ହାଇଦ୍ରାବାଦ: ବିବାହ ଏବଂ ବିବାହ ସହ ଜଡିତ ସମସ୍ତ ଜିନିଷ ଗୋଟିଏ ଝିଅ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଛାଡପତ୍ର ପରେ ଏହି ସବୁର କୌଣସି ଅର୍ଥ ନଥାଏ । ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜ ବିବାହର ସମସ୍ତ ସ୍ମୃତିକୁ ହଟାଇବାରେ ଲାଗିଛନ୍ତି । ସୂଚନା ଅନୁସାରେ, ସାମନ୍ଥା ୨୦୨୧ରେ ସାଉଥ ଷ୍ଟାର ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହୋଇଥିଲେ । ଏହା ପରେ ସାମନ୍ଥା ଉଭୟଙ୍କ ଫଟୋ ସୋସିଆଲ ମିଡିଆରୁ ହଟାଇଥିଲେ । ଏହା ପରେ ନାଗାଙ୍କ ନାଁର ଟାଟୁକୁ ନିଜ ଶରୀରରୁ ହଟାଇଥିଲେ । ଏବେ ସେ ଧୀରେ ଧୀରେ ଜୀବନରେ ଆଗକୁ ବଢିଥିଲେ ହେଁ ବର୍ତ୍ତମାନ ସେ ନିଜ ବିବାହର ଆଉ ଏକ ସ୍ମୃତିକୁ ହଟାଇଦେଇଛନ୍ତି । ଅଭିନେତ୍ର ନିଜ ୱେଡିଂ ପୋଷାକ ସହ ଏପରି କିଛି କରିଛନ୍ତି । ଯାହା ସମସ୍ତକୁ ଆଶ୍ଚର୍ଯ୍ୟ କରିଛି । ୱେଡିଂ ସ୍ମୃତିକୁ ଭୁଲି ଯାଇଥିଲେ ସୁଦ୍ଧା ନିଜ ବିବାହ ପୋଷାକକୁ ନୂଆ ରୂପ ଦେଇଛନ୍ତି ।
ସାମନ୍ଥା ରୁଥ ପ୍ରଭୁ ତାଙ୍କ ୱେଡିଂ ଡ୍ରେସକୁ ଏକ ନୂଆ ଲୁକ୍ ଦେଇଛନ୍ତି । ସାମନ୍ଥା ନାଗା ଚୈତନ୍ୟଙ୍କ ସହ ଖ୍ରୀଷ୍ଟିଆନ ବିବାହ ସମୟରେ ପିନ୍ଧିଥିବା ପୋଷାକକୁ ବଦଳାଇ ଏକ ନୂଆ ପୋଷାକ ତିଆରି କରିଛନ୍ତି । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଅଭିନେତ୍ରୀଙ୍କ ବିବାହ ପୋଷାକକୁ ଫ୍ୟାଶନ ଡିଜାଇନର୍ କ୍ରେଶା ବଜାଜ ଏକ ନୂଆ ଲୁକ୍ ଦେଇଛନ୍ତି । ଏକ ଆୱାର୍ଡ ଶୋ' ପାଇଁ, ଡିଜାଇନର୍ ସାମନ୍ତାଙ୍କ ବିବାହ ପୋଷାକକୁ ନୂଆ ଲୁକ ଦେଇଛନ୍ତି । କ୍ରେଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ୱାଇଟ ୱେଡିଂ ପୋଷାକକୁ ଏକ ବ୍ଲାକ ରଙ୍ଗର ପୋଷାକ ତିଆରି କରୁଛନ୍ତି । ଏହା ବ୍ୟତୀତ ସାମନ୍ଥା ମଧ୍ୟ ଏହି ପୋଷାକର ଫଟୋ ସେୟାର କରିଛନ୍ତି ।
ଫଟୋ ସେୟାର କରି ସାମନ୍ଥା କ୍ୟାପସନରେ ଲେଖିଛନ୍ତି,"ମୁଁ ଆଜି ଯେଉଁ ପୋଷାକ ପିନ୍ଧିଛି ତାହା ମୋ ହୃଦୟର ଅତି ନିକଟତର ଅଟେ । ଏହା କ୍ରେଶା ବଜାଜଙ୍କ ଦ୍ୱାରା ପୁନଃ ନିର୍ମାଣ କରାଯାଇଛି । ତଥାପି ଅନେକ ଲୋକ ଅନୁଭବ କରିପାରନ୍ତି ଯେ ଏହାର କିଛି ମହତ୍ତ୍ବ ନାହିଁ ।" ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ମୋର ପୁରୁଣା ପୋଷାକକୁ ପୁନଃ ବ୍ୟବହାର କରିବା ମୋର ଅଭ୍ୟାସ ବଦଳାଇବା ପରି ଏବଂ ମୋ ଜୀବନଶୈଳୀକୁ ଅଧିକ ସ୍ଥାୟୀ କରିବା ପାଇଁ ମୁଁ ନେଉଥିବା ଅନେକ ପଦକ୍ଷେପ ମଧ୍ୟରୁ ଗୋଟିଏ । ପ୍ରତ୍ୟେକ ଛୋଟ ଅଙ୍ଗଭଙ୍ଗୀ, ପ୍ରତ୍ୟେକ ଛୋଟ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ।''
ଏହା ମଧ୍ୟ ପଢନ୍ତୁ: ପ୍ୟାଚଅପ୍ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ନାଗାଙ୍କ ନାଁର ଟାଟୁ ହଟାଇଲେ ସାମନ୍ଥା
ସୂଚନା ଥାଉ କି, ସାମନ୍ଥା ଏବଂ ନାଗା ଚୈତନ୍ୟ 2021ରେ ଅଲଗା ହୋଇଥିଲେ । ଏହା ଉଭୟଙ୍କ ଫ୍ୟାନ୍ସଙ୍କୁ ଚକିତ କରିଥିଲା । ସାମନ୍ଥା ଏବଂ ନାଗା ପ୍ରଥମ ଥର ପାଇଁ 2010ରେ ଗୌତମ ମେନନଙ୍କ ୟେ ମାୟା ଚେସାଭଙ୍କ ସେଟରେ ସାକ୍ଷାତ ହୋଇଥିଲେ । ଯାହା ପରେ ଦୁହେଁ ପ୍ରେମରେ ପଡ଼ି ଅକ୍ଟୋବର 2017ରେ ବିବାହ କରିଥିଲେ । କିନ୍ତୁ 4 ବର୍ଷ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ସାମନ୍ଥାଙ୍କ ଜୀବନକୁ ପ୍ରଭାବିତ କରିଛି ଏହି ସବୁ ଘଟଣା, କଲେ ଖୁଲାସା