ETV Bharat / entertainment

ଖୁବଶୀଘ୍ର 1100 କୋଟି କ୍ଲବରେ ସାମିଲ ହେବ 'ପୁଷ୍ପା 2', ପ୍ରଥମ ୱିକରେ ଆୟ କଲାଣି ଏତେ କୋଟି - PUSHPA 2 BOX OFFICE COLLECTION

'ପୁଷ୍ପା ୨' ରିଲିଜର ଏକ ସପ୍ତାହ ପୂରଣ କରିଛି । ଏହି ଅବସରରେ ଫିଲ୍ମ ଧୂଆଁଧାର କଲେକ୍ସନ କରିଥିବା ବେଳେ ମୋଟ କେତେ ବ୍ୟବସାୟ କଲାଣି ଫିଲ୍ମ ? ଜାଣନ୍ତୁ,

pushpa 2 box office collection
pushpa 2 box office collection (film poster)
author img

By ETV Bharat Entertainment Team

Published : Dec 13, 2024, 9:51 AM IST

ହାଇଦ୍ରାବାଦ: ପ୍ରେକ୍ଷାଳୟରେ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ପୁଷ୍ପା 2: ଦ ରୁଲ' ରିଲିଜ ହେବାର ଏକ ସପ୍ତାହ ବିତିଗଲାଣି। ଏହି 8 ଦିନରେ, 'ପୁଷ୍ପା ୨' ଭାଙ୍ଗି ଘରୋଇ ତଥା ବିଶ୍ୱ ବ୍ୟାପୀ ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଛି । ରୋଜଗାର ଦୃଷ୍ଟିରୁ ଏହା କଲ୍କି 2898AD, ସ୍ତ୍ରୀ 2, ଜବାନ, ପଠାନ ପରି ବ୍ଲକବଷ୍ଟର ଚଳଚ୍ଚିତ୍ରକୁ ପଛରେ ପକାଇଛି । ଏଥିସହ ଫିଲ୍ମ ହିନ୍ଦୀ ବକ୍ସ ଅଫିସରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ବର୍ତ୍ତମାନ ଏହା ଖୁବଶୀଘ୍ର ଓସ୍କାର ବିଜେତା ଚଳଚ୍ଚିତ୍ର 'RRR' ଉପରେ ନଜର ଅଛି । ବର୍ତ୍ତମାନ 'ପୁଷ୍ପା ୨'ର କ୍ରେଜ ଦେଖି ଅନୁମାନ କରାଯାଉଛି ଯେ ଖୁବଶୀଘ୍ର ଏହା 'RRR' ରେକର୍ଡ ଭାଙ୍ଗିବ।

'ପୁଷ୍ପା ୨' ବକ୍ସ ଅଫିସ କଲେକ୍ସନ

ସାକନିକଙ୍କ ପ୍ରାରମ୍ଭିକ ଆକଳନ ଅନୁଯାୟୀ, 'ପୁଷ୍ପା 2' ଦ୍ୱିତୀୟ ଗୁରୁବାର ଅର୍ଥାତ୍ ରିଲିଜ୍ ହେବାର ଅଷ୍ଟମ ଦିନରେ 'ପୁଷ୍ପା 2' ଘରୋଇ ବକ୍ସ ଅଫିସରେ 37.9 କୋଟି ଟଙ୍କା ଆୟ କରିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ସମସ୍ତ ଭାଷାରେ 726.26 କୋଟି ଟଙ୍କା ଆୟ କରିଛି। ନିର୍ମାତାଙ୍କ ଅନୁଯାୟୀ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 1067 କୋଟି ଟଙ୍କା ଆୟ କରିଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ 164.25 କୋଟି ଟଙ୍କା ରୋଜଗାର କରି ଓପନିଂ କରିଥିଲା । ଯାହା ପରେ ପ୍ରଥମ ସପ୍ତାହରେ ଏହି ଫିଲ୍ମ 529 କୋଟି ଟଙ୍କା ରୋଜଗାର କରି ଅନେକ ରେକର୍ଡ ଭାଙ୍ଗିଛି। ଯଦିଓ ସାପ୍ତାହିକ ସଂଗ୍ରହ ହ୍ରାସ ପାଇବାରେ ଲାଗିଛି, ତଥାପି ଏହା ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି ।

  • ପ୍ରିଭ୍ୟୁ ଶୋ'- 10.65 କୋଟି
  • ପ୍ରଥମ ଦିନ - 164.25 କୋଟି
  • ଦ୍ୱିତୀୟ ଦିନ- 93.8 କୋଟି
  • ତୃତୀୟ ଦିନ- 119.25 କୋଟି
  • ଚତୁର୍ଥ ଦିନ- 141.5 କୋଟି
  • ପଞ୍ଚମ ଦିନ- 64.45 କୋଟି
  • ଷଷ୍ଠ ଦିନ- 51.55 କୋଟି
  • ସପ୍ତମ ଦିନ- 43.35 କୋଟି
  • ଅଷ୍ଟମ ଦିନ- 37.9 କୋଟି

ମୋଟ କଲେକ୍ସନ- 726.26 କୋଟି

ଖୁବଶୀଘ୍ର 'ପୁଷ୍ପା 2' 'RRR' ରେକର୍ଡ ଭାଙ୍ଗିବ

'ପୁଷ୍ପା ୨' ସମସ୍ତ ଭାଷାରେ ଭାରତୀୟ ବକ୍ସ ଅଫିସରେ 726.26 କୋଟି ଟଙ୍କା ଆୟ କରି ଏହା ସର୍ବକାଳୀନ ଚତୁର୍ଥ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି। ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ 'RRR' ର ଆଜୀବନ କଲେକ୍ସନକୁ 772 କୋଟିକୁ ପଛରେ ପକାଇ ଶୀର୍ଷ 3 ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହେବାକୁ ଯାଉଛି।

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା 2' ସ୍କ୍ରିନିଂରେ ମହିଳା ମୃତ୍ୟୁ ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଲ୍ଲୁ ଅର୍ଜୁନ

'ପୁଷ୍ପା ୨' ହିନ୍ଦୀ ଭାଷାରେ ନୂଆ ରେକର୍ଡ

ସପ୍ତମ ଦିନରେ, 'ପୁଷ୍ପା 2'ର ହିନ୍ଦୀ କଲେକ୍ସନ 400 କୋଟି ପାର୍ କରିବାରେ ସଫଳ ହୋଇଛି । ନିର୍ମାତାଙ୍କ କହିବାନୁସାରେ, ପ୍ରଥମ ସପ୍ତାହରେ 'ପୁଷ୍ପା 2' ହିନ୍ଦୀରେ 406.5 କୋଟି ଆୟ କରିଛି । 406.5 କୋଟି ଟଙ୍କା ସହିତ ଏହା ପ୍ରଥମ ସପ୍ତାହରେ ହିନ୍ଦୀରେ ସର୍ବାଧିକ କଲେକ୍ସନ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ସେହିପରି ଏହି ଫିଲ୍ମ ହିନ୍ଦୀରେ ଅଷ୍ଟମ ଦିନରେ 27.5 କୋଟି ଟଙ୍କା ଆୟ କରି ଭାରତୀୟ ବକ୍ସ ଅଫିସରେ ଏହାର ମୋଟ ଆୟ 434 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସମ୍ଭବତଃ ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା ଏହା ହିନ୍ଦୀ ଭାଷାରେ 500 କୋଟି କମାଇବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.