ETV Bharat / entertainment

ଛତ୍ରପତି ଶିବାଜୀଙ୍କ ବାୟୋପିକ କରିବେ ଏହି ଫିଲ୍ମ ନିର୍ମାତା, ୨୦୨୬ରେ ହେବ ରିଲିଜ - Chhatrapati Shivaji Maharaj

Chhatrapati Shivaji Maharaj Biopic: ଫିଲ୍ମ ନିର୍ମାତା ସନ୍ଦୀପ ସିଂ ବର୍ତ୍ତମାନ ଛତ୍ରପତି ଶିବାଜୀ ମହାରାଜଙ୍କ ବାୟୋପିକ ଫିଲ୍ମର ନିର୍ଦ୍ଦେଶନା ଦେବେ । ଆଜି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ଫିଲ୍ମର ପୋଷ୍ଟର ଲଞ୍ଚ କରିଛନ୍ତି । ଫିଲ୍ମଟି କେବେ ରିଲିଜ ହେବ ତାହା ମଧ୍ୟ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ

ଛତ୍ରପତି ଶିବାଜୀ ମହାରାଜଙ୍କ ବାୟୋପିକ କରିବେ ଏହି ଫିଲ୍ମ ନିର୍ମାତା, ୨୦୨୬ରେ ରିଲିଜ ହେବ ଫିଲ୍ମ

author img

By ANI

Published : Feb 16, 2024, 12:54 PM IST

ହାଇଦ୍ରାବାଦ: 'ପିଏମ ନରେନ୍ଦ୍ର ମୋଦି' ଏବଂ 'ମେରି କମ' ଫିଲ୍ମ ନିର୍ମାତା ସନ୍ଦୀପ ସିଂ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ଘୋଷଣା କରିଛନ୍ତି । ସନ୍ଦୀପ ବର୍ତ୍ତମାନ ଛତ୍ରପତି ଶିବାଜୀ ମହାରାଜଙ୍କ ବାୟୋପିକ ଫିଲ୍ମ 'ଦ ପ୍ରାଇଡ ଅଫ ଭାରତ-ଛତ୍ରପତି ଶିବାଜୀ ମହାରାଜ'ର ନିର୍ଦ୍ଦେଶନା ଦେବେ । ସୋସିଆଲ ମିଡିଆରେ ଆଜି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ଫିଲ୍ମର ପୋଷ୍ଟର ଲଞ୍ଚ କରିଛନ୍ତି । ଏଥିସହ ଫିଲ୍ମ ରିଲିଜ ତାରିଖ ମଧ୍ୟ ପ୍ରକାଶ କରାଯାଇଛି । ଫିଲ୍ମଟି ଜାନୁଆରୀ ୨୩, ୨୦୨୬ରେ ପରଦାକୁ ଆସିବ ।

ସନ୍ଦୀପ ପୂର୍ବରୁ ଟରୋଣ୍ଟୋ ଟାଇଟଲ, ବକ୍ସିଂ ବାୟୋପିକ୍ 'ମେରି କମ୍', ଏସିଆ ପାସିଫିକ୍ ସ୍କ୍ରିନ୍ ପୁରସ୍କାର ପ୍ରାପ୍ତ ସମଲିଙ୍ଗୀ ଅଧିକାର ଡ୍ରାମା 'ଅଲିଗଡ' ଏବଂ ଅମିତାଭ ବଚ୍ଚନଙ୍କ 'ଝୁଣ୍ଡ' ଭଳି ଅନେକ ଖ୍ୟାତିନାମା ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଟ୍ରାନ୍ସଜେଣ୍ଡର-ଥିମ୍ 'ସଫେଡ୍' ସହ ସେ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ଏହା ଓଟିଟି ଫ୍ଲାଟଫର୍ମ Zee5ରେ ଗତବର୍ଷ(୨୦୨୩) ରିଲିଜ ହୋଇଥିଲା । ବର୍ତ୍ତମାନ 'ଦ ପ୍ରାଇଡ ଅଫ ଭାରତ-ଛତ୍ରପତି ଶିବାଜୀ ମହାରାଜ' ସହ ପ୍ରଥମ ଥିଏରଟିକାଲ ଫିଚର ଫିଲ୍ମର ନିର୍ଦ୍ଦେଶନା ଦେବାକୁ ପ୍ରସ୍ତୁତ ଅଛନ୍ତି ସନ୍ଦୀପ । ତେବେ ଏହି ଫିଲ୍ମଟି ଜାନୁୟାରୀ ୨୩, ୨୦୨୬ରେ ୬ଟି ଭାଷା ତଥା ହିନ୍ଦୀ, ଇଂରାଜୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମରାଠୀ ଭାଷାରେ ମୁକ୍ତିଲାଭ କରିବ ।

