ETV Bharat / entertainment

ରଶ୍ମିକା ମନ୍ଦାନାଙ୍କ ଜନ୍ମ ଦିନରେ ଫ୍ୟାନ୍ସଙ୍କୁ ଗିଫ୍ଟ, ସାମ୍ନାକୁ ଆସିଲା ପୁଷ୍ପା 2 ପୋଷ୍ଟର - Pushpa 2

author img

By ETV Bharat Odisha Team

Published : Apr 5, 2024, 2:07 PM IST

Pushpa 2: ଶ୍ରୀବଲ୍ଲୀଙ୍କ ଜନ୍ମଦିନରେ ସାମ୍ନାକୁ ଆସିଲା ପୁଷ୍ପା 2ର ପୋଷ୍ଟର । ରଶ୍ମିକାଙ୍କ ଲୁକ୍‌କୁ ପ୍ରଶଂସା କଲେ ଫ୍ୟାନ୍ସ । ଅଧିକ ପଢନ୍ତୁ

Pushpa 2
Pushpa 2

ହାଇଦ୍ରାବାଦ: ନ୍ୟାସନାଲ କ୍ରସ୍ ତଥା ଅଭିନେତ୍ରୀ ହେଉଛନ୍ତି ରଶ୍ମିକା ମନ୍ଦାନା । ଦକ୍ଷିଣ ଭାରତ ସହିତ ପୁରା ବଲିଉଡରେ ସେ ଧୁମ ମଚାଉଛନ୍ତି । ରଶ୍ମିକା ବଲିଉଡରେ ପାଦ ଥାପିବାର କମ୍ ଦିନ ହୋଇଥିଲେ ହେଁ ସମସ୍ତଙ୍କର ପସନ୍ଦ ପାଲଟିଛନ୍ତି । ପୁଷ୍ପା ପରେ ସବୁଆଡେ ରଶ୍ମିକାଙ୍କ ଚର୍ଚ୍ଚା ଦେଖିବାକୁ ମିଳୁଛି । ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ପୁଷ୍ପା 2କୁ ଅପେକ୍ଷା କରି ରହିଛନ୍ତି । ଆଜି 28 ବର୍ଷରେ ପାଦ ଛାପିଛନ୍ତି ରଶ୍ମିକା । ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିଛନ୍ତି ପୁଷ୍ପା 2 ନିର୍ମାତା । ଆଜି ପୁଷ୍ପା 2ର ପ୍ରଥମ ଲୁକ ସାମ୍ନାକୁ ଆସିଛି । ରଶ୍ମିକାଙ୍କ ଦମଦାର ଲୁକ୍‌କୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି । ପୁଷ୍ପା ପକ୍ଷରୁ ଶ୍ରୀବଲ୍ଲୀର ପ୍ରଥମ ଲୁକ ସେୟାର କରାଯାଇଛି ।

ପୋଷ୍ଟରରେ ରଶ୍ମିକା ସବୁଜ ରଙ୍ଗରେ ଶାଢୀରେ ନଜର ଆସିଛନ୍ତି । ଏହାସହ ସେ ବହୁତ ଭାରୀ ଅଳଙ୍କାର ପିନ୍ଧିଛନ୍ତି । ତେବେ ଏହି ପୋଷ୍ଟରରେ ପ୍ରଶଂସକଙ୍କ ଧ୍ୟାନ କେବଳ ରଶ୍ମିକାଙ୍କ କପାଳର ସିନ୍ଦୁରରେ ରହିଛି । ତାଙ୍କ ଏକ୍ସପ୍ରେସନ ବହୁତ କ୍ରୋଧିତ ରହିଥିବା ନେଇ ଦେଖାଯାଇଛି । ପୋଷ୍ଟରରେ ହାପି ବାର୍ଥ ଡେ ଶ୍ରୀବଲ୍ଲୀ ମଧ୍ୟ ଲେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା ୨' ସେଟରୁ ରଶ୍ମିକା ମନ୍ଦାନାଙ୍କ ଲୁକ ଭାଇରାଲ

