କୁ ମୁଁ ସମ୍ମାନ ଜଣାଉଛି ।''

ଏହା ମଧ୍ୟ ପଢନ୍ତୁ: କାହିଁକି ଆଜିର ଦିନକୁ ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ ? ଜାଣନ୍ତୁ ଇତିହାସ ଏବଂ ମହତ୍ବ

ରକୁଲ ପ୍ରୀତ ସିଂଙ୍କ ପୋଷ୍ଟ

ରକୁଲ ପ୍ରୀତ ସିଂ ତାଙ୍କ ଗଲ୍ଫ ସେସନର ଏକ ଭିଡିଓ ପୋଷ୍ଟ କରି ଫ୍ୟାନ୍ସଙ୍କୁ କ୍ରୀଡ଼ା ପ୍ରତି ଉତ୍ସାହିତ କରିଛନ୍ତି । ସେ ଭିଡିଓରେ ଗଲ୍ଫ ଖେଳୁଥିବାର ନଜର ଆସିଥିବା ବେଳେ ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ବାହାରକୁ ଯାଅ, ଗଲ୍ଫ ଖେଳ । ଜାତୀୟ କ୍ରୀଡ଼ା ଦିବସର ଶୁଭେଚ୍ଛା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.