ETV Bharat / entertainment

'ଜମାଲ କୁଡୁ' ଗୀତରେ ନାଚିଲେ ରଣବୀର-ଆଲିଆ, ଗର୍ବ ଅନୁଭବ କଲେ ନୀତୁ - ଜମାଲ କୁଡୁରେ ନାଚିଲେ ରଣବୀର ଆଲିଆ

Ranbir Kapoor And Alia Bhatt: ରଣବୀର ଓ ଆଲିଆଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଆଓ୍ବାର୍ଡ । ଗର୍ବ ଅନୁଭବ କଲେ ନୀତୁ କପୁର । ଅଧିକ ପଢନ୍ତୁ

Ranbir Kapoor And Alia Bhatt
Ranbir Kapoor And Alia Bhatt
author img

By ETV Bharat Odisha Team

Published : Jan 29, 2024, 12:09 PM IST

Updated : Jan 29, 2024, 12:45 PM IST

ମୁମ୍ବାଇ: ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ଫିଲ୍ମ ଫେୟାର ଆୱାର୍ଡ ଶୋ' ଶେଷ ହୋଇଛି । ଏହା ଥିଲା ୬୯ତମ ଫିଲ୍ମ ଫେୟାର ଆୱାର୍ଡ। ୨୭ ଜାନୁଆରୀରରୁ ଗୁଜୁରାଟ ଗାନ୍ଧୀ ନଗରରେ ଆରମ୍ଭ ହୋଇଥିବା ଏହି ଶୋ' ଦୁଇ ଦିନ ଦିନ ଅର୍ଥାତ୍ ରବିବାର ଶେଷ ହୋଇଛି । ଏଥର ଆଓ୍ବାର୍ଡ ଶୋ’ରେ କିଛି ବଛା ବଛା ହିନ୍ଦୀ ଚଳଚ୍ଚିତ୍ର ପ୍ରାଧାନ୍ୟ ବିସ୍ତାର କରିଥିଲା । ସେହିପରି ଏହି ଆୱାର୍ଡ ଶୋ'କୁ କରଣ ଜୋହର ଏବଂ ମନୀଷ ପଲ ହୋଷ୍ଟ କରିଥିବା ବେଳେ ବରୁଣ ଧୱନ, କରୀନା କପୁର ଖାନ, ରଣବୀର କପୁର ଏବଂ ତ୍ରିପ୍ତୀ ଡିମ୍ରି ପରି ଅନେକ ସେଲିବ୍ରିଟି ସେମାନଙ୍କ ପରଫରମାନ୍ସରେ ଶୋ'ରେ ଚାର ଚାନ୍ଦ୍ ଲଗାଇଥିଲେ । ଗତକାଲି କିଛି ବିଜେତାଙ୍କ ତାଲିକା ପ୍ରକାଶ ପାଇଥିଲା ଏଥିରେ ଶ୍ରେଷ୍ଠ ଅଭିନେତା ଭାବେ ରଣବୀର କପୁର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ପୁରସ୍କାର ହାତେଇଛନ୍ତି ।

ଏହି ଷ୍ଟାର କପଲଙ୍କ ସଫଳତାକୁ ନେଇ ଫ୍ୟାନ୍ସ ଓ ପରିବାର ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ରଣବୀର କପୁର ଏହି କାର୍ଯ୍ୟକ୍ରମରେ ଫିଲ୍ମ ଆନିମଲର 500 କିଲୋ ଓଜନର ବନ୍ଧୁକ ନେଇ ମଞ୍ଚରେ ପହଞ୍ଚିବା ସହ ଲୋକପ୍ରିୟ ଗୀତ ଜମାଲ କୁଡୁରେ ଡ୍ୟାନ୍ସ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । ସେହିପରି ଅନ୍ୟପଟେ ରଣବୀରଙ୍କ ମାଆ ଅଭିନେତ୍ରୀ ନୀତୁ କପୁର, ପୁଅ ଓ ବୋହୂଙ୍କ ଏହି ସଫଳତାକୁ ନେଇ ଗର୍ବ ଅନୁଭବ କରିଛନ୍ତି ।

ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୁଅ-ବୋହୂଙ୍କ ଫଟୋ ସେୟାର କରି ଉଭୟଙ୍କୁ ଶୁଭ କାମନା ଦେଇଛନ୍ତି । ସେ ଲେଖିଛନ୍ତି ଯେ,'ମୁଁ ପ୍ରାର୍ଥନା କରିଥିଲି ଯେ 2019 ର ଇତିହାସ ପୁଣିଥରେ ପୁନରାବୃତ୍ତି ହେଉ । 2019ରେ ରଣବୀର ସଞ୍ଜୁ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ଏବଂ ବର୍ତ୍ତମାନ ଏହା ପୁଣି ହୋଇଛି । ତୁମ ଦୁହିଁଙ୍କୁ ଅଭିନନ୍ଦନ । ଆନିମଲ ଏବଂ ରକି ଔର ରାନୀ କି ପ୍ରେମ କାହାନୀ ପାଇଁ ଗର୍ବିତ।' ସେହିପରି '12th ଫେଲ'କୁ ୪ଟି ଆୱାର୍ଡ ହାତେଇ ସଫଳତା ହାସଲ କରିଛି ।

ଏହା ମଧ୍ୟ ପଢନ୍ତୁ-12th ଫେଲ' ଶ୍ରେଷ୍ଠ ଫିଲ୍ମ, ରଣବୀର-ଆଲିଆଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆୱାର୍ଡ

ପ୍ରକାଶ ଥାଉକି, ଡିସେମ୍ବର 1 ତାରିଖ 2023 ରେ ଆନିମଲ ମୁକ୍ତିଲାଭ କରିଥିଲା ​। 200 କୋଟିରୁ କମ୍ ବଜେଟରେ ନିର୍ମିତ ଚଳଚ୍ଚିତ୍ର ଆନିମଲ ବିଶ୍ବସ୍ତରରେ ବକ୍ସ ଅଫିସରେ 900 କୋଟିରୁ ଅଧିକ ବ୍ୟବସାୟ କରିଥିଲା। ସେହିପରି ଜୁଲାଇ 2023 ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ରକି ଔର ରାନୀ କି ପ୍ରେମ୍ କାହାନୀ ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ରକି ଔର ରାନୀଙ୍କ ପ୍ରେମ୍ କାହାନୀକୁ କରଣ ଜୋହର ନିର୍ଦ୍ଦେଶନା ଦେଇଥିଲେ, ଯାହା 350 କୋଟିରୁ ଅଧିକ ଆୟ କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 29, 2024, 12:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.