ହାଇଦ୍ରାବାଦ: ଶିଳ୍ପା ସେଟ୍ଟୀଙ୍କୁ 'ଚାମ୍ପିଅନ୍ସ ଅଫ ଚେଞ୍ଜ ୨୦୨୩' ପୁରସ୍କାରରେ ସମ୍ମାନିତ କରାଯାଇଛି । ମଙ୍ଗଳବାର ଦିନ ମହାରାଷ୍ଟ୍ରରେ ଆୟୋଜିତ ଆଇଏଫଆଇଇର ଦ୍ବିତୀୟ ସଂସ୍କରଣରେ ଶିଳ୍ପା ସେଟ୍ଟୀଙ୍କୁ 'ଚାମ୍ପିଅନ୍ସ ଅଫ ଚେଞ୍ଜ' ପୁରସ୍କାରରେ ସମ୍ମାନିତ କରାଯାଇଛି । ଅଭିନେତ୍ରୀ ସୋସିଆଲ ମିଡିଆରେ ଫଟୋ ସେୟାର କରି ଝଲକ ଦେଖାଇଛନ୍ତି ।
ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏହି ସମାରୋହର ଫଟୋ ସେୟାର କରି ଖୁସିବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, ମହାରାଷ୍ଟ୍ରରେ ଜଷ୍ଟିସ୍ କେ.ଜି ବାଲକ୍ରିଷ୍ଣନ୍ ଏବଂ ଜଷ୍ଟିସ୍ ଜ୍ଞାନ ସୁଧା ମିଶ୍ରଙ୍କ ଦ୍ବାରା 'ଚାମ୍ପିଅନ୍ସ ଅଫ୍ ଚେଞ୍ଜ ୨୦୨୩' ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ଅତ୍ୟଧିକ କୃତଜ୍ଞ ଏବଂ ସମ୍ମାନିତ ଅନୁଭବ କରୁଛି । ସେ ଆହୁରି ଲେଖିଛନ୍ତି, 'ଜଣେ ଗର୍ବିତ ଭାରତୀୟ ଭାବରେ, ମୁଁ ମୋର କାର୍ଯ୍ୟ ପାଇଁ ଅତ୍ୟଧିକ ଗର୍ବିତ ଏବଂ ନିଜକୁ ନମ୍ର ମନେ କରେ ଯେ ମନୋରଞ୍ଜନ କିମ୍ବା ସଚେତନତା ମାଧ୍ୟମରେ ମୁଁ କାହାର ସ୍ବାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଏକ ଛୋଟ ସକରାତ୍ମକ ଢଙ୍ଗରେ ମୁଁ ମୋର ଭୂମିକା ଭଲ ଭାବେ ପ୍ରତିପାଦିତ କରିପାରିଛି । ସ୍ବୀକୃତି ପାଇଁ ଧନ୍ୟବାଦ, ନନ୍ଦନ ଝା ଜୀ । ଏହା ହେଉଛି ପ୍ରେମ ଏବଂ ପ୍ରଶଂସା । ଯାହା ମୋତେ ଭଲ କରିବାକୁ ପ୍ରେରଣା ଦିଏ । ଏହା ମୋ ଦର୍ଶକଙ୍କ ପାଇଁ ଅଟେ । ଧନ୍ୟବାଦ ।'
ଚାମ୍ପିଅନ୍ସ ଅଫ୍ ଚେଞ୍ଜ୍ ପୁରସ୍କାରରେ ଶିଳ୍ପାଙ୍କ ବ୍ୟତୀତ ଅଭିନେତା ମନୋଜ ବାଜପେୟୀ, ଅର୍ଜୁନ ରାମପାଲ, ସୋନୁ ସୁଦ ଏବଂ ଫରାହ ଖାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । କହିରଖୁଛୁ କି, 'ଚାମ୍ପିଅନ୍ସ ଅଫ୍ ଚେଞ୍ଜ' ହେଉଛି ଗାନ୍ଧୀ ମୂଲ୍ୟବୋଧ, ସମ୍ପ୍ରଦାୟ ସେବା ଏବଂ ସାମାଜିକ ବିକାଶ ପାଇଁ ଏକ ଭାରତୀୟ ପୁରସ୍କାର । ଏହା ୨୦୧୧ରୁ ଏହି ପୁରସ୍କାର ଦିଆହୋଇଆସୁଛି ।
ଏହା ମଧ୍ୟ ପଢନ୍ତୁ: ରୋହିତ ଶେଟ୍ଟୀଙ୍କ କପ୍ ୟୁନିଭର୍ସରେ ଶିଳ୍ପାଙ୍କ ଏଣ୍ଟ୍ରି, ସାମ୍ନାକୁ ଆସିଲା ଜବରଦସ୍ତ ଲୁକ୍
ଶିଳ୍ପା ସେଟ୍ଟୀଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ ରିଲିଜ ହୋଇଥିବା ରୋହିତ ଶେଟ୍ଟୀଙ୍କ ଡେବ୍ୟୁ ୱେବ୍ ସିରିଜ୍ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ'ରେ ଶିଳ୍ପା ଶେଟ୍ଟୀଙ୍କୁ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଏହି ସିରିଜ ସହ ଶିଳ୍ପା କପ ୟୁନିଭର୍ସରେ ସାମିଲ ହୋଇଥିବା ବେଳେ ଏହାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ବିବେକ ଓବରୋଏ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଦେଖିବାକୁ ମିଳିଛି । ଏହି ସିରିଜ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହୋଇଛି । ଏହା ବ୍ୟତୀତ ସେ ଆଗାମୀ ଫିଲ୍ମ ଭି ରବିଚନ୍ଦ୍ରନ ଏବଂ ସଞ୍ଜୟ ଦତ୍ତଙ୍କ ସହ 'କେଡି-ଦ ଡେଭିଲ୍'ରେ ସତ୍ୟବତୀ ଭୂମିକାରେ ଅଭିନୟ କରିବେ । ଏହା ପାନ୍ ଇଣ୍ଡିଆ ଫିଲ୍ମ ହୋଇଥିବା ବେଳେ ବହୁଭାଷୀ ତାମିଲ, କନ୍ନଡ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ ।