ETV Bharat / entertainment

'ଡଙ୍କି' ଫିଲ୍ମର ଗୀତ ଗାଇଲେ ଅଲ୍ଲୁଙ୍କ ପୁଅ, ଫ୍ୟାନ ହେଲେ କିଙ୍ଗ ଖାନ

author img

By ETV Bharat Odisha Team

Published : Feb 26, 2024, 1:24 PM IST

Shah Rukh Khan-Allu Arjun's Son: ଅଲ୍ଲୁ ଅର୍ଜୁନଙ୍କ ପୁଅର ଫ୍ୟାନ ହେଲେ ଶାହାରୁଖ ଖାନ । ନିକଟରେ ଅଲ୍ଲୁଙ୍କ ପୁଅ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କିର ଗୀତ 'ଲୁଟ ପୁଟ ଗୟା' ଗାଇଛନ୍ତି । ଯାହାକୁ ନେଇ କିଙ୍ଗ ଖାନ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

'ଡଙ୍କି' ଫିଲ୍ମର ଗୀତ ଗାଇଲେ ଅଲ୍ଲୁଙ୍କ ପୁଅ; ଫ୍ୟାନ ହେଲେ କିଙ୍ଗ ଖାନ, କହିଲେ 'ମୁଁ ବି ପିଲାଙ୍କୁ ପୁଷ୍ପା ଗୀତ ଶିଖାଇବି'

ହାଇଦ୍ରାବାଦ: ସାଉଥ ସିନେମା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପିଲାମାନେ କୌଣସି ଷ୍ଟାରଠାରୁ କମ୍ ନୁହଁନ୍ତି । ତାଙ୍କ ପୁଅ ଅୟାନ୍ ଏବଂ ଝିଅ ଅରହା ପ୍ରାୟତଃ ଶିରୋନାମାରେ ରହିଥାନ୍ତି । ନିକଟରେ ବି-ଟାଉନ ବାଦଶାହା ଶାହରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଡଙ୍କି'ର ଗୀତ 'ଲୁଟ୍ ପୁଟ୍ ଗୟା' ଗୀତରେ ଅଭିନେତାଙ୍କ ପୁଅ ଅୟାନ ନିଜ ଭର୍ସନରେ ଗାଇଥିବା ନଜର ଆସିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ କିଙ୍ଗ ଖାନ ମଧ୍ୟ ତାଙ୍କର ଦିୱାନା ହୋଇଛନ୍ତି । ଶାହାରୁଖ ଖାନ ଅଲ୍ଲୁଙ୍କ ପୁଅର ଏହି ଭିଡିଓକୁ ସେୟାର କରି ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶାହାରୁଖ ଖାନ ନିଜ ଏକ୍ସ ହ୍ୟାଣ୍ଡେଲରେ ଅଲ୍ଲୁ ଅର୍ଜୁନଙ୍କ ପୁଅ ଅୟାନଙ୍କ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅୟାନ ଏକ କାରରେ ଯାଉଥିବା ସମୟରେ 'ଡଙ୍କି'ର ଗୀତ 'ଲୁଟ୍ ପୁଟ୍ ଗୟା' ଗାଉଥିବା ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ଶାହାରୁଖ ଅୟାନଙ୍କ ପ୍ରଶଂସା କରିବା ସହ ଅଲ୍ଲୁଙ୍କୁ ମଧ୍ୟ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି । ସେ ଲେଖିଛନ୍ତି, ''ଧନ୍ୟବାଦ ଛୋଟୁ । ତୁମେ ଉଭୟ ଫ୍ଲାୱାର ଏବଂ ଫାୟାର । ଏବେ ମୁଁ ମଧ୍ୟ ମୋ ପିଲାମାନଙ୍କୁ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା'ର 'ଶ୍ରୀବଲ୍ଲି' ଗୀତ ଅଭ୍ୟାସ କରାଇବି ।''ଏହି ପୋଷ୍ଟ ସେୟାର କରିବା ପରେ ଅଲ୍ଲୁ ଅର୍ଜୁନ ମଧ୍ୟ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ଶାହାରୁଖ ଜି, ଆପଣଙ୍କ ତୁମର ସୁନ୍ଦର ବାର୍ତ୍ତା ପାଇଁ ଧନ୍ୟବାଦ । ଆପଣଙ୍କୁ ବହୁତ ଭଲପାଇବା ।

ସୂଚନା ଥାଉ କି, ଶାହାରୁଖ ଖାନଙ୍କ 'ଡଙ୍କି' ବିଷୟରେ କହିବାକୁ ଗଲେ, ଫିଲ୍ମଟି ଶାହାରୁଖ ଖାନଙ୍କ ୨୦୨୩ ବର୍ଷର ୩ୟ ତଥା ଶେଷ ଫିଲ୍ମ ଥିଲା । ଏହି ଫିଲ୍ମ ଏବଂ ଫିଲ୍ମର ଗୀତ ବେଶ ଲୋକପ୍ରିୟତା ସାଉଁଟିଥିଲା । ଫିଲ୍ମଟି ଘରୋଇ ବକ୍ସ ଅଫିସରେ ମୋଟ ୨୧୨.୪୨ କୋଟି ଟଙ୍କା ଆୟ ଏବଂ ବିଶ୍ୱ ବକ୍ସ ଅଫିସରେ ଫିଲ୍ମର ଆୟ ୪୨୩ କୋଟି ସହ ସଫଳତା ହାସଲ କରିଛି । ବର୍ତ୍ତମାନ ଫିଲ୍ମଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଛି ।

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା ୨' ନେଇ କାଉଣ୍ଟଡାଉନ ଆରମ୍ଭ, ୨୦୦ଦିନ ପରେ ଚାଲିବ ପୁଷ୍ପା ରାଜ

ସେପଟେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ୨୦୨୧ ଡିସେମ୍ବରରେ ରିଲିଜ ହୋଇଥିବା ବେଳେ ବିଶ୍ୱରେ 350.1 କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବାବେଳେ ଭାରତରେ ମୋଟ 267.55 କୋଟି କଲେକ୍ସ କରି ସଫଳତା ହାସଲ କରିଥିଲା । ଏଥିସହ ଏହି ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା । ତେବେ ବର୍ତ୍ତମାନ ଏହାର ଦ୍ୱିତୀୟ ଭାଗ ଆସୁଛି । 'ପୁଷ୍ପା ୨' ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଅଗଷ୍ଟ ୧୫, ୨୦୨୪ ସ୍ବାଧୀନତା ଦିବସ ଅବସରରେ ବିଶ୍ବରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.