ନିର୍ମାତାମାନେ ତାଙ୍କ ଜନ୍ମଦିନରେ ରଶ୍ମିକାର ଲୁକ୍ ପୋଷ୍ଟର ସେୟାର କରି ପ୍ରଶଂସକମାନଙ୍କୁ ଏକ ଉପହାର ଦେଇଛନ୍ତି । ପୋଷ୍ଟର ସେୟାର କରିବାବେଳେ ଲେଖିଛନ୍ତି, "ଲୋକଙ୍କ ହୃଦୟ ଚୋରି କରିଥିବା ଶ୍ରୀବଲ୍ଲୀ ଅର୍ଥାତ୍‌ ରଶ୍ମିକା ମନ୍ଦନାଙ୍କ ଜନ୍ମଦିନର ଶୁଭେଚ୍ଛା ।" ପ୍ରଶଂସକମାନେ ରଶ୍ମିକାଙ୍କ ଲୁକକୁ ପ୍ରଶଂସା କରିଛନ୍ତି । ଜଣେ ପ୍ରଶଂସକ ଶ୍ରୀବଲ୍ଲୀ ସହିତ ଫାୟାର ଇମୋଜି ପୋଷ୍ଟ କରିଛନ୍ତି । ଅନେକ ପ୍ରଶଂସକ ହାର୍ଟ ସହିତ ଫାୟାର ଇମୋଜି ପୋଷ୍ଟ କରିଛନ୍ତି । ଅଳ୍ପ ସମୟ ମଧ୍ୟରେ ଲକ୍ଷ ଲକ୍ଷ ପ୍ରଶଂସକ ଏହି ପୋଷ୍ଟରକୁ ଲାଇକ କରିଥିବା ନଜର ଆସିଛନ୍ତି ।

8 ଏପ୍ରିଲରେ ଟିଜର: ମାତ୍ର 2 ଦିନ ପରେ ସାମ୍ନାକୁ ଆସିବ ପୁଷ୍ପା2ର ଟିଜର । ଫିଲ୍ମର ଟିଜର 8 ଏପ୍ରିଲରେ ରିଲିଜ ହେବ । ନିର୍ମାତାମାନେ ଶ୍ରୀବଲ୍ଲୀଙ୍କ ଲୁକ୍ ସହିତ ଏହି ସୂଚନା ଦେଇଛନ୍ତି । ଏହାକୁ ନେଇ ଉତ୍ସାହିତ ରହିଛନ୍ତି ଫ୍ୟାନ୍ସ । ଏହି ଚଳଚ୍ଚିତ୍ର ଅଗଷ୍ଟ 15 ତାରିଖରେ ବଡ ପରଦାକୁ ଆସିବ । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଅଲ୍ଲୁ ଅର୍ଜୁନଙ୍କ ଚରିତ୍ରର ପ୍ରାରମ୍ଭିକ ଯାତ୍ରା ପୁଷ୍ପା: ଦ ରାଇଜରେ ପ୍ରଦର୍ଶିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଲାଲ ଚନ୍ଦନ କାଠ ଚୋରା ଚାଲାଣକାରୀ ଭୂମିକାରେ ଦେଖିବାକୁ ମିଳିଥିଲା, ଯିଏ ଧୀରେ ଧୀରେ ଏକ ବଡ ଚୋରା ଚାଲାଣକାରୀ ହୋଇଯାଏ । ଫଳରେ ପୁଷ୍ପା ରାଜ ଧୀରେ ଧୀରେ ଅନେକ ଶତ୍ରୁଙ୍କ ସମ୍ମୁଖୀନ ହୁଅନ୍ତି । ତେବେ ଅଭିନେତା ପୁଷ୍ପା ୨ରେ ଶତ୍ରୁମାନଙ୍କ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.