ETV Bharat / entertainment

ଓଡ଼ିଶାବାସୀଙ୍କୁ ମୁର୍ଖ କହିଦେଲେ ମୁକେଶ ! ସୋସିଆଲ୍ ମିଡିଆରେ ହେଲେ ଟ୍ରୋଲ - Mukesh Khanna

Mukesh Khanna On Odisha-Bihar Audience: ବଲିଉଡ ଅଭିନେତା ମୁକେଶ ଖନ୍ନା 'କଲ୍କି ୨୮୯୮ AD' ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇଥିଲେ । ଯେଉଁଥିରେ ସେ ଓଡ଼ିଶା ଏବଂ ବିହାର ବାସୀଙ୍କୁ ନେଇ କିଛି ଏମିତି କହିଥିଲେ । ଯାହା ପାଇଁ ସେ ଟ୍ରୋଲର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Jul 10, 2024, 2:18 PM IST

Updated : Jul 10, 2024, 3:36 PM IST

ଟ୍ରୋଲ ହେଲେ ମୁକେଶ ଖନ୍ନା, ଓଡ଼ିଶାବାସୀକୁ ନେଇ ଦେଇଥିଲେ ଏହି ବିବାଦୀୟ ବୟାନ
ଟ୍ରୋଲ ହେଲେ ମୁକେଶ ଖନ୍ନା, ଓଡ଼ିଶାବାସୀକୁ ନେଇ ଦେଇଥିଲେ ଏହି ବିବାଦୀୟ ବୟାନ (ETV Bharat Odisha & Mukesh Khanna, Instgram)

ହାଇଦ୍ରାବାଦ: ଟ୍ରୋଲର ଶିକାର ହେଲେ ବଲିଉଡ ଅଭିନେତା ତଥା ଶକ୍ତିମାନ ଫେମ ଅଭିନେତା ମୁକେଶ ଖନ୍ନା । ଅଭିନେତା ନିକଟରେ ରିଲିଜ ହୋଇଥିବା ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'କଲ୍ଲି ୨୮୯୮ AD'କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଏହି ସମୟରେ ସେ ଓଡ଼ିଶାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, 'କଲ୍କି' ଫିଲ୍ମ ବିହାର-ଓଡ଼ିଶା ଦର୍ଶକଙ୍କ ପାଇଁ ନୁହେଁ । ଯାହା ପରେ ତାଙ୍କୁ ଖୁବ ଟ୍ରୋଲ କରାଯାଉଛି । ତାଙ୍କର ଏହି ବୟାନ ପାଇଁ ଲୋକେ ବିରୋଧ କରିବା ସହ ଦୃଢ ନିନ୍ଦା କରିଛନ୍ତି ।

ମୁକେଶ ଖାନ୍ନା ଏହା କହିଥିଲେ

ସୂଚନା ଅନୁସାରେ, ମୁକେଶ ଖାନ୍ନା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ''ଯଦିଓ ସେ କଲ୍କି 2898ADର ପ୍ରଦର୍ଶନ ଏବଂ ସ୍କେଲ ପାଇଁ 100 ମାର୍କ ଦେବେ, ତଥାପି ସେ ଅନୁଭବ କରିଛନ୍ତି ଯେ ପାଶ୍ଚାତ୍ୟ ଦେଶକୁ ଆକର୍ଷିତ କରିବା ପାଇଁ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି । କିନ୍ତୁ ବିହାର ଏବଂ ଓଡ଼ିଶାର ଦର୍ଶକଙ୍କ ପାଇଁ ନୁହେଁ ଏହି ଫିଲ୍ମ । ବିହାର ଏବଂ ଓଡ଼ିଶାର ଦର୍ଶକ ଫିଲ୍ମକୁ ବୁଝିପାରିବେ ନାହିଁ ।''

ସେ ଆହୁରି କହିଛନ୍ତି, ''ଯେଉଁ ବୌଦ୍ଧିକ ସ୍ତର ସହ ଫିଲ୍ମ ତିଆରି ହୋଇଛି ତାହା ହଲିଉଡ ପାଇଁ ଭଲ। ସେଠାକାର ଲୋକମାନେ ଆମଠାରୁ ଅଧିକ ବୁଦ୍ଧିମାନ । ମୋତେ କ୍ଷମା କର, କିନ୍ତୁ ଓଡ଼ିଶା ଏବଂ ବିହାରର ଦର୍ଶକମାନେ ଏହି ପ୍ରକାର ଚଳଚ୍ଚିତ୍ର ନିର୍ମାଣକୁ ବୁଝିପାରିବେ ନାହିଁ।

