ETV Bharat / entertainment

OTTରେ ରିଲିଜ ହେବ ସାରାଙ୍କ ଫିଲ୍ମ 'ଏ ୱତନ ମେରେ ୱତନ', ଏହି ଦିନ ହେବ ଷ୍ଟ୍ରିମିଂ - ଏ ୱତନ ମେରେ ୱତନ

Ae Watan Mere Watan Release Date: ସାରା ଅଲି ଖାନଙ୍କ ଆଗାମୀ ଫିଲ୍ମ 'ଏ ୱତନ ମେରେ ୱତନ'ର ରିଲିଜ ତାରିଖ ଘୋଷଣା ହୋଇଛି । ଏହି ଫିଲ୍ମ ସିନେମା ହଲରେ ନୁହଁ ବରଂ ଓଟିଟିରେ ରିଲିଜ ହେବ । ତେବେ କେଉଁ ଫ୍ଲାଟଫର୍ମ ଏବଂ କେବେ ରିଲିଜ ହେବ ଫିଲ୍ମ ? ଜାଣନ୍ତୁ,

ଓଟିଟିରେ ରିଲିଜ ହେବ ସାରାଙ୍କ ଫିଲ୍ମ 'ଏ ୱତନ ମେରେ ୱତନ', ଏହି ଦିନ ହେବ ଷ୍ଟ୍ରିମିଂ

author img

By ETV Bharat Odisha Team

Published : Feb 13, 2024, 3:33 PM IST

ହାଇଦ୍ରାବାଦ: କେଦାରନାଥ ଚଳଚ୍ଚିତ୍ର ସହ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିବା ଅଭିନେତ୍ରୀ ସାରା ଅଲି ଖାନ ଆଗାମୀ ଦିନରେ ଦେଶପ୍ରେମ ଉପରେ ଆଧାରିତ ଏକ ଚଳଚ୍ଚିତ୍ର 'ଏ ୱତନ ମେରେ ୱତନ'ରେ ନଜର ଆସିବେ । ନିକଟରେ ଫିଲ୍ମର ଘୋଷଣା ହୋଇଥିବା ବେଳେ ବର୍ତ୍ତମାନ ନିର୍ମାତା ଆଜି ବିଶ୍ୱ ରେଡିଓ ଦିବସ ଅବସରରେ ଏହାର ରିଲିଜ ତାରିଖ ଘୋଷଣା କରିଛନ୍ତି । ମାର୍ଚ୍ଚ ୨୧, ୨୦୨୪ରେ ରିଲିଜ ହେବ ଫିଲ୍ମ । ତେବେ ଏହି ଫିଲ୍ମ ଓଟିଟିରେ ରିଲିଜ ହେବ ।

ସାରା ଅଲି ଖାନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସାରାଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି । ଏହା ସେୟାର କରି ସେ ଲେଖିଛନ୍ତି, ଦେଶର କାହାଣୀ, ଉଷାଙ୍କ କଣ୍ଠରେ। 'ଏ ୱତନ ମେରେ ୱତନ' ଆମାଜନ ପ୍ରାଇମ ଭିଡିଓରେ ମାର୍ଚ୍ଚ ୨୧ରେ ରିଲିଜ ହେବ । କହିରଖୁଛୁ କି, ଭାରତ ଇତିହାସରେ, ମାର୍ଚ୍ଚ ୨୧ ତାରିଖ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ହଟାଇବା ପାଇଁ ଜଣାଶୁଣା । ​ଜରୁରୀକାଳୀନ ପରିସ୍ଥିତି ଦେଶରେ ଜୁନ ୨୫, ୧୯୭୫ରେ ଲାଗୁ ହୋଇଥିବା ବେଳେ ମାର୍ଚ୍ଚ ୨୧, ୧୯୭୭ରେ ହଟା ଯାଇଥିଲା ।

  • " class="align-text-top noRightClick twitterSection" data="">

ଏହି ଚଳଚ୍ଚିତ୍ରରେ ସାରା ଅଲି ଖାନ ମହିଳା ସ୍ୱାଧୀନତା ସଂଗ୍ରାମୀ ଉଷା ମେହେତା ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କନ୍ନନ ଆୟର। ଏହି ଚଳଚ୍ଚିତ୍ରର କାହାଣୀ ଦରବ ଫାରୁକି ଏବଂ ଆୟର ମିଳିତ ଭାବରେ ଲେଖିଛନ୍ତି । ଏହି ସିନେମାରେ ସାରା ଅଲି ଖାନଙ୍କ ସହ ଅଭୟ ଭର୍ମା, ସଚିନ ଖେଡେକର, ସ୍ପର୍ଶ ଶ୍ରୀବାସ୍ତବ, ଆଲେକ୍ସ ନେଲ ଏବଂ ଆନନ୍ଦ ତିୱାରୀ ପ୍ରମୁଖ ଭୂମିକାରେ ଅଭିନୟ କରିବେ ଏବଂ ଇମ୍ରାନ ହାଶମୀ ଏହି ଫିଲ୍ମରେ ଏକ କ୍ୟାମିଓ ରୋଲରେ ନଜର ଆସିବେ । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରକୁ କରଣ ଜୋହର, ସୋମନ ମିଶ୍ର ଏବଂ ଅପୂର୍ବ ମେହେତା ପ୍ରସ୍ତୁତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ୨ ସପ୍ତାହରେ Belly Fat କମାଇଲେ ସାରା, ଫଟୋ ସେୟାର କରି ଦେଖାଇଲେ ଟ୍ରାନ୍ସଫରମେସନର ଝଲକ

ଏହା ବ୍ୟତୀତ ସାରା 'ମେଟ୍ରୋ ଇନ୍ ଦିନୋ' ଏବଂ 'ମର୍ଡର ମୁବାରକ'ରେ ମଧ୍ୟ ନଜର ଆସିବେ । 'ମେଟ୍ରୋ ଇନ୍ ଦିନୋ' ଚଳଚ୍ଚିତ୍ରଟି ମାର୍ଚ୍ଚ ୨୪ରେ ରିଲିଜ୍‌ ହେବ। ଏହି ଫିଲ୍ମରେ ଆଦିତ୍ୟ ରୟ କପୁରଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନ୍ସ କରିବେ ସାରା । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଭୂଷଣ କୁମାର, ଅନୁରାଗ ବାସୁ, କୃଷ୍ଣ କୁମାର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ବାସୁ । ସେହିପରି ମର୍ଡର ମୁବାରକର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ହୋମି ଅଦଜାନିଆ । ଏହା ଏକ କମେଡି ମର୍ଡର ମିଷ୍ଟ୍ରି ଫିଲ୍ମ ହୋଇଥିବା ବେଳେ ସାରା ଅଲିଙ୍କ ବ୍ୟତୀତ କରିସ୍ମା କପୁର, ବିଜୟ ଭର୍ମା, ଡିମ୍ପଲ୍ କାପାଡିଆ, ସଞ୍ଜୟ କପୁର, ଟିସ୍କା ଚୋପ୍ରା ଏବଂ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.