ହାଇଦ୍ରାବାଦ: ହନୁମାନ ଜୟନ୍ତୀ ଆଜି ଏପ୍ରିଲ ୨୩ରେ ସାରା ଦେଶରେ ଧୁମଧାମରେ ହନୁମାନ ଜୟନ୍ତୀ ପାଳନ କରାଯାଉଛି । ସବୁଠି ବେଶ ଉତ୍ସାହର ସହ ଲୋକେ ହନୁମାନ ଜୟନ୍ତୀ ପାଳନ କରିଛନ୍ତି । ଏହି ପବିତ୍ର ଅବସରରେ ସେଲିବ୍ରିଟି ମଧଝ୍ୟ ଉତ୍ସାହର ସହ ପାଳନ କରିଛନ୍ତି। ବଲିଉଡରୁ ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ତାରକାମାନେ ଏହି ବିଶେଷ ଦିବସ ପାଳନ କରିବା ସହ ସୋସିଆଲ ମିଡିଆ ସାହାଯ୍ୟରେ ଫ୍ୟାନ୍ସଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି ।
![ସେଲିବ୍ରିଟିଙ୍କ ଶୁଭେଚ୍ଛା](https://etvbharatimages.akamaized.net/etvbharat/prod-images/23-04-2024/21293238_16x9_1.jpg)
ସାଉଥ ସୁପରଷ୍ଟାର ରାମଚରଣ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ଫିଲ୍ମର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ହନୁମାନଙ୍କ ମୂର୍ତ୍ତି ଆଗରେ ତାଙ୍କ ଗୀତରେ ପରଫର୍ମ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ରାମ ଚରଣ ହ୍ବାଇଟ ଏବଂ ଅରେଞ୍ଚ ରଙ୍ଗର କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ହନୁମାନ ଜୟନ୍ତୀର ଶୁଭେଚ୍ଛା । ଏହି ଅବସରରେ ମୁଁ ଭଗବାନଙ୍କ ନିକଟରେ ସମସ୍ତଙ୍କୁ ଶକ୍ତି ଏବଂ ସୁଖ କାମନା କରୁଛି । ଜୟ ଶ୍ରୀ ରାମ ।''
![ସେଲିବ୍ରିଟିଙ୍କ ଶୁଭେଚ୍ଛା](https://etvbharatimages.akamaized.net/etvbharat/prod-images/23-04-2024/21293238_16x9_2.jpg)
ସେହିପରି ହନୁମାନ ଜୟନ୍ତୀ ଅବସରରେ ଅଭିନେତ୍ରୀ ହେମା ମାଲିନୀ ମଧ୍ୟ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ''ହନୁମାନ ଜୀ ଆଜି ତାଙ୍କର ବିଶେଷ ଦିନରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ । ହନୁମାନ ଜୟନ୍ତୀରେ ଆମ ଦେଶର କଲ୍ୟାଣ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି ।'' ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଭୁ ହନୁମାନଙ୍କ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ହନୁମାନ ଜୟନ୍ତୀ ଶୁଭକାମନା ଜଣାଇଛନ୍ତି।
ଏହା ମଧ୍ୟ ପଢନ୍ତୁ: ହନୁମାନ ଜୟନ୍ତୀରେ ଫ୍ୟାନ୍ସଙ୍କୁ 'ହନୁମାନ' ଫିଲ୍ମ ନିର୍ମାତାଙ୍କ ଭେଟି, ଏଠି ଦେଖିପାରିବେ ସ୍ପେଶାଲ ଶୋ'
ମଙ୍ଗଳବାର ଦିନ ବଲିଉଡ ଅଭିନେତା ବିକି କୌଶଲ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋଟି ତାଙ୍କ କାରର ଅଟେ । ଫଟୋରେ ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଛି ଏବଂ ବିକି ଭଗବାନଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ହନୁମାନ ଚାଲିସାର ଏକ ପଂକ୍ତି ଲେଖିଛନ୍ତି । ସେ ଲେଖିଛନ୍ତି, 'ବଳ, ବୁଦ୍ଧି, ଜ୍ଞାନ ଦେହୁ ମୋହି, ହରହୁ କଲେଶ ବିକାର।'
ଏହା ମଧ୍ୟ ପଢନ୍ତୁ: ମିଥୁନ-ଉଷାଙ୍କୁ ପଦ୍ମ ଭୂଷଣ ପୁରସ୍କାର, ଖୁସିବ୍ୟକ୍ତ କଲେ ସେଲିବ୍ରିଟି