ହାଇଦ୍ରାବାଦ: ଗିରଫ ହୋଇଛନ୍ତି ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ଭାଇ ଅମନ ପ୍ରୀତ ସିଂ । ରକୁଲଙ୍କ ଭାଇ ଅମନଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି । ଡ୍ରଗ୍ସ ମାମଲାରେ ଅମନ ପ୍ରୀତ ସିଂଙ୍କୁ ଗିରଫ କରାଯାଇଛି । ଏନେଇ ସୋମବାର ହାଇଦ୍ରାବାଦ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ।
Hyderabad: Cyberabad Commissionerate officials have detained actor Rakul Preet Singh's brother Aman Preet Singh in the drugs case. Along with Aman Preet Singh, the police have also detained four Nigerians pic.twitter.com/2pERLCRm1P
— IANS (@ians_india) July 15, 2024
ଅମନ ପ୍ରୀତ ସିଂଙ୍କ ଗିରଫ
ପୋଲିସ କହିଛି ଯେ, ଡ୍ରଗ୍ସ ଚୋରାଚାଲାଣ ମାମଲାରେ ଅମନ ପ୍ରୀତ ସିଂଙ୍କୁ ଗିରଫ କରାଯାଇଛି । ହାଇଦ୍ରାବାଦର ରାଜେନ୍ଦ୍ର ନାଗର SOT ପୋଲିସ ଏବଂ ନାର୍କୋଟିକ୍ସ ବ୍ୟୁରୋ ଦ୍ୱାରା ମିଳିତ ଅପରେସନରେ ଅମନଙ୍କୁ ଗିରଫ କରାଯାଇଛି । ତେଲେଙ୍ଗାନା ଆଣ୍ଟି-ନାର୍କୋଟିକ୍ସ ବ୍ୟୁରୋ (TGANB) ଏବଂ ସାଇବରବାଦର ନରସିଙ୍ଗୀ ପୋଲିସ ମିଳିତ ରେଡ୍ କରିବା ପରେ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଅମନ ପ୍ରୀତ ସିଂ ଅଛନ୍ତି ।
ଅଭିଯୁକ୍ତଙ୍କ ଠାରୁ ଏସବୁ ହେଲା ଜବତ
ପୋଲିସ କହିଛି ଯେ, ଅମନ ଡ୍ରଗ୍ସ ନେଇଥିବା ଜଣାପଡିଛି । ପରୀକ୍ଷାରେ ଅମନଙ୍କ ପଜିଟିଭ ଆସିଛି । ତାଙ୍କ ବ୍ୟତୀତ ଡ୍ରଗ୍ସ ମାମଲାରେ ଅନ୍ୟ ୫ ଜଣଙ୍କ ମଧ୍ୟ ଟେଷ୍ଟ ପଜିଟିଭ ଆସିଛି । ସେମାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୧୯୯ ଗ୍ରାମ କୋକେନ, ଯାହାର ମୂଲ୍ୟ ୩୫ ଲକ୍ଷ ଟଙ୍କା, ଦୁଇଟି ପାସପୋର୍ଟ, ଦୁଇଟି ଚାରି ଚକିଆ ଯାନ, ୧୦ଟି ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି ।
ଏହି ମାମଲା ନାଇଜେରିଆ ସହ ସଂଯୁକ୍ତ
ପୋଲିସର ସୂଚନାନୁସାରେ, ସେମାନେ ହେଲେ ଅମନ ପ୍ରୀତ ସିଂ, ଅନିକେତ ରେଡ୍ଡୀ, ପ୍ରସାଦ, ମଧୁସନ୍ ଏବଂ ନିଖିଲ ଧୱନ । ଗିରଫ ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣ ନାଇଜେରିଆର । ସେମାନଙ୍କ ମଧ୍ୟରୁ ଜଣେ ମହିଳା । ଏହି ଡ୍ରଗ୍ସ ରାକେଟର ଲିଙ୍କ୍ ନାଇଜେରିଆ ସହିତ ସଂଯୁକ୍ତ, ଯାହାର ମାଷ୍ଟରମାଇଣ୍ଡ ହେଉଛନ୍ତି ଡିଭେନ୍ ଇବୁକା ସୁଜି ନାମକ ଜଣେ ବ୍ୟକ୍ତି । ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରୁ ସମସ୍ତଙ୍କ ପରୀକ୍ଷା କରାଯାଇଥିଲା । ସମସ୍ତଙ୍କର ରିପୋର୍ଟ ପଜିଟିଭ ଥିଲା । NPDS ଅଧିନିୟମ ଅନୁଯାୟୀ ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗିରଫ ପରେ ବର୍ତ୍ତମାନ ରକୁଲଙ୍କ ଭାଇ ସମେତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାକୁ ପ୍ରସ୍ତୁତି ଚାଲିଛି ।
ଏହା ମଧ୍ୟ ପଢନ୍ତୁ: ବେଙ୍ଗାଲୁରୁ ରେଭ ପାର୍ଟି ମାମଲା; ହେମାଙ୍କୁ ସସପେଣ୍ଡ କଲା ମୁଭି ଆର୍ଟିଷ୍ଟ ଆସୋସିଏସନ
ପୂର୍ବରୁ ମଧ୍ୟ ସୁଜିଙ୍କୁ ଗିରଫ କରାଯାଇଛି
ପୋଲିସ କହିଛି, ଡିଭେନ ଇବୁକା ସୁଜିଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇସାରିଛି । ଏହି ବ୍ୟକ୍ତି ହାଇଦ୍ରାବାଦରେ ଅତି କମରେ କୋଡ଼ିଏ ଥର ଡ୍ରଗ୍ସ ଯୋଗାଇ ଆସିଛି । ଆଫ୍ରିକୀୟ ଦେଶରୁ ଦିଲ୍ଲୀକୁ ଡ୍ରଗ୍ସ ଆଣି ଟ୍ରେନ କିମ୍ବା ବିମାନ ଯୋଗେ ବିକ୍ରେତାମାନଙ୍କୁ ଡ୍ରଗ୍ସ ଯୋଗାଉଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