ସନ୍ଦୀପ ଏହି ଫିଲ୍ମ ପ୍ରସ୍ତୁତ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ''ମୁଁ ନିର୍ଦ୍ଦେଶକ ଭାବରେ ବଲିଉଡରେ କିପରି ଡେବ୍ୟୁ କରିବି ସେ ବିଷୟରେ ଦ୍ୱନ୍ଦ୍ୱରେ ରହୁଥିଲି । ଶେଷରେ, ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କ କୌତୁହଳପୂର୍ଣ୍ଣ କାହାଣୀ ପାଇଲି । ମୁଁ ଶିବାଜୀ ମହାରାଜଙ୍କ ଜୀବନ ଉପରେ ଅନୁସନ୍ଧାନ କରିବା ଆରମ୍ଭ କରିଥିଲି ଏବଂ ଅନେକ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ଜାଣିବାକୁ ପାଇଥିଲି ଯେ ତାଙ୍କ ବାସ୍ତବ ଜୀବନର କାହାଣୀ କଳ୍ପନା ଠାରୁ ବହୁ ଦୂରରେ ରହିଛି । ଏହାପରେ ମୁଁ ଏହାକୁ ନିର୍ମାଣ କରିବାକୁ ସ୍ଥିର କଲି । ମୁଁ ଅନୁଭବ କଲି ଯେ ତାଙ୍କ କାହାଣୀ କହିବା ଆବଶ୍ୟକ ।''

ସେ ଆହୁରି କହିଛନ୍ତି, "ଏହା ମୋର ପ୍ରଥମ ମେଗା ବଜେଟ୍ ଚଳଚ୍ଚିତ୍ର 'ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ- ଛତ୍ରପତି ଶିବାଜୀ ମହାରାଜ' । ଏହି ଫିଲ୍ମ ସହ ନିର୍ଦ୍ଦେଶକ ଭାବରେ ନିଜର ପରିଚୟ ସୃଷ୍ଟି କରିବାକୁ ମୋତେ ୨୩ ବର୍ଷ କଠିନ ସଂଘର୍ଷ କରିବାକୁ ପଡିଛି । ମୁଁ ୨୦୧୯ ପରଠାରୁ ସ୍କ୍ରିପ୍ଟ ଉପରେ କାମ କରିଆସୁଛି । ପାଞ୍ଚ ବର୍ଷର ପରିଶ୍ରମ ଏବଂ ଭଲପାଇବା ଏଥିରେ ଜଡିତ ହୋଇରହିଛି । ତେବେ ମୁଁ ଆଶା କରୁଛି ଯେ ଆମ ଦର୍ଶକ ଆମ ଚଳଚ୍ଚିତ୍ର ଏବଂ ଏଥିରେ ଲଗାଯାଇଥିବା ପ୍ରୟାସକୁ ପ୍ରଶଂସା କରିବେ ।''

ଏହା ମଧ୍ୟ ପଢନ୍ତୁ: ନିର୍ମାତା ସନ୍ଦୀପ ସିଂଙ୍କ ଏକାଠି କାମ କରିବେ କଙ୍ଗନା, ଆସୁଛି ନୂଆ ଫିଲ୍ମ

ସୂଚନା ଥାଉକି, ଛତ୍ରପତି ଶିବାଜୀ (୧୬୩୦-୧୬୮୦) ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଯେତେବେଳେ ଭାରତର ଅଧିକାଂଶ ଅଂଶ ମୁସଲମାନ ରାଜାମାନଙ୍କ ଅଧୀନରେ ଥିଲା, ସେତେବେଳେ ସେ ନିଜ ସେନା, ରଣନୀତି ଏବଂ କୌଶଳର ବ୍ୟବହାର କରି ନିଜ ଅଞ୍ଚଳକୁ ଜିତିଥିଲେ । ଏହାପରେ ସେ ଦେଶକୁ ଏକଜୁଟ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ତାଙ୍କୁ 'ଛତ୍ରପତି' ଆଖ୍ୟା ଦିଆଯାଇଥିଲା । ଏଥିସହ ଭାରତର ସ୍ୱାଧୀନତା ଆନ୍ଦୋଳନ ସମୟରେ ଶିବାଜୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା, ଯାହା ପାଇଁ ତାଙ୍କୁ ଜଣେ ହିନ୍ଦୁ ରାଷ୍ଟ୍ରବାଦୀ ହିରୋ ଭାବରେ ସମ୍ମାନିତ କରାଯାଇଥିଲା । ସେହି ବଳିଦାନ ଏବଂ ସେହି ସାହାସ, ବୀରତ୍ୱର କାହାଣୀକୁ ପରଦାରେ ଉପଭୋଗ କରିବେ ଲୋକେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.