ହାଇଦ୍ରାବାଦ: ରାକ୍ଷୀ ସାୱନ୍ତଙ୍କୁ ଛାଡପତ୍ର ଦେବା ପରେ ପୂର୍ବତନ ସ୍ୱାମୀ ଆଦିଲ ଖାନ ବର୍ତ୍ତମାନ ଦ୍ୱିତୀୟ ବିବାହ କରିଛନ୍ତି । ରିପୋର୍ଟ ଅନୁସାରେ, ଆଦିଲ ଖାନ ମାର୍ଚ୍ଚ ୨ରେ ଜୟପୁରରେ ବିବାହ କରିଥିବା ଜଣାପଡିଛି । ସେ ଟିଭି ଅଭିନେତ୍ରୀ ତଥା 'ବିଗ ବସ ୧୨' ଫେମ ପ୍ରତିଯୋଗୀଙ୍କୁ ସୋମି ଖାନଙ୍କୁ ଗୁପ୍ତ ଭାବେ ବିବାହ କରିଥିବା କୁହାଯାଉଛି ।
ମିଡିଆ ରିପୋର୍ଟ ଅନୁସାରେ, ଆଦିଲ ଦୁରାନୀ ପତ୍ନୀଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ, ଉଭୟଙ୍କ ବିବାହ ଶୀଘ୍ର କରାଯାଇଥିବା ବେଳେ ଆଦିଲ ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୁପ୍ତ ରଖିବାକୁ ଚାହୁଁଛନ୍ତି । ସୂତ୍ରରୁ ଜଣାପଡିଛି ଯେ, ଆଦିଲ ଟିଭି ଅଭିନେତ୍ରୀ ସବା ଖାନଙ୍କ ଭଉଣୀ ସୋମି ଖାନଙ୍କୁ ବିବାହ କରିଛନ୍ତି । ବିଭିନ୍ନ କାରଣରୁ ଆଦିଲ କିଛି ସମୟ ପାଇଁ ଖବରରେ ରହିଥିବାରୁ ଆଦିଲ ନିଜ ବିବାହର ଖୁଲାସା କରିବାକୁ ଚାହୁଁନଥିବା ଜଣାପଡିଛି ।
ସୋମି ଖାନ କିଏ?
ସୋମି ଖାନ ଜଣେ ଟିଭି ଅଭିନେତ୍ରୀ । ସେ 'ବିଗ ବସ ସିଜନ ୧୨' ର ପ୍ରତିଯୋଗୀ ମଧ୍ୟ ହୋଇଛନ୍ତି । ଏହି ସିଜନରେ ଦୀପିକା କକ୍କର ଟ୍ରଫି ଜିତିଥିଲେ । ସୋମି 'ନ୍ୟାୟ: ଦ ଜଷ୍ଟିସ୍', 'କେସରିଆ ବାଲାମ' ଏବଂ 'ହମାରା ହିନ୍ଦୁସ୍ତାନ' ଭଳି ଶୋ'ରେ କାମ କରିଛନ୍ତି । ସୋମି ଜୟପୁରର ବାସିନ୍ଦା ଅଟନ୍ତି । ସୂଚନା ଥାଉ କି, ଆଦିଲ ଖାନ ସୋମି ଖାନଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ସୋମି କିମ୍ୱା ଆଦିଲ ନିଜ ବିବାହ ନେଇ କୌଣସି ସୂଚନା ଦେଇନାହାଁନ୍ତି ।
ଏହା ମଧ୍ୟ ପଢନ୍ତୁ: ‘ଆଦିଲ ଫେମସ୍ ହେବା ପାଇଁ ମୋତେ ବ୍ୟବହାର କରିଥିଲା...’ ବିବାହ ପ୍ରମାଣ ପତ୍ର ଉପସ୍ଥାପନ କଲେ ରାକ୍ଷୀ ସାୱନ୍ତ
ସୂଚନା ଥାଉ କି, ରାକ୍ଷୀ ତାଙ୍କ ପୂର୍ବତନ ସ୍ୱାମୀ ରିତେଶ ସିଂଙ୍କଠାରୁ ଅଲଗା ହେବା ପରେ ବ୍ୟବସାୟୀ ଆଦିଲ ଖାନ ଦୁରାନୀଙ୍କୁ ବିବାହ କରିଥିଲେ। ସେ ଇସଲାମ ରୀତିନୀତି ଅନୁଯାୟୀ ଦୁରାନୀଙ୍କୁ ବିବାହ କରି ଇସଲାମ ଧର୍ମ ଗ୍ରହଣ କରିଥିଲେ। କିନ୍ତୁ କିଛି ଦିନ ପରେ ରାକ୍ଷୀ ଏବଂ ଆଦିଲଙ୍କ ମଧ୍ୟରେ ଅନେକ ମତଭେଦ ଆରମ୍ଭ ହୋଇଥିଲା । ପରେ ରାକ୍ଷୀ ଆଦିଲଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ । ପରେ ମୁମ୍ବାଇର ଓସିୱାରା ପୋଲିସ ଆଦିଲ ଖାନଙ୍କୁ ଗିରଫ କରିଥିଲା । ଜେଲରୁ ବାହାରିବା ପରେ ଉଭୟ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ ଅଭିଯୋଗ ଆଣିଥିଲେ । ପରେ ଉଭୟ ଅଲଗା ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: ଜେଲରୁ ମୁକୁଳିଲେ ରାକ୍ଷୀଙ୍କ ପୂର୍ବତନ ସ୍ୱାମୀ ଆଦିଲ, କହିଲେ ସବୁକିଛି ଖୁଲାସା କରିବି