ଟ୍ରୋଲର ଶିକାର ହେଲେ ମୁକେଶ

ମୁକେଶ ଖନ୍ନାଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟର ହୋଇଛି । ଏହା ଓଡ଼ିଶା ଏବଂ ବିହାର ବାସୀଙ୍କ ମନରେ ଆଘାତ ଦେଇଛି । ତାଙ୍କର ଏହି ବୟାନ ପାଇଁ ମୁକେଶଙ୍କୁ ବିରୋଧ କରି ଲୋକେ ନିନ୍ଦା କରିଛନ୍ତି । ମୁକେଶ ଖାନ୍ନାଙ୍କ ବିବୃତ୍ତି ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଯେଉଁ ରାଜ୍ୟ ପଠାଣି ସାମନ୍ତ ଏବଂ ଆର୍ଯ୍ୟଭଟ୍ଟଙ୍କ ଭଳି ଲୋକଙ୍କୁ ଜନ୍ମ ଦେଇଛି । ସେଠାକାର ଲୋକମାନେ 'କଲ୍କି' ବୁଝିପାରିବେନି । କେତେ ଲଜ୍ଜାଜନକ କଥା ଯେ କୌଣସି ଚଳଚ୍ଚିତ୍ର ବୁଝିବାକୁ ହେଲେ ଜଣଙ୍କର ବୁଦ୍ଧିମତା ମାପ କରାଯାଉଛି ।

ସେହିପରି ଆଉ ଜଣେ ଲେଖିଛନ୍ତି, ବନ୍ଧୁଗଣ, ତୁମେ ଭାବୁଛ ଯେ ମୁଁ ଓଡିଆ ହୋଇଥିବାରୁ ମୁଁ ମୁର୍ଖ ଅଟେ? ଏତେ ମୁର୍ଖ ଯେ ମୁଁ କଲ୍କି ଫିଲ୍ମ ବୁଝିପାରୁ ନାହିଁ, ଯାହା ହଲିଉଡର କ୍ଲିଚି ବ୍ୟବହାର କରି ନିର୍ମିତ ବୋଲି ? ଏଥିରୁ ଜଣାପଡୁଛି ଯେ ମୁକେଶ ଖାନ୍ନା ମଧ୍ୟ ସମାନ ଭାବନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ମୁକେଶ ଖନ୍ନା ଭାବନ୍ତି କଲ୍କି କେବଳ ସେହି ବୁଦ୍ଧିଜୀବୀମାନଙ୍କ ପାଇଁ, ଯେଉଁମାନେ ହଲିଉଡ ଚଳଚ୍ଚିତ୍ର ଉପଭୋଗ କରନ୍ତି, ଓଡିଶା ଏବଂ ବିହାର ଭଳି ସ୍ଥାନରୁ ଆସିଥିବା ଲୋକଙ୍କ ପାଇଁ ନୁହେଁ। ଗମ୍ଭୀର ଭାବରେ, ମୁକେଶ ଖାନ୍ନାଙ୍କ ପରି ଲୋକମାନେ ଆମର ଅବମାନନା କରିଛନ୍ତି । ଏହା ଆମକୁ ଆଘାତ ଦେଇଛି ।

ଟ୍ରୋଲ ପରେ ମୁକେଶ ଖନ୍ନାଙ୍କ ପ୍ରତିକ୍ରିୟା

ବୟାନକୁ ନେଇ ଟ୍ରୋଲ ପରେ ବର୍ତ୍ତମାନ ପ୍ରତିକ୍ରିୟା ଦେଇଛନ୍ତି ମୁକେଶ ଖନ୍ନା । ଏକ୍ସ ଓ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଅଭିନେତା କେଉଁ ସ୍ଥାନର ଲୋକଙ୍କୁ ପରିହାସ କରିନାହାନ୍ତି । ସେ ଫିଲ୍ମ ପାଇଁ ଏହା କହିଥିବା ସ୍ପଷ୍ଟ କରିଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି, "ମୁଁ ସୋସିଆଲ ମିଡିଆ ମାଧ୍ୟମରେ ଜାଣିଲି ଯେ ଓଡ଼ିଶା ଏବଂ ବିହାରର ଲୋକମାନେ ବିଶ୍ୱାସ କରନ୍ତି ଯେ ଫିଲ୍ମ କଲ୍କି ସମୀକ୍ଷା କରିବାବେଳେ ମୁଁ ସେମାନଙ୍କ ବୁଦ୍ଧିମତାକୁ ଅପମାନିତ କରିଛି । ଏହା ଏକ ବଡ ଭୁଲ ବୁଝାମଣା, ଯାହା ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି।

