ETV Bharat / entertainment

ଆମୀରଙ୍କ ପରେ ଡିପଫେକ ଜାଲରେ ରଣଭୀର ସିଂ, ଥାନାରେ ପହଞ୍ଚିଲେ ଅଭିନେତା - Ranveer Action On Deepfake Video - RANVEER ACTION ON DEEPFAKE VIDEO

Ranveer Singh Action On Deepfake Video: ଆମୀର ଖାନଙ୍କ ଫେକ ପଲଟିକାଲ ଭିଡିଓ ଭାଇରାଲ ପରେ ଏବେ ଏହି ଜାଲରେ ଛନ୍ଦି ହୋଇଛନ୍ତି ରଣଭୀର ସିଂ । ଯାହାକୁ ନେଇ ଏବେ ଅଭିନେତା ମାମଲା ରୁଜୁ କରିଛନ୍ତି ।

ଆମୀରଙ୍କ ପରେ ଡିପଫେକ ଜାଲରେ ରଣଭୀର ସିଂ, ମାମଲା ରୁଜୁ

author img

By ETV Bharat Odisha Team

Published : Apr 22, 2024, 1:59 PM IST

ହାଇଦ୍ରାବାଦ: ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରତ୍ୟେକ ଦଳର କସରତ ଜୋରସୋରରେ ଚାଲିଛି । ନିକଟରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଚାଲିଛି ନିର୍ବାଚନୀ ପ୍ରଚାର ପ୍ରସାରରେ ଦୁଲୁକୁଛି ମୈଦାନ । ଏହାରି ମଧ୍ୟରେ ଏହି ନିର୍ବାଚନୀ ପ୍ରଚାର ପାଇଁ ତାରକାମାନେ ନିର୍ଦ୍ଦିଷ୍ଟ ଦଳ ପାଇଁ ମୈଦାନକୁ ଓହ୍ଲାଉଥିବାର ଦେଖିବାକୁ ମିଳିଥାଏ । ହେଲେ ବର୍ତ୍ତମାନ ଇଣ୍ଟରନେଟର ଯୁଗରେ ଏହା ଆହୁରି ସହଜ ସୁବିଧା ହୋଇପାରୁଛି । ଏଭଳି ପରିସ୍ଥିତିରେ ଅନେକ ତାରକାଙ୍କ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବଲିଉଡ ତାରକା ମାନେ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ଆମୀର ଖାନଙ୍କ ଏକ ପ୍ରଚାର ଭିଡିଓ ଆସିଥିବା ବେଳେ ଏବେ ରଣଭୀର ସିଂଙ୍କ ଭିଡିଓ ଭାଇରାଲ ହେଉଛି । ତେବେ ଆମୀର ଏହାକୁ ବିରୋଧ କରି କୌଣସି ଦଳକୁ ସମର୍ଥନ କରୁନଥିବା କହିଥିଲେ । ବର୍ତ୍ତମାନ ରଣଭୀର ମଧ୍ୟ ଏହି ଭିଡିଓକୁ ବିରୋଧ କରି ମାମଲା ରୁଜୁ କରିଛନ୍ତି ।

ବଲିଉଡ ଅଭିନେତା ରଣଭୀର ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି । ଏଥିସହ ଅନ୍ୟ ଦଳକୁ ପ୍ରୋତ୍ସାହିତ କରୁଥିବା ନଜର ଆସିଛନ୍ତି । ବାସ୍ତବରେ ମୂଳ ଭିଡିଓରେ ରଣଭୀର ସିଂ ବାରାଣାସୀର ହୋଇଥିବା ପରିବର୍ତ୍ତନ ଏବଂ ଐତିହ୍ୟକୁ ନେଇ ନିଜର ଅଭିଜ୍ଞତା ସେୟାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଯାହାକୁ AI ସାହାଯ୍ୟରେ ରଣଭୀରଙ୍କ ଭଏସକୁ ବଦଳାଇ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ତେବେ ଏହା ଏକ ଡିପଫେକ ମାମଲା । ଯାହାକୁ ନେଇ ଅଭିନେତା ବର୍ତ୍ତମାନ ମାମଲା ରୁଜୁ କରୁଛନ୍ତି ।

ରଣଭୀର ସିଂଙ୍କ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ଏହି ଡିପଫେକ ଭିଡିଓ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ବର୍ତ୍ତମାନ ସାଇବର କ୍ରାଇମ ସେଲ ଏହି ଘଟଣାର ତଦନ୍ତ କରିବ । ସେପଟେ ଏହି ଭିଡିଓ ଭାଇରାଲ ପରେ ରଣଭୀର ସିଂ ପ୍ରଶଂସକମାନଙ୍କୁ ଡିପଫେକ୍ ଭିଡିଓ ବିଷୟରେ ଚେତାବନୀ ଦେଇଛନ୍ତି । ସେ ଏହି ପୋଷ୍ଟକୁ ସୋସିଆଲ ମିଡିଆ ଜରିଆରେ ସେୟାର କରି ଲେଖିଛନ୍ତି, ''ବନ୍ଧୁଗଣ, ଡିପଫେକ ଠାରୁ ଦୂରେଇ ରୁହନ୍ତୁ।''

ଏହା ମଧ୍ୟ ପଢନ୍ତୁ: ଆମୀର ଖାନଙ୍କ ଫେକ୍ ପଲିଟିକାଲ୍ ଭିଡିଓ ଭାଇରାଲ, ମାମଲା ରୁଜୁ କଲେ ଅଭିନେତା

ସୂଚନା ଥାଉ କି, ବଲିଉଡର ଅନେକ ତାରକା ଏହି ଡିପଫେକ ଜାଲରେ ଛନ୍ଦି ହୋଇଛନ୍ତି । ନିକଟରେ ଆମୀର ଖାନଙ୍କ ଏକ ଫେକ ପଲଟିକାଲ ଭିଡିଓ ସାମ୍ନାକୁ ଆସିଥିଲା । ଯାହା ପରେ ସେ ମଧ୍ୟ ମାମଲା ରୁଜୁ କରିଥିଲେ । ଏହା ପୂର୍ବରୁ ରଶ୍ମିକା ମନ୍ଦାନାଙ୍କ ଠାରୁ ଆରମ୍ଭ କରି କାଜୋଲ, କ୍ୟାଟ୍ରିନା କୈଫ, ଆଲିଆ ଭଟ୍ଟ ଭଳି ତାରକା ଏହାର ଶିକାର ହୋଇଥିଲେ । ଏଥିସହ ସରକାର ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିବା ସହ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସଜାଗ ରହିବାକୁ ଚେତାବନୀ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.