ETV Bharat / entertainment

ଚିରଞ୍ଜୀବୀଙ୍କୁ ଭେଟିଲେ ସନ୍ଦୀପ ରେଡ୍ଡୀ ଭଙ୍ଗା; ଫିଲ୍ମ ଏକାଠି କରିବାକୁ ଫ୍ୟାନ୍ସଙ୍କ ଡିମାଣ୍ଡ

author img

By ETV Bharat Odisha Team

Published : Jan 28, 2024, 1:43 PM IST

Sandeep Reddy Vanga Meets Chiranjeevi: ଆନିମଲ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ମେଗାଷ୍ଟାର ଚିରଞ୍ଜୀବୀଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ପଦ୍ମ ବିଭୂଷଣ ସମ୍ମାନରେ ମନୋନୀତ ନେଇ ଚିରଞ୍ଜୀବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଉଭୟଙ୍କ ଫଟୋ ଭାଇରାଲ ପରେ ଦୁହେଁ ଏକାଠି ଫିଲ୍ମ କରିବାକୁ ଅନୁରୋଧ କରିଛନ୍ତି ଫ୍ୟାନ୍ସ ।

ଚିରଞ୍ଜୀବୀଙ୍କୁ ଭେଟିଲେ ସନ୍ଦୀପ ରେଡ୍ଡୀ ଭଙ୍ଗା; ଫିଲ୍ମ ଏକାଠି କରିବାକୁ ଫ୍ୟାନ୍ସଙ୍କ ଡିମାଣ୍ଡ
ଚିରଞ୍ଜୀବୀଙ୍କୁ ଭେଟିଲେ ସନ୍ଦୀପ ରେଡ୍ଡୀ ଭଙ୍ଗା; ଫିଲ୍ମ ଏକାଠି କରିବାକୁ ଫ୍ୟାନ୍ସଙ୍କ ଡିମାଣ୍ଡ

ହାଇଦ୍ରାବାଦ: ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୨୫ରେ ପଦ୍ମ ପୁରସ୍କାରରେ ସମ୍ମାନିତ ହେବା ନେଇ ୧୩୨ଜଣଙ୍କ ନାମ ଘୋଷଣା କରାଯାଇଥିଲା । ଏହି ତାଲିକାରେ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ସାଉଥ ମେଗାଷ୍ଟାର ଚିରଞ୍ଜୀବୀଙ୍କ ନାମ ରହିଛି । ତେବେ ଏହି ସର୍ବୋଚ୍ଚ ସମ୍ମାନ ପାଇଁ ଅଭିନେତାଙ୍କୁ ବର୍ତ୍ତମାନ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାରି ମଧ୍ୟରେ ଏବେ ନିର୍ଦ୍ଦେଶକ ଶ୍ରୀକାନ୍ତ ଓଡେଲା ଏବଂ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ପଦ୍ମ ବିଭୂଷଣ ସମ୍ମାନରେ ଅଭିନନ୍ଦନ ଜଣାଇବା ପାଇଁ ଚିରଞ୍ଜୀବୀଙ୍କୁ ଭେଟିଛନ୍ତି । ତେବେ ଉଭୟଙ୍କ ଫଟୋ ଭାଇରାଲ ପରେ ଦୁହେଁ ଏକାଠି ଫିଲ୍ମ କରିବାକୁ ଡିମାଣ୍ଡ କରିଛନ୍ତି ଫ୍ୟାନ୍ସ ।

ସୋସିଆଲ ମିଡିଆରେ ଭାଇରାଲ ଏକ ଫଟୋରେ ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ଶ୍ରୀକାନ୍ତ ଓଡେଲା ତାଙ୍କ ବାସଭବନରେ ଅଭିନେତାଙ୍କ ସହ ବାର୍ତ୍ତାଳାପ କରୁଥିବା ନଜର ଆସିଛନ୍ତି । ଚିରଞ୍ଜୀବୀ ଏକ ଧୂସର ରଙ୍ଗର ଡ୍ରେସରେ ନଜର ଆସିଥିବା ବେଳେ ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ଶ୍ରୀକାନ୍ତ ଓଡେଲା ବ୍ଲୁ ରଙ୍ଗରେ ଆଉଟଫିଟରେ ନଜର ଆସିଛନ୍ତି । ଏହି ଫଟୋ ଏବେ ଖୁବ ଭାଇରାଲ ହେଉଛି । ଯାହା ଫଳରେ ଫ୍ୟାନ୍ସ ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ଚିରଞ୍ଜୀବୀଙ୍କୁ ଏକାଠି ଫିଲ୍ମରେ କାମ କରିବାକୁ ଡିମାଣ୍ଡ କରିଛନ୍ତି ।

କହିରଖୁଛୁ କି, ଅଲ୍ଲୁ ଅର୍ଜୁନ, ପୁଅ ରାମ ଚରଣଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ଚିରଞ୍ଜୀବୀଙ୍କୁ ଏହି ସମ୍ମାନ ପାଇଁ ଅଭିନନ୍ଦନ ଜଣାଇଥିଲେ । ସେପଟେ ପଦ୍ମ ବିଭୂଷଣ ସମ୍ମାନ ଘୋଷଣା ପରେ ଚିରଞ୍ଜୀବୀ ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରି ଖୁସିବ୍ୟକ୍ତ କରିଥିଲେ ଏବଂ ଭାରତ ସରକାର, ଫ୍ୟାନ୍ସ ଏବଂ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଥିଲେ । ଚିରଞ୍ଜୀବୀ କହିଥିଲେ ଯେ ମୁଁ ବହୁତ ଖୁସି ଏବଂ ଏହି ଖବର ଉପରେ କିପରି ପ୍ରତିକ୍ରିୟା ପ୍ରକାଶ କରିବି ମୁଁ ଜାଣିପାରୁନାହିଁ । ସମସ୍ତ ଫ୍ୟାନ୍ସଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋତେ ଏତେ ବର୍ଷ ଧରି ସମର୍ଥନ କରିବା ସହ ଭଲପାଇବା ଦେଇଆସିଛନ୍ତି ।'

ଏହା ମଧ୍ୟ ପଢନ୍ତୁ: ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହେବେ ଚିରଞ୍ଜୀବୀ, କହିଲେ 'ମୋ ପାଖରେ ଶଦ୍ଦ ନାହିଁ'

ସୂଚନା ଥାଉ କି, ମେଗାଷ୍ଟାର କୋନିଡେଲା ଚିରଞ୍ଜୀବୀଙ୍କ ବ୍ୟତୀତ ସାଉଥ ଭେଟେରାନ ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ପଦ୍ମ ଭୂଷଣରେ ମିଥୁନ ଚକ୍ରବର୍ତ୍ତୀ, ସ୍ବର୍ଗତା ସାଉଥ ଅଭିନେତା ବିଜୟକାନ୍ତ, ସଙ୍ଗୀତ ନିର୍ଦ୍ଦେଶକ ପ୍ୟାରେ ଲାଲ ଶର୍ମା ଏବଂ ପ୍ଲେବ୍ୟାକ୍ ଗାୟକ ଉଷା ଉଥୁପଙ୍କୁ ସମ୍ମାନିତ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.