ସେ କହିଛନ୍ତି, ''ମୁଁ 'କଲ୍କି'ର ଦୁଇଟି ତ୍ରୁଟି ତାଲିକାଭୁକ୍ତ କରିଥିଲି, ସେଥିମଧ୍ୟରୁ ଗୋଟିଏ ହେଲା ଏହା ମହାଭାରତର ତଥ୍ୟକୁ ବିକୃତ କରିଥିଲା ​​ଏବଂ ଦ୍ୱିତୀୟଟି ହେଲା ଚଳଚ୍ଚିତ୍ରର ପ୍ରଥମାର୍ଦ୍ଧ ବିରକ୍ତିକର ଏବଂ ଦ୍ୱନ୍ଦ୍ୱପୂର୍ଣ୍ଣ । ଯାହା ସାଧାରଣ ଲୋକ ବୁଝିପାରିବେ ନାହିଁ। ମୁଁ ଓଡ଼ିଶା ଏବଂ ବିହାରର ଗ୍ରାମାଞ୍ଚଳର ଲୋକଙ୍କୁ ଉଦାହରଣ ଭାବରେ ଉପସ୍ଥାପନ କଲି ଏବଂ କହିଲି ଯେ ହଲିଉଡ ଷ୍ଟାଇଲର ପ୍ରଥମ ଭାଗକୁ ଅନେକ ଲୋକ ବୁଝିପାରିବେ ନାହିଁ, ଯାହା ଫିଲ୍ମର ଦୁର୍ବଳତା ଅଟେ । ମୋ ସହ ଫିଲ୍ମ ଦେଖୁଥିବା ମୋର କର୍ମଚାରୀମାନେ ପ୍ରଥମ ଭାଗ ବୁଝିପାରିଲି ନାହିଁ ଏବଂ ସେମାନଙ୍କ ମଧ୍ୟରୁ କେତେକ ବିହାରରୁ ଆସିଥିଲେ ।

ସେ ଆହୁରି କହିଛନ୍ତି, "ମୁଁ ଏହା କହୁଛି କାରଣ ଏହା ମୋର ଫିଲ୍ମର ଏକ ଦୁର୍ବଳତା ବୋଲି ମୁଁ ବିଶ୍ୱାସ କରେ, କିନ୍ତୁ ମୁଁ କୌଣସି ସ୍ଥାନର ଲୋକଙ୍କ ବୁଦ୍ଧିମତାକୁ ପରିହାସ କରିନାହିଁ। ନିର୍ବାଚନ ପ୍ରଚାର ଏବଂ କାର୍ଯ୍ୟକ୍ରମ ପାଇଁ ମୁଁ ଓଡ଼ିଶା ଏବଂ ବିହାର ଯାଇଛି । ମୁଁ ଓଡ଼ିଶା ବୁଲିଛି ଏବଂ ପୁରୀ ଜଗନ୍ନାଥ ମନ୍ଦିରର ପରିଦର୍ଶନ କରିଛି । ମୁଁ ତାଙ୍କ ବିଷୟରେ କାହିଁକି ଖରାପ କଥା କହିବି? ଏହି ପ୍ରସଙ୍ଗଟି ଫିଲ୍ମ ବିଷୟରେ ଥିଲା ଏବଂ ମୁଁ ବିହାର କିମ୍ବା ଓଡ଼ିଶାର ଲୋକଙ୍କ ବିଷୟରେ ନୁହେଁ ।''

ଏହା ମଧ୍ୟ ପଢନ୍ତୁ.. କମୁନି କ୍ରେଜ, ବଢୁଛି ଆୟ; ଖୁବଶୀଘ୍ର ୧୦୦୦ କୋଟି କ୍ଲବରେ ଏଣ୍ଟ୍ରି ମାରିବ 'କଲ୍କି'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 10, 2024